ବାଂଶଡ଼ା ସେତୁ ଲାଗି କଂଗ୍ରେସର ଆନ୍ଦୋଳନ: ଭଦ୍ରକ-ଧାମରା ରେଳଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଚାନ୍ଦବାଲି,୧୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ମନ୍ତେଈ ନଦୀ ଉପରେ ନିର୍ମାାଣାଧୀନ ବାଂଶଡ଼ା ସେତୁ ଦୀର୍ଘଦିନ ହେବ ଅଧାପନ୍ତରିଆ ହୋଇ ପଡ଼ିରହିଛି । ୨୦୧୩ ମସିହାରେ ଏହାର ନିର୍ମାଣ ଆରମ୍ଭ ହୋଇ ୨୦୧୬ରେ ଶେଷ ହେବାକୁ ଥିବା ବେଳେ ଏହା ଏବେ ଅଧାରେ ଅଟକିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଚାନ୍ଦବାଲି ବ୍ଲକ କଂଗ୍ରେସ ଡାକରାରେ କେତେଜଣ କଂଗ୍ରେସ କର୍ମୀ ବାଂଶଡ଼ା ରେଳପୋଲ ନିକଟରେ ରେଳରୋକୋ କରିଛନ୍ତି । ଫଳରେ ଭଦ୍ରକ-ଧାମରା ରେଳଲାଇନରେ ମାଲବାହୀ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । କଂଗ୍ରେସ କର୍ମୀ ବାଂଶଡ଼ା ଫେରିଘାଟ ବନ୍ଦ କରିବା ସହିତ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଏହି ଆନ୍ଦୋଳନ ସକାଳ ୮ ଟାରୁ ଆରମ୍ଭହୋଇ ଅପରାହ୍ନ ୫ ଟାରେ ଶେଷ ହେବାକୁ ସ୍ଥିର ହୋଇଥିଲା । ମାତ୍ର ଖବର ପାଇ ଚାନ୍ଦବାଲି ଏସ୍‌ଡିପିଓ, ଧାମରା ବନ୍ଦର କର୍ତ୍ତୃପକ୍ଷ, ସ୍ବତନ୍ତ୍ର ଭୂ ଅର୍ଜନ ଅଧିକାରୀ, ବିଭାଗୀୟ ଯନ୍ତ୍ରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚିଥିଲେ । କେତେକ ବୈଷୟିକ ତ୍ରୁଟି ପାଇଁ କାମ ଅଧାରେ ଅଟକିଥିବା ବେଳେ ଖୁବ୍‌ ଶୀଘ୍ର ଏହା ଆରମ୍ଭ ହେବାକୁ ବିଭାଗୀୟ ଯନ୍ତ୍ରୀ ପ୍ରତିଶ୍ରୁତି ଦେବାରୁ ମଧ୍ୟାହ୍ନରେ ଆନ୍ଦୋଳନ ବନ୍ଦ ହୋଇଛି ।


All Right Reserved By Dharitri.Com

ପୋଖରୀ କାମରେ ଅନିୟମିତତା ଅଭିଯୋଗ: ପ୍ରତିବାଦରେ କନିଷ୍ଠ ଯନ୍ତ୍ରୀଙ୍କ ଅଫିସ ଘେରାଉ

କୋକସରା,୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ପଦ୍ମ ସାରର ପୋଖରୀ ପଙ୍କ ଉଦ୍ଧାର ଓ ମାଟି କାମ କ୍ଷୁଦ୍ର ଜଳସେଚନ ଓ ଅଣୁ ବିଭାଗ ଦ୍ୱାରା ଚାଲିଛି...

ସାପ କାମୁଡ଼ାରେ ଭଉଣୀଭାଇଙ୍କ ମୃତ୍ୟୁ

ସୁନ୍ଦରଗଡ଼, ୧୨।୮ (ଡି.ଏନ.ଏ.) -ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସବ୍‌ଡେଗା ବ୍ଲକ ସୁବଲିୟା ନବରଙ୍ଗପୁର ବସ୍ତିରେ ସାପ କାମୁଡାରେ ଭଉଣୀଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ...

