ଖୋଲିଲା ବିଡିଏ ସିଟି ସେଣ୍ଟର: ଅନନ୍ୟ ଥିମ୍‌ ପାର୍କ କରିବ ବିଡିଏ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ଭୁବନେଶ୍ୱରର ଏକମାତ୍ର ଥିମ୍‌ ପାର୍କ ବିଡିଏ ସିଟି ସେଣ୍ଟର (ନିକୋ ପାର୍କ)କୁ ନେଇ ବହୁତ୍‌ କିଛି ଯୋଜନା ରହିଛି। ପାଖାପାଖି ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାର୍କକୁ ରାଜ୍ୟର ଏକ ଅନନ୍ୟ ଥିମ୍‌ ପାର୍କ କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଯୋଜନା ରଖିଛି। ଏହାର ପୁନରୁଦ୍ଧାର ପ୍ରକ୍ରିୟା ପିପିପି ମୋଡରେ କରିବାକୁ ରାଜ୍ୟ ସରକାରଙ୍କୁ ବିଡିଏ ପ୍ରସ୍ତାବ ଦେଇଛି। ଖୁବ୍‌ଶୀଘ୍ର ଏହାର ପୁନରୁଦ୍ଧାର ଆରମ୍ଭ ହେବ ବୋଲି ବିଡିଏ ସଚିବ ରବୀନ୍ଦ୍ର ନାଥ ମିଶ୍ର କହିଛନ୍ତି।
ବିଡିଏ ସିଟି ସେଣ୍ଟରକୁ ଗୁରୁବାର ପୁଣି ଉଦ୍‌ଘାଟନ କରିବା ଅବସରରେ ସଚିବ ମିଶ୍ର କହିଥିଲେ, ଏହି ପାର୍କ ପାଇଁ ବିଡିଏ ବହୁତ୍‌ କିଛି ଯୋଜନା ରଖିଛି। କିପରି ଲୋକମାନେ ପାର୍କକୁ ଅଧିକରୁ ଅଧିକ ଆସିବେ ସେଥିପ୍ରତି ବିଡିଏ ଧ୍ୟାନ ଦେବ। ‘ଫନୀ’ରେ ପାର୍କର ବ୍ୟାପକ କ୍ଷତି ହୋଇଥିଲା। ଦୀର୍ଘ ୬ ମାସ ବନ୍ଦ ରହିବା ପରେ ପାର୍କର ଏବେ ଅଳ୍ପ କିଛି ଅଂଶ ପୁନରୁଦ୍ଧାର କରାଯାଇ ଖୋଲିଛି। ଆଗକୁ ଏଥିରେ ନୂଆ ନୂଆ ‘ଥିମ୍‌’ ଆରମ୍ଭ କରିବାକୁ ବିଡିଏ ଯୋଜନା ରଖିଛି। ବିଡିଏ ଉଦ୍ୟାନବିତ୍‌ ଅଶୋକାନନ୍ଦ ଧର କହିଛନ୍ତି, ପାର୍କର ଉନ୍ନତୀକରଣ ପାଇଁ ବିଡିଏ ଯୋଜନା କରିସାରିଛି। ଯେଉଁଥିରେ କି ଖାଲି ଛୋଟ ପିଲା ନୁହେଁ ଯୁବବର୍ଗ ଓ ବୃଦ୍ଧମାନଙ୍କୁ ବି ପାର୍କରେ ସମୟ କାଟିବାକୁ ଭଲ ଲାଗିବ। ଉଲ୍ଲେଖଯୋଗ୍ୟ, ରାଜ୍ୟର ଏହା ଏକମାତ୍ର ଥିମ୍‌ ପାର୍କ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୁନରୁଦ୍ଧାରରେ ଦେଢ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପୁନରୁଦ୍ଧାର ପରେ ୧୧ଟି ଖେଳକୁ ଠିକ୍‌ କରାଯାଇଛି। ବାକି ଗୋଟିଏର ପୁନରୁଦ୍ଧାର କରିବାକୁ ଆଉ କିଛି ସମୟ ଲାଗିବ ବୋଲି ବିଡିଏ ପକ୍ଷରୁ ଜଣାପଡ଼ିଛି। ଗୁରୁବାର ଏହାର ପୁନଃ ଉଦ୍‌ଘାଟନ ସକାଶେ ପାର୍କରେ ପ୍ରବେଶ ଶୁଳ୍କକୁ ଲୋକମାନଙ୍କ ପାଇଁ ମୁକ୍ତ କରାଯାଇଥିଲା। ଶୁକ୍ରବାରଠାରୁ ପାର୍କର ଖେଳର ମଜାନେବାକୁ ଲୋକଙ୍କୁ ଶହେ ଟଙ୍କା ଦେଇ ଟିକେଟ କାଟିବାକୁ ପଡ଼ିବ। ଯେଉଁଥିରେ କି ସେମାନେ ୫ଟି ଖେଳର ମଜା ନେଇପାରିବେ। ଏହା ବ୍ୟତୀତ ସେମାନେ ଯେଉଁ ଖେଳ ଖେଳିବାକୁ ଚାହିଁବେ ସେଥିପାଇଁ ତାଙ୍କୁ ଅଧିକ ଦେୟ ଦେବାକୁ ପଡିବ। ବିଡିଏ ନିଜେ ଏହି ପାର୍କ ଚଲାଇବାକୁ ଥିବାରୁ ଲୋକଙ୍କୁ ଟିକେଟ୍‌ ଦାମ୍‌ କମ୍‌ ପଡୁଛି। ପୂର୍ବରୁ ପାର୍କକୁ ପ୍ରବେଶ ଟିକେଟ୍‌ ଦାମ୍‌ ୧୫୦ ଟଙ୍କା ରଖା ଯାଇଥିବା ବେଳେ ଏକ ଘରୋଇ ସଂସ୍ଥା ଏହାର ରକ୍ଷଣାବେକ୍ଷଣ କରୁଥିଲା। ଫନୀରେ ପାର୍କ କ୍ଷତିଗ୍ରସ୍ତ ହେବା ପରେ ସମ୍ପୃକ୍ତ ସଂସ୍ଥା ଏହାର ରକ୍ଷଣାବେକ୍ଷଣ କରିବାକୁ ଅକ୍ଷମ ଥିବା ଦର୍ଶାଇ ଦାୟିତ୍ୱ ବିଡିଏକୁ ହସ୍ତାନ୍ତର କରିଥିଲା।


All Right Reserved By Dharitri.Com

ଆଜି ଜେଲରୁ ବାହାରି ପାରନ୍ତି ସାରଥି

କଟକ ଅଫିସ, ୨୫।୭: ସାରଥି ଓରଫ୍‌ ସନ୍ତୋଷ ରାଉଳ ଗୁରୁବାର ଜେଲରୁ ମୁକୁଳି ପାରନ୍ତି। କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବେଲ୍‌ ବଣ୍ଡ ଦାଖଲ ହୋଇଛି। ସେଠାରୁ...

ଏମ୍ସରେ ମିଳିବ ଡାଏଲିସିସ୍‌ ସୁବିଧା

ଭୁବନେଶ୍ୱର, ୧୪।୭(ବ୍ୟୁରୋ)/ପାତ୍ରପଡ଼ା(ଡି.ଏନ୍‌.ଏ.): ଭୁବନେଶ୍ବର ଏମ୍ସ ହସ୍ପିଟାଲରେ କିଡ଼ନୀ ରୋଗୀ ଏବେ ଡାଇଲିସିସ୍‌ ସୁବିଧା ପାଇପାରିବେ। ଆସନ୍ତା ୧୫ ତାରିଖରେ ଏମ୍ସର ସପ୍ତମ ଭିତ୍ତିପ୍ରସ୍ତର ସ୍ଥାପନ ଦିବସ...

ପ୍ୟାକେଜ ନାଁରେ ଭୁଅଁା ବୁଲାଉଛନ୍ତି

ପୁରୀ ଅଫିସ,୪ା୯ : ଶ୍ରୀମନ୍ଦିର ମେଘନାଦ ପାଚେରି ୭୫ମିଟର ପରିଧିରେ ଆସୁଥିବା ନିର୍ମାଣାଧୀନ କୋଠା ଭଙ୍ଗାଯିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ...

ଉଗ୍ରତାରା ଛକରୁ ଲୁଟ୍‌ ହୋଇଥିବା କୋଟିଏରୁ ଊର୍ଦ୍ଧ୍ୱ ମୂଲ୍ୟର ସିଗାରେଟ୍‌ ଦିଲ୍ଲୀରୁ ଜବତ: ୨ ଗିରଫ

ଖୋର୍ଦ୍ଧା ଅଫିସ, ୪।୧୨: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଉଗ୍ରତାରା ଛକରୁ ଚୋରି ହୋଇଥିବା ୧ କୋଟି ୨ ଲକ୍ଷ ଟଙ୍କାର ୨୩୮ କାର୍ଟୁନ ସିଗାରେଟ୍‌...

ରଥ ଚକାତଳେ ଗଲା ବାଳକଙ୍କ ଜୀବନ

ଖୋର୍ଦ୍ଧା ଅଫିସ,୫।୭ : ଖୋର୍ଦ୍ଧା ଜିଲା ବାଣପୁର ସହରାଞ୍ଚଳର ପଲଟନ ପଡିଆସ୍ଥିତ ବଡହନ୍ତୁଆଡର ଚରଣ ଚକାଦେବଙ୍କ ରଥ ଚକା ତଳେ ପଡି ଗୁରୁବାର ଜଣେ ବାଳକଙ୍କ...

ନବୀନଙ୍କୁ ଭେଟିଲେ କମଲ ହାସନ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ସାଉଥ୍‌ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ତଥା ଏମ୍‌ଏନ୍‌ଏମ୍‌(ମକ୍କଲ ନିଧି ମୟମର) ଦଳର ମୁଖ୍ୟ କମଲ ହାସନ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଦୁଇଦିନିଆ...

ସ୍ବଚ୍ଛତାରେ ତଳକୁ ଖସିପାରେ ଭୁବନେଶ୍ୱର ରେଳଷ୍ଟେଶନ

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ସ୍ବଚ୍ଛତା ପାରାମିଟର ପର୍ଯ୍ୟବେକ୍ଷଣ ଲାଗି ରବିବାର କ୍ୱାଲିଟି କାଉନ୍‌ସିଲ ଅଫ୍‌ ଇଣ୍ଡିଆ (କ୍ୟୁସିଆଇ)ର ଦୁଇଜଣିଆ ଟିମ୍‌ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନରେ ପହଞ୍ଚତ୍ଛି।...

ପୁଣି ବିବାଦରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ: ସେମିଷ୍ଟର ପରୀକ୍ଷାଫଳରେ ତ୍ରୁଟି ଅଭିଯୋଗ

ବ୍ରହ୍ମପୁର ଅଫିସ,୧୯ା୬-ପରୀକ୍ଷା ପରିଚାଳନା ଏବଂ ଖାତା ମୂଲ୍ୟାୟାନକୁ ନେଇ ପୁଣି ଥରେ ବିବାଦକୁ ଆସିଛି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ। ଶେଷ ସେମିଷ୍ଟର ପରୀକ୍ଷାଖାତା ଦେଖାରେ ତ୍ରୁଟି ହୋଇଥିବା...

Leave a comment

Your email address will not be published. Required fields are marked *