ଗ୍ରେଟାଙ୍କ ୬୦ ଫୁଟର ପ୍ରାଚୀର ଚିତ୍ର

ସାନ୍‌ ଫ୍ରାନ୍‌ସିସ୍କୋ: ଜଳବାୟୁ ପରିବର୍ତ୍ତନକୁ ନେଇ ନିଜର ସ୍ବର ଶାଣିତ କରିବା ସହ ବିଶ୍ୱ ଦରବାରରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ଟିନ୍‌ ଏଜ୍‌ ଆକ୍ଟିଭିଷ୍ଟ ଗ୍ରେଟା ଥନ୍‌ବର୍ଗଙ୍କ ଏକ ୬୦ ଫୁଟ ଲମ୍ବ ଓ ୩୦ ଫୁଟ ଚଉଡ଼ାର ବିଶାଳ ପ୍ରାଚୀର ଚିତ୍ର ସାନ୍‌ ଫ୍ରାନ୍ସିସ୍‌କୋରେ ଦେଖିବାକୁ ମିଳିଛି। ଆର୍ଜେଣ୍ଟାଇନ୍‌ ଷ୍ଟ୍ରିଟ୍‌ ଆର୍ଟିଷ୍ଟ ଆନ୍ଦ୍ରେସ୍‌ ପେଟ୍ରେସେଲି(୩୨) ଏହି ପ୍ରଚୀର ଚିତ୍ରକୁ ପ୍ରସ୍ତୁତ କରିଛନ୍ତି। ସ୍ଥାନୀୟ ଲୋକେ ପରିବେଶ ସଚେତନ ହେବା ଲାଗି ମଙ୍ଗଳବାର ଏହାକୁ ଏକ ବିଲ୍ଡିଂରେ ଲଗାଯାଇଛି। ଏନେଇ ଅନ୍ଦ୍ରେସ୍‌ ପେଟ୍ରେସେଲ କହିଛନ୍ତି, ରାଜନୀତି, ଧର୍ମ କିମ୍ବା କ୍ରୀଡ଼ା ସମ୍ପର୍କରେ ମୁଁ ଏଭଳି ପ୍ରାଚୀର ଚିତ୍ର କରିବାକୁ ପସନ୍ଦ କରେନି। କିନ୍ତୁ ମୋର ଏହି ପ୍ରାଚୀର ଚିତ୍ର ରାଜନୀତି ସହ ଯୋଡ଼ି ହେବାର ଆଶଙ୍କା ରହିଛି। ପରିବେଶ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ଲାଗି ଗ୍ରେଟାଙ୍କ ପ୍ରଚୀର ଚିତ୍ର ଏଠାରେ ଲଗାଯାଇଥିବା ସେ ମତ ଦେଇଛନ୍ତି। ଏହି ବାଟ ଦେଇ ଯିବା ଆସିବା କରୁଥିବା ଲୋକ ଗ୍ରେଟାଙ୍କ ବିଶାଳ ପ୍ରାଚୀର ଚିତ୍ର ଦେଖି ସଚେତନ ହୋଇପାରିବେ ବୋଲି ସେ ମତ ଦେଇଛନ୍ତି। ଗ୍ରେଟାଙ୍କ ବାର୍ତ୍ତା ପ୍ରଚାର କରିବା ଓ ଲୋକଙ୍କୁ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସଚେତନ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ମାରିଅମ ଥ୍ରେସିଆ ସନ୍ଥ ଘୋଷିତ

ଭାଟିକାନ୍‌ ସିଟି, ୧୪ା୧୦ : ଭାରତୀୟ ନନ୍‌ ମାରିଅମ୍‌ ଥ୍ରେସିଆ ଓ ଅନ୍ୟ ୪ ଜଣଙ୍କୁ ପୋପ୍‌ ଫ୍ରାନ୍ସିସ୍‌ ସନ୍ଥ ଭାବେ ଘୋଷଣା କରିଛନ୍ତି। ରବିବାର...

୧୮୫ ଦେଶରେ କରୋନା: ଇଟାଲି ଜନଶୂନ୍ୟ; ଦିନେ ଗହଳି ଥିବା ଅଞ୍ଚଳରେ ଏବେ ଉଡୁଛି ପାରା

ଓ୍ବାଶିଂଟନ,୨୧।୩: ମହାମାରୀ କରୋନା ପୃଥିବୀର ୧୮୫ଟି ଦେଶରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ଶନିବାର ସୁଦ୍ଧା ୨ ଲକ୍ଷ ୭୫ ହଜାର ୯୯୭ରେ ପହଞ୍ଚିଛି। ଚାଇନାରେ କରୋନା...

ଏମିତି ଏକ ଦେଶ, ଯେଉଁଠି କରୋନା ପାଇଁ ନାହିଁ କୌଣସି ପ୍ରତିବନ୍ଧକ

ମହାମାରୀ କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଚାଲିଛି। ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଲକ୍ଷାଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି।...

‘କଶ୍ମୀରୀଙ୍କୁ ସମର୍ଥନ ଏକ ଜେହାଦ’

ଇସ୍‌ଲାମାବାଦ,୩୦ା୯(ପି.ଟି.): କଶ୍ମୀର ପ୍ରସଙ୍ଗରେ ବିଶ୍ୱର ସମର୍ଥନ ନ ମିଳିଲେ ନାହିଁ, ପାକିସ୍ତାନ କିନ୍ତୁ ତା’ର ଅଭିଯାନ ଜାରି ରଖିବ। କଶ୍ମୀରୀଙ୍କ ସହ ଛିଡ଼ା ହେବା ଏକ...

ମାତ୍ର ୨୭ ମିନିଟ୍‌ ପାଇଁ ମହିଳାଙ୍କ ମୃତ୍ୟୁ, ପୁନର୍ଜୀବିତ ହୋଇ ଲେଖିଲେ କିଛି ରହସ୍ୟମୟ ଶବ୍ଦ

ଓ୍ବାଶିଂଟନ୍‌: ସାଧାରଣତଃ ମୃତ୍ୟୁ ଘଟିଲେ ଜଣେ ଚିରଦିନ ପାଇଁ ଦୁନିଆରୁ ବିଦାୟ ନେଇଥାଏ। ମାତ୍ର କିଛି କ୍ଷଣ ପାଇଁ କାହାର କେବେ ମୃତ୍ୟୁ ଘଟେ ବୋଲି...

ମଦ୍ରାସାରେ ବିବାହ କଲେ ୭୬ ମୁସଲମାନ, ୨୫ ହିନ୍ଦୁ ଯୋଡି

ବେଲାଗଭି,୨୨।୨: ସାମ୍ପ୍ରଦାୟିକ ସଦ୍‌ଭାବର ଏକ ବଡ ଉଦାହରଣ ଦେଖିବାକୁ ମିଳିଛି କର୍ନାଟକ ବେଲାଗଭିରେ ଥିବା ଏକ ମଦ୍ରାସାରେ। ଶୁକ୍ରବାର ଏହି ମଦ୍ରାସା ପରିସରରେ ଏକ ସାମୁହିକ...

୪୨ ବର୍ଷ ଧରି ପରିବାରରେ କେହି ବି ଗ୍ରହଣ କରି ନାହାଁନ୍ତି ଯୌତୁକ

ଇନ୍ଦୋର,୨୪।୨: ବିବାହରେ କନ୍ୟା ଘର ପକ୍ଷରୁ ବରଙ୍କୁ ଉପହାର ସୂରୂପ ଯୌତୁକ ଦିଆଯାଇଥାଏ। ତେବେ ମଧ୍ୟପ୍ରଦେଶ ଇନ୍ଦୋରରେ ବାସ କରୁଥିବା ଏକ ପରିବାର ଦୀର୍ଘ ୪୨...

ପର୍ଯ୍ୟଟନ: ବେଲଖଣ୍ଡିର ଐତିହାସିକ ଧବଳେଶ୍ୱର ପୀଠ

ତେଲ ନଦୀ ଓ ଉତ୍ତେଇ ନଦୀର ସଂଗମସ୍ଥଳରେ ଏହି ପବିତ୍ର ପୀଠ ଅବସ୍ଥିତ। ଏଠାରେ ପୂଜା ପାଉଥିବା ଶିବଲିଙ୍ଗ ହେଉଛନ୍ତି ସ୍ବୟମ୍ଭୁ। ପ୍ରତ୍ୟକ୍ଷ ଦେବତାଭାବେ ତାଙ୍କର...

Leave a comment

Your email address will not be published. Required fields are marked *