୩ ମାସ ପରେ ମାଟିତଳୁ କଢ଼ାଗଲା ସ୍ବାମୀଙ୍କ ଶବ: ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ

ବରଗଡ଼ ଅଫିସ୍‌/ପଦ୍ମପୁର,୧୮।୭(ଡି.ଏନ.ଏ) ମୃତ୍ୟୁ ପରେ ପାରମ୍ପରିକ ରୀତିନୀତିରେ ଶବ ସଂସ୍କାର କରାଯାଇଥିଲା । ଶବକୁ ଚାରିକାନ୍ଧ ଦେଇ ଶ୍ମଶାନରେ ମାଟି ଖୋଳି ପୋତି ଯାଇଥିଲା ।...

ପୋଲିସ ଗୁଳି ଫେଲ୍‌

ଗଞ୍ଜାମ ଜିଲାରେ ଅପରାଧ କମୁନି। ବ୍ରହ୍ମପୁର ଏବଂ ଗଞ୍ଜାମ ଦୁଇଟି ପୋଲିସ ଜିଲାରେ ଦୁଇଜଣ ଏସ୍‌ପି ଏବଂ ମାଳମାଳ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରାଟ ଟିମ୍‌...

ସୁନ୍ଦର ହେବ ବ୍ରହ୍ମପୁର: ପୋଷ୍ଟର୍‌ ଚିରା ଅଭିଯାନରେ ସାମିଲ ହୋଇ ଜିଲାପାଳ କହିଲେ ‘ଜନଭାଗିତା ଦ୍ୱାରା ପରିବର୍ତ୍ତନ ସମ୍ଭବ’

ବ୍ରହ୍ମପୁର ଅଫିସ୍‌, ୨୮।୭: ଗଞ୍ଜାମ ଜିଲା ବ୍ରହ୍ମପୁର ସହରକୁ ସୁନ୍ଦର କରିବା ପାଇଁ ସରକାରୀସ୍ତରରେ ପ୍ରୟାସ ଚାଲିଛି । ଏଥିରେ ସହରର ବୁଦ୍ଧିଜୀବୀ ଏବଂ ବିଭିନ୍ନ...

ବରଗଡ଼ ଲୋକ ସଭା: ସୁରେଶ-ପ୍ରସନ୍ନଙ୍କ ମଧ୍ୟରେ କଡ଼ା ଟକ୍କର

ବରଗଡ଼ ଅଫିସ,୨୩।୫: ବରଗଡ଼ ଲୋକ ସଭା ଆସନରେ ଭାଜପାର ସୁରେଶ ପୂଜାରୀ ଓ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ୧୫ଶ ରାଉଣ୍ଡ...

ଭିସୁଟ୍‌ରେ ଆନ୍ଦୋଳନ ମହଙ୍ଗା ପଡ଼ିଲା: ଅଧ୍ୟାପକ ବହିଷ୍କୃତ,୨ ନିଲମ୍ବିତ; ୧୫ ଜଣଙ୍କୁ କାରଣ ଦର୍ଶାଅ ନୋଟିସ

ସମ୍ବଲପୁର,୧୧।୮(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରେ ଆନ୍ଦୋଳନ ଚଳାଇଥିବା ଅଧ୍ୟାପକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜ୍ୟପାଳ ତଥା କୁଳାଧିପତିଙ୍କ...

ମଣ୍ଟୁ ଘୋଷ ହତ୍ୟା ଘଟଣା: ପୋଲିସ ଏନକାଉଣ୍ଟରରେ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଝାରସୁଗୁଡା ଅଫିସ/ଲଖନପୁର,୦୬।୧୧(ଡି.ଏନ.ଏ.):ଝାରସୁଗୁଡା ଜିଲା ବ୍ରଜରାଜନଗର ସହରରେ ଗତ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ଗୁଳିମାଡ କରିଛନ୍ତି। ଏଥିରେ କୁଖ୍ୟାତ ଅପରାଧୀ ସୋନୁ ଘୋଷଙ୍କ ଭାଇ ମଣ୍ଟୁ ଘୋଷଙ୍କ...

Leave a comment

Your email address will not be published. Required fields are marked *