ବେଧଡକ ଚାଲିଛି ଗଛକଟା, ଧ୍ୱଂସ ପାଉଛି ଜଙ୍ଗଲ

ଲେଫ୍ରିପଡା,୧୫।୧୧(ଡି.ଏନ.ଏ) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗୁଣ୍ଡିଆଡିହି ସେକ୍‌ସନ ଅଞ୍ଚଳରେ ବେଧଡକ ଭାବେ ଗଛକଟା ଚାଲଛି। ଫଳରେ ଜଙ୍ଗଲ ନଷ୍ଟ ହୋଇଯାଉଛି। ବନବିଭାଗ ନିଷ୍କ୍ରିୟ ହୋଇଥିବା ଦେଖାଦେଇଛି। ଜଙ୍ଗଲ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କାର ଅର୍ଥ ବିନିଯୋଗ କରି ବ୍ୟାପକ ବୃକ୍ଷ ରୋପଣ କରିଚାଲିଛନ୍ତି। ଅନ୍ୟ ପଟେ ବନ କମର୍କଚାରୀଙ୍କ ଖାମଖିଆଲୀ ମନୋଭାବ ଯୋଗୁ ଜଙ୍ଗଲରୁ ଗଛ ଚୋରି ହେଉଥିଲେ ବି ବନ ବିଭାଗ କର୍ମଚାରୀ ଜାଣିପାରୁ ନାହାନ୍ତି। ଗୁଣ୍ଡିଆଡିହି ସେକ୍‌ସନ ଅନ୍ତର୍ଗତ ବୁଡାପାହାଡ, ଦଲକି ଅଞ୍ଚଳରେ ବହୁସଂଖ୍ୟାରେ ଜଙ୍ଗଲରୁ ଶାଗୁଆନ, ଶାଳ, ବିଜା ଇତ୍ୟାଦି ମୂଲ୍ୟବାନ କାଠ ଚୋରି ହେଉଥିବା ଅଭିଯୋଗ ହେଉଛି। ଏହି ଅଞ୍ଚଳରୁ ଦୈନିକ ରାତ୍ରିରେ କାଠପଟା ବିଭିନ୍ନ ଗାଡିରେ ସହରକୁ ଚୋରା ଚାଲାଣ ହେଉଛି। ଅନ୍ୟପକ୍ଷରେ କୁଆଡେ ବନବିଭାଗର କର୍ମଚାରୀଙ୍କ ସହ କାଠ ବ୍ୟବସାୟୀଙ୍କ ଭିତିରି ସମ୍ପର୍କ ରହୁଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ବେଆଇନ ପଥର କ୍ୱାରୀ ଖୋଳା ଯାଉଥିବା ଦେଖିବାକୁ ମିଳୁଛି। ନିୟମିତ ବହୁ ପରିମାଣର ପଥର ଟ୍ରାକ୍ଟର ଯୋଗେ ଆଖପାଖ ଅଞ୍ଚଳକୁ ଚାଲାଣ ହେଉଛି। ବିଭିନ୍ନ ରାସ୍ତା କାମ ପାଇଁ ଠିକାଦାରମାନେ ସ୍ଥାନୀୟ ଫରେଷ୍ଟରଙ୍କୁ ଧରାଧରି କରି ସଂରକ୍ଷିତ ଜଙ୍ଗଲରୁ ମେଟାଲ ସଂଗ୍ରହ କରୁଥିବାର ଅଭିଯୋଗ ରହିଛି। ସରକାର ଜଙ୍ଗଲ ସମ୍ପଦକୁ ରକ୍ଷା କରିବା ଦିଗରେ ଗ୍ରାମ୍ୟ ବନସୁରକ୍ଷା କମିଟି ଗଠନ କରି ବିଭିନ୍ନ କ୍ଷେତ୍ରରେ ସଚେତନତା ଜାରି ରଖୁଥିବା ବେଳେ ଏ ଦିଗରେ ସଚେତନତା କେବଳ ସୀମିତ ରହିଯାଉଛି। ବନବିଭାଗ ପକ୍ଷରୁ ଗୁଣ୍ଡିଆଡିହିଠାରେ ସେକ୍‌ସନ କାର୍ଯ୍ୟାଳୟ ରହିଛି। ସେକ୍‌ସନ କାର୍ଯ୍ୟାଳୟରେ କାର୍ଯ୍ୟରତ ଫରେଷ୍ଟର କୁଆଡେ ମନଇଚ୍ଛା ସେକ୍‌ସନ ଏରିଆକୁ ଯାଉଥିବା ବେଳେ ମାତ୍ର କେତେଜଣ ଫରେଷ୍ଟଗାର୍ଡଙ୍କ ତତ୍ତ୍ୱାବଧାନରେ ବନ ବିଭାଗ ଚାଲିଛି ବୋଲି ଅଭିଯୋଗ ହେଉଛି। ବନ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ବନ ସଂରକ୍ଷଣ ଏବଂ ବନବାସୀଙ୍କ ପାଇଁ ଉନ୍ନୟନ କାର୍ଯ୍ୟ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଏଠାରେ କେବଳ କାଗଜପତ୍ରରେ ଚାଲିଥିବା ଅଭିଯୋଗ ରହିଛି। ଏହା ଦ୍ୱାରା ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରି ଚଳୁଥିବା ବନବାସୀଙ୍କ ଜୀବନଜୀବିକା ପ୍ରତି ବିପଦ ଦେଖାଦେବାର ସମ୍ଭାବନା ରହିଛି। ବିଭାଗୀୟ କର୍ମଚାରୀଙ୍କ ଜ୍ଞାତବ୍ୟରେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିବାରୁ ସାଧାରଣରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି। ଅପରପକ୍ଷରେ ଗଛ କଟା ନେଇ ଗୁଣ୍ଡିଆଡିହି ଫରେଷ୍ଟର ରୋହିତ କୁମାର ନାଏକଙ୍କୁ ପଚାରିବାରୁ ଆମ୍ଭେ ଜଙ୍ଗଲ ସୁରକ୍ଷା ଦିଗରେ ସଜାଗ ରହିଛୁ। ଯଦି କୌଣସି ଜାଗାରେ ଗଛ କଟା ଚାଲିଛି, ତା ହେଲେ ଆମ ଫରେଷ୍ଟଗାର୍ଡଙ୍କୁ ପଚାରିବି। ଫରେଷ୍ଟଗାର୍ଡଙ୍କ ମଧ୍ୟ ଦାୟିତ୍ୱ ରହିଛି। ଆପଣ ଯଦି କୌଣସି ଜାଗାରେ ଗଛକଟା ଚାଲିଛି ତା’ହେଲେ ସୂଚନା ଦେଲେ ଆମେ ଏହାର ଦିଗରେ ପଦକ୍ଷେପ ନେବୁ ବୋଲି ପ୍ରକାଶ କରିଛନ୍ତି। ଅପରପକ୍ଷରେ ଏହି ସେକ୍‌ସନ ଅଧୀନରେ କାମ୍ପା ଓ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ହୋଇଥିବା ଟ୍ରେଞ୍ଚ ଖୋଳା, ପୋଖରୀ ଖନନ ତଥା ବୃକ୍ଷରୋପଣ ଏବଂ ପଥପାର୍ଶ୍ୱ ବୃକ୍ଷରୋପଣ କାର୍ଯ୍ୟରେ ବ୍ୟାପକ ଅନିୟମିତତ୍‌ା କରାଯାଇଛି। ଅନେକ ପ୍ରକଳ୍ପରେ ରୋପଣ ହୋଇଥିବା ଚାରାର ନାଁ ଗନ୍ଧ ନାହିଁ। ତେଣୁ ଏ ଦିଗରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଦାବି ହୋଇଛିି।


