ଶିଶୁଦିବସ: ନେହେରୁଙ୍କ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଲେ ଛାତ୍ରୀଛାତ୍ର

ବାଲିଗୁଡ଼ା,୧୪।୧୧(ଡି.ଏନ୍‌.ଏ.): ବିଶିଷ୍ଟ ରାଷ୍ଟ୍ର ନାୟକ ତଥା ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୦ତମ ଜୟନ୍ତୀ ଅବସରରେ ଶିଶୁଦିବସ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ପ୍ରତ୍ୟୁଷରେ ସମସ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଏକ ବିରାଟ ଶୋଭାଯାତ୍ରାରେ ବାହାରି ବଜାର ଛକରେ ଥିବା ନେହେରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପୂର୍ବାହ୍ନରେ ବିଦ୍ୟାଳୟଗୁଡିକରେ ଏକ ସଭାର ଆୟୋଜନ ହୋଇଥିଲା। ଏଥିରେ ବିଦ୍ୟାଳୟର ରଜନୀକାନ୍ତ ଦାସ, ପବିତ୍ର ମୋହନ ପାଢ଼ୀ, ପ୍ରଦୀପ କୁମାର ପଣ୍ଡା, ଶିଶିର କାନ୍ତ ଦାସ, ଆର୍ତ୍ତଚନ୍ଦ୍ର ଖଟୁଆ,ପ୍ରହଲ୍ଲାଦ ପ୍ରସାଦ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ନେହେରୁଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପରେ ନେହେରୁଙ୍କ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ବଂଶୀଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।


All Right Reserved By Dharitri.Com

ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଛାତ୍ରଙ୍କୁ ମାଡ଼

କଟକ ଅଫିସ, ୩୦ା୧୦:ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲର ଜଣେ ଛାତ୍ରଙ୍କୁ ମାଡ଼ ମାରିବା ଅଭିଯୋଗରେ ମାଲଗୋଦାମ ଥାନା ପୋଲିସ ମଙ୍ଗଳବାର ଜଣେ ଯୁବକଙ୍କୁ ଅଟକ ରଖିଛି।...

ବିଦ୍ୟୁତ୍‌ ସଂସ୍ପର୍ଶରେ ଯୁବକଙ୍କ ପ୍ରାଣ ଗଲା

ବାଲେଶ୍ୱର ଅଫିସ, ୨୭।୯: ବାଲେଶ୍ୱର ଚାନ୍ଦିପୁର ଥାନା ବଡ଼କିଆ ଗ୍ରାମର ବସନ୍ତ ସାମଲ (୩୫) ଶୁକ୍ରବାର ପୂର୍ବାହ୍ନରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ବସନ୍ତ...

ମାଓବାଦୀ ପ୍ରଭାବିତ ଗ୍ରାମରେ ବିଧାୟକ

ବଇଣ୍ଡା,୨୫।୮(ଡି.ଏନ.ଏ.) – ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଶୁକ୍ରବାର ମାଓବାଦୀ ପ୍ରଭାବିତ ଲକ୍ଷ୍ମୀପୁର ଗ୍ରାମ ପରିଦର୍ଶନରେ କରି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ପାହାଡ଼ିଆ...

୪ ବର୍ଷ ହେଲା ଗଠନ ହୋଇପାରୁନି ଆତ୍ମା କମିଟି: ଖର୍ଚ୍ଚ ହୋଇପାରୁନି ଅନୁଦାନ

ନାଉଗାଁ,୨୧ା୮(ସ୍ବ.ପ୍ର.): କୃଷି ଓ କୃଷକଙ୍କ ଉନ୍ନତି ନିମନ୍ତେ ସରକାର ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ବିଭିନ୍ନ କାରଣରୁ ଚାଷୀମାନେ ଏସବୁ ଯୋଜନାର ସୁଫଳ ପାଇପାରୁ ନ...

ଅନ୍ଧାରୀ ମୁଲକର ଆଲୋକ

ବରଗଡ ଅଫିସ, ୮ା୩ ବରଗଡ଼ ଜିଲା ମାଓବାଦୀ ଅଧ୍ୟୁଷିତ ପାଇକମାଲ ବ୍ଲକ ଟେମରି ଗ୍ରାମର ଚାରୁବାଳା ବାରିକ । ଡାକ ନାମ ଦୀପା । ଏକ...

ଆଡ଼ିବନ୍ଧ ପାଇଁ ତାଳଦଣ୍ଡା କେନାଲରେ ଜଳ ପ୍ରବାହ ବାଧାପ୍ରାପ୍ତ

ପାରାଦୀପ,୧୩।୮(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପର ଜୀବନରେଖା କୁହାଯାଉଥିବା ତାଳଦଣ୍ଡା କେନାଲ ଏବେ ବିଭିନ୍ନ କାରଣରୁ ସଙ୍କୁଚିତ ଓ ପ୍ରଦୂଷିତ ହେବାରେ ଲାଗିଛି। ଏଥିପାଇଁ କେନାଲର ଜଳଧାରଣ...

ଘରେପଶି ମାଡ଼ମାରି ସୁନାଗହଣା, ଟଙ୍କା ଚୋରିକଲେ ଦୁର୍ବୃତ୍ତ: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ଦିଗପହଣ୍ଡି/ଚିକିଟି,୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ଗଡ଼ ଗୋବିନ୍ଦପୁର ପଞ୍ଚାୟତ ଡାବରାସିଙ୍ଗି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ପ୍ରସନ୍ନ ପ୍ରଧାନଙ୍କ ଘରେ...

ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତ ୩ ଭାଇ ଗଲେ ଜେଲ

ଦିଗପହଣ୍ଡି୨୮।୫(ଡି.ଏନ୍‌.ଏ.): ଦିଗପହଣ୍ଡି ପୋଲିସ ମଙ୍ଗଳବାର ଚକପଡ଼ା ଗ୍ରାମର ୩ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ରଘୁନାଥ ପ୍ରଧାନ, ସୀତାରାମ ଓ...

Leave a comment

Your email address will not be published. Required fields are marked *