ଜେଏସ୍‌ପିଏଲ୍‌ରେ ବିଶ୍ୱ ଗୁଣବତ୍ତା ଦିବସ: ନିରନ୍ତର ଉନ୍ନତି ପାଇଁ ଏକ ସୁଯୋଗ

ଅନୁଗୋଳ ଅଫିସ, ୧୫।୧୧-ଅନୁଗୋଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସ୍‌ପିଏଲ୍‌) ପ୍ଲାଣ୍ଟ ପରିସରରେ ଗୁରୁବାର ବିଶ୍ୱ ଗୁଣବତ୍ତା ଦିବସ ପାଳିତ ହୋଇଯାଇଛି। ଜେଏସ୍‌ପିଏଲ୍‌ ଓଡ଼ିଶା ମୁଖ୍ୟ ପରିଚାଳନା ଅଧିକାରୀ ପଙ୍କଜ ଗୌତମ, ଇସ୍ପାତ ନିର୍ମାଣ ବିଭାଗ ମୁଖ୍ୟ ଦାମୋଦର ମିତ୍ତଲ, ମ୍ୟାନେଜମେଣ୍ଟ ପ୍ରତିନିଧି ଖିଲାବନ ଆର. ସାହୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟ ପରିଚାଳନା ଅଧିକାରୀ ପଙ୍କଜ ଗୌତମ କହିଥିଲେ ଯେ, ଦୈନନ୍ଦିନ କାର୍ଯ୍ୟ ପ୍ରଣାଳୀରେ ନିରନ୍ତର ଉନ୍ନତି ଆଣିବା ପାଇଁ ବିଶ୍ୱ ଗୁଣବତ୍ତା ଦିବସ ଏକ ସୁଯୋଗ ଦେଇଥାଏ। ଆମର ଉପଲବ୍ଧତ୍ ଓ ପ୍ରତିବଦ୍ଧତାର ଠିକ୍‌ ମୂଲ୍ୟାଙ୍କନ ଦ୍ୱାରା କିପରି ଆଗାମୀ ଦିନରେ ଅଧିକରୁ ଅଧିକ ଉନ୍ନତି ଲାଭ କରିପାରିବା ସେଥିପାଇଁ ପ୍ରୋତ୍ସାହନ ମିଳେ। ଇସ୍ପାତ ନିର୍ମାଣ ବିଭାଗ ମୁଖ୍ୟ ମିତ୍ତଲ ଯୁବ ଇଞ୍ଜିନିୟରମାନଙ୍କୁ ଗୁଣବତ୍ତା ସମ୍ପନ୍ନ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ବିଭିନ୍ନ ବିଭାଗୀୟ ମୁଖ୍ୟ ଏବଂ ବହୁ ସଂଖ୍ୟାରେ କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶତାଧିକ କର୍ମଚାରୀ ଗୁଣବତ୍ତା ସମ୍ବନ୍ଧୀୟ ନିଜ ନିଜର ବିଚାର ତଥା ଉତ୍ପାଦ ପ୍ରଦର୍ଶିତ କରିଥିଲେ। କର୍ମଚାରୀଙ୍କ ମଧ୍ୟରେ ବକ୍ତୃତା, ସାଧାରଣଜ୍ଞାନ, ଲୋଗୋ ଓ ପୋଷ୍ଟର ଡିଜାଇନ୍‌, ସ୍ଲୋଗାନ, ପ୍ରବନ୍ଧ ଆଦି ପ୍ରତିଯୋଗିତା ଆୟୋଜନ ସହ ସଫଳ ପ୍ରତିଭାଗୀଙ୍କୁ ପୁରସ୍କୃତ କରାଯାଇଥିଲା।


All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ

ଦାରିଙ୍ଗବାଡି,୨୯ା୧୨(ଡି.ଏନ୍‌.ଏ.)- ଦାରିଙ୍ଗବାଡିକୁ ବୁଲିବାକୁ ଆସିଥିବା ଜଣେ ପଶ୍ଚିମବଙ୍ଗର ମହିଳା ପର୍ଯ୍ୟଟକଙ୍କ ଶୁକ୍ରବାର ପାହାନ୍ତାରେ ମୃତ୍ୟୁ ହୋଇଛି। ସେ ହେଲେ ବାସୁନଗର ଅଞ୍ଚଳର ରୀନା ଘୋଷ (୬୦)...

ମଣ୍ଡିରୁ ଶୀଘ୍ର ଧାନ ଉଠାଣ ଦାବି: ଚାଷୀଙ୍କ ରାସ୍ତାରୋକୋ

ଜୁନାଗଡ/ଦାସିଗଁା,୨୦।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଲଗୁଡା ନୀଳ ମାଧବ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାନୀୟ ଚାଷୀମାନେ ମଣ୍ଡିରୁ ଶୀଘ୍ର ଧାନ ଉଠାଣ କରିବା ଦାବିରେ...

ଜୀବନ ଗଲା ପରେ ପ୍ରଶାସନର ଚେତା ପଶିଲା:ଭାରିଯାନ ଚଳାଚଳ ଉପରେ ଅଙ୍କୁଶ

ବନ୍ତ, ୯।୭ (ସ୍ବ.ପ୍ର.) – ଭଦ୍ରକ-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥରେ ରବିବାର ରାତିରେ ହାଇୱା ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ପ୍ରଶାସନର ଚେତା...

କମ୍ପାନୀ ବିରୋଧରେ ଚାଲିଥିଲା ଅନଶନ: ୬୫ ଦିନରେ ଅନଶନକାରୀଙ୍କୁ ଉଠାଇଲା ପୋଲିସ

ଚମ୍ପୁଆ, ୨୧।୮(ଡି.ଏନ.ଏ)- ଦୀର୍ଘ ୬୫ଦିନରେ ପହଞ୍ଚିଥିବା ବଡକାଳିମାଟି ବାସୀଙ୍କ ଅନଶନକୁ ପୋଲିସ ମଙ୍ଗଳବାର ନାକାମ କରିବା ସହିତ ଅନଶନକାରୀଙ୍କୁ ଅନଶନସ୍ଥଳରୁ ଉଠାଇ ଘରକୁ ପଠାଇଦେଇଥିବା ଜଣାଯାଇଛି।...

ରାସ୍ତାକଡ଼କୁ ଓଲଟିଲା ସ୍କୁଲ ବସ୍‌

ବାସୁଦେବପୁର,୩।୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଜଗନ୍ନାଥପୁର-ବାଲିଛନ୍ଦା ଘାଟ ରାସ୍ତା କଣ୍ଟିଆ ନାଳୀପୋଲ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଏକ ସ୍କୁଲ...

ସାବରମତି ରିଭରଫ୍ରଣ୍ଟ ଢାଞ୍ଚାରେ ହେବ ମହାନଦୀ ପଠାର ବିକାଶ

କଟକ ଅଫିସ, ୧୪ା୧୨: କଟକରେ ଦେଖିବାକୁ ମିଳିବ ଗୁଜରାଟର ସାବରମତି ରିଭରଫ୍ରଣ୍ଟ ଭଳି ପ୍ରକଳ୍ପ। ବାଲିଯାତ୍ରା ତଳପଡ଼ିଆରୁ ଯୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟ ସାମ୍ନା ପର୍ଯ୍ୟନ୍ତ ମହାନଦୀ...

ପୁତୁରା ହତ୍ୟାକାରୀଙ୍କୁ ଆଜୀବନ ଜେଲ

କେନ୍ଦୁଝର,୭।୨(ସ୍ବ.ପ୍ର.)-ଜଣେ ଯୁବକ ନିଜର ୭ ବର୍ଷର ପୁତୁରାକୁ ହତ୍ୟା କରିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇଛନ୍ତି ା କେନ୍ଦୁଝର ଜିଲା ଦୌରାଜଜ ବେଣୁଧର ପାତ୍ର ଦୋଷୀ କୈଳାସ...

ରାତିରେ ହେଉଛି ଗୋ ଚାଲାଣ

କୁଆମରା,୧୬।୧୨(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲାର ବିଭିନ୍ନ ସାପ୍ତାହିକ ଗୋରୁହାଟରୁ ପଡ଼ୋଶୀ ପଶ୍ଚିମବଙ୍ଗକୁ ରାତ୍ରି ସମୟରେ ପିକ୍‌ଅପ ଭ୍ୟାନ ଯୋଗେ ବେଆଇନ ଭାବେ ଗୋ ଚାଲାଣ ହେଉଛି। ଉଦଳା ଉପଖଣ୍ଡରୁ...

Leave a comment

Your email address will not be published. Required fields are marked *