Posted inଜାତୀୟ

କଂଗ୍ରେସ ଷ୍ଟାର ପ୍ରଚାରକଙ୍କ ତାଲିକାରେ ନାହିଁ ପ୍ରିୟଙ୍କାଙ୍କ ନାଁ

ନୂଆଦିଲ୍ଲୀ,୧୪।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଗୁରୁବାର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କର ଏକ ତାଲିକା ପ୍ରକାଶ ପାଇଥିଲା। ହେଲେ ଏଥିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାଁ ନ ଥିବା ଏବେ ଆଲୋଚନାର ବିଷୟ ପାଲଟିଛି। ଏହି ତାଲିକାରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁ ଥିବା ବେଳେ ପ୍ରିୟଙ୍କାଙ୍କ ନାଁ କିପରି ନ ରହିଲା ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନାଯୋଗ୍ୟ, ଝାଡଖଣ୍ଡ ବିଧାନସଭାର ୩୧ ଆସନରେ କଂଗ୍ରେସ ହେମନ୍ତ ସୋରେନଙ୍କ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ସହ ମେଣ୍ଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଏଠାରେ ୫ଟି ପର୍ଯ୍ୟାୟରେ ଅର୍ଥାତ୍‌ ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ମତଦାନ କରାଯିବ। ଡିସେମ୍ବର ୨୨ରେ ଫଳାଫଳ ଘୋଷଣା କରାଯିବ।


All Right Reserved By Dharitri.Com

ସ୍କୁଲରେ ୧୦ ମିନିଟ୍‌ ବିଳମ୍ବରେ ପହଞ୍ଚିବାରୁ ନିସ୍ତୁକ ପିଟିଲେ ଶିକ୍ଷକ: ଭିଡ଼ିଓ ଭାଇରାଲ

ଡୋଡା,୨୦।୬: ଜମ୍ମୁ-କଶ୍ମୀର ଡୋଡା ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ଗୁଜର ବଖେରଓ୍ବାଲ ବାଳକ ଛାତ୍ରାବାସର ଛାତ୍ରମାନେ ୧୦ ମିନିଟ୍‌ ବିଳମ୍ବରେ ସ୍କୁଲରେ...

ଆସନ୍ତା ବିଧାନସଭା ନିର୍ବାଚନ ଏକାକି ଲଢିବ ସମାଜବାଦୀ ପାର୍ଟି: ଅଖିଳେଶ

ଲକ୍ଷ୍ନୌ,୧୦।୯: ଆସନ୍ତା ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି(ଏସ୍‌ପି) ଏକାକି ଲଢିବ ବୋଲି କହିଛନ୍ତି ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବ। ସେ କହିଛନ୍ତି,...

ଫିପ୍ଟି-ଫିପ୍ଟି ଫର୍ମୂଲା ପାଇଁ ଅଡ଼ି ବସିଲା ଶିବସେନା: ଭାଜପାଠାରୁ ଲିଖିତ ଆଶ୍ୱାସନା ଲୋଡ଼ିଲା

ମୁମ୍ବାଇ,୨୬।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ସରକାର ଗଠନ ପାଇଁ ଭାଜପା-ଶିବସେନା ମେଣ୍ଟ ମଧ୍ୟରେ କସରତ ଜାରି ରହିଛି। ଏବେ ଶିବସେନା ରାଜ୍ୟରେ ଫିପ୍ଟି-ଫିପ୍ଟି ଫର୍ମୂଲା...

ଶହୀଦଙ୍କ ଭଉଣୀଙ୍କୁ ନିଆରା ଢ଼ଙ୍ଗରେ ବିଦା କଲେ କମାଣ୍ଡୋ ବନ୍ଧୁ

ରୋହତାସ୍‌,୧୪।୬: ବିହାର ରୋହତାସ୍‌ ବାଦିଲଡିହର ଜଣେ ଶହୀଦ ଯବାନଙ୍କ ଭଉଣୀର ବିବାହ ସମୟରେ ତାଙ୍କୁ ନିଆରା ଢ଼ଙ୍ଗରେ ବିଦା କରିଛନ୍ତି ଗରୁଡ କମାଣ୍ଡୋ। ଅଶୋକ ଚକ୍ରରେ...

ଲକ୍ଷ୍ନୌ ସଡ଼କରେ ଫୁଟିଲା ଗୁଳି

ଲକ୍ଷ୍ନୌ,୨।୨: ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜଧାନୀ ଲକ୍ଷ୍ନୌର ହଜରତଗଞ୍ଜଠାରେ ରବିବାର ସକାଳେ ରାସ୍ତା ଉପରେ ଗୁଳିକରି ଅଖିଳ...

ହିଂସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ

ନୂଆଦିଲ୍ଲୀ,୨୫ା୧: ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରିବା ଆଳରେ ବିକ୍ଷୋଭ ସହ ହିଂସାକାଣ୍ଡ ଭିଆଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ୧୫୪...

ଓଲଟିଲା ଡଙ୍ଗା: ୨୦ ନିଖୋଜ

ମେଦିନାପୁର, ୩୦।୯: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁରରେ ଏକ ଅଘଟଣ ଘଟିଛି। ପୂର୍ବ ମେଦିନାପୁରରେ ଏକ ଡଙ୍ଗା ବୁଡିଯିବାରୁ ୨୦ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ଆବଶ୍ୟକଠାରୁ...

ମନ୍ଦିର ସଂଲଗ୍ନ ଖନନ ସମୟରେ ମିଳିଲା ୫୦୫ ସ୍ବର୍ଣ୍ଣମୁଦ୍ରା

ତିରୁଚିରାପଲି,୨୭।୨: ତାମିଲନାଡୁର ତିରୁଚିରାପଲି ଜିଲା ଥିରୁଭାନୈକଭଲ ନିକଟରେ ଥିବା ଜମ୍ବୁକେଶ୍ୱର ମନ୍ଦିର ନିକଟରେ ଖନନ ଚାଲିଥିବା ବେଳେ ମାଟିତଳୁ ୫୦୫ଟି ସ୍ବର୍ଣ୍ଣମୁଦ୍ରା ମିଲିଥିବା ଜଣାପଡିଛି। ଏହାର...

Leave a comment

Your email address will not be published. Required fields are marked *