All Right Reserved By Dharitri.Com

କୋରମ୍‌ ଅଭାବରୁ ପଞ୍ଚାୟତ ବୈଠକ ବାତିଲ

ପାତ୍ରପୁର, ୧୦ା୧୨ (ଡି.ଏନ୍‌.ଏ.): ପାତ୍ରପୁର ପଞ୍ଚାୟତ କାର୍ଯ୍ୟାଳୟରେ ସେମାବାର ଚାଲିଥିବା ବୈଠକକୁ କୋରମ୍‌ ଅଭାବରୁ ବାତିଲ୍‌ କରାଯାଇଥିବା ଜଣାପଡ଼ିଛି। ୩ ସନ୍ତାନ ଥିବା ଦର୍ଶାଇ ପରାଜିତ...

ଜିଲାପାଳଙ୍କୁ ଦାବିପତ୍ର ଦେଲେ ଅଞ୍ଚଳବାସୀ: ଫାଣ୍ଡି ସ୍ଥାପନ, ହାତୀ ଉପଦ୍ରବ ରୋକାଯାଉ

ତାଳଚେର,୮ା୧(ନି.ପ୍ର.)- ତାଳଚେର ବ୍ଲକର ସନ୍ଥପଡ଼ା, ଗୁରୁଜାଙ୍ଗୁଲି ଏବଂ ବନ୍ତୋଲ ପଞ୍ଚାୟତର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ସହିତ ବହ୍ଲର ଛକଠାରେ ଏକ ଫାଣ୍ଡି ସ୍ଥାପନ ନିମନ୍ତେ...

ଝୁଲେନବର ପ୍ରାଥମିକ ବିଦ୍ୟାଳୟ ସ୍କୁଲକୁ ନିୟମିତ ଆସୁନାହାନ୍ତି ଶିକ୍ଷକ; ମଧ୍ୟାହ୍ନ ଭୋଜନ ପରେ ସ୍କୁଲ ଛୁଟି

କୋକସରା,୨୨।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଶିକ୍ଷା ବିଭାଗ ଅଧୀନ ଆମପାଣି କ୍ଳଷ୍ଟରର ବଣପାହାଡ଼ ଘେରା ଦୁର୍ଗମ ବରାଡ଼ଙ୍ଗା ପଞ୍ଚାୟତ ଝୁଲେନବର ପ୍ରାଥମିକ ବିଦ୍ୟାଳୟ। ଆଦିବାସୀ...

ଅଣବ୍ୟାଙ୍କିଙ୍ଗ ସଂସ୍ଥାରୁ ଟଙ୍କା ହେରଫେର ଅଭିଯୋଗ

ବାଲେଶ୍ୱର ଅଫିସ,୨୬।୭-ବାଲେଶ୍ୱର ସଦର ଥାନା କୁରୁଡ଼ା ସ୍ବାତୀନଗରରେ ସାଟିନ କ୍ରେଡିଟ୍‌ କେୟାର ନେଟ୍‌ୱାର୍କ ଲିମିଟେଡ୍‌, ହରିୟାନା ରାଜ୍ୟର ଅଣବ୍ୟାଙ୍କିଙ୍ଗ୍‌ ସଂସ୍ଥା ଦେଢ଼ବର୍ଷ ଧରି କାର୍ଯ୍ୟ କରିଆସୁଛି।...

ଦ୍ୱିତୀୟ ଦିନରେ ଓଏମ୍‌ସି କପ୍‌ ଫୁଟବଲ ଟୁର୍ନାମେଣ୍ଟ:ରାଁସୋଳକୁ ପରାସ୍ତକରି ଫାଇନାଲରେ ଚିଙ୍ଗୁଡ଼ିପାଳ

କାଳିଆପାଣି,୬ା୯(ଡି.ଏନ୍‌.ଏ.)- ଖଣି ନିଗମ କାଳିଆପାଣି ଟାଉନଶିପ କଲୋନୀ ପଡ଼ିଆରେ ଚାଲିଥିବା (ଓଡ଼ିଶା ଖଣି ନିଗମ) ଓଏମ୍‌ସି କପ୍‌ ଫୁଟବଲ ଟୁର୍ନାମେଣ୍ଟ ଗୁରୁବାର ଦ୍ୱିତୀୟ ଦିନରେ ପହଞ୍ଚତ୍ଛି।...

ଟ୍ରେନରୁ ଧରାପଡ଼ିଲେ ୨ ନାବାଳକ ଲୁଟେରା

ବାଲେଶ୍ୱର ଅଫିସ, ୧।୭-ଏକ ନାବାଳକ ଲୁଟେରା ଗ୍ୟାଙ୍ଗ ଦ୍ୱାରା ଚଳନ୍ତା ରେଳଗାଡ଼ିରୁ ମୋଇବାଲ ଫୋନ୍‌ ଚୋରି ଘଟଣା ପଦାକୁ ଆସିଛି। ଏହି ସୂଚନାକୁ ଆଧାର କରି...

ଭାଲୁ ତାଡ଼ିଦେଲା ଦୁଇ ଆଖି

ଉଦଳା,୨୦ା୧୨(ଡି.ଏନ୍‌.ଏ.) – ଘର ବାଡ଼ି ପାଖକୁ ଗୋରୁ ଖୋଜିବାକୁ ଯିବା ହେଲା କାଳ । ବାଉଁଶବୁଦାରେ ଲୁଚି ରହିଥିବା ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି ଜଣେ...

କଣ୍ଟାମାଳରେ ଭାଜପା, ବୌଦ୍ଧରେ ବିଜେଡି ଆଗୁଆ

ବୌଦ୍ଧ,୨୩।୫: ୧୦ ରାଉଣ୍ଡ ଗଣତି ସୁଦ୍ଧା କଣ୍ଟାମାଳ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଚରଣ ଡାଙ୍ଗ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ମହୀଧର ରଣାଙ୍କଠାରୁ ୫୩୨୦...

Leave a comment

Your email address will not be published. Required fields are marked *