Posted inଖେଳ

ବିଶ୍ୱକପ୍‌ ଓ୍ବାର୍ମଅପ୍‌ ମ୍ୟାଚ୍‌: ଇଂଲଣ୍ଡ, ଅଷ୍ଟ୍ରେଲିଆ ବିଜୟୀ

ଲଣ୍ଡନ,୨୮।୫- ବିଶ୍ୱକପ୍‌ ଓ୍ବାର୍ମଅପ୍‌ରେ ସୋମବାର ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିଜୟ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ୩୧ଟି ବଲ ବାକି ରଖି ୫ ଉଇକେଟରେ ଶ୍ରୀଲଙ୍କାକୁ ହରାଇଛି। ସେହିପରି ଅନ୍ୟ ଏକ ଅଭ୍ୟାସ ମ୍ୟାଚ୍‌ରେ ଇଂଲଣ୍ଡ ଆଫଗାନିସ୍ତାନକୁ ପରାସ୍ତ କରିଛି। ସାଉଥାମ୍ପଟନର ରୋଜ ବଲ ଗ୍ରାଉଣ୍ଡରେ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ଉଇକେଟ ହରାଇ ୨୩୯ ରନ ସଂଗ୍ରହ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୪୪.୫ ଓଭରରେ ୫ ଉଇକେଟ ହରାଇ ୨୪୧ ରନ କରି ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ତରଫରୁ ଉସ୍‌ମାନ ଖ୍ବାଜା ସର୍ବାଧିକ ୮୯, ଶନ ମାର୍ଶ ୩୪, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୩୬, ମାର୍କସ ଷ୍ଟୋଇନିସ୍‌ ୩୨ ରନ ସଂଗ୍ରହ କରିଥିଲେ। ବୋଲିଂରେ ଶ୍ରୀଲଙ୍କାର ଜେଫ୍ରେ ଭାନଡରସେ ଦୁଇଟି ଉଇକେଟ ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ତରଫରୁ ଓପନର ଲାହିରୁ ଥିରିମାନେ ସର୍ବାଧିକ ୫୬, ଧନଞ୍ଜୟ ଡିସିଲଭା ୪୩ ରନ ସଂଗ୍ରହ କରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ଦୁଇଟି ଉଇକେଟ ନେଇଥିଲେ।
ସ୍ଥାନୀୟ କେନ୍ନିଂଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ୯ ଉଇକେଟ୍‌ର ବୃହତ୍‌ ବ୍ୟବଧାନରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଆଫଗାନିସ୍ତାନ ପ୍ରାରମ୍ଭରୁ ହଜରତ୍‌ଉଲ୍ଲା ଜାଜାଇ (୧୧) ଓ ଉଇକେଟ୍‌କିପର ରହମତ୍‌ ଶାହ (୩)ଙ୍କ ଉଇକେଟ୍‌ ହରାଇଥିଲା। ନବାଗତ ଜୋଫ୍ରା ଆର୍ଚର ଏହି ୨ଟି ଉଇକେଟ୍‌ ଅକ୍ତିଆର କରି ଆଫଗାନିସ୍ତାନକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଆଫଗାନିସ୍ତାନ ୩୮.୪ ଓଭରରେ ୧୬୦ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ନିମ୍ନକ୍ରମରେ ଅଭିଜ୍ଞ ମହମ୍ମଦ ନବି ୪୪, ନୁର୍‌ ଅଲି ଜର୍ଡାନ ୩୦, ଦଓ୍ବଲତ ଜର୍ଡାନ ୨୦*, ଅଧିନାୟକ ଗୁଲାବଦିନ ନାଇବ ୧୪ ରନ କରିଥିଲେ। ଆର୍ଚର ଓ ପାର୍ଟଟାଇମ ବୋଲର ଜୋ ରୁଟ୍‌ ୩ଟି ଲେଖାଏ ଉଇକେଟ୍‌ ନେଇଥିଲେ। ଜବାବରେ ଇଂଲଣ୍ଡ ଦ୍ରୁତ ବ୍ୟାଟିଂ କରି ୧୭.୩ ଓଭରରେ ଜନି ବେୟାରଷ୍ଟୋ (୩୯ ରନ)ଙ୍କ ଉଇକେଟ୍‌ ହରାଇ ଆବଶ୍ୟକ ରନ୍‌ ହାସଲ କରିନେଇଥିଲା। ଓପନର୍‌ ଜାସନ ରଏ ୮୯ (୪୬ ବଲ, ୧୧ ଚୌକା, ୪ ଛକା) ଓ ରୁଟ୍‌ ୨୯ ରନ କରି ଅପରାଜିତ ରହିଥିଲେ। ପୂର୍ବରୁ ଇଂଲଣ୍ଡ ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ନିକଟରୁ ୧୨ ରନରେ ପରାସ୍ତ ହୋଇଥିଲା। ବିଶ୍ୱକପ୍‌ର ଉଦ୍‌ଘାଟନୀ ଦିବସରେ ଇଂଲଣ୍ଡ ଗୁରୁବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ।


