ଏଥର ଡବଲ ରୋଲ୍‌

ଅଭିନେତା ଜ୍ୟୋତିଙ୍କ ଖୁସି କହିଲେ ନ ସରେ। କାରଣ ଓଡ଼ିଆ ସିନେମାରେ ସେ ପ୍ରଥମ ଥର ପାଇଁ ଡବଲ ରୋଲ୍‌ରେ ଅଭିନୟ କରିବେ। ଫିଲ୍ମଟି ହେଲା ଖୁସି କ୍ରିଏସନ୍ସ ବ୍ୟାନରରେ ନିର୍ମିତ ହେବାକୁ ଯାଉଥିବା ‘ହିରୋ ନମ୍ବର ଜିରୋ’। ଚିତ୍ରର କାହାଣୀ, ଚିତ୍ରନାଟ୍ୟ ରଚନା ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ‘ପ୍ରେମ ପାଇଁ ମହାଭାରତ’ର ନିର୍ଦ୍ଦେଶକ ନିରଞ୍ଜନ ବେହେରା। ତାଙ୍କ ସହ ନାୟିକା ଭାବରେ ସ୍କ୍ରିନ୍‌ ଶେୟାର କରିବେ ନବାଗତା ଖୁସି। ନବାଗତ ସ୍ମୃତିରଞ୍ଜନ ବିଶ୍ୱାଳ ପ୍ରଥମ ଥର ପାଇଁ ପ୍ରଯୋଜନା ଦାୟିତ୍ୱ ସମ୍ଭାଳୁଛନ୍ତି। ଏହାର କାହାଣୀ ସମ୍ପୂର୍ଣ୍ଣ ମୌଳିକ ଏବଂ କୌଣସି ଫିଲ୍ମରୁ କପି କରାଯାଇ ନାହିଁ। ଏଥିରେ ଲଭ୍‌, ଇମୋଶନ, ଆକ୍ସନ ରହିଛି। କାରଣ ମୋ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ‘ପ୍ରେମ ପାଇଁ ମହାଭାରତ’ର ସଫଳତା ପରେ ଏହି ଫିଲ୍ମଟି କିପରି ସବୁ ଦୃଷ୍ଟିରୁ ସରସ ସୁନ୍ଦର ହେବ ସେ ନେଇ ନିଶ୍ଚୟ ଚେଷ୍ଟା କରିବି ବୋଲି କହନ୍ତି ଏହାର ନିର୍ଦ୍ଦେଶକ ନିରଞ୍ଜନ ବେହେରା।’ ଏଥିରେ ସଂଯୋଜିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ମଳୟ ମିଶ୍ର। ଜ୍ୟୋତି-ଖୁସି ଯୋଡ଼ି ବ୍ୟତୀତ ପ୍ରଦ୍ୟୁମ୍ନ ଲେଙ୍କା, ବବି ମିଶ୍ର, ଶ୍ରୀତମ ଦାସ, ବିଜୁ ବଡ଼ଜେନା, ପୃଥ୍ବୀରାଜ ନାୟକ, ପ୍ରତିଭା ପଣ୍ଡା ପ୍ରମୁଖ କଳାକାର ଅଭିନୟ କରିବେ।


All Right Reserved By Dharitri.Com

ମୁହଁ ଲୁଚାଇ ସାରାଙ୍କ ହାତ ଧରି ବୁଲୁଛନ୍ତି କାର୍ତ୍ତିକ, ଫଟୋ ଭାଇରାଲ

ମୁମ୍ବାଇ: ସୈଫ ଲଳନା ସାରା ଅଲ୍ଲି ଖାନ୍‌ ‘କଫି ଉଇଥ୍‌ କରନ୍‌’ ଶୋ’ରେ କାର୍ତ୍ତିକ ଆର୍ୟନଙ୍କୁ ନେଇ ନିଜର ମନକଥା କହିବା ଦିନଠାରୁ ଚର୍ଚ୍ଚାରେ ରହିଆସୁଛନ୍ତି।...

ରିଲିଜ୍‌ ହେଲା ସଞ୍ଜୟଙ୍କ କେ.ଜି.ଏଫ୍‌-୨ର ଫାଷ୍ଟ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ୬୦ତମ ଜନ୍ମଦିନ ଅବସରରେ ତାଙ୍କର ପ୍ରଶଂସକଙ୍କୁ ବଡ଼ ଉପହାର ମିଳିଛି। ସାଉଥ୍‌ର ସୁପରହିଟ ଫିଲ୍ମ ‘କେ.ଜି.ଏଫ୍‌ର ଦ୍ୱିତୀୟ ଭାଗ...

ପୁଣି ଏକ ତାମିଲ୍‌ ରିମେକ୍‌ରେ ଶାହିଦ: ‘ଜର୍ସି’ରେ ହେବେ କ୍ରିକେଟର୍‌

ମୁମ୍ବାଇ: ଚଳଚ୍ଚିତ୍ର ‘କବିର ସିଂ’ର ସଫଳତା ପରେ ଏବେ ପୁଣି ଏକ ତାମିଲ ରିମେକ୍‌ ‘ଜର୍ସି’ରେ କାମ କରିବାକୁ ଯାଉଛନ୍ତି ଶାହିଦ୍‌ କପୁର। ଏଥିରେ ସେ...

ଯାତ୍ରା ଇଣ୍ଡଷ୍ଟ୍ରିର ସଫଳ ଯୋଡ଼ି ସୁବାସ-ମାମା

ଯାତ୍ରା ଇଣ୍ଡଷ୍ଟ୍ରିରେ ଯେଉଁ କେତେଜଣ ନାୟକ-ନାୟିକା ଯୋଡ଼ିଙ୍କୁ ଲୋକପ୍ରିୟ ତଥା ସଫଳ ଯୋଡ଼ି ବୋଲି କୁହାଯାଏ ସେମାନଙ୍କ ମଧ୍ୟରୁ ଗୋଟିଏ ଯୋଡ଼ି ହେଉଛନ୍ତି ‘ସୁବାସ-ମାମା’। ଏଠାରେ...

୧୫ ବର୍ଷ ବଡ ଯୁବତୀଙ୍କୁ ପ୍ରେମବିବାହ କରି ପରେ ପଶ୍ଚାତାପ କରିଥିଲେ ନସିରୁଦ୍ଦିନ

ମୁମ୍ବାଇ: ବଲିଉଡ୍‌ର ନାଁ କଳା କରାକାର ନସିରୁଦ୍ଦିନ ଶାହ ତାଙ୍କ ଅଭିନୟ ପାଇଁ ବେଶ୍‌ ପ୍ରସିଦ୍ଧ। ନିଚ୍ଛକ ଅଭିନୟରେ ସେ ଦର୍ଶକଙ୍କୁ ବାନ୍ଧି ରଖି ପାରନ୍ତି...

କାର୍ତ୍ତିକ-ସାରାଙ୍କ ବ୍ରେକ୍‌ଅପ୍‌

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ସାରା ଅଲି ଖାନ୍‌ ଏବଂ କାର୍ତ୍ତିକ ଆର୍ୟନ୍‌ଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖ ଖବର। ବଲିଉଡ୍‌ର ଏହି କ୍ୟୁଟ୍‌ ଲଭ୍‌-ବାର୍ଡଙ୍କ ବ୍ରେକ୍‌ଅପ୍‌...

ସଡ଼କ ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲୀଲ ମିତ୍ର ଗୁରୁତର

ଭୁବନେଶ୍ୱର,୧୨।୫(ବ୍ୟୁରୋ): ହାସ୍ୟ ଅଭିନେତା ସଲୀଲ ମିତ୍ର ରବିବାର ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସଲୀଲଙ୍କ ଗୋଡ ଭାଙ୍ଗି ଯାଇଥିବା ସୂଚନା ମିଳିଛି। କେନ୍ଦୁଝର...

ବିଭୋରଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ନେହା

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ତାଙ୍କ ସୁମଧୁର କଣ୍ଠ ପାଇଁ ବେଶ୍‌ ପରିଚିତ। ବହୁ ସଂଘର୍ଷ କରି ସଫଳତା ପାଇଥିବା ନେହା ଏବେ ତାଙ୍କ...

Leave a comment

Your email address will not be published. Required fields are marked *