Posted inଜାତୀୟ

ଶିବସେନା, ଏନସିପି ଏବଂ କଂଗ୍ରେସ ମିଳିତ ସରକାର ୬ ମାସରୁ ଅଧିକ ଦିନ ତିଷ୍ଠି ପାରିବନି:ଫଡନବୀଶ

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲେ ମଧ୍ୟ ସରକାର ଗଠନ ନେଇ ଆଲୋଚନା ଜାରି ରହିଛି। ଯଦି ଶିବସେନା, ଏନସିପି ଏବଂ କଂଗ୍ରେସ ମିଳିତ ଭାବରେ ସରକାର ଗଠନ କରନ୍ତି ତେବେ ୬ ମାସରୁ ଅଧିକ ଦିନ ସରକାର ଚଳାଇ ପାରିବେ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ କହିଛନ୍ତି। ଗୁରୁବାର ଭାଜପା ବିଧାୟକଙ୍କ ବୈଠକ ପରେ ସେ ଏହା କହିଛନ୍ତି। ସେପଟେ ସରକାର ଗଠନ ପାଇଁ ଶିବସେନା ଏନସିପି ଏବଂ କଂଗ୍ରେସ ଦଳ ଆଲୋଚନା କରିଛି। ଶିବସେନା ନିଜ ପୂର୍ବ ମତ ଦୋହରାଇ କହିଛି, ଆମ ଦଳର ହିଁ ମୁଖ୍ୟମନ୍ତ୍ରୀ ହେବ। ସୂଚନାଯୋଗ୍ୟ, ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୯ ଦିନ ପରେ କୌଣସି ଦଳ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ହାସଲ କରି ନ ପାରିବାରୁ ରାଜ୍ୟପାଳ ଭଗତ ସିଂହ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି। ଗତ ନିର୍ବାଚନର୍ଭୋଜପା ୧୦୫ଟି, ଶିବସେନା ୫୬ଟି ଆସନ ଜିତିଥିବା ବେଳେ ଏନସିପି ୫୪ଟି ଓ କଂଗ୍ରେସ ୪୪ଟି ଆସନ ପାଇଛି।


All Right Reserved By Dharitri.Com

୫ଟଙ୍କାରେ ଗରିବଙ୍କୁ ପେଟପୂରା ଖାଇବାକୁ ଦେଉଥିବା ଦାଦି ମା’ଙ୍କ ପରଲୋକ

ଗାଜିଆବାଦ୍‌,୯।୯: ୫ ଟଙ୍କାରେ ଗରିବଙ୍କୁ ପେଟପୂରା ଖାଇବାକୁ ଦେଉଥିବା ସରୋଜାନି ଖାନ୍ନା ଓରଫ୍‌ ଦାଦି ମା’ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ...

ପ୍ରଚାର ସମୟରେ ଖାଦ୍ୟ ପରଷିବାରୁ ଅଡ଼ୁଆରେ ପଡ଼ିଗଲେ ପ୍ରିୟଙ୍କା

ଓ୍ବାୟନାଡ଼,୨୨।୪: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ନିଜ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନୂଆ ନିର୍ବାଚନମଣ୍ଡଳୀ କେରଳ ଓ୍ବାୟନାଡରେ ପହଞ୍ଚିଥିଲେ।...

ଧରାପଡିଲେ ୪ ଆତଙ୍କବାଦୀ

ଶ୍ରୀନଗର, ୭।୧୧: ଜମ୍ମୁ-କଶ୍ମୀରର ସୋପାରରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଗୁରୁବାର ୪ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସୋପାରରେ ସେମାନେ ବଡ ଆକ୍ରମଣ ଯୋଜନା...

ନାଳନ୍ଦା ମେଡିକାଲ କଲେଜ ଓ୍ବାର୍ଡରେ ଆଣ୍ଠୁଏ ପାଣି

ପାଟନା,୨୯।୯: ବିହାରରେ ପ୍ରବଳ ବର୍ଷାଯୋଗୁ ସାଧାରଣ ଜୀବନ ଯାତ୍ରା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶୁକ୍ରବାରଠାରୁ ଲଗାତାର ବର୍ଷା ଲାଗି ରହିଛି। ଫଳରେ ଏଠାରେ ଥିବା ନାଳନ୍ଦା ମେଡିକାଲ...

ରାଜ୍ୟପାଳଙ୍କୁ ଭେଟିବେ ଶିବସେନା, ଏନ୍‌ସିପି, କଂଗ୍ରେସ

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ନେଇ ଏବେବି ଅନିଶ୍ଚିତତା ଲାଗି ରହିଛି। ତେବେ ମହାରାଷ୍ଟ୍ର ରାଜ୍ୟପାଳ ଶନିବାର ଅପରାହ୍ନ ୩ଟାରେ ଶିବସେନା, ଏନ୍‌ସିପି ଓ...

ଶବାନାଙ୍କୁ ଧନ୍ୟବାଦ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୮।୯: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମିଙ୍କୁ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଧନ୍ୟବାଦ ଦେଇଛନ୍ତି। ଟୁଇଟ୍‌ କରି କେଜରିଓ୍ବାଲ ଡେଙ୍ଗୁ ନିରାକରଣ...

ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରିବାକୁ ବଦ୍ରିନାଥ ପହଞ୍ଚିଲେ ମୋଦି

ଉତ୍ତରାଖଣ୍ଡ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଦର୍ଶନ କରିବା ପରେ ରବିବାର ସକାଳୁ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରିବାକୁ ବଦ୍ରିନାଥ ପହଞ୍ଚିଛନ୍ତି। ମନ୍ଦିରରେ ପୂଜା ସାରି...

ଆଜି ଲୋକ ସଭାରେ ଆଗତ ହେବ ‘ଟ୍ରିପଲ ତଲାକ’ ବିଲ୍‌: ବିରୋଧ କରିବ କଂଗ୍ରେସ

ନୂଆଦିଲ୍ଲୀ, ୨୧।୬: ‘ଟ୍ରିପଲ ତଲାକ’ ଶୁକ୍ରବାର ଲୋକ ସଭାରେ ଆଗତ ହେବ। ଫଳରେ ୧୭ତମ ଲୋକ ସଭା ଗଠନ ହେବା ପରେ ମୋଦି ସରକାର ଦ୍ୱିତୀୟ...

Leave a comment

Your email address will not be published. Required fields are marked *