ଚନ୍ଦକା ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ୪ଶହ ଲିଟର ରନ୍ଧାମଦ ଜବତ, ୨ ଗିରଫ

କଟକ ରୋଡ, ୧୫।୧୧(ଡି.ଏନ୍‌.ଏ.): ଭୁବନେଶ୍ୱର ଅବକାରୀ ଓ ମୋବାଇଲ ସ୍କ୍ବାର୍ଡ ଶୁକ୍ରବାର ରାଜଧାନୀର ଚନ୍ଦକା ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ମହିଳାଙ୍କ ସମେତ ୨ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ଛବି ଦେହୁରୀ ଏବଂ ଅଭି ସାହୁ। ଏମାନଙ୍କଠାରୁ ୪ଶହ ଲିଟର ରନ୍ଧା ମଦ ଜବତ କରାଯାଇଛି। ଜବତ ମଦର ଆନୁମାନିକ ମୂଲ୍ୟ ପ୍ରାୟ ୭୦ହଜାର ଟଙ୍କା ହେବ ବୋଲି ଅବକାରୀ ଏସ୍‌ଆଇ ହିତାଂଶୁ ଶେଖର ମଲ୍ଲିକ କହିଛନ୍ତି।

ସୂଚନାନୁଯାୟୀ, ଦୀର୍ଘଦିନ ଧରି ଛବି ଏବଂ ଅନ୍ୟ ଅଭିଯୁକ୍ତ କଟକ ଓ ଆଠଗଡ଼ ଅଞ୍ଚଳରୁ ରନ୍ଧା ମଦ ସଂଗ୍ରହ କରି ସେମାନଙ୍କ ଘରେ ରଖି ଚନ୍ଦକା ଓ ତମାଣ୍ଡୋ ଥାନା ଅଞ୍ଚଳରେ କେତେକ ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି କରୁଥିଲେ। ଖବର ପାଇ ସକାଳ ପ୍ରାୟ ୭ଟାରେ ଏକ ଟିମ୍‌ ଉଭୟ ଅଭିଯୁକ୍ତଙ୍କୁ ଧରିଥିଲା। ପୂର୍ବରୁ ଅଭିଙ୍କ ନାମରେ ଖୋର୍ଦ୍ଧା ଅବକାରୀ କାର୍ଯ୍ୟାଳୟରେ ଏକାଧିକ ମାମଲା ରହିଥିବା କୁହାଯାଉଛି। ଭୁବନେଶ୍ୱର ଅବକାରୀ କାର୍ଯ୍ୟାଳୟରେ ମାମଲା (ନଂ-୩୭ ଏବଂ ୬୨(୧୯/୨୦) ରୁଜୁ ହୋଇଛି।


All Right Reserved By Dharitri.Com

ଏସ୍‌ଭିଏମ୍‌ ମହାବିଦ୍ୟାଳୟରେ ବେଆଇନ ନାମଲେଖା ପ୍ରସଙ୍ଗ: ୨ ଡିଇଓ ବହିଷ୍କୃତ, ଜଣେ ଅଧ୍ୟାପକଙ୍କ ଦରମା ବନ୍ଦ

ଜଗତ୍‌ସିଂହପୁର ଅଫିସ, ୨୭ା୨: ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସ୍‌ଭିଏମ୍‌) ସ୍ବୟଂଶାସିତ ମହାବିଦ୍ୟାଳୟରେ ୨୦୧୫ରୁ ୨୦୧୮ ମସିହା ମଧ୍ୟରେ ଯୁକ୍ତ ତିନି ଶିକ୍ଷାଲାଭ ସହ ପାସ୍‌ କରିଥିବା...

ମଣ୍ଡିରେ ଚାଷୀଙ୍କ ହଇରାଣକୁ ନେଇ ବିଧାନସଭାରେ ଉଦ୍‌ବେଗ: ଧାନ କିଣିବ ସ୍ବୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଚଳିତ ବର୍ଷ ଖରିଫ ଋତୁରେ ୬୫.୩୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କିଣା ଯାଇଛି। ଯାହାକି ଗତ ବର୍ଷଠାରୁ ୨୬% ଅଧିକ ହୋଇଛି।...

୩ ବରିଷ୍ଠ ଓଏଏସ୍‌ଙ୍କ ବଦଳି

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି...

ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ୍‌ ଆରମ୍ଭ କଲା ସେସୁ

ଖୋର୍ଦ୍ଧା ଅଫିସ,୧୬।୧: ପ୍ରଥମେ ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ୍‌ ଆରମ୍ଭ କରିଛି ସେସୁ। ବକେୟା ଥିବା ବିଦ୍ୟୁତ୍‌ ଗ୍ରାହକମାନଙ୍କ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ଖୋର୍ଦ୍ଧା...

ଭୁବନେଶ୍ୱରରେ ଇସ୍ରୋ ଅଧ୍ୟକ୍ଷ କେ.ଶିବନ: କହିଲେ ‘ଚନ୍ଦ୍ରାୟନ-୨’ରେ ମିଳିଛି ୯୮% ସଫଳତା

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଶନିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। କିଛି ସମୟ ପରେ ସେ ଭୁବନେଶ୍ୱର ଆଇଆଇଟି ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ।...

କଲ୍ୟାଣ ମଣ୍ଡପକୁ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ: ‘ଶୈକ୍ଷିକ ବାତାବରଣ ନଷ୍ଟ କରୁଛନ୍ତି ସରକାର’

ବ୍ରହ୍ମପୁର ଅଫିସ୍‌,୧୭ା୭-ଖଲ୍ଲିିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ବ୍ରହ୍ମପୁର ସହର ବାହାର ତଥା କନିଷିସ୍ଥିତ ଜି-ମ୍ୟାକ୍ସ କଲ୍ୟାଣମଣ୍ଡପକୁ ସ୍ଥାନାନ୍ତର କରାଯିବାକୁୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। କଲ୍ୟାଣମଣ୍ଡପ ଭଳି...

‘ଭାରତୀୟ ସଂସ୍କୃତି ପ୍ରତି ବିଶ୍ୱ ଆକର୍ଷିତ

ଛତ୍ରପୁର,୨୭।୬(ଡି.ଏନ.ଏ.)-ଭାରତର ସଂସ୍କୃତି ଓ ଆଧ୍ୟାମତ୍ିକ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇ ପୂର୍ବରୁ ବିଭିନ୍ନ ଦେଶର ବିଦ୍ୱାନମାନେ ଆସି ନିଜକୁ ଏଥିରେ ସମର୍ପି ଦେଇଛନ୍ତି। ଭାରତର ସନ୍ଥ,...

ପଦ୍ମବେଶ ପାଇଁ ପଦ୍ମମାଳ ଦେଉଛନ୍ତି ଚିନ୍ତାମଣି

ପୁରୀ ଅଫିସ, ୩୦ା୧: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା କରିବାକୁ କାହାର ବା ଇଚ୍ଛା ନ ଥାଏ। କିନ୍ତୁ ସମସ୍ତଙ୍କୁ ସେ ସୁଯୋଗ ମିଳି ନ ଥାଏ।...

Leave a comment

Your email address will not be published. Required fields are marked *