Posted inଖେଳ

ହ୍ୟାଟ୍ରିକ ମ୍ୟାନ୍‌

ଦୀପକ ଚହର ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ହିସାବରେ ଟି୨୦ ଫର୍ମାଟରେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ମହିଳା କ୍ରିକେଟର ଏକତା ବିସ୍ତ୍‌ ଅବଶ୍ୟ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଏଥିସହିତ ଭାରତୀୟ ବୋଲରମାନେ ସବୁ ୩ଟି ଯାକ ଫର୍ମାଟରେ ହ୍ୟାଟ୍ରିକ ନେବାରେ ସଫଳ ହୋଇଛନ୍ତି।

ପକ ଚହର ଭାରତର ନୂଆ ହ୍ୟାଟ୍ରିକ୍‌ ମ୍ୟାନ ରୂପେ ଉଭା ହୋଇଛନ୍ତି। ଉତ୍ତର ପ୍ରଦେଶର ଆଗ୍ରାରେ ଜନ୍ମିତ ମିଡିୟମ ପେସର ଚହର ଲୋୟାର ଅର୍ଡରରେ ଭଲ ବ୍ୟାଟିଂ ମଧ୍ୟ କରିପାରନ୍ତି। ଗତ ରବିବାର ନାଗପୁରରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ସେ ହ୍ୟାଟ୍ରିକ ଅର୍ଜନ କରି ଇତିହାସ ସୃଷ୍ଟି କରିଥିଲେ। ସେ ଏଥି ସହିତ ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ଭାବେ ଟି୨୦ ଫର୍ମାଟରେ ହ୍ୟାଟ୍ରିକ ଅର୍ଜନ କରିବାର ଗୌରବ ଅର୍ଜନ କରିଛନ୍ତି। କେବଳ ସେତିକ ନୁହେଁ ମାତ୍ର ୭ ରନ ଦେଇ ସେ ୬ ଉଇକେଟ ହାସଲ କରି ଟି୨୦ରେ ସଫଳତମ ବୋଲର ସାବ୍ୟସ୍ତ ହୋଇଛନ୍ତି। ଏହି କ୍ରମରେ ସେ ଶ୍ରୀଲଙ୍କାର ଅଜନ୍ଥା ମେଣ୍ଡିସ୍‌ଙ୍କୁ ପଛରେ ପକାଇଛନ୍ତି। ଚହରଙ୍କ ଏହି ସଫଳତା ଭାରତ ପାଇଁ ବିଶେଷ ମହତ୍ତ୍ୱ ରଖୁଛି। ଏଥି ସହିତ ଭାରତୀୟମାନେ ୩ଟି ଫର୍ମାଟ୍‌ରେ ହ୍ୟାଟ୍ରିକ ନେବାରେ ସଫଳ ହୋଇଛନ୍ତି। ପୂର୍ବରୁ ଟେଷ୍ଟରେ ସ୍ପିନର ହରଭଜନ ସିଂ, ଇର୍ଫାନ ପଠାନ ଓ ଯଶପ୍ରିତ୍‌ ବୁମ୍‌ରା ହ୍ୟାଟ୍ରିକ ନେଇଥିଲେ। ସେହିପରି ଦିନିକିଆରେ ଚେତନ ଶର୍ମା, କପିଲ ଦେବ, କୁଲଦୀପ ଯାଦବ ଓ ମହମ୍ମଦ ସାମି ହ୍ୟାଟ୍ରିକ ଉଇକେଟ ହାସଲ କରିଥିଲେ। ଏବେ ଟି୨୦ରେ ଦୀପକ ଏହି ସଫଳତା ଦୋହରାଇଛନ୍ତି। ତେବେ ଦୀପକଙ୍କ ପୂର୍ବରୁ ମହିଳା କ୍ରିକେଟର ଏକତା ବିସ୍ତ୍‌ ପ୍ରଥମ ଭାରତୀୟ ଭାବେ ଟି୨୦ ଫର୍ମାଟରେ ହ୍ୟାଟ୍ରିକ ଅର୍ଜନ କରିଥିଲେ।
ଗତ ମଙ୍ଗଳବାର ଦୀପକ ସୟଦ ମୁସ୍ତାକ ଅଲି ଟ୍ରଫିର ଏକ ମ୍ୟାଚ୍‌ରେ ରାଜସ୍ଥାନ ତରଫରୁ ପ୍ରତିନିଧିତ୍ୱ କରି ବିଦର୍ଭ ବିପକ୍ଷରେ ପାଖାପାଖି ଆଉ ଏକ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ମାତ୍ର ୩ ଦିନରେ ସେ ଦୁଇଟି ହ୍ୟାଟ୍ରିକ ଅର୍ଜନ କରିଛନ୍ତି କହିଲେ ଭୁଲ ହେବ ନାହିଁ। ସେ ୩ଟି ଲିଗାଲ ବଲ୍‌ରେ ୩ ଉଇକେଟ ହାସଲ କରିଥିଲେ। ତେବେ ଏହି ୩ଟି ବଲ୍‌ ମଧ୍ୟରେ ଗୋଟିଏ ଓ୍ବାଇଡ୍‌ ବଲ୍‌ ମଧ୍ୟ ପକାଇଥିଲେ। ଅବଶ୍ୟ ଦୀପକଙ୍କ ଏହି ଦମ୍‌ଦାର ପ୍ରଦର୍ଶନ ରାଜସ୍ଥାନକୁ ପରାଜୟରୁ ରକ୍ଷା କରିପାରି ନ ଥିଲା। ଟି୨୦ରେ ଦୀପକଙ୍କ ଆବର୍ଭାବ ଭାରତ ପାଇଁ ବରଦାନ ସାବ୍ୟସ୍ତ ହେବାକୁ ଯାଉଛି। ଆଉ ପାଖାପାଖି ବର୍ଷେ ପରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବ। ଫଳରେ ଭାରତୀୟ ଦଳ ପାଇଁ ଦୀପକ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବେ। ଘରୋଇ କ୍ରିକେଟରେ ବେଶ୍‌ ସଫଳ ହୋଇଥିବା ଦୀପକଙ୍କର ଅନ୍ତର୍ଜାତୀୟ ଅଭିଜ୍ଞତା ସେତେ ନାହିଁ। ଏପର୍ଯ୍ୟନ୍ତ ସେ ଗୋଟିଏ ଦିନିକିଆ, ୭ଟି ଟି୨୦ ଓ ୩୪ଟି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚ୍‌ ଖେଳିଛନ୍ତି। ୨୭ ବର୍ଷୀୟ ଦୀପକଙ୍କୁ ଏବେ ଫିଟ୍‌ନେସ ଓ ଫର୍ମ ବଜାୟ ରଖିବା ଉପରେ ଧ୍ୟାନ ଦେବାକୁ ହେବ।


All Right Reserved By Dharitri.Com

Posted inଖେଳ View All

ମାଳବିକାଙ୍କୁ କ୍ୟାରିୟରର ପ୍ରଥମ ଟାଇଟଲ

ମାଲେ(ମାଳଦୀପ),୨୩।୯(ପିଟି): ଯୁବା ଭାରତୀୟ ଶଟଲର ମାଳବିକା ବନସୋଦ ସୋମବାର ମାଳଦୀପ ଅନ୍ତର୍ଜାତୀୟ ଫ୍ୟୁଚର ସିରିଜ୍‌ରେ କ୍ୟାରିୟରର ପ୍ରଥମ ଟାଇଟଲ ହାସଲ କରିଛନ୍ତି। ମହିଳା ସିଙ୍ଗଲ୍ସ ବର୍ଗର...

ମୁମ୍ବାଇ ସିଟି ଏଫସିର ୬୫ ପ୍ରତିଶତ ଅଂଶ କିଣିଲା ସିଟି ଫୁଟବଲ ଗୃପ

ମୁମ୍ବାଇ, ୨୯।୧୧- କ୍ରୀଡା କ୍ଷେତ୍ରରେ ଏକ ଐତିହାସିକ ଘଟଣାକ୍ରମରେ ଇଂଲିଶ ପ୍ରିମିୟର ଲିଗ ଚାମ୍ପିୟନ ମାଞ୍ଚେଷ୍ଟର ସିଟି ଦଳର ମୂଳ କମ୍ପାନୀ ସିଟି ଫୁଟବଲ ଗୃପ...

ଭିଏତ୍‌ନାମ ଓପନ୍‌ ବ୍ୟାଡମିଣ୍ଟନ: ସୌରଭ ଚାମ୍ପିୟନ

ହୋ ଚି ମିନ୍‌ ସିଟି,୧୫।୯ (ପି.ଟି.)- ଭାରତୀୟ ଯୁବ ବ୍ୟାଡମିଣ୍ଟନ ତାରକା ସୌରଭ ବର୍ମା ଆଉ ଏକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛନ୍ତି। ଏଠାରେ ଅନୁଷ୍ଠିତ...

ଜାସନ ରଏ ୨ ମ୍ୟାଚ୍‌ରୁ ବାଦ୍‌

ମାଞ୍ଚେଷ୍ଟର, ୧୭।୬(ଏଏଫ୍‌ପି)- ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପର୍ବରୁ ଘରୋଇ ଇଂଲଣ୍ଡ ଦଳକୁ ସୋମବାର ଶକ୍ତ ଧକ୍କା ଲାଗିଛି। ଇନ୍‌ଫର୍ମ ଓପନର୍‌ ଜାସନ ରଏ ଆଘାତଜନିତ ସମସ୍ୟା...

ଦ୍ୱିତୀୟ ଟି୨୦: ଭାରତୀୟ ମହିଳା ୧୦ ଉଇକେଟରେ ବିଜୟୀ ଶେଫାଳି, ଦୀପ୍ତିଙ୍କ ଚମତ୍କାର ପ୍ରଦର୍ଶନ

ଗ୍ରସ୍‌ ଆଇଲେଟ (ସେଣ୍ଟ ଲୁସିଆ)- ଅଫ୍‌ ସ୍ପିନର ଦୀପ୍ତି ଶର୍ମାଙ୍କ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ (୪-୦-୧୦-୪) ଓ ଟିନଏଜ ବ୍ୟାଟିଂ ସେନସେସନ ଶେଫାଳି ବର୍ମାଙ୍କ ଅପରାଜିତ...

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି

କୋଲକାତା,୨୪।୧୧- ଦେଶର ପ୍ରଥମ ଭାରତୀୟ ଅଧିନାୟକ ଭାବେ ବିରାଟ କୋହଲି ରବିବାର କ୍ରମାଗତ ୭ ଟେଷ୍ଟ ଜିତି ରେକର୍ଡ କରିଛନ୍ତି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା...

ରାହୁଲ, ଧୋନୀଙ୍କ ଶତକ: ବିଜୟ ସହ ଭାରତ ଓ୍ବାର୍ମଅପ୍‌

କାର୍ଡିଫ, ୨୯।୫- ଲୋକେଶ ରାହୁଲ ଓ ମହେନ୍ଦ୍ର ସିଂ ଧୋନୀଙ୍କ ଶତକ ପରେ ବୋଲରମାନଙ୍କ ଭଲ ପ୍ରଦର୍ଶନ ବଳରେ ଭାରତ ୯୫ ରନରେ ବାଂଲାଦେଶକୁ ହରାଇ...

ରିଦ୍ଧିମାନଙ୍କ ମାଇଲଷ୍ଟୋନ

କୋଲକାତା,୨୨।୧୧(ପି.ଟି.)- ଭାରତୀୟ ଉଇକେଟକିପର ରିଦ୍ଧିମାନ ଶାହା ଶୁକ୍ରବାର କ୍ରିକେଟର ଲମ୍ବା ଫର୍ମାଟରେ କ୍ୟାଚ୍‌ ଓ ଷ୍ଟମ୍ପିଂକୁ ମିଶାଇ ୧୦୦ ଉଇକେଟ ପୂରଣ କରିଛନ୍ତି। ଏହି ସଫଳତା...

Leave a comment

Your email address will not be published. Required fields are marked *