ବରଯାତ୍ରୀରେ ବୁଢ଼ୀ ମାଉସୀଙ୍କଠୁ ମାଡ଼ ଖାଇଥିଲି

ଓଡ଼ିଆ ଟେଲିଭିଜନ ଦୁନିଆରେ ସୁଜିତ ପାଇକରାୟ ନାୟକ କମ୍‌, ଖଳନାୟକ ଭୂମିକାରେ ବେଶି ଦେଖିବାକୁ ମିଳନ୍ତି। ଭୁବନେଶ୍ୱରରେ ଜନ୍ମିତ ଏହି ଅଭିନେତା ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କ ମହଲରେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ। ସୁମିତ୍ରା ଓ ସୂର୍ଯ୍ୟକାନ୍ତ ପାଇକରାୟଙ୍କ ପୁଅ ସୁଜିତଙ୍କ ଅନୁଭୂତିରୁ କିଛି..

ପରଦାରେ ଖଳନାୟକ ଭାବେ ମୋତେ ଅନେକ ଲୋକ ଦେଖିଛନ୍ତି। କିଛି ବର୍ଷ ତଳର ଘଟଣା। ନେଇ ଯାରେ ମେଘ ମୋତେ ସିରିଏଲରେ ମୁଁ ମହ୍ଲାର ପଟ୍ଟନାୟକ ଭୂମିକାରେ ଅଭିନୟ କରୁଥିଲି। ସିରିଏଲ ଟେଲିକାଷ୍ଟ ହେବା ସମୟର ଘଟଣା। ମୁଁ ଏକ ବରଯାତ୍ରୀରେ ଯାଇଥାଏ। ବର ଗାଡ଼ି କନ୍ୟାଘର ପାଖେ ପହଞ୍ଚିଲା। ବର ଗାଡ଼ିରୁ ଓହ୍ଲାଇ ଭିତରକୁ ଯାଇ ସାରିଥାଏ। ସେଠାରେ ଉପସ୍ଥିତ ସମସ୍ତ ଲୋକ ମୋତେ ବଲବଲ କରି ଅନାଉଥାନ୍ତି। ମୁଁ ଭାବୁଥାଏ ବୋଧହୁଏ ମୋତେ ସିରିଏଲରୁ ଚିହ୍ନି ଏମିତି ପ୍ରତିକ୍ରିୟା ଦେଉଛନ୍ତି। ହଠାତ୍‌ ଭିଡ଼ ଭିତରୁ ଜଣେ ବୁଢ଼ୀ ଲୋକ ପାଖକୁ ଆସିଲେ ଆଉ ମୋ କାନ ମୋଡ଼ି ଗୋଟେ ଥାପଡ ଲଗାଇଲେ। ‘ତୁ ସେ ସନ୍ଧ୍ୟା(ସିରିଏଲରେ ହିରୋଇନର ନାଁ)କୁ କାହିଁକି ହଇରାଣ କରୁଛୁ। ସେ ପ୍ରତ୍ୟୁଷ(ସିରିଏଲରେ ହିରୋର ନାଁ) ପାଖରେ ରହୁ। ତୋର କ’ଣ ଅସୁବିଧା ହଉଛି’। ବୁଢ଼ୀ ମାଉସୀ ଜଣକ ଏପରି କଥା ମୋତେ କହି ଚାଲିଗଲେ। ଅନ୍ୟକିଛି ଲୋକ ଆସି ମୋତେ ବୁଝାଶୁଝା କରୁଥାନ୍ତି। ହେଲେ ମୋ ଭିତରୁ ଗୋଟେ ଅନ୍ୟପ୍ରକାର ଖୁସି ଅନୁଭବ ହେଉଥାଏ। ଏତେ ଲୋକଙ୍କ ସାମ୍ନାରେ ମାଡ଼ ଖାଇଲି, ତାହା ଖରାପ ଲାଗୁ ନ ଥାଏ। ଯାହାହେଉ ମୋ ଅଭିନୟକୁ ଲୋକେ ପସନ୍ଦ କରୁଛନ୍ତି, ଏପରି ମିଠା ଅନୁଭବ ହେଉଥାଏ।
ଆଉ ଏକ ଅନୁଭୂତି ସମ୍ପର୍କରେ ସୁଜିତ କୁହନ୍ତି, ନିର୍ବାଚନ କ୍ୟାମ୍ପେନିଂରେ ବାଲେଶ୍ୱର ଯାଇଥାଏ। ସେଠାରେ ଭିଡ଼ ଏତେ ଥିଲା ଯେ, ମୋତେ କିଛି ସମୟ ପର୍ଯ୍ୟନ୍ତ ଆଦୌ ଭଲ ଲାଗିଲାନି। ଗାଡ଼ି ଗଡ଼ିବାର ପ୍ରଶ୍ନ ଉଠୁ ନ ଥାଏ। ମୁଁ ଚୁପ କରି ଏକ ଖୋଲା ଜିପ୍‌ରେ ବସିଥାଏ। କିଛି କଲେଜ ପଢ଼ୁଆ ପିଲା ମୋ ପାଖକୁ ଆସିଲେ। ହେଲେ ମୁଁ ଖରାପ ଭାବିବି ବୋଲି ଭାବି ମୋଠାରୁ ଅଳ୍ପ ଦୂରରେ ଛିଡ଼ା ହେଲେ। ମୋ ସହ କଥା ହେବାକୁ ନିଜନିଜ ଭିତରେ ଠେଲାପେଲା ହେଉଥାନ୍ତି। ଖଳନାୟକ ଭୂମିକାରେ ଦେଖିଦେଖି ସେମାନଙ୍କ ମନରେ ବି ଏପରି ଭାବନା ଥାଏ। କିଛି ସମୟ ପରେ ସେମାନଙ୍କୁ ପାଖକୁ ଡାକିଥିଲି ଆଉ ସେଲ୍‌ଫି ମଧ୍ୟ ଉଠାଇଥିଲି।


All Right Reserved By Dharitri.Com

‘ପଙ୍ଗା’ର ନୂଆ ପୋଷ୍ଟର ରିଲିଜ୍‌

ମୁମ୍ବାଇ: କଙ୍ଗନା ରାନାଓ୍ବତଙ୍କ ଲିଡ୍‌ ରୋଲରେ ପରଦାକୁ ଆସିବ ‘ପଙ୍ଗା’। ଶନିବାର ଅଭିନେତ୍ରୀ ନିନା ଗୁପ୍ତା ଏହାର ଏକ ପୋଷ୍ଟର ରିଲିଜ୍‌ କରିଛନ୍ତି। ଏହି ପୋଷ୍ଟରରେ...

ଆଉ ଥରେ ଜନ୍ମ ନେଲେ ଜଣେ ଦରଦୀ ଚିକିତ୍ସକ ହେବି

ଡାକ୍ତର ଦୀନବନ୍ଧୁ ସାହୁଙ୍କ ଜନ୍ମ ଅନୁଗୋଳ ଜିଲା ଛେଣ୍ଡିପଦାରେ। ସେ ଏକଧାରରେ ଜଣେ ଚିତ୍ରଶିଳ୍ପୀ,କବି,ଅଭିନେତା ଓ ବେହେଲା ବାଦକ। ପ୍ରାଚୀନ ଓଡ଼ିଆ ସାହିତ୍ୟ ଉପରେ ଗବେଷଣା...

ସମକାଳୀନ କାହାଣୀ ଉପରେ: ଓଡ଼ିଶୀ ଏକ ଭଲ ଚିନ୍ତାଧାରା

ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଜଗତରେ ଜଣେ ପରିଚିତ ଚେହେରା ମଧୁଲିତା ମହାପାତ୍ର। ଜଣେ ପ୍ରତିଭାବାନ୍‌ ଯୁବ ନୃତ୍ୟଶିଳ୍ପୀ ଭାବେ ଦେଶ ଓ ଦେଶ ବାହାରେ ଓଡ଼ିଶୀ...

ଡିଜିଟାଲ ଡେବ୍ୟୁ କରିବେ ଚିତ୍ରାଙ୍ଗଦା

ମୁମ୍ବାଇ: ବଲିଉଡ୍‌ର କେତେଜଣ କଳାକାର ଏବେ ଡିଜିଟାଲ ଦୁନିଆ ଆଡେ ପାଦ ବଢାଉଛନ୍ତି। ଧିରେ ଧିରେ ଦେଖାଯାଉଛି ଏଭଳି କଳାକାରଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେ...

ଫିଟ୍‌ନେସ୍‌ର ରାଜ୍‌ କହିଲେ ଆଲିଆ ଭଟ୍ଟ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ସୌନ୍ଦର୍ଯ୍ୟର ରାଜ୍‌ କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ତାଙ୍କୁ ଘରୋଇ ଖାଦ୍ୟ ଖାଇବାକୁ ଖୁବ୍‌ ଭଲ ଲାଗେ।...

୧୬ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁ କରଥିଲେ ଡିମ୍ପଲ୍‌

ମୁମ୍ବାଇ,୮।୬: ବଲିଉଡ୍‌ ନାୟିକା ଡିମ୍ପଲ୍‌ କପାଡ଼ିଆ ଶନିବାର ୬୨ ବର୍ଷରେ ପାଦ ଥାପିଛନ୍ତି। ୧୯୫୭ ଜୁନ୍‌ ୮ରେ ସେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ...

ପ୍ରଥମଥର ରାଜନୀତିରେ ପାଦ ଦେଇ ବାଜି ମାରିଲେ ଏହି ଦୁଇ ଅଭିନେତ୍ରୀ

କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢ଼ିବାକୁ ଯାଉଛି। ଏଥର ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଅଭିନେତ୍ରୀ ଅଭିନେତା ପ୍ରଥମଥର...

ମେକଅପ୍‌ ରୁମ୍‌ରେ ନୁସରତଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ

କୋଲକାତା: ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜହାଁ ସୋସିଆଲ ମିଡିଆରେ ସୁବବେଳେ ବହୁ ଆକ୍ଟିଭ ରୁହନ୍ତି। ଫେସ୍‌ବୁକ୍‌, ଟ୍ବିଟର, ଇନ୍‌ଷ୍ଟାଗ୍ରାମ ଓ...

Leave a comment

Your email address will not be published. Required fields are marked *