Posted inଖେଳ

ଇଡେନ ଗାର୍ଡେନରେ ମ୍ୟାଚ୍‌ ଦେଖିବେ ଅମିତ ଶାହ

ନୂଆଦିଲ୍ଲୀ,୧୫।୧୧: କୋଲକାତାର ଐତିହାସିକ ଇଡେନ ଗାର୍ଡେନ କ୍ରିକେଟ ଷ୍ଟାଡିୟମରେ ନଭେମ୍ବର ୨୨ରୁ ୨୬ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ଉପଭୋଗ କରିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଏହାଛଡା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ମଧ୍ୟ ମ୍ୟାଚ୍‌ ଦେଖିବାର କାର୍ଯ୍ୟକ୍ରମ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ପୂର୍ବତନ ଶୁଟର ଅଭିନବ ବିନ୍ଦ୍ରା ଏବଂ ବକ୍ସର ମେରି କମଙ୍କ ଭଳି ଅନେକ ବିଶ୍ୱସ୍ତରୀୟ ଖେଳାଳି ଯୋଗ ଦେବେ। ଏନେଇ କ୍ରିକେଟ ଆସେିଏଶନ ଅଫ୍‌ ବଙ୍ଗାଲ(ସିଏବି) ସଚିବ ଅଭିଷେକ ଡାଲମିୟା ଏହି ସୂଚନା ଦେଇଛନ୍ତି। ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କାର୍ଯ୍ୟକ୍ରମରେ ଯୋଗ ଦେବେ କି ନାହିଁ ପ୍ରଶ୍ନ ହେବାରୁ ଅଭିଷେକ କହିଛନ୍ତି, ଧୋନୀଙ୍କୁ ଆମନ୍ତ୍ରଣ କରାଯାଇଛି। ସେ ଆସିବେ କି ନାହିଁ ଜଣାପଡିନି।


All Right Reserved By Dharitri.Com

Posted inଖେଳ View All

ଓସିଏ ନିର୍ବାଚନ: ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ଭୋଟର ତାଲିକା

କଟକ ଅଫିସ,୧୪।୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନ ନେଇ ଏକ ଭୋଟର ତାଲିକା ଶୁକ୍ରବାର ଘୋଷଣା କରାଯାଇଛି। ତେବେ ଏହା ଚୂଡ଼ାନ୍ତ ନୁହେଁ। ଆସନ୍ତା...

ଲଣ୍ଡନରେ ଛୁଟି କାଟୁଛନ୍ତି ବିରାଟ-ଅନୁଷ୍କା, ରାଗିଲେ ଫ୍ୟାନ୍‌

ଲଣ୍ଡନ, ୧୪।୭: ନ୍ୟୁଜିଲାଣ୍ଡଠାରୁ ପରାଜୟବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଛି। ଭାରତର ପରାଜୟକୁ ନେଇ ଦେଶରେ ନିରାଶାର ମାହୋଲ ଖେଳିଯାଇଥିବାବେଳେ...

ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି: ଭାରତୀୟ ଦଳରେ ୪ ଓଡ଼ିଆ

ଭୁବନେଶ୍ୱର, ୧୯।୧୦(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି ନଭେମ୍ବର ୧ ଓ ୨ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ଭାରତର ଉଭୟ...

ଇଣ୍ଡିଜ ଗସ୍ତରୁ ବାଦ୍‌ ପଡ଼ିପାରନ୍ତି କୋହଲି, ବୁମରା

ନୂଆଦିଲ୍ଲୀ,୧୨।୭- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପେସର ଯଶପ୍ରୀତ ବୁମରାଙ୍କୁ ସମ୍ଭବତଃ ସମ୍ପୂର୍ଣ୍ଣ ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ବିଶ୍ରାମ ଦିଆଯାଇପାରେ। ଅଗଷ୍ଟ ୩ ତାରିଖଠାରୁ ଆରମ୍ଭ...

ଏନ୍‌ବିଏ୍‌: ଦ୍ୱିତୀୟ ମ୍ୟାଚ୍‌ ବି ଜିତିଲା ଇଣ୍ଡିଆନା ପେସର୍ସ

ମୁମ୍ବାଇ,୬।୧୦(ପି.ଟି.)- ଆମେରିକାର ହାଇପ୍ରୋଫାଇଲ ବାସ୍କେଟବଲ ଲିଗ ଏନ୍‌ବିଏ (ନ୍ୟାଶନାଲ ବାସ୍କେଟବଲ୍‌ ଆସୋସିଏଶନ) ଭାରତରେ ପଦାର୍ପଣ କରିଥିବା ବେଳେ ଶନିବାର ଏହାର ଦ୍ୱିତୀୟ ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ...

ଆଉ ଜଣେ ଭାରତୀୟ ଖେଳାଳି ଆହତ

ସାଉଥାମ୍ପଟନ,୨୦।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳର ସମସ୍ୟା ବଢ଼ିବାରେ ଲାଗିଛି। ଓପନର ଶିଖର ଧାଓ୍ବନ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଥିବା ବେଳେ ଭୁବନେଶ୍ୱର କୁମାର ଆହତ ସମସ୍ୟା...

୪ ସ୍ଥାନରେ ସ୍ବତନ୍ତ୍ର କ୍ରୀଡ଼ା ବିଦ୍ୟାଳୟ

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ଉପରେ ସ୍ବତନ୍ତ୍ର ଗୁରୁତ୍ୱ ଦିଆଯାଉଛି। କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରାଜ୍ୟର ୪ଟି...

ରୋନାଲ୍ଡୋଙ୍କ ରେକର୍ଡ ସ୍କୋର

ଫେରାରା,୨୩।୨- କ୍ରିଷ୍ଟିଆନୋ ରୋନାଲ୍ଡୋ ପେସାଦାର ଫୁଟବଲରେ ୧୦୦୦ ମ୍ୟାଚ୍‌ ଖେଳିଛନ୍ତି। ଏହି ମ୍ୟାଚ୍‌ରେ ଗୋଲ ସ୍କୋର କରି ଏହାକୁ ସ୍ମରଣୀୟ କରି ଦେଇଛନ୍ତି। ଚଳିତ ସିରି...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *