ଅଭିବୃଦ୍ଧି ପୂର୍ବାନୁମାନ ୫.୬%କୁ ଖସାଇଲା ମୁଡିସ୍‌

ନୂଆଦିଲ୍ଲୀ,୧୫-୧୧: ୨୦୧୯ ଲାଗି ଭାରତର ଅଭିବୃଦ୍ଧି ଆକଳନକୁ ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ବୁଧବାର ୫.୬%କୁ ଖସାଇ ଦେଇଛି। ଦେଶର ଅର୍ଥ ବ୍ୟବସ୍ଥାରେ ଆସିଥିବା ଚାହିଦା ହ୍ରାସକୁ ଦୂର କରିବା ଦିଗରେ ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ବୋଲି ମୁଡିସ୍‌ କହିଛି। ଭାରତର ଜିଡ଼ିପି ଅଭିବୃଦ୍ଧି ୨୦୧୮ରେ ୭.୪% ରହିବ ବୋଲି ଏହା କହିଥିଲା। ମାତ୍ର ୨୦୧୯ରେ ଏହା ୬.୨% ସ୍ତର ଛୁଇଁବା ନେଇ ମୁଡିସ୍‌ ପ୍ରଥମେ ପୂର୍ବାନୁମାନ କରିଥିବା ବେଳେ ଏହାକୁ ଦୁଇ ଥର କମାଇ ସାରିଛି। ପ୍ରଥମେ ଅଭିବୃଦ୍ଧି ପୂର୍ବାନୁମାନକୁ ୫.୮% ଏବଂ ପରେ ୫.୬%କୁ ହ୍ରାସ କରାଯାଇଛି। ଭାରତର ମାନ୍ଦାବସ୍ଥା ଅନୁମାନଠାରୁ ଅଧିକ ରହିଥିବା ଏହା ପ୍ରକାଶ କରିଛି। ଗତ ସପ୍ତାହରେ ଭାରତର କ୍ରେଡିଟ୍‌ ଆଉଟ୍‌ଲୁକକୁ ମୁଡିସ୍‌ ସ୍ଥିରରୁ ନେଗେଟିଭ କରିଛି। ବିଶେଷ ଭାବେ ନିବେଶରେ ହ୍ରାସ ଯୋଗୁ ଏହା ଚାହିଦାକୁ ମଧ୍ୟ ପ୍ରଭାବିତ କରିଥିବା ଏହାର ରିପୋର୍ଟରେ ଉଲ୍ଲେଖ ରହିଛି। ଗ୍ରାମାଞ୍ଚଳରେ ନିଯୁକ୍ତି ହ୍ରାସ ଏବଂ ଆର୍ଥତ୍କ ସମସ୍ୟା ଯୋଗୁ ଚାହିଦା ତ୍ୱରାନ୍ବିତ ହୋଇ ନ ଥିବା କୁହାଯାଇଛି।
ମୁଡିସ୍‌ ପକ୍ଷରୁ ପ୍ରକାଶିତ ଗ୍ଲୋବାଲ ମାକ୍ରୋ ଆଉଟ୍‌ଲୁକ ୨୦୨୦-୨୧ରେ ମୁଡିସ୍‌ ଏଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛି। ୨୦୨୦ ଏବଂ ୨୦୨୧ରେ ଭାରତର ଜିଡିପି ଅଭିବୃଦ୍ଧି ୬.୬% ଏବଂ ୬.୭% ରହିବ ବୋଲି ଆକଳନ କରାଯାଇଛି। ପୂର୍ବରୁ ହୋଇଥିବା ଅଭିବୃଦ୍ଧି ପୂର୍ବାନୁମାନଠାରୁ ଏହା ବହୁ ନିମ୍ନରେ ରହିଛି। ୨୦୧୮ ମଧ୍ୟ ଭାଗରୁ ଭାରତର ଅର୍ଥନୈତିକ କାର୍ଯ୍ୟକଳାପ ହ୍ରାସ ଘଟି ଚାଲିଛି। ଦେଶର ଜିଡ଼ିପି ଅଭିବୃଦ୍ଧି ପ୍ରାୟ ୮%ରୁ ୫%କୁ ଖସିଛି। ଦେଶରେ ନିଯୁକ୍ତି ମଧ୍ୟ କମ୍‌ ହେଉଛି। ପୂର୍ବରୁ ନିଯୁକ୍ତି କମ୍‌ ରହିଥିଲେ ମଧ୍ୟ ଚାହିଦା ଉନ୍ନତ ରହିଥିଲା। ମାତ୍ର ବର୍ତ୍ତମାନର ମାନ୍ଦାବସ୍ଥା ଚାହିଦା କମିଯିବାରୁ ଉପୁଜିଥିବା ଏହା ପ୍ରକାଶ କରିଛି।
ମାନ୍ଦାବସ୍ଥା ବିରୋଧରେ ଲଢେଇ ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କର୍ପୋରେଟ ଟିକସକୁ ୩୦%ରୁ ହ୍ରାସ କରି ୨୨% କରାଯାଇଛି। ନୂଆ ମାନୁଫାକଚରିଂ କମ୍ପାନୀଗୁଡିକ ଲାଗି ଟିକସ ହାର ୧୫%କୁ କମିଛି। ନୂଆ ବିଦେଶୀ ନିବେଶ ଆକୃଷ୍ଟ କରିବା ଲାଗି ଏଭଳି ବିଭିନ୍ନ ପଦକ୍ଷେପ ନିଆଯାଉଛି। ଅନ୍ୟ ଏସୀୟ ଦେଶଗୁଡିକୁ ବିଚାର କରି ଟିକସ ହାର ହ୍ରାସ କରିବାକୁ ଯୋଜନା ରଖାଯାଇଛି। ବ୍ୟାଙ୍କ ପୁଞ୍ଜିକରଣ, ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ଦ୍ୱାରା ୪ ବଡ ବ୍ୟାଙ୍କ ଗଠନ, ଅଟୋ ସେକ୍ଟରକୁ ସହାୟତା, ଭିତ୍ତିଭୂମି ନିବେଶ ଲାଗି ଯୋଜନା ଏବଂ ଷ୍ଟାର୍ଟଅପ୍‌ଗୁଡିକ ଲାଗି ଟିକସ ରିହାତିକୁ ସରକାର ଗୁରୁତ୍ୱ ଦେଇଛନ୍ତି। ଅର୍ଥନୀତିକୁ ଗତିଶୀଳ କରାଇବା ଲାଗି ଚାହିଦା ଏକ ପ୍ରମୁଖ କାରକ ହୋଇଥିବା ବେଳେ ଏହାକୁ ଫେରାଇ ଆଣିବା ଲାଗି ସରକାରୀ ପଦକ୍ଷେପଗୁଡିକ ସକ୍ଷମ ହୋଇ ନାହିଁ। ରିଜର୍ଭ ବ୍ୟାଙ୍କ ସୁଧହାର ଧାରା ଜାରି ରଖିବ ବୋଲି ଏହା କହିଛି।


All Right Reserved By Dharitri.Com

୪ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୧-୧୦: ଚଳିତ ସପ୍ତାହରେ ଦେଶର ବିଭିନ୍ନ ପ୍ରାନ୍ତରେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ ଧର୍ମଘଟ ଏବଂ ବିଧାନ ସଭା ନିର୍ବାଚନ ରହୁଥିବା ମହାରାଷ୍ଟ୍ର...

ନୋବେଲ ବିଜେତା ଅର୍ଥନୀତିଜ୍ଞ ଏରିକ ମାକ୍ସିନଙ୍କ ଆହ୍ବାନ; ସବୁ ଦେଶ ମିଶି ଆର୍ଥତ୍କ ସଙ୍କଟର ସାମ୍ନା କରନ୍ତୁ

ନୂଆଦିଲ୍ଲୀ,୫-୧: ବିଶ୍ୱସ୍ତରରେ ଏବେ ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥତ୍କ ସଙ୍କଟ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି ସମସ୍ୟାକରୁ ବାହାରକୁ ଆସିବା ପାଇଁ ସବୁ...

ଭାରତର ଟାରିଫ୍‌ ବୃଦ୍ଧି ଗ୍ରହଣୀୟ ନୁହେଁ: ଟ୍ରମ୍ପ

ଓ୍ବାଶିଂଟନ,୧୦-୭: ଆମେରିକାର ବହୁ ଉତ୍ପାଦ ଉପରେ ଭାରତ ଟାରିଫ୍‌ ବୃଦ୍ଧି କରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାରତର ଟାରିଫ୍‌...

ଲଗାତର ୮ ମାସ ଲାଗି ଉତ୍ପାଦନ କମାଇଲା ମାରୁତି

ନୂଆଦିଲ୍ଲୀ,୧୦-୧୧: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଦେଶର ପ୍ରମୁଖ ଯାନ ନିର୍ମାତା ମାରୁତି ସୁଜୁକି ପକ୍ଷରୁ ଲଗାତାର ଭାବେ ୮ ମାସ ଲାଗି ଉତ୍ପାଦନ...

କର୍ପୋରେଟ ଟିକସ ହ୍ରାସକୁ ଶିଳ୍ପ ବିଶେଷଜ୍ଞଙ୍କ ସ୍ବାଗତ

ଭୁବନେଶ୍ୱର,୭-୭(ବ୍ୟୁରୋ): ୨୦୧୯-୨୦ ଆର୍ଥତ୍କ ବର୍ଷ ବଜେଟରେ କର୍ପୋରେଟ ଟିକସ ହ୍ରାସ ଘୋଷଣାକୁ ଶିଳ୍ପ ବିଶେଷଜ୍ଞମାନେ ସ୍ବାଗତ ଜଣାଇଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ପୁଞ୍ଜି ଯୋଗାଣ, କ୍ଷୁଦ୍ର ବ୍ୟବସାୟୀଙ୍କ...

କେନ୍ଦ୍ରକୁ ଶିବସେନାର ପରାମର୍ଶ;ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ବଞ୍ଚାଅ

ମୁମ୍ବାଇ,୨୩-୪: ଜେଟ୍‌ ଏୟାରଓ୍ବେଜକୁ ଅଧିଗ୍ରହଣ କରି ଏହି ଏୟାରଲାଇନ କର୍ମଚାରୀଙ୍କୁ ବଞ୍ଚାଇବାକୁ ଶିବସେନା ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି। ଦଳର ମୁଖପତ୍ର ‘ସାମ୍‌ନା’ର...

୧୫ ହଜାର ଶାଖା ଖୋଲିବାକୁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭-୧: ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରାଥମିକତା ସ୍ବରୂପ ୨୦୨୦-୨୧ ଆର୍ଥତ୍କ ବର୍ଷରେ ସାରା ଦେଶରେ ୧୫ ହଜାର ନୂଆ ଶାଖା ଖୋଲିବାକୁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ...

ଡିଭିଜ ଲ୍ୟାବ୍‌ ଅଧ୍ୟକ୍ଷଙ୍କୁ ସର୍ବାଧିକ ବେତନ; ଭାରତୀୟ ଔଷଧ ଶିଳ୍ପରେ ସର୍ବାଧିକ

ହାଇଦ୍ରାବାଦ,୧୨-୮: ଡିଭିଜ ଲ୍ୟାବ୍‌ରେଟୋରିଜ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ(ସିଏମ୍‌ଡି) ମୁରଲୀ କେ.ଡିଭିଙ୍କୁ ୨୦୧୮-୧୯ରେ ବେତନ ଓ କମିଶନ ବାବଦରେ ମୋଟ ୫୮.୮୦ ଟଙ୍କା ପ୍ରଦାନ କରାଯାଇଛି।...

Leave a comment

Your email address will not be published. Required fields are marked *