ମାଙ୍କଡ଼ର ଅନ୍‌ଲାଇନ ଶପିଂ

ବେଜିଂ: ସ୍ମାର୍ଟଫୋନ୍‌ ହେଉ କି କମ୍ପ୍ୟୁଟର ଏଥିରେ ଇଣ୍ଟରନେଟ୍‌ ସଂଯୋଗ କରି ଘରେ ବସି ଅନ୍‌ଲାଇନ୍‌ରେ ବିଭିନ୍ନ କାର୍ଯ୍ୟ ସହଜରେ କରିହେଉଛି। ଏସବୁ ଭିତରେ ଅନ୍‌ଲାଇନ୍‌ ସାଇଟ୍‌ରୁ ଶପିଂ କରିବା ସମସ୍ତଙ୍କୁ ଆକର୍ଷିତ କରିଥାଏ। ବିଭିନ୍ନ ସାଇଟ୍‌ ସର୍ଚ୍ଚ କରି ନିଜ ପସନ୍ଦର ଡ୍ରେସ୍‌ ହେଉ କି ହୋମ୍‌ ଆପ୍ଲିଆନ୍ସ କିଣିବାକୁ ସମସ୍ତେ ପସନ୍ଦ କରିଥାନ୍ତି। ହେଲେ ମାଙ୍କଡ଼ ବି ଅନ୍‌ଲାଇନ୍‌ରୁ ସପିଙ୍ଗ କରୁଥିବା କଥା ବିଶ୍ୱାସ ହେଉ ନ ଥିଲେ ବି ସତ। ପୂର୍ବ ଚାଇନା ଚାଙ୍ଗଜୁଠାରେ ଥିବା ୟାନ୍‌ଚେଙ୍ଗ ଓ୍ବାଇଲ୍ଡ ଆନିମଲ୍‌ ଜୁ’ର ଏକ ମାଙ୍କଡ଼ ଅନ୍‌ଲାଇନ୍‌ରେ ଶପିଂ କରିଥିବା ଘଟଣା ନଜରକୁ ଆସିଛି। ଘଟଣାଟି ଏମିତି, ଜୁ’ରେ ଏଲ୍‌ବି ମେଗ୍‌ମା ନାମକ ଜଣେ ମହିଳା କାମ କରନ୍ତି। କିଛିଦିନ ତଳେ ସେ ନିଜ ଅଫିସ୍‌ରେ ବସି ଅନ୍‌ଲାଇନ୍‌ ଶପିଂ ସାଇଟ୍‌ରେ କିଛି ଜିନିଷ ଦେଖୁଥିଲେ। ଏହି ସମୟରେ ଜୁ’ରେ ଥିବା ମାଙ୍କଡ଼କୁ ସେ ଖାଇବାକୁ ଦେଇ ନ ଥିବା ମେଗ୍‌ମାଙ୍କର ମନେପଡ଼ିଥିଲା। ସେ ଅଫିସ୍‌ରେ ଫୋନ୍‌ ରଖି ମାଙ୍କଡ଼ ପାଇଁ ଖାଇବା ଆଣିବାକୁ ବାହାରକୁ ଯାଇଥିଲେ। ହେଲେ ଫେରିବା ବେଳକୁ ଶପିଂ ସାଇଟ୍‌ରୁ କେତେକ ଜିନିଷ ଅର୍ଡର ଦିଆଯାଇଥିବା ମେସେଜ ତାଙ୍କ ଫୋନ୍‌କୁ ଆସିଥିବା ଦେଖିଥିଲେ। ଅର୍ଡର କିପରି ହେଲା ଜାଣିବା ପାଇଁ ସେ ସେହି ରୁମ୍‌ର ସିସିଟିଭି ଫୁଟେଜ୍‌ ଚେକ୍‌ କରିଥିଲେ। ତେବେ ମେଗ୍‌ମାଙ୍କ ଫୋନ୍‌ରୁ ମାଙ୍କଡ଼ଟି ଅର୍ଡର କରିଥିବା ଦେଖାଯାଇଥିଲା। କିନ୍ତୁ ଏହାପରେ ସେ ଅର୍ଡର କ୍ୟାନ୍‌ସଲ କରି ନ ଥିଲେ। ଏ ନେଇ ମେଗମା କହିଛନ୍ତି, ମାଙ୍କଡ଼ଟି ଅର୍ଡର କରିଥିବା ଜିନିଷଗୁଡ଼ିକ ତାଙ୍କ ଦରକାର ଯୋଗ୍ୟ ଥିଲା, ତେଣୁ ସେ ଅର୍ଡର କ୍ୟାନ୍‌ସଲ କରି ନ ଥିଲେ।


All Right Reserved By Dharitri.Com

କରାଚି ଆକାଶ ମାର୍ଗ ବନ୍ଦ କଲା ପାକିସ୍ତାନ

ଇସ୍‌ଲାମାବାଦ,୪।୯: ଜମ୍ମୁ-କଶ୍ମୀରରେ ଭାରତ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ପରେ ପାକିସ୍ତାନ ବିଚଳିତ ହୋଇପଡ଼ି କ’ଣ କରିବ ଆଉ କ’ଣ ନ କରିବ ସେନେଇ କିଛି ବୁଝିପାରୁନି।...

ନିଜ ଗାଁକୁ ଖୋଲା ଶୌଚମୁକ୍ତ କଲେ ଦୃଷ୍ଟିହୀନ ସାଧୁ ମାଝି

ବିହାରର ଫତେହପୁର ଗାଁ ଏବେ ସମ୍ପୂର୍ଣ୍ଣ ଭାବେ ଖୋଲା ଶୌଚମୁକ୍ତ। ଏହାର ସମସ୍ତ ଶ୍ରେୟ ଯାଉଛି ୪୫ ବର୍ଷୀୟ ଦୃଷ୍ଟିହୀନ ସାଧୁ ମାଝିଙ୍କୁ। ଯିଏକି ନିଜ...

ବ୍ରିଟେନ କବ୍‌ଜାରେ ଇରାନର ‘ଗ୍ରେସ୍‌ ୧’

ମାଦ୍ରିଦ୍‌,୫।୭ (ପି.ଟି.):ୟୁରୋପୀୟ ସଂଘ (ଇୟୁ) ଦ୍ୱାରା ଜାରି କଟକଣା ଉଲ୍ଳଂଘନ କରିବା ଅଭିଯୋଗରେ ଇରାନର ଏକ ବିଶାଳ ତୈଳ ଜାହାଜ ଜିବ୍ରାଲ୍‌ଟରରେ ଧରାପଡ଼ିଛି। ଗ୍ରେସ୍‌ ୧...

ଜୀବିତ ସ୍ବାମୀଙ୍କ କବର ତିଆରି କଲେ ସ୍ତ୍ରୀ, ଜାଣନ୍ତୁ କାହିଁକି

ଜଣେ ବ୍ୟକ୍ତିଙ୍କ ଫୋନ୍‌ ୪ ମାସ ଧରି ବାଜୁ ନ ଥିଲା। ଫୋନ୍‌ ଖରାପ ହୋଇଥିବା ଭାବି ସେ ଦୋକାନରେ ନେଇ ଦେଖାଇଲେ ମାତ୍ର ସବୁ...

କିମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର: ଉତ୍ତରାଧିକାରୀ ଦୌଡ଼ରେ ଭଉଣୀ ଆଗରେ

ସିଓଲ୍‌,୨୩।୪: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା କୁହାଯାଉଛି। ତାଙ୍କର ହୋଇଥିବା ଏକ ଅପରେଶନ୍‌ ଅସଫଳ ହୋଇଥିବାରୁ ଏଭଳି ସ୍ଥିତି...

କରୋନା ଆଣିବ ଭୟଙ୍କର ଖାଦ୍ୟ ସଙ୍କଟ

ପ୍ୟାରିସ୍‌,୨ା୪ : କରୋନା ଭାଇରସ୍‌ ସ୍ଥିତି ବିଗାଡ଼ିବାରେ ଲାଗିଛି। ବିଶ୍ୱର ପ୍ରାୟ ସବୁଲୋକ ଏବେ ଲକ୍‌ଡାଉନ୍‌ରେ ରହିଥିବା ବେଳେ ଖାଦ୍ୟଶସ୍ୟ ଉତ୍ପାଦନଠାରୁ ଆରମ୍ଭ କରି ଖାଦ୍ୟ...

ଯେଉଁଠି ମୃତ୍ୟୁରେ କାନ୍ଦିବା ପାଇଁ ଭଡ଼ାରେ ଆସନ୍ତି ଲୋକ…

ସାଧାରଣତଃ ଆତ୍ମୀୟ ସ୍ବଜନଙ୍କ ମୃତ୍ୟୁରେ ପ୍ରିୟପରିଜନ ଦୁଃଖରେ କାନ୍ଦିଥାନ୍ତି। ତେବେ ରାଜସ୍ଥାନର ରାଜପୁତ ସମ୍ପ୍ରଦାୟରେ କାହାର ମୃତ୍ୟୁ ହେଲେ କାନ୍ଦିବା ଲାଗି ଭଡ଼ାରେ ଲୋକ ଆସିଥାନ୍ତି।...

ଆଝାର ପ୍ରସଙ୍ଗରେ ସମୟସୀମାକୁ ଚାଇନାର ଅଗ୍ରାହ୍ୟ

ବେଜିଂ,୧୮ା୪(ପି.ଟି): ପାକିସ୍ତାନଭିତ୍ତିକ ଜେଇଏମ୍‌ ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାରେ ଚାଇନା ବିଳମ୍ବ କରୁଛି। ଏପ୍ରିଲ ୨୩ ମଧ୍ୟରେ ଏ ସମ୍ପର୍କରେ ନିଷ୍ପତ୍ତି...

Leave a comment

Your email address will not be published. Required fields are marked *