ବିମାନବନ୍ଦରରୁ ଅଧକୋଟି ଟଙ୍କାର ସୁନା ଜବତ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର ପୁଣି ଜଣେ ଯାତ୍ରୀଙ୍କଠାରୁ ୧୩୧୦.୬୫୦ ଗ୍ରାମର ଦୁଇଟି ସୁନା ବିସ୍କୁଟ ଜବତ କରାଯାଇଛି। ଏହି ସୁନା ବିସ୍କୁଟଟି ୯୯ ପ୍ରତିଶତ ଶୁଦ୍ଧ ହୋଇଥିବାବେଳେ ବଜାର ମୂଲ୍ୟ ୫୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ତେବେ ଏହାକୁ ଚାଲାଣ କରୁଥିବା କେରଳର ଜଣେ ବ୍ୟକ୍ତିଙ୍କୁ କଷ୍ଟମ ବିଭାଗ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଯାତ୍ରୀ ଜଣକ ବୁଧବାର ରାତି ପ୍ରାୟ ୯ଟାରେ ଏୟାର ଏସିଆ ବିମାନ (ନଂ.ଏକେ-୩୧)ରେ କ୍ୱାଲାଲମ୍ପୁରରୁ ସୁନା ବିସ୍କୁଟ ଧରି ଭୁବନେଶ୍ୱର ଆସିଥିଲେ। ଏ ସମ୍ପର୍କରେ ସୂଚନା ପାଇବା ପରେ କଷ୍ଟମ ବିଭାଗର ଅଧିକାରୀମାନେ କଡ଼ା ନଜର ରଖିଥିଲେ। ଯାତ୍ରୀ ଜଣକ ବିମାନବନ୍ଦରରୁ ବାହାରକୁ ଯାଉଥିବାବେଳେ ତାଙ୍କର ଚାଲିଚଳନ ଦେଖି ସନ୍ଦେହ ହୋଇଥିଲା। ତାଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ସେ ଆଣିଥିବା ବ୍ୟାଗ୍‌ରେ ଏକ ହଳଦୀ ପାଉଡର ପ୍ୟାକେଟ ଭିତରେ ଦୁଇଟି ସୁନା ବିସ୍କୁଟ ଥିବା ଜଣାପଡ଼ିଥିଲା। କଷ୍ଟମ ବିଭାଗ ଅଧିକାରୀମାନେ ଉକ୍ତ ସୁନା ବିସ୍କୁଟକୁ ଜବତ କରିବା ସହ ଯାତ୍ରୀ ଜଣଙ୍କୁ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରିଥିଲେ। ସେ ଜଣେ ସୁନା ମାଫିଆଙ୍କ ଇସାରାରେ କାମ କରୁଥିବା କହିଥିଲେ। ଏଥିପାଇଁ ତାଙ୍କୁ ଚାଲାଣ ସୁନାର ୩୦ ପ୍ରତିଶତ ଅର୍ଥ ମିଳିଥାଏ। ଫୋନ୍‌ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ସୁନା ମାଫିଆଙ୍କ ସହ ଓଡିଶାର ଅନେକ ଅଳଙ୍କାର ବ୍ୟବସାୟୀ ଯୋଗାଯୋଗ କରିଥାନ୍ତି। ସୁନା ମାଫିଆ ଜଣକ କିଏ, ସେ ରାଜଧାନୀର କେଉଁଠିକୁ ସୁନା ପଠାଇଥିଲେ ସେ ସମ୍ପର୍କରେ ଯାତ୍ରୀ ଜଣକ କିଛି ବି କହି ନ ଥିଲେ। ତେବେ ରାଜଧାନୀର ଜଣେ ଅଳଙ୍କାର ବ୍ୟବସାୟୀଙ୍କ ପାଖକୁ ଏହି ସୁନା ଆସୁଥିଲା ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ଦୁଇବର୍ଷରେ ଚାଲାଣବେଳେ କେବଳ ବିମାନବନ୍ଦରରୁ ପ୍ରାୟ ୧୧କେଜି ସୁନା ଜବତ କରାଗଲାଣି। ଏହାସହ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଧରାପଡିଲେଣି। ଅନ୍ୟପକ୍ଷରେ ଟ୍ରେନ୍‌ରେ ମଧ୍ୟ ସୁନା ଚାଲାଣ ଚାଲିଛି। ଗତ ଅକ୍ଟୋବର ୧୧ରେ ହାଓଡାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେକ୍ସ (ନଂ.୧୨୧୦୨)ରୁ ୧୨.୯ କେଜିର ସୁନା ଜବତ କରାଯାଇଥିଲା। ୫ କୋଟି ଟଙ୍କା ମୂଲ୍ୟର ଏହି ସୁନାକୁ ସୁଟ୍‌କେସ୍‌ ଭିତରେ ୧୧୦ ଖଣ୍ଡ ବିସ୍କୁଟ ଆକାରରେ ରଖାଯାଇ ଚାଲାଣ କରାଯାଉଥିଲା। ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଥିଲା। ଏହି ର଼୍ୟାକେଟରେ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦଙ୍କ ହାତ ରହିଥିବା ଚର୍ଚ୍ଚା ହୋଇଥିଲା।


All Right Reserved By Dharitri.Com

ଡ୍ରୋନ୍‌ରୁ ଉତ୍ତୋଳିତ ଶ୍ରୀମନ୍ଦିର ଚିତ୍ର ଭାଇରାଲ୍‌

ପୁରୀ ଅଫିସ, ୨୩ା୧୦: ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଫଟୋ ଉଠାଇବା କିମ୍ବା ଭିଡିଓ ଉତ୍ତୋଳନ କରିବା ନେଇ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଏହାସତ୍ତ୍ବେ ସୁରକ୍ଷା...

ବାଲୁକାକଳାରେ ସୁଦର୍ଶନଙ୍କ ବାର୍ତ୍ତା: ‘ମହିଳାଙ୍କୁ ସମ୍ମାନ ଦିଅ’

ଭୁବନେଶ୍ୱର, ୫।୧୨(ବ୍ୟୁରୋ): ଦେଶ ତଥା ରାଜ୍ୟରେ ଏବେ ନାରୀ ନିର୍ଯାତନା, ବଳାତ୍କାର, ହତ୍ୟା ଭଳି ଘଟଣା ଦିନକୁ ଦିନ ବଢ଼ିଚାଲିଥିବା ବେଳେ ମହିଳାମାନଙ୍କୁ ସମ୍ମାନ ଦେବାକୁ...

ଏସ୍‌ସିବି ମେଡିକାଲରେ ବିଦ୍ୟୁତ୍‌ ବିଭ୍ରାଟ ସାଢ଼େ ୯ ଘଣ୍ଟା କଲବଲ ହେଲେ ରୋଗୀ

କଟକ ଅଫିସ, ୧୩ା୬: ବୁଧବାର ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ସାଢେ ୭ଟା ପର୍ଯ୍ୟନ୍ତ ଏସ୍‌ସିବି ମେଡିକାଲ ସର୍ଜରୀ ୱାର୍ଡର ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ ଥିଲା। କାହା...

ବିବାଦରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):୨୦୧୭ ଏବଂ ୨୦୧୮ ମସିହା ଲାଗି ଘୋଷଣା ହୋଇଥିବା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରକୁ ନେଇ ପୁଣିଥରେ ବିବାଦ ଉପୁଜିଛି। ନାଟ୍ୟାନୁଷ୍ଠାନ ‘ଏବଂ ଆମେ’ର...

କଟକ ଡାକଟିକଟ ସଂଗ୍ରହାଳୟର ୭୦ ବର୍ଷ ପୂର୍ତ୍ତି

କଟକ ଅଫିସ୍‌,୨୬।୬: କଟକ ନଗର ମଣ୍ଡଳ ଅଧୀନ ଡାକଟିକଟ ସଂଗ୍ରହାଳୟର ୭୦ ବର୍ଷ ପୂର୍ତ୍ତି କଟକ ପ୍ରଧାନ ଡାକଘର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...

ଶ୍ରୀମନ୍ଦିର ସଂସ୍କାର ମାମଲାର ରାୟ ଶୁକ୍ରବାର

ନୂଆଦିଲ୍ଲୀ,୨୩-୧୦(ସ୍ବ.ପ୍ର.):ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଉତ୍ତମ ବ୍ୟବସ୍ଥା ନିମନ୍ତେ ସୁପ୍ରିମ୍‌କୋର୍ଟରେ ଚାଲିଥିବା ସଂସ୍କାର ମାମଲାର ଏକ ରାୟ ଆସନ୍ତା ଶୁକ୍ରବାର ପ୍ରକାଶ ପାଇବ।...

କନିଅର ମଞ୍ଜି ଖାଇ ଆତ୍ମହତ୍ୟା

ବଡବିଲ, ୨୨।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ମାଗାଜିନ ହଟିଂରେ ଅର୍ଜୁନ ହାଇବୁରୁ ନାମକ ଜଣେ ବ୍ୟକ୍ତି କନିଅର ମଞ୍ଜି ଖାଇ ଆତ୍ମହତ୍ୟା କରିଛନ୍ତି।...

ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର: କାର୍ଯ୍ୟକ୍ଷମ ହେଉନି ବର୍ଯ୍ୟବସ୍ତୁ ଭଷ୍ମକ ଯନ୍ତ୍ର

ଲାଠୋର,୧୩ା୧୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ମଧ୍ୟଦେଇ ଗତି କରୁଥିବା ଅଭିଯୋଗ ହୋଇଛି। କେନ୍ଦ୍ର ଉପରେ ଅଞ୍ଚଳର...

Leave a comment

Your email address will not be published. Required fields are marked *