ଇକୋ ଫ୍ରେଣ୍ଡ୍‌ଲି ସାନିଟାରି ନାପ୍‌କିନ

କୋଏମ୍ବାଟୁର: ବଜାରରେ ବିକ୍ରି ହେଉଥିବା ସାଧାରଣ ସାନିଟାରି ନାପ୍‌କିନ ସମସ୍ୟା ସୃଷ୍ଟି କରୁଥିବାବେଳେ ଏଥିରୁ ମୁକ୍ତିପାଇବା ଲାଗି କୋଏମ୍ବାଟୁରର ଯୁବତୀ ଇଶାନା(୧୮) ପରିବେଶ ଉପଯୋଗୀ ଓ ରିୟୁଜେବଲ କଟନ ସାନିଟାରି ପ୍ୟାଡ୍‌ ପ୍ରସ୍ତୁତ କରିଛନ୍ତି। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ସିଲେଇ ମେଶିନ୍‌ ଓ ଅନ୍ୟ ଆବଶ୍ୟକ ଜିନିଷ ବ୍ୟବହାର କରି ସେ ଏହା ପ୍ରସ୍ତୁତ କରୁଥିବାବେଳେ ଅନ୍ୟମାନେ ଏନେଇ ଉତ୍ସାହିତ ମଧ୍ୟ ହୋଇଛନ୍ତି। ଇଶାନା କହିଛନ୍ତି, ଏନେଇ ସଚେତନତାର ଆବଶ୍ୟକତା ରହିଛି। ବଜାରରେ ମିଳୁଥିବା କେମିକାଲ୍‌ ଲେପଯୁକ୍ତ ସାଧାରଣ ଶସ୍ତା ପ୍ୟାଡ୍‌ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟିକରୁଛି। ମୁଁ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛି। ତେଣୁ କଟନ୍‌ କପଡ଼ାରେ ପ୍ରସ୍ତୁତ କରାଯାଉଥିବା ଇକୋ ଫ୍ରେଣ୍ଡ୍‌ଲି ସାନିଟାରି ନାପ୍‌କିନ ସମସ୍ତଙ୍କ ଲାଗି ଭଲ। ଏହା କଟନ୍‌ ଲେୟରଯୁକ୍ତ ଓ ପୁନଃ ବ୍ୟବହାର ଯୋଗ୍ୟ ଇକୋ ଫ୍ରେଣ୍ଡ୍‌ଲି ପୋଷାକ ଭଳି। ଏହାକୁ ଯୁବତୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ମହିଳାମାନେ ପିନ୍ଧିପାରିବେ ବୋଲି ସେ ମତ ଦେଇଛନ୍ତି। ସୋସିଆଲ୍‌ ମିଡିଆରେ ଏହାକୁ ବେଶ୍‌ ପ୍ରଶଂସା କରାଯାଇଛି। ମହିଳାମାନଙ୍କ ଲାଗି ଇଶାନା ଏବେ ରୋଲ୍‌ମଡେଲ୍‌ ପାଲଟିଛନ୍ତି।


All Right Reserved By Dharitri.Com

କାମୁଡିଥିବା ସାପକୁ ନେଇ ଡାକ୍ତରଖାନାରେ ପହଞ୍ଚିଲେ ମହିଳା

ମୁମ୍ବାଇ, ୯।୭: ମୁମ୍ବାଇର ସୋନେଇ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାତିରେ ଶୋଇଥିଲାବେଳେ ଜଣେ ମହିଳା ଏବଂ ତାଙ୍କ ଝିଅକୁ ସାପ କାମୁଡିଦେଇଥିଲା। ଉକ୍ତ...

ମଧ୍ୟାହ୍ନ ଭୋଜନ କ୍ଷୀରରେ ପାଣି ମିଶାଇବା ଘଟଣା: ୨ ନିଲମ୍ବିତ

ଲକ୍ଷ୍ନୌ,୨୯।୧୧: କେନ୍ଦ୍ର ସରକାର ସ୍କୁଲ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ହେଲେ ସେ ସବୁ ଯୋଜନା କାର୍ଯ୍ୟକାରୀ ନ ହୋଇ ବାଟବଣା ହେବାରେ...

ବ୍ୟାଙ୍କ ବୁଡିଗଲେ ବି ମିଳିବ ୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧।୨: ଚଳିତ ବଜେଟରେ ବ୍ୟାଙ୍କ ଜମାକୁ ନେଇ ସରକାର ବଡ ଘୋଷଣା କରିଛନ୍ତି। ବ୍ୟାଙ୍କ ବୁଡିଗଲେ ବି ଗ୍ରାହକଙ୍କର ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ସୁରକ୍ଷିତ...

ସ୍ତ୍ରୀଙ୍କ ସ୍ମୃତିରେ ଦୁର୍ଘଟଣା ଘଟିଥିବା ସ୍ଥାନରେ ମନ୍ଦିର ନିର୍ମାଣ କଲେ ସ୍ବାମୀ

ଜୟପୁର,୧୪।୧୦: ଦୁଇ ମାସ ପୂର୍ବରୁ ରାଜସ୍ଥାନ ସିକର ଜିଲାର ଫତେହପୁରରେ ଏକ ସଡ଼କ ଦୁର୍ଘଟଣାରେ ହରିୟାଣାର ଜିତେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କ(୫୪) ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା।...

୪ ଜେଇଏମ୍‌ ଆତଙ୍କବାଦୀଙ୍କ ବିରୋଧରେ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୧୩ା୨(ପି.ଟି.): ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣର ପାକିସ୍ତାନୀ ମାଷ୍ଟରମାଇଣ୍ଡଙ୍କ ୪ ସହଯୋଗୀ ଜୈଶ-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ବୁଧବାର ଅତିରିକ୍ତ ଚାର୍ଜଶିଟ୍‌...

ଏହି ହୋଟେଲରେ ଗ୍ରାହକଙ୍କୁ ମିଳେ ସୁନା ବାଥ୍‌ଟବ୍‌ର ସୁବିଧା

ଜାପାନର ଏକ ହୋଟେଲରେ ଗ୍ରାହକଙ୍କ ପାଇଁ ରହିଛି ସୁନାର ବାଥ୍‌ଟବ୍‌। ୧୩୦ ସେଣ୍ଟିମିଟର ଚଉଡା ଓ ୫୫ ସେଣ୍ଟିମିଟର ଗଭୀର ଏହି ବାଥ୍‌ଟବ୍‌ର ମଜା ନେବାକୁ...

କର୍ନାଟକରେ ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରିଥିବା ୫ଜଣ ବ୍ୟକ୍ତି କରୋନା ପଜିଟିଭ୍‌: ଜେଲରୁ ଗଲେ ହସ୍ପିଟାଲ

ବେଙ୍ଗାଲୁରୁ,୨୪।୪: ବେଙ୍ଗାଲୁରୁର ପଦାରାୟଣପୁରା ଅଞ୍ଚଳର ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗତ ସପ୍ତାହରେ ୫ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ଏହି ୫ଜଣଙ୍କର କରୋନା ପଜିଟିଭ୍‌ ବାହାରିଥିବା...

ଉତ୍ତରାଖଣ୍ଡରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’

ଡେରାଡୁନ,୨୨।୩: ଉତ୍ତରାଖଣ୍ଡରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ ଲାଗୁ ହେବ ବୋଲି ରବିବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ। ଏହି ସମୟରେ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *