ମ୍ୟୁଚୁଆଲ ଫଣ୍ଡ ଶିଳ୍ପରେ ଉଲ୍ଲେଖନୀୟ ଅଭିବୃଦ୍ଧିି

ନୂଆଦିଲ୍ଲୀ,୨୭-୫: ୨୦୦୪ ପରଠାରୁ ଦେଶରେ ମ୍ୟୁଚୁଆଲ ଫଣ୍ଡ ଶିଳ୍ପରେ ଅଭିବୃଦ୍ଧି ଉଲ୍ଲେଖନୀୟ ରହିଛି। ନିର୍ବାଚନର ପ୍ରଭାବ ବର୍ତ୍ତମାନ ଶେୟାର ବଜାର ଉପରେ ପରିଲକ୍ଷିତ ହୋଇଛି। ଏଥିଯୋଗୁ ବଜାର କିଛି ମାସ ଧରି ଅସ୍ଥିର ରହିଛି। ତେବେ ସମ୍ପତ୍ତି ସୃଷ୍ଟି ଲାଗି ଆଗ୍ରହୀ ନିବେଶକ ନିଜର କାର୍ଯ୍ୟଧାରାକୁ ନିୟନ୍ତ୍ରିତ କରିବାର ଆବଶ୍ୟକତା ରହିଛି ବୋଲି ୟୁଟିଆଇ ଏଏମ୍‌ସି ଫଣ୍ଡ ମ୍ୟାନେଜର ତଥା ଗବେଷଣା ମୁଖ୍ୟ ବରିଷ୍ଠ ଉପସଭାପତି ସଚିନ୍‌ ତ୍ରିବେଦୀ ପରାମର୍ଶ ଦେଇଛନ୍ତି। ଦୃଢ ଆୟର ମାନ ରଖୁଥିବା ଷ୍ଟକ ବାଛିବା ପୁଞ୍ଜି ନିବେଶର କୌଶଳ ବୋଲି ସେ କହିଛନ୍ତି। ସେହିଭଳି ମଧ୍ୟମ ଏବଂ ଦୀର୍ଘ ମିଆଦି ଭିତ୍ତିରେ ଯେଉଁ ଷ୍ଟକ୍‌ର ଅଭିବୃଦ୍ଧି ରହିଥିବ ତାକୁ ବାଛିବା ଆବଶ୍ୟକ ବୋଲି ତ୍ରିବେଦୀ କହିଛନ୍ତି। ସେହିଭଳି ମ୍ୟୁଚୁଆଲ ଫଣ୍ଡର ନିବେଶ ଧାରାକୁ ଦେଖିଲେ ଜଣାଯିବ ଯେ, ୨୦୧୬ ଏପ୍ରିଲ ମାସ ବେଳକୁ ଏସ୍‌ଆଇପି ପ୍ରବାହ ୩୦୦୦ କୋଟି ଟଙ୍କା ଥିବା ବେଳେ ଏହା ୨୦୧୯ ମାର୍ଚ୍ଚରେ ୮୦୦୦ କୋଟି ଟଙ୍କା ଟପିଛି। ଏହି ହାରରେ ଦେଖିଲେ ଇକ୍ୟୁଟି ଏଏମ୍‌ୟୁକୁ ବାର୍ଷିକ ଏସ୍‌ଆଇପି ପ୍ରବାହର ଅବଦାନ ୧ଲକ୍ଷ କୋଟି ଟଙ୍କା ରହିବ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ଓ୍ବାଟର ପ୍ୟୁରିଫାୟର ବଜାର ଅଂଶ ଦୃଢ଼ କରିବ ହାଭେଲ୍ସ

ଭୁବନେଶ୍ୱର,୧୪|୨ – ପ୍ରମୁଖ ଏଫ୍‌ଏମ୍‌ସିଜି ଏବଂ କଞ୍ଜ୍ୟୁମର ଡ୍ୟୁରେବୁଲ କମ୍ପାନୀ ହାଭେଲ୍ସ ଇଣ୍ଡିଆ ଲିମିଟେଡ (ଏଚ୍‌ଆଇଏଲ୍‌) ପକ୍ଷରୁ ଓଡିଶା ବଜାରରେ ନୂଆ ପରିବେଶ ଉପଯୋଗୀ ଓ୍ବାଟର...

