ଓଲଟିଲା ଟ୍ରକ୍‌ : ଚକାତଳେ ହେଲ୍‌ପରଙ୍କ ଜୀବନଗଲା, ଡ୍ରାଇଭର ଗୁରୁତର

ଯୋଡ଼ା,୧୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ୨ନଂ. ରାଜ୍ୟ ରାଜପଥ ଡିବି ସିଂ ଛକ ନିକଟସ୍ଥ ରାସ୍ତାରେ ଏକ ୧୨ ଚକିଆ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଚକାତଳେ ଚାପି ହୋଇ ହେଲପରଙ୍କ ଜୀବନ ଯାଇଥିବା ବେଳେ ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡ଼ିଛି।
ଗୁରୁବାର ଅପରାହ୍ନରେ ଏକ ୧୨ ଚକିଆ ଟ୍ରକ ରଣାଶାଳ ଘାଟି ଆଡୁ ଯୋଡ଼ା ଅଭିମୁଖେ ଆସୁଥିବା ବେଳେ ପ୍ରାୟ ୧୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ଫଳରେ ହେଲପର ବିକୁ ନାଏକ(୧୮) ଟ୍ରକ ତଳେ ଚାପି ହୋଇଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଡ୍ରାଇଭର ଧରଣୀଧର ନାଏକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବରପାଇ ଯୋଡ଼ା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପୋଲିସ ଏହାର ତଦନ୍ତ ଜାରି ରଖିଛି। ମୃତ ହେଲପର ଏବଂ ଡ୍ରାଇଭରଙ୍କ ଘର ମୟୂରଭଞ୍ଜ ଜିଲା କେରେକେରା ଅଞ୍ଚଳରେ ବୋଲି ଜଣାପଡ଼ିଛି।


All Right Reserved By Dharitri.Com

ବହୁ ଆଗରେ ସୂର୍ଯ୍ୟ ପାତ୍ର

ବ୍ରହ୍ମପୁର ଅଫିସ,୨୩।୫- ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବହୁ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର। ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ତାଙ୍କୁ ମିଳିଛି...

ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ ଆରମ୍ଭ : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମାଲକାନଗିରି,୨।୧୨(ଡି.ଏନ୍‌.ଏ): ସୋମବାରଠାରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ ଆରମ୍ଭ ହୋଇଛି। ଏଥି ନିମନ୍ତେ ଜିଲାର ବିଭିନ୍ନ...

ଏସ୍‌ଏଚ୍‌ଜିଙ୍କ ଦ୍ୱାରା ଧାନକିଣାକୁ ବିରୋଧ କରି ରାସ୍ତା ଅବରୋଧ : ବିଧାୟକଙ୍କ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

ଜୟପୁର,୨୮।୮(ନି.ପ୍ର.): କୋରାପୁଟ ଜିଲା ଜୟପୁର ବ୍ଲକ ଜାମୁଣ୍ଡା ଓ କଙ୍ଗା ପଞ୍ଚାୟତର ଶତାଧିକ ଚାଷୀ ବୁଧବାର ୨୬ନଂ. ଜାତୀୟ ରାଜପଥର କୁମୁଲିପୁଟଠାରେ ରାସ୍ତା ଅବରୋଧ କରିଛନ୍ତି...

ୱାରେଣ୍ଟି କୋର୍ଟ ଚାଲାଣ

ଭଟଲି,୨୭।୭(ଡି.ଏନ୍‌.ଏ.): ବରଗଡ଼ ଜିଲା ଭଟଲି ଥାନା ପୋଲିିସ ଜଣେ ପୁରୁଣା ୱାରେଣ୍ଟିଙ୍କୁ ଶନିବାର କୋର୍ଟ ଚାଲାଣ କରିଛି ା ଅଭିଯୁକ୍ତ ଜଣକ ହେଲେ ଲଟିପାଲି ଗ୍ରାମର...

ମାଟ୍ରିକ ସାର୍ଟିଫିକେଟ ପାଇଁ ଅର୍ଥ ଆଦାୟ ଅଭିଯୋଗ

ପାତ୍ରପୁର,୪ା୭(ଡି.ଏନ୍‌.ଏ.)- ରାଜ୍ୟରେ ଦଶମ ଶ୍ରେଣୀ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ୨ଦିନ ହେଲା ସାର୍ଟିଫିକେଟ ପ୍ରଦାନ କରାଯାଉଛି। ସରକାର ବିନା ଅର୍ଥରେ ଏହି ସାର୍ଟିଫିକେଟ ଦେଉଥିବାବେଳେ ପାତ୍ରପୁର...

ପରମ୍ପରା : ନୀଳମାଧବ ପୀଠରେ ବାଲି ତୃତୀୟା ବ୍ରତ

ଖଣ୍ଡପଡା,୩ା୯(ସ୍ବ.ପ୍ର.): ଭାଦ୍ର ଶୁକ୍ଳପକ୍ଷ ତୃତୀୟା ତିଥି ରବିବାର କଣ୍ଟିଲୋ ନୀଳମାଧବ ପୀଠରେ ବାଲି ତୃତୀୟା ବ୍ରତ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ବିବାହିତା ମହିଳାମାନେ...

ବ୍ରାହ୍ମଣବିଲରେ ହାତୀ ଆକ୍ରମଣରେ ଜଣେ ଗୁରୁତର

ଛେଣ୍ଡିପଦା,୨୯।୯(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ବନାଞ୍ଚଳ ବ୍ରାହ୍ମଣବିଲ ଗ୍ରାମରେ ହାତୀ ଆକ୍ରମଣରେ ରବିବାର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମ ବେହେରା...

କାଳୀପୂଜା ପ୍ରସ୍ତୁତି ଆରମ୍ଭ : ମୂର୍ତ୍ତି ନିର୍ମାଣ ପାଇଁ ଉଠିଲା ମାଟି

ଯାଜପୁର ରୋଡ,୧୪ା୧୦(ନି.ପ୍ର.): କାଳୀପୂଜାକୁ ସରସ ସୁନ୍ଦର କରିବା ନେଇ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶାସ୍ତ୍ର ଅନୁସାରେ କୁମାର ପୂର୍ଣ୍ଣିମା...

Leave a comment

Your email address will not be published. Required fields are marked *