ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି : ‘ଖଣି ଦୁର୍ନୀତି କରିଥିବା କମ୍ପାନୀକୁ ନିଲାମରେ ସାମିଲ କରନି’

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ରାଜ୍ୟ ସରକାର ୩୧ଟି ଖଣିର ନିଲାମ କରିବାକୁ ଯାଉଛନ୍ତି। ଯେଉଁ କମ୍ପାନୀଗୁଡିକ ଖଣି ଦୁର୍ନୀତିରେ ସାମିଲ ଥିଲେ ସେମାନଙ୍କୁ ଖଣି ନିଲାମରୁ ବାଦ୍‌ ଦିଆଯାଉ। ଯେଉଁମାନଙ୍କର ଷ୍ଟିଲ ଓ ଲୁହା ଉତ୍ପାଦନ କାରଖାନା ଅଛି ସେମାନଙ୍କୁ ଏହି କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉ। ଖଣି ଓ ଖଣିଜଭିତ୍ତିକ ଶିଳ୍ପ ସଂସ୍ଥାରେ ଥିବା ନିଯୁକ୍ତିରେ ସ୍ଥାନୀୟ ଓଡିଆ ଯୁବକମାନେ କିପରି ନିଯୁକ୍ତି ପାଇବେ ତାହା ନିଶ୍ଚିତ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଚିଠି ଲେଖି ଅନୁରୋଧ କରିଛନ୍ତି। ବିରୋଧୀ ଦଳ ନେତା ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଖଣି ବିଭାଗ ନିଲାମରେ ଭାଗନେବାକୁ ଯାଉଥିବା ଖଣି କମ୍ପାନୀ ଗୁଡିକର ସ୍ଥାନୀୟ ବିକାଶ ପାଇଁ କ’ଣ କରିବେ ତାହା ଆଗୁଆ ସାଧାରଣରେ ପ୍ରକାଶ କରନ୍ତୁ। କିପରି ପ୍ରାକୃତିକ ସମ୍ବଳକୁ ଉଚିତ ବିନିଯୋଗ କରାଯାଇ ଗରିବ ଲୋକଙ୍କ ଆର୍ଥତ୍କ ପ୍ରଗତି ଅଣାଯିବ ତାହା ସରକାରଙ୍କ ପ୍ରାଥମିକତାରେ ରହିବା ଉଚିତ। କେନ୍ଦୁଝର ଜିଲାର ଲୁହାପଥରରେ ସାରା ଦେଶରେ ଷ୍ଟିଲ ନିର୍ମାଣ ହେଉଛି କିନ୍ତୁ ସେଠାରେ ୬୨ପ୍ରତିଶତ ଲୋକ ଗରିବ। ଏସିଆର ବକ୍ସାଇଟ କ୍ୟାପିଟାଲ କୁହାଯାଉଥିବା କୋରାପୁଟ ଆଦିବାସୀ ଲୋକଙ୍କ ଆର୍ଥତ୍କ ସ୍ଥିତି କେତେ ପଛରେ ତାହା ସମସ୍ତେ ଜାଣନ୍ତି। ବର୍ତ୍ତମାନ ମଧ୍ୟ କୋରାପୁଟ ଜିଲା ଦେଶର ସବୁଠାରୁ ପଛୁଆ ଜିଲା ତାଲିକାରେ ଆସୁଛି। ୭୯ପ୍ରତିଶତ ଲୋକ ବିପିଏଲ ତାଲିକାରେ ଅଛନ୍ତି। ଶିଳ୍ପାୟନର ସ୍ପପ୍ନ ଦେଖାଇ ରାଜ୍ୟର ବହୁମୁଲ୍ୟ ଖଣିଜ ସମ୍ପଦର ଦୁରୁପଯୋଗ ଓ ଲୁଟ ଚାଲିଛି। ଖଣି ଚୋରି ପ୍ରଘଟ ହେବା ପରେ ୨୦୧୪ ନିର୍ବାଚନର ଠିକ ପୂର୍ବରୁ ଲୁଣ୍ଠନକାରୀ ଖଣି ମାଲିକଙ୍କଠାରୁ ୫୯ ହଜାର କୋଟି ଟଙ୍କା ଜରିମାନା ଆଦାୟର ନୋଟିସ ରାଜ୍ୟ ସରକାର ଦେଇଥିଲେ। ମାତ୍ର ସୁପ୍ରିମକୋର୍ଟଙ୍କ ରାୟର ମିଛ ବାହାନା କରି ୧୭ରୁ ୧୮ ହଜାର କୋଟି ଟଙ୍କା ମଧ୍ୟରେ ଜରିମାନା ଆଦାୟ ପାଇଁ ସରକାର କାହିଁକି ନିଷ୍ପତ୍ତି ନେଲେ। ଖଣି ଦୁର୍ନୀତିରେ ସମ୍ପୃକ୍ତ ମାଲିକଙ୍କୁ ସରକାରଙ୍କ ମାଇନିଂ ରପ୍ତାନି ନୀତି ସବୁଠାରୁ ବେଶି ସୁହାଇଥିଲା। ରାଜ୍ୟର ବହୁ ବିଧାୟକ ଖଣି ଚୋରି ନେଇ ଜୁନ୍‌ ୨୦୦୭ରେ ମୁଖ୍ୟମନ୍ତ୍ରୀଙ୍କୁ ମାଇନିଙ୍ଗ ଏକ୍ସପୋର୍ଟ ବନ୍ଦ କରିବା ପାଇଁ ଏକ ଚିଠି ଲେଖିଥିଲେ। ବିଧାୟକଙ୍କ ଉଦ୍‌ବେଗର ୫ବର୍ଷ ପରେ ଅର୍ଥାତ ସବୁ ଚୋରି ହୋଇ ଖାଲିହୋଇ ଗଲା ପରେ ୨୦୧୨ରେ ମୁଖ୍ୟମନ୍ତ୍ରୀ ଖଣି ଉତ୍ତୋଳନ ବନ୍ଦ କରିବାକୁ କହିଲେ। ରାଜ୍ୟରେ କାରଖାନା ହେଲେ ଖଣିଜ ସମ୍ପଦର ଲାଭ ରାଜ୍ୟବାସୀ ପାଇପାରନ୍ତେ। କାରଖାନାଗୁଡିକରେ ନିଯୁକ୍ତି ସୃଷ୍ଟି ହୋଇପାରନ୍ତା। ଆମ ଖଣିଜ ସମ୍ପଦର ସୁବିନିଯୋଗ କରିବା ପାଇଁ ରାଜ୍ୟରେ ଲୁହା ଓ ଷ୍ଟିଲ କାରଖାନା ବସାଇବା ଦିଗରେ ଯତ୍ନବାନ ହେବାକୁ ବିରୋଧୀ ଦଳ ନେତା ଦାବି କରିଛନ୍ତି।


All Right Reserved By Dharitri.Com

ଜାତୀୟ କିକ୍‌ ବକ୍ସିଂରେ ଚମକିଲେ ଢେଙ୍କାନାଳର କ୍ରୀଡ଼ାବିତ୍‌

ଢେଙ୍କାନାଳ ଅଫିସ, ୩୦ା୭ ହରିୟାଣାର ରୋହତକରେ ଆୟୋଜିତ ଜାତୀୟ ସିନିୟର କିକ୍‌ ବକ୍ସିଂ ପ୍ରତିଯୋଗିତାରେ ଚମକିଛନ୍ତି ଢେଙ୍କାନାଳର କ୍ରୀଡ଼ାବିତ୍‌। ଏଥିରେ ଭାଗ ନେଇଥିବା ଖ୍ୟାତନାମା ମହିଳା...

ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପ୍‌ଟପ୍‌ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ୨୦୧୯-୨୦ ବର୍ଷ ପାଇଁ ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପ୍‌ଟପ୍‌ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଲୋକସେବା ଭବନରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁକ୍ତ-୨ର ୧୦ଜଣ...

ଆୟୁର୍ବେଦର ସୁବର୍ଣ୍ଣ ଯୁଗ ଆସୁଛି

ବ୍ରହ୍ମପୁର ନିକଟ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟର ଶିଶୁରୋଗ ବିଶେଷଜ୍ଞ ତଥା ଅଧ୍ୟାପକ ଡା. ବିମଳ କୁମାର ପଣ୍ଡାଙ୍କ ଇଚ୍ଛାଶକ୍ତି ତାଙ୍କ...

ସମ୍ବଲପୁର ରେଳ ଡିଭିଜନ ଦେଶରେ ପ୍ରଥମ

ସମ୍ବଲପୁର,୧୭-୯(ବ୍ୟୁରୋ):ରେଳ ବୋର୍ଡ ୫୮ଟି ଦିଗକୁ ଆଧାର କରି ବିଭିନ୍ନ ରେଳ ମଣ୍ଡଳକୁ ମାର୍କ ଦେଇଛି। ଏଥିରେ ସମ୍ବଲପୁର ରେଳମଣ୍ଡଳ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି।...

ଭଙ୍ଗା ଗଢ଼ାରେ ଜବରଦଖଲ ଉଚ୍ଛେଦ

ସ୍ଥିତପ୍ରଜ୍ଞ ମିଶ୍ର ଭୁବନେଶ୍ୱର, ୫।୯(ବ୍ୟୁରୋ): ମୁଖ୍ୟ ଡ୍ରେନ ହେଉ ଅବା ସ୍କୁଲ ଆଗ ସବୁଠି ଜବରଦଖଲକାରୀଙ୍କ ରାଜ। ରାସ୍ତାପାଖ ଦୋକାନୀମାନେ ନିଜ ଇଚ୍ଛା ମୁତାବକ ସେମାନଙ୍କ ଦୋକାନ...

ବାଉରୀ ନାଳରେ ପୋଲ ନିର୍ମାଣ ହେଉନି: ବର୍ଷା ହେଲେ ଯାତାୟାତ ଠପ୍‌

ଛେଣ୍ଡିପଦା,୨୮ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା-ପରା ପଥରପୁଞ୍ଜି ଗ୍ରାମ ରାସ୍ତାର ମଧ୍ୟଭାଗରେ ପ୍ରବାହିତ ବାଉରୀ ନାଳ ଉପରେ ଦୀର୍ଘଦିନର ଦାବି ସତ୍ତ୍ୱେ ସ୍ଥାୟୀ ପୋଲ...

ଚିନ୍ତା ବଢ଼ାଇଲାଣି ସ୍ବଳ୍ପ ବୃଷ୍ଟି

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ରାଜ୍ୟରେ ମରୁଡ଼ି ପରିସ୍ଥିତି ଉପୁଜିଲାଣି। ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ ଉଜୁଡ଼ି ଗଲାଣି। ଅନେକ...

ବିଜେଡି ବିଧାୟକ ଦଳ ବୈଠକରେ ବଦଳିଲା ସ୍ବର : ତୁଣ୍ଡରେ କେନ୍ଦ୍ର ଅବହେଳାର ଶବ୍ଦ ନାହିଁ

ଭୁବନେଶ୍ୱର,୨୪ା୬(ବ୍ୟୁରୋ) : ସମୟ ବଦଳିବା ସହ ରାଜନୀତିରେ ସ୍ବର ବଦଳିଥାଏ। ବଦଳୁଥିବା ସ୍ବର ନୂଆ ରଣନୀତିର ରୂପ ନିଏ। ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟ ରାଜନୀତିରେ ସେପରି...

Leave a comment

Your email address will not be published. Required fields are marked *