ବଜାଜର ୨ ନୂଆ ମଡେଲ ବଜାରରେ

ଭୁବନେଶ୍ୱର, ୧୯-୭: ବଜାଜ ଅଟୋ ପକ୍ଷରୁ ନୂଆ ପ୍ଲାଣ୍ଟିନା ୧୧୦ ଏଚ୍‌-ଗିୟର ଏବଂ ସିଟି ୧୧୦ ମଡେଲ ବଜାରକୁ ଆସିଛି। ହାଇଓ୍ବେ ରାଇଡିଂକୁ ନଜରରେ ରଖି...

ବର୍ଷା ସାଜିଲା କାଳ : ପୁଣି ବଢ଼ିଲା ପିଆଜ ଦର

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : କିଛିଦିନର ବ୍ୟବଧାନ ପରେ ପିଆଜ ଦର ଅହେତୁକ ବୃଦ୍ଧି ପାଇଛି। ଭୁବନେଶ୍ୱର, ପୁରୀ ସମେତ ରାଜ୍ୟର ବିଭିନ୍ନ ସହରରେ ରବିବାର ପିଆଜ ଦର...

ଉଲ୍ଲେଖନୀୟ ପ୍ରଦର୍ଶନ ଧାରା ଜାରି ରଖିଛି ପୂର୍ବତଟ ରେଳପଥ

ଭୁବନେଶ୍ୱର,୨୬-୧ : ୭୧ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ପୂର୍ବତଟ ରେଳପଥ ପରିବାର ଏବଂ ଅଂଶୀଦାରଙ୍କୁ ଅଭିନନ୍ଦନ। ଏଭଳି ଏକ ପବିତ୍ର ଦିବସରେ ଭାରତର ପ୍ରଗତିକୁ...

ଟେଲିକମ୍‌ ନେଟଓ୍ବର୍କ ପୁନରୁଦ୍ଧାର ହେଲା

ଭୁବନେଶ୍ୱର,୧୩।୫(ବ୍ୟୁରୋ) ବାତ୍ୟା ପରେ ରାଜ୍ୟର ୧୪ ଉପକୂଳବର୍ତ୍ତୀ ଜିଲାରେ ଟେଲିକମ୍‌ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ପୁରୀ,ଖୋର୍ଦ୍ଧା, କଟକ ଭଳି ଜିଲାଗୁଡିକରେ ଟେଲିକମ୍‌ ଭିତ୍ତିଭୂମି...

ଏୟାର ଏସିଆର ଟ୍ରାଭେଲ ଫେୟାର ଆରମ୍ଭ;ଗ୍ରାହକଙ୍କ ପସନ୍ଦ ବାଲି, ବ୍ୟାଙ୍କକ୍‌

ଭୁବନେଶ୍ୱର,୩-୮(ବ୍ୟୁରୋ): ପର୍ଯ୍ୟଟନ ବିକାଶକୁ ଧ୍ୟାନରେ ରଖି ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ପକ୍ଷରୁ ସ୍ଥାନୀୟ ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ଠାରେ ‘ଟ୍ରାଭେଲ ଫେୟାର’...

୨୩୪୮କୋଟି ଜାଲିଆତି ମାମଲା: ଭୂଷଣ ଷ୍ଟିଲ ଅଧ୍ୟକ୍ଷଙ୍କ ବିରୋଧରେ ଲୁକ୍‌ଆଉଟ ସର୍କୁଲାର ଜାରି

ନୂଆଦିଲ୍ଲୀ,୨୫-୪: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ୨୩୪୮ କୋଟି ଟଙ୍କାର ବ୍ୟାଙ୍କ ଜାଲିଆତି ମାମଲାରେ ଭୂଷଣ ପାଓ୍ବାର ଆଣ୍ଡ ଷ୍ଟିଲ୍‌ ଲିମିଟେଡର ଅଧ୍ୟକ୍ଷ ସଞ୍ଜୟ ସିଂଘଲ ଏବଂ...

ଧାର୍ଯ୍ୟ ଲକ୍ଷ୍ୟର ୯୩% ଛୁଇଁଲା ବିତ୍ତୀୟ ନିଅଣ୍ଟ

ନୂଆଦିଲ୍ଲୀ,୧-୧୧: ଦେଶର ବିତ୍ତୀୟ ନିଅଣ୍ଟ ବଜେଟ ହୋଇଥିବା ଧାର୍ଯ୍ୟ ଲକ୍ଷ୍ୟର ୯୩% ଛୁଇଁଛି। ଚଳିତ ଆର୍ଥତ୍କ ବର୍ଷର ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହା ୬.୫୨...

Leave a comment

Your email address will not be published. Required fields are marked *