Posted inଜାତୀୟ

କେବେ ପାଳନ କରାଯାଇଥିଲା ଶିଶୁ ଦିବସ

ନୂଆଦିଲ୍ଲୀ,୧୪।୧୧: ସାରା ଦେଶରେ ନଭେମ୍ବର ୧୪ ଗୁରୁବାର ପାଳନ କରଯାଉଛି ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ। ଏହାକୁ ନେଇ ଗୁଗୁଲ ଏକ ଡୁଡଲ ମଧ୍ୟ ପ୍ରସ୍ତୁତ କରିଛି। କୁହାଯାଏ ପ୍ରଥମେ ୧୯୨୫ରେ ଶିଶୁ ଦିବସ ପ୍ରଥମେ ପାଳନ କରାଯାଇଥିଲା। ହେଲେ ସାରା ବିଶ୍ୱରେ ୧୯୫୩ରେ ଏହି ଦିବସକୁ ମାନ୍ୟତା ମିଳିଥିବା କେହି କେହି କୁହନ୍ତି। ତେବେ ଜାତିସଂଘ ପକ୍ଷରୁ ନଭେମ୍ବର ୨୦କୁ ଶିଶୁ ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଥିଲା। ହେଲେ ଏହା ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଦିନରେ ପାଳନ କରାଗଲା। ଭାତରରେ ବି ପ୍ରଥମେ ଏହା ନଭେମ୍ବର ୨୦ରେ ପାଳନ କରାଯାଉଥିଲା ବୋଲି କୁହାଯାଏ। ହେଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ନିଧନ ପରେ ୧୯୬୪ରୁ ଏହି ଦିବସକୁ ନେହେରୁଙ୍କ ଜନ୍ମଦିବସ ଅର୍ଥାତ୍‌ ନଭେମ୍ବର ୧୪ରେ ପାଳନ କରିବାକୁ ସର୍ବସମ୍ମତିକ୍ରମେ ମତ ପ୍ରକାଶ ପାଇଲା। ସୂଚନାଯୋଗ୍ୟ, ଭାରତ ସ୍ବାଧିନ ହେବା ପରେ ନେହେରୁ ଶିଶୁମାନଙ୍କର ଶିକ୍ଷା, ପ୍ରଗତି ଓ କଲ୍ୟାଣ ପାଇଁ ଅନେକ କାମ କରିଥିଲେ। ସେ ଶିଶୁମାନଙ୍କୁ ଖୁବ୍‌ ସ୍ନେହ ବି କରୁଥିଲେ। ତେଣୁ ସେ ପିଲାମାନଙ୍କ ପାଖରେ ଚାଚା ନେହେରୁ ଭାବେ ବେଶ୍‌ ପରିଚିତ ଥିଲେ।


All Right Reserved By Dharitri.Com

୩୧ରୁ ଆରମ୍ଭ ହୋଇପାରେ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୪ା୧: ଚଳିତ ମାସ ୩୧ରେ ବଜେଟ ଅଧିବେଶନ ଆରମ୍ଭ କରିବା ନେଇ ସରକାର ବିଚାର କରୁଛନ୍ତି। ସେହିଭଳି ସାଧାରଣ ବଜେଟ ଫେବୃୟାରୀ ପହିଲାରେ ଉପସ୍ଥାପନ ହୋଇପାରେ।...

ଗାଈ ଖୁରାକୁ ଭ୍ରୁକ୍ଷେପ ନକରି ମାଟିରେ ଶୋଇଲେ ଶହ ଶହ ଶ୍ରଦ୍ଧାଳୁ: ପାଳିତ ହେଲା ପୁରାତନ ପରମ୍ପରା

ଉଜ୍ଜୟିନୀ,୨୮।୧୦: ମଧ୍ୟପ୍ରଦେଶ ଉଜ୍ଜୟିନୀ ନିକଟବର୍ତ୍ତୀ ବଡ଼ନଗର ତହସିଲ୍‌ରେ ଥିବା ଭିଡ଼ାବଦ୍‌ ଗାଁରେ ପୁରାତନ ପରମ୍ପରା ସୋମବାର ପାଳିତ ହୋଇଛି। ଏଠାରେ ଶହ ଶହ ଶ୍ରଦ୍ଧାଳୁ ଗାଈ...

କୋଲକାତା ବିମାନବନ୍ଦରରେ ୨ କରୋନା ସନ୍ଦିଗ୍ଧ

କୋଲକାତା,୧୪।୨(ପି.ଟି.):ବ୍ୟାଙ୍କକ୍‌ରୁ ଆସି କୋଲକାତା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ଥିବା ୨ ଜଣ ଯାତ୍ରୀଙ୍କଠାରେ କରୋନା ଭୂତାଣୁ ଥିବା ସନ୍ଦେହ କରାଯିବାରୁ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ରଖି ଚିକିତ୍ସା...

୨୪ ବୁଡ଼ାଜାହାଜ ନିର୍ମାଣ କରିବ ନୌସେନା: ୬ଟିରେ ରହିବ ଆଣବିକ ଆକ୍ରମଣ କ୍ଷମତା

ନୂଆଦିଲ୍ଲୀ,୩୦।୧୨(ପି.ଟି.): ଭାରତୀୟ ନୌସେନା ସମୁଦ୍ରର ଗଭୀର ଜଳରାଶି ମଧ୍ୟରେ ନିଜ କ୍