ତୈମୁର-ଇନାୟାଙ୍କ ଫଟୋ ଭାଇରାଲ

ମୁମ୍ବାଇ: ଶିଶୁ ଦିବସ ଅବସରରେ ସୋହା ଆଲ୍ଲି ଖାଁ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଶେୟାର ହେବାର କିଛି ସମୟ ମଧ୍ୟରେ ଭାଇରାଲ ହେବାରେ ଲାଗିଛି। ଫଟୋଟି ହେଉଛି ଶୈଫ ଓ କରୀନାଙ୍କ ପୁଅ ତୈମୁର ଅଲ୍ଲି ଖଁା ଓ ଭାଣିଜୀ ଇନାୟା ଖେମୁଙ୍କର। ଏଥିରେ ଦୁଇ ଭାଇ ଭଉଣୀ ବେଶ୍‌ କ୍ୟୁଟ ଦେଖାଯାଉଛନ୍ତି। ତୈମୁର ଆଇସ୍କ୍ରିମ୍‌ ଖାଉଥିବା ବେଳେ ଭଉଣୀ ଇନାୟାଙ୍କ ପାଟିରୁ ଲାଳ ବାହାରୁଥିବା ଦେଖିବାକୁ ମିଳିଛି। ଇନାୟାଙ୍କ ପାଟିରେ ଆଇସ୍କ୍ରିମ୍‌ ଲାଗିଥିବା ବେଳେ ଆହୁରି ଖାଇବା ପାଇଁ ସେ ତୈମୁରଙ୍କ ଆଡକୁ ଚାହିଁଛନ୍ତି। ଉକ୍ତ ଫଟୋରେ ଦୁହେଁ ବେଶ୍‌ ସୁନ୍ଦର ଦେଖାଯାଉଥିବା ବେଳେ ଦୁଇଜଣଙ୍କର ନୀରିହତାର ଦୃଶ୍ୟ ନଜର ଆସିଛି। ଏହି ଫଟୋକୁ ସୋହା ଶେୟାର କରିବା ସହ ନିଜ ପିଲା ବେଳର ସ୍ମୃତିକୁ ମନେପକାଇଛନ୍ତି। ସେ କ୍ୟାପଶନ୍‌ରେ ଲେଖିଛନ୍ତି, ନିଜର ଆଇସ୍କ୍ରିମ ନ ଥାଇ ମଧ୍ୟ ସେଥିରୁ ପ୍ରଥମ ବାଇଟ୍‌ ଖାଇବା ଏହା ପିଲାବେଳେ ବେଶ୍‌ ଆନନ୍ଦ ଦେଇଥାଏ। ତେବେ ଇନାୟା ଓ ତୈମୁରଙ୍କ ଭିତରେ ଭଲ ବଣ୍ଡିଂ ଥିବା ବେଳେ ବହୁ ସମୟରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳେ। ଷ୍ଟାର କିଡସ୍‌ ଭାବେ ଦୁହେଁ ବେଶ୍‌ ପପୁଲାର ଥିବା ବେଳେ ତାଙ୍କ ଫଟୋ ଓ ଭିଡିଓ ଅନେକ ସମୟରେ ଚର୍ଚ୍ଚା ସାଉଁଟିଥାଏ। ତେବେ ଇନୟା ଓ ତୈମୁରଙ୍କ ଏହି ଫଟୋ ଏବେକାର ବେଷ୍ଟ ଫଟୋ ବୋଲି ପ୍ରଶଂସକ କହିଛନ୍ତି।


All Right Reserved By Dharitri.Com

‘ନୋକ୍‌ ଝୋକ୍‌’ରେ ଦୀପିକାଙ୍କ ରୋମାନ୍ସ

ମୁମ୍ବାଇ: ଦୀପିକା ପାଦୁକୋନ୍‌ଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ୍‌’ର ରିଲିଜ୍‌କୁ ଦର୍ଶକେ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ୨୦୧୯ ବର୍ଷ ଶେଷରେ ଫିଲ୍ମର...

