ସୁସ୍ଥ ହେଲେ ଲତା

ମୁମ୍ବାଇ,୧୫।୧୧: ବଲଉଡ୍‌ ନାଇଟ୍‌ ଆଙ୍ଗଲ ତଥା ଭାରତ ରତ୍ନ ଲତା ମଙ୍ଗେସକର ଏବେ ସୁସ୍ଥ ଥିବା ଖବର ମିଳିଛି। ଲତାଙ୍କୁ ଦେଖାରଖା କରୁଥିବା ଟିମ୍‌ ପକ୍ଷରୁ ଏହି ଖବର ଦିଆଯାଇଛି। ପ୍ରଶଂସକଙ୍କ ଭଲପାଇବା ଓ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଲତା ଦିଦିଙ୍କୁ ଏତେ ଶୀଘ୍ର ଠିକ୍‌ କରିଦେଇଛି ବୋଲି ଟିମ୍‌ ପକ୍ଷରୁ କୁହାଯାଇ ଧନ୍ୟବାଦ ଜ୍ଞାପନ କରାଯାଇଛି। ସୂଚନାଯୋଗ୍ୟ, କିଛିଦିନ ହେବ ଲତା ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଗତ ରବିବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦିନକ ମଧ୍ୟରେ ସେ ସୁସ୍ଥ ହୋଇ ଯାଇଥିବା ବେଳେ ପରିଣତ ବୟସ ଯୋଗୁ ତାଙ୍କୁ ଆଉ କିଛି ଦିନ ହସ୍ପିଟାଲରେ ରଖିବାକୁ ପରିବାର ଲୋକ ଆଗ୍ରହ ପ୍ରକାଶ କରିଥିବା ତାଙ୍କ ଭଉଣୀ ଉଷା ମଙ୍ଗେସକର ସୂଚନା ଦେଇଥିଲେ। ଆଉ ଏବେ ଆଗ ଅପେକ୍ଷା ସେ ବହୁତ ଭଲ ଅଛନ୍ତି ବୋଲି ଶୁଣିବା ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି।


All Right Reserved By Dharitri.Com

ପ୍ରତୀକ୍ଷାର ଅନ୍ତ: ଜୁଲାଇ ୧୫ରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୨

ବେଙ୍ଗାଲୁରୁ, ୧୨।୬: ଜୁଲାଇ ୧୫ ତାରିଖରେ ଚନ୍ଦ୍ରଯାନ-୨ ଲଞ୍ଚ କରାଯିବ ବୋଲି ଭାରତୀୟ ଗବେଷଣା କେନ୍ଦ୍ର(ଇସ୍ରୋ) ପକ୍ଷରୁ ଘୋଷଣା କରାଯାଇଛି। ଗତ ୧୦ବର୍ଷ ଭିତରେ ଦ୍ୱିତୀୟଥର...

ଡେବ୍ୟୁ ପରେ ହ୍ରିତିକ୍‌ଙ୍କ ପାଇଁ ଆସିଥିଲା ୩୦ହଜାର ବିବାହ ପ୍ରସ୍ତାବ

ବମ୍ବେ: ଆଜିକୁ ୨୦ ବର୍ଷ ତଳେ ଫିଲ୍ମ ‘କହୋନା ପ୍ୟାର୍‌ ହେ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତା ହ୍ରିତିକ୍‌ ରୋଶନ। ଫିଲ୍ମଟି ସୁପରହିଟ୍‌ ହେବା...

ସତ ହେଲା ଟ୍ବିଙ୍କିଲଙ୍କ ଭବିଷ୍ୟବାଣୀ!

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଭୟଭୀତ ଅବସ୍ଥାରେ ଥିବା ବେଳେ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଘରେ...

ସରକାର ଗଢ଼ିବାକୁ ମନାକଲା ଭାଜପା

ମୁମ୍ବାଇ,୧୧ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ଭାଜପା ରବିବାର ମନା କରିଦେବା ପରେ ରାଜ୍ୟପାଳ ଭଗତ ସିଂ କୋଶୟାରୀ ଦ୍ୱିତୀୟ ବୃହତ୍‌ ଦଳ ଶିବସେନାକୁ ଆମନ୍ତ୍ରଣ କରିଛନ୍ତି।...

ଫଡ୍‌ନବିସ ହେଲେ ଭାଜପା ବିଧାୟକ ଦଳର ନେତା

ମୁମ୍ବାଇ,୩୦।୧୦: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଏବେ ପର୍ଯ୍ୟନ୍ତ ଅଙ୍କ ଛିଣ୍ଡି ପାରୁନାହିଁ। ଏହାରି ଭିତରେ ଭାଜପା ପକ୍ଷରୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କୁ...

ଯାଦୁ ଦେଖାଇବାକୁ ଯାଇ ଗଙ୍ଗାନଦୀରେ ବୁଡ଼ି ଜୀବନ ହାରିଲେ ଯାଦୁକର

କୋଲକାତା, ୧୮।୬: ଗଙ୍ଗାନଦୀରେ ଦୁଃସାହସିକ ଯାଦୁ ଦେଖାଇବାକୁ ଯାଇ ଯାଦୁକର ଚଞ୍ଚଳ ଲହରୀଙ୍କ ମୃତ୍ୟୁ ଘଟିଛି। ଗତ ୩୦ ଘଣ୍ଟା ହେବ ନିଖୋଜ ଥିବା ଚଞ୍ଚଳଙ୍କୁ...

କୋରିଓଗ୍ରାଫର୍‌ ଗଣେଶ ଆଚାର୍ଯ୍ୟଙ୍କ ନାଁରେ ପୁଣି ଯୌନ ନିର୍ଯାତନା ମାମଲା

ମୁମ୍ବାଇ,୬।୨: ବଲିଉଡ୍‌ର ପ୍ରସିଦ୍ଧ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ କିଛି ଦିନ ହେବ ନକାରାତ୍ମକ ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦ୍ୱିତୀୟଥର ଜଣେ ମହିଳା ଗଣେଶଙ୍କ ନାଁରେ...

ଚାଇନା ବୈଦେଶିକ ମନ୍ତ୍ରୀଙ୍କ ଗସ୍ତକୁ ବାତିଲ କଲା ଭାରତ

ନୂଆଦିଲ୍ଲୀ, ୪।୯: ଚାଇନା ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍‌ ୟି ସେପ୍ଟେମ୍ବର ୯ରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହି ଗସ୍ତକୁ ସ୍ଥଗିତ କରିବାକୁୁ...

Leave a comment

Your email address will not be published. Required fields are marked *