All Right Reserved By Dharitri.Com

Posted inଖେଳ View All

୧୦୦ ମିଟର ଫ୍ରି-ଷ୍ଟାଇଲ ରେକର୍ଡ ବଜାୟ ରଖିଲେ ମାନୁଏଲ୍‌

ଗ୍ବାଙ୍ଗଜୁ (ଦକ୍ଷିଣ କୋରିଆ), ୨୬ା୭ (ଏଏଫ୍‌ପି)-ଆମେରିକାର ସିମୋନ୍‌ ମାନୁଏଲ୍‌ ତାଙ୍କ ୧୦୦ ମିଟର ଫ୍ରିଷ୍ଟାଇଲ ବିଶ୍ୱ ଟାଇଟଲ ବଜାୟ ରଖିଛନ୍ତି। ଗ୍ବାଙ୍ଗଜୁରେ ଏହି ଅଲିମ୍ପିକ ଚାମ୍ପିୟନ...

ଫାଇନାଲରେ ସିନ୍ଧୁ

ଜାକର୍ତ୍ତା,୨୦।୭(ପି.ଟି.)- ଅଲିମ୍ପିକ୍‌ ରୌପ୍ୟ ପଦକଧାରୀ ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ ବିଡବ୍ଲ୍ୟୁଏଫ୍‌ ଟୁର୍‌ ସୁପର ୧୦୦୦ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।...

ହାଲେପ୍‌ଙ୍କୁ ହରାଇଲେ ଆନିସିମୋଭା

ପ୍ୟାରିସ, ୬ା୬- ଗତଥରର ଚାମ୍ପିୟନ ରୋମାନିଆର ସିମୋନା ହାଲେପ୍‌ଙ୍କୁ ପରାସ୍ତ କରି ଆମେରିକାର ସ୍ବଳ୍ପ ବୟସ୍କା ଆମାଣ୍ଡା ଆନିସିମୋଭା ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍‌ ମହିଳା...

ପ୍ରଦୀପ ସିଂଙ୍କୁ ସ୍ବର୍ଣ୍ଣ

ଆପିଆ(ସାମୋଆ),୧୩।୭- ପ୍ରଦୀପ ସିଂ ନୂଆ ରାଜ୍ୟଗୋଷ୍ଠୀ ରେକର୍ଡ ସୃଷ୍ଟି କରିଛନ୍ତି। ୧୦୯ କେଜି ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରଦୀପ କ୍ଲିନ୍‌ ଓ ଜର୍କ ଇଭେଣ୍ଟରେ...

ଶୁବମନ ଗିଲ ବାଦ୍‌ ପଡ଼ିବା ନେଇ ପ୍ରଶ୍ନ ଉଠାଇଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୨୪।୭- ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ଘୋଷିତ ଭାରତୀୟ ଦିନିକିଆ ଦଳରୁ ଭେଟେରାନ ଅଜିଙ୍କ୍ୟ ରାହାନେ ଓ ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ବାଦ୍‌ ପଡ଼ିବା ଉପରେ...

କ୍ଲୁଜନର ଦକ୍ଷିଣ ଆଫ୍ରିକା ଦଳର ବ୍ୟାଟିଂ କୋଚ୍‌

ଜୋହାନ୍ସବର୍ଗ,୨୩।୮(ପିଟି): ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର ଲାନ୍ସ କ୍ଲୁଜନର ଶୁକ୍ରବାର ଜାତୀୟ ଦଳର ବ୍ୟାଟିଂ କୋଚ୍‌ ନିଯୁକ୍ତ ହୋଇଛନ୍ତି। ତେବେ ତାଙ୍କୁ କେବଳ ଭାରତ ବିପକ୍ଷରେ...

ସ୍କୁଲଦିନର ସ୍ମୃତିକୁ ମନେ ପକାଇଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ କିଛିଦିନ ଦୂରେଇ ଯାଇଛି। ନିଜ ସହର ରାଞ୍ଚିରେ ପରିବାର ସହ ସେ...

କାତାରରେ କ୍ଲବ ବିଶ୍ୱକପ୍

ପ୍ୟାରିସ, ୪୬(ଏଏଫ୍ପି)- ଫିଫା ବିଶ୍ୱକପ୍ର ପରବର୍ତ୍ତୀ ସଂସ୍କରଣ ୨୦୨୨ରେ କାତାରରେ ଅନୁଷ୍ଠିତ ହେବ ତେବେ ଏଥତ୍ପୂର୍ବରୁ ୨୦୧୯ ଓ ୨୦୨୦ କ୍ଲବ ବିଶ୍ୱକପ୍ କାତାରରେ ଅାୟୋଜିତ...

Leave a comment

Your email address will not be published. Required fields are marked *