ଲାଲ୍‌ ଚୁଡ଼ି ପିନ୍ଧି ଫଟୋ ଶେୟାର କଲେ ନେହା କକ୍କର

ମୁମ୍ବାଇ: ଟେଲିଭିଜନଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ଏବଂ ଆଦିତ୍ୟ ନାରାୟଣଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚା...

ଲକ୍‌ଡାଉନ୍‌ରେ ପ୍ରେମିକା ମିହିକାଙ୍କ ସହ ରାଣାଙ୍କ ନିର୍ବନ୍ଧ, ଛୁଟୁଛି ପ୍ରଶଂସକଙ୍କ ଶୁଭେଚ୍ଛା

ବମ୍ବେ: ମନ ପସନ୍ଦର ସାଥୀଟିଏ ମିଳିଗଲେ ତାକୁ ନିଜର କରିନେବାକୁ ଇଚ୍ଛା ହୁଏ। ଗୋଟିଏ ଦିନ ଗୋଟିଏ ବର୍ଷ ପରି ଲାଗେ। ଏପରି ସମୟରେ ଅପେକ୍ଷାର...

ଷ୍ଟୋରି-ସସ୍‌ପେନ୍ସ-ଏଣ୍ଟରଟେନ୍‌ମେଣ୍ଟରେ ଭରପୂର ‘ଭିତିରି କଥା’

ପ୍ରତ୍ୟେକ ଯୁବତୀଯୁବକଙ୍କ ପାଇଁ ବାସର ରାତି ଏକ ନିଆରା ଅନୁଭୂତି ନେଇ ଆସିଥାଏ। ଆଦୌ ଚିହ୍ନା ନ ଥିବା, ଜଣା ନ ଥିବା ଦୁଇଟି ଝିଅପୁଅଙ୍କ...

ବୟଫ୍ରେଣ୍ଡଙ୍କ ସହ ସୁଇମିଂ ପୁଲ୍‌ରେ ମଜା ଉଠାଉଛନ୍ତି ସୁସ୍ମିତା

କିଛିଦିନ ତଳେ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ଏବଂ ବୟଫ୍ରେଣ୍ଡ ରହମନଙ୍କ ବ୍ରେକ୍‌ଅପ୍‌ ଖବର ଆସିଥିଲା। କିନ୍ତୁ ସୁସ୍ମିତା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର...

୭୫ ଯୁବତୀଙ୍କୁ ଡେଟିଂ ପରେ ନେହାଙ୍କୁ ବିବାହ କରିଥିଲେ ଅଙ୍ଗଦ

ବଲିଉଡ୍‌ ଅଭିନେତା ଅଙ୍ଗଦ ବେଦୀ ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୩ ମସିହା ଫେବୃୟାରୀ ୬ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ବିଶେନ ସିଂ...

କ୍ୟାପ୍‌ ପିନ୍ଧିବା ଅନ୍ତରାଳେ..

ଅର୍ଜୁନ କପୁର ଗତ କିଛିମାସ ହେବ ଏକ କ୍ୟାପ୍‌ ପିନ୍ଧୁଥିଲେ। କେହି ଯଦି କେବେ ସେହି କ୍ୟାପ୍‌କୁ କାଢ଼ିବାକୁ କହୁଥିଲେ ସେ ଆଦୌ କାଢ଼ୁ ନ...

ବାପାଙ୍କୁ ଝୁରୁଛନ୍ତି ପ୍ରିୟଙ୍କା, ଜନ୍ମବାର୍ଷିକୀରେ ଫଟୋ ଶେୟାର କରି ହେଲେ ଭାବବିହ୍ବଳ

ମୁମ୍ବାଇ: ବାପା ଅଶୋକ ଚୋପ୍ରାଙ୍କ ମୃତ୍ୟୁକୁ ଛଅ ବର୍ଷ ବିତିଥିଲେ ସୁଦ୍ଧା ଏବେ ବି ତାଙ୍କୁ ଝୁରୁଛନ୍ତି ପ୍ରିୟଙ୍କା। ଆଜି ଜନ୍ମବାର୍ଷିକ ଅବସରରେ ଏକ ଭାବବିହ୍ବଳ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *