ଆୟୁର୍ବେଦର ସୁବର୍ଣ୍ଣ ଯୁଗ ଆସୁଛି

ବ୍ରହ୍ମପୁର ନିକଟ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟର ଶିଶୁରୋଗ ବିଶେଷଜ୍ଞ ତଥା ଅଧ୍ୟାପକ ଡା. ବିମଳ କୁମାର ପଣ୍ଡାଙ୍କ ଇଚ୍ଛାଶକ୍ତି ତାଙ୍କ ପାଇଁ ଆଣିଦେଇଛି ସଫଳତା। ରୋଗ ପ୍ରତିରୋଧକ ଶକ୍ତି, ମେଧାଶକ୍ତି ଓ ସ୍ମରଣ ଶକ୍ତି ବୃଦ୍ଧି ନିମନ୍ତେ ସ୍ବତନ୍ତ୍ର କ୍ୟାମ୍ପ ଜରିଆରେ ଶିଶୁମାନଙ୍କୁ ମାଗଣାରେ ସ୍ବର୍ଣ୍ଣପ୍ରାସନ ଔଷଧ ମଧ୍ୟ ପ୍ରଦାନ କରୁଛନ୍ତି ସେ। ବାଲେଶ୍ୱର ଗଗନଧୂଳି ଗ୍ରାମରେ ଜନ୍ମିତ ତଥା ଚିକିତ୍ସା କ୍ଷେତ୍ରରେ କିଛି ନୂତନତ୍ୱ ଆଣିବାରେ ସଦାବ୍ୟସ୍ତ ଡା.ପଣ୍ଡାଙ୍କ ସହ ଧରିତ୍ରୀର ଅନ୍ତରଙ୍ଗ ଆଳାପ।

ଆୟୁର୍ବେଦ ଚିକିତ୍ସାରେ କ୍ୟାରିୟର କରିବାକୁ କାହିଁକି ମନ ବଳାଇଲେ ?
ଆୟୁର୍ବେଦ ଚିକିତ୍ସାରେ ଅଧ୍ୟୟନ ଓ କ୍ୟାରିୟର କରିବାକୁ କେବେ ବି ଚିନ୍ତା କରି ନ ଥିଲି। ଭଦ୍ରକ କଲେଜରେ ପଢୁଥିବା ବେଳେ କଲେଜ ପକ୍ଷରୁ କେରଳର କୋଚିରେ ଚାଲିଥିବା ଅଲ୍‌ଇଣ୍ଡିଆ ଏନ୍‌ସିସି କ୍ୟାମ୍ପ୍‌କୁ ଭାଗନେବାକୁ ଯାଇଥାଏ। ସେତେବେଳେ ବଡ଼ଭାଇ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ନାମଲେଖାଇବାକୁ ଫର୍ମ ଦାଖଲ କରିଦେଇଥିଲେ ଓ ସେହି କଲେଜରେ ମୋତେ ସିଟ୍‌ ମଧ୍ୟ ମିଳିଗଲା। କ୍ୟାମ୍ପରୁ ଫେରିବା ପରେ ଆୟୁର୍ବେଦର ବିଏମ୍‌ଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇଥିଲି। ପ୍ରଥମ ବର୍ଷରେ ହିଁ କ୍ଳାସ୍‌ରେ ସର୍ବୋଚ୍ଚ ନମ୍ବର ରଖିଥିଲି। ପରବର୍ତ୍ତୀି ସମୟରେ ଆୟୁର୍ବେଦ ଉପରେ ବ୍ରତୀ ହେବା ସହ ଗବେଷଣା କରିବାକୁ ମନସ୍ଥ କଲି।

ଆୟୁର୍ବେଦ ଚିକିତ୍ସାରେ କ୍ୟାରିୟର ପାଇଁ କାହାଠାରୁ ପ୍ରେରଣା ପାଇଛନ୍ତି ?
ନିଜର ପରିବାରଠାରୁ ଆୟୁର୍ବେଦ ଚିକିତ୍ସତ୍କ ହେବା ପାଇଁ ପ୍ରେରଣା ପାଇଛି। ମାଆ ତୁଳସୀମଣି ଓ ବାପା ପର୍ଶୁରାମ ପଣ୍ଡା ଆୟୁର୍ବେଦ ଚିକିସତ୍କ ହେବାକୁ ପ୍ରତି ମୁହୂର୍ତ୍ତରେ ମୋତେ ପ୍ରେରଣା ଯୋଗାଇଆସିଛନ୍ତି।

ଶିଶୁରୋଗ ଉପରେ ଗବେଷଣା ଓ ଚିକିତ୍ସକ ହେବାକୁ କାହିଁକି ଇଚ୍ଛା କଲେ ?
ସେହିସମୟରେ କଲେଜର ଟପ୍ପର ଛାତ୍ରୀଛାତ୍ରମାନେ ଶିଶୁରୋଗ ବିଭାଗରେ ହିଁ ଗବେଷଣା ଓ ଚିକିସତ୍କ ହେବାକୁ ଇଚ୍ଛା ପ୍ରକାଶ କରୁଥିଲେ। ଯେହେତୁ କ୍ଲାସ୍‌ରେ ସର୍ବଦା ଟପ୍ପର ହେଉଥିଲି, ସେଥିପାଇଁ ଶିଶୁରୋଗ ଗବେଷକ ଓ ଚିକିତ୍ସକ ହେବାକୁ ନିଷ୍ପତ୍ତି ନେଇଥିଲି।

ଜଣେ ସଫଳ ଆୟୁର୍ବେଦ ଶିଶୁରୋଗ ବିଶେଷଜ୍ଞ ଓ ଚିକିତ୍ସକ ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ତେବେ ସଫଳତା ଓ ଅନୁଭୂତି ତଥା ଅଭିଜ୍ଞତା ସମ୍ପର୍କରେ କ’ଣ କହିବେ ?
ଜଣେ ସଫଳ ଚିକିତ୍ସକ ହେବାକୁ ହେଲେ ନିଜସ୍ବ ଜ୍ଞାନ ସହ ଇଚ୍ଛାଶକ୍ତି ଓ ସାଧନାର ଆବଶ୍ୟକତା ରହିଛି। ଆୟୁର୍ବେଦରେ ଅଧ୍ୟୟନ ଆରମ୍ଭରୁ ସର୍ବଦା ସାଧନା, ଗବେଷଣାରେ ରତି ରହିଛି। ଶିଶୁରୋଗ ଉପରେ ନୂତନ ଆୟୁର୍ବେଦ ଚିକିତ୍ସା ଓ ଔଷଧ ଆବିଷ୍କାରକୁ ନେଇ ଗବେଷଣା କରିଆସିଛି। କିଛି ନୂଆ ଶିଖିବା, ନୂଆ କରିବାର ଚେଷ୍ଟା ଓ ସାଧନା ଫଳରେ ବର୍ତ୍ତମାନ ଶିଶୁରୋଗ ମଧ୍ୟରେ ଜନ୍ମରୁ ୧୬ ବର୍ଷର ଶିଶୁଙ୍କ ମଧ୍ୟରେ ଦେଖାଦେଉଥିବା ସିକିଲ ସେଲ୍‌ ଏନିମିଆ, କୁପୋଷଣ, ଅପସ୍ମାର ଭଳି ରୋଗର ସ୍ବତନ୍ତ୍ର ଚିକିସତ୍ା ପ୍ରଦାନ କରିବାରେ ସଫଳ ହୋଇପାରୁଛି। ଏଥିସହ ଆୟୁର୍ବେଦ ଚିକିତ୍ସା ଦ୍ୱାରା ଶିଶୁରୋଗ ବ୍ୟତୀତ ବାତ, ଚର୍ମରୋଗର ମଧ୍ୟ ସଫଳ ଚିକିତ୍ସା ପ୍ରଦାନ କରିପାରୁଛି।

ଆୟୁର୍ବେଦ ମାଧ୍ୟମରେ ଶିଶୁରୋଗର ସମ୍ପୂର୍ଣ୍ଣ ଉପଶମ ସମ୍ଭବ କି ?
ନିଶ୍ଚୟ ସମ୍ଭବ। ଶିଶୁର ରୋଗ ଆରମ୍ଭରୁ ଆୟୁର୍ବେଦର ନିୟମିତ ଚିକିତ୍ସା ପ୍ରଦାନ କଲେ ସିକିଲ ସେଲ୍‌ ଏନିମିଆ, କୁପୋଷଣ, ଅପସ୍ମାର ଭଳି ଶିଶୁ ରୋଗର ଉପଶମ ସମ୍ଭବ ହୋଇପାରୁଛି। ଯଦି ଗବେଷଣା ଦ୍ୱାରା ଆୟୁର୍ବେଦର ବିଭିନ୍ନ ଚିକିତ୍ସା ପଦ୍ଧତିକୁ ଲୋକଲୋଚନକୁ ଅଣାଯାଇ ପାରିବ ତେବେ ଏହା ଦ୍ୱାରା ଅନେକ ରୋଗର ସମାଧାନ ସମ୍ଭବ ହୋଇପାରିବ।

ଆଗାମୀ ଦିନର ଲକ୍ଷ୍ୟ କ’ଣ?
ସରକାରୀ ଚାକିରିରୁ ଅବସର ପରେ ଆୟୁର୍ବେଦର ନିଜସ୍ବ ଗବେଷଣା ପ୍ରତିଷ୍ଠାନ କରିବାକୁ ଲକ୍ଷ୍ୟ ରଖିଛି। ଏହି ପ୍ରତିଷ୍ଠାନ ଦ୍ୱାରା ନୂତନ ଆର୍ୟୁବେଦ ଚିକିତ୍ସକ, ଗବେଷକ ସୃଷ୍ଟି କରାଯାଇପାରିବ। ଏହା ଆୟୁର୍ବେଦର ପ୍ରଚାର, ପ୍ରସାର ଓ ବିକାଶରେ ମଧ୍ୟ ଯଥେଷ୍ଟ ସହାୟକ ହେବ।

ଆୟୁର୍ବେଦ ଚିକତ୍ସାର ବିକାଶ ଓ କ୍ୟାରିୟର ଗଠନ କରିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କ ପାଇଁ କ’ଣ କହିବେ ?
ବର୍ତ୍ତମାନ ଆୟୁର୍ବେଦର ସୁବର୍ଣ୍ଣ ଯୁଗ ଆସୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆୟୁର୍ବେଦ ଓ ଯୋଗର ଅନ୍ତର୍ଜାତୀୟସ୍ତରରେ ଆଦର ବଢିଛି। ଗବେଷଣା କ୍ଷେତ୍ରରେ ବିକାଶ ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଯୋଜନା ହେଉଛି। ଏଥିପାଇଁ ବର୍ତ୍ତମାନ ଅଧ୍ୟୟନରତ ତଥା ଆୟୁର୍ବେଦ ଚିକିତ୍ସକ ଭାବେ କ୍ୟାରିୟର ଗଢିବାକୁ ଚାହୁଁଥିବା ଛାତ୍ରୀଛାତ୍ରମାନେ ଏହାର ମୂଳତତ୍ତ୍ୱକୁ ଜାଣିବା ଆବଶ୍ୟକ। ଆଧୁନିକ ଜ୍ଞାନକୌଶଳ ସହ ଆୟୁର୍ବେଦ ଚିକିତ୍ସା ଉପରେ ଗବେଷଣା କରିବା ଆବଶ୍ୟକ।


All Right Reserved By Dharitri.Com

ଭୁବନେଶ୍ୱର-ବାରାଣସୀ ବିମାନ ସେବା ଫେବୃୟାରୀ ୨୯ରୁ

ଭୁବନେଶ୍ୱର,୩ା୧(ବ୍ୟୁରୋ): ଓଡ଼ିଶାବାସୀଙ୍କ ଲାଗି ଖୁସି ଖବର। ଫେବୃୟାରୀ ୨୯ରୁ ଆରମ୍ଭ ହେଉଛି ଭୁବନେଶ୍ୱର-ବାରାଣସୀ ବିମାନ ସେବା। ଘରୋଇ ବିମାନ ଚଳାଚଳ ସଂସ୍ଥା ଇଣ୍ଡିଗୋ ଏହି ସେବା...

ଯେଉଁଠି ସଦସ୍ୟଙ୍କ ମୃତ୍ୟୁରେ ଘର ଛାଡିଦିଅନ୍ତି ପରିବାର ଲୋକେ

ନିଜ ପ୍ରିୟଜନଙ୍କ ମୃତ୍ୟୁ ପରେ ସେମାନଙ୍କ ସ୍ମୃତିକୁ ସାଉଣ୍ଟିବାକୁ ଲୋକେ ଅନେକ ଉପାୟ ଆପଣାଇଥାନ୍ତି। କିନ୍ତୁ ଆମ ଦେଶରେ ଏଭଳି କିଛି ଜନଜାତି ଅଛନ୍ତି, ଯେଉଁମାନେ...

ଟ୍ରାନ୍ସପରେଣ୍ଟ କଫି

କଫି ସମସ୍ତେ ପିଇଥିବେ, ଆଉ ତାର ରଙ୍ଗ କିପରି ଜାଣିଥିବେ। ହେଲେ ଏଠାରେ ଯେଉଁ କଫି କଥା କୁହାଯାଉଛି ତାହା ଦେଖିବାକୁ ଜଳ ପରି ସ୍ବଚ୍ଛ।...

ଦେଶରେ ୨୩, ଓଡ଼ିଶାରେ ୨ ନକଲି ବିଶ୍ୱବିଦ୍ୟାଳୟ: ଉତ୍ତରପ୍ରଦେଶରେ ସର୍ବାଧିକ ୮, ଦିଲ୍ଲୀରେ ୭

ଭୁବନେଶ୍ୱର, ୨୩ା୭(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ(ୟୁଜିସି) ମଙ୍ଗଳବାର ନକଲି ବିଶ୍ୱବିଦ୍ୟାଳୟ ସଂକ୍ରାନ୍ତ ତଥ୍ୟ ପ୍ରକାଶ କରିଛି। ଦେଶରେ ନିଜସ୍ବ ଢଙ୍ଗରେ ୨୩ ନକଲି ବିଶ୍ୱବିଦ୍ୟାଳୟ କାର୍ଯ୍ୟ...

ବନାରସ ଯିବାକୁଥିଲେ ଏହିସବୁ ଖାଦ୍ୟ ନିଶ୍ଚେ ଚାଖନ୍ତୁ

ଆଧ୍ୟାତ୍ମିକ ଓ ସଂକୀର୍ତ୍ତନର ସହର ବନାରସ। ଯେଉଁ ସହର ନଁା ରେ ରହିଛି ରସ। ତେବେ ସେହି ସହରର ଖାଦ୍ୟ ପଦାର୍ଥ କେତେ ସ୍ବାଦିଷ୍ଠ ହୋଇ...

ଶିକ୍ଷାଦାନ ଏକ ମହାନ୍‌ ବୃତ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଶିକ୍ଷାଦାନ ଏକ ମହାନ୍‌ ବୃତ୍ତି। ଶ୍ରେଣୀକକ୍ଷରେ ହିଁ ଦେଶର ଭବିଷ୍ୟତ ଗଠନ କରାଯାଇଥାଏ। ତେଣୁ କେବଳ ପୁସ୍ତକଗତ ଶିକ୍ଷାଦାନ ଉପରେ ସୀମିତ ନ ରହି...

ଘରୋଇ ହସ୍ପିଟାଲରେ ଉତ୍ତେଜନା, ଭଙ୍ଗାରୁଜା ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଖଣ୍ଡଗିରି ଥାନା ଯଦୁପୁର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭଙ୍ଗାରୁଜା କରିବା ଘଟଣାରେ ଖଣ୍ଡଗିରି ପୋଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ...

ପ୍ରଥମ ଦରମାରେ ହାଇଡେସ୍କ ଓ ବେଞ୍ଚ କିଣିଥିଲି: ଡ.ଚନ୍ଦ୍ରଶେଖର ଦାଶ

ପ୍ରାଧ୍ୟାପକ, ପ୍ରାବନ୍ଧିକ ତଥା ଉଦ୍‌ଘୋଷକ ଡ.ଚନ୍ଦ୍ରଶେଖର ଦାଶ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରତନପୁର ଗାଁରେ...

Leave a comment

Your email address will not be published. Required fields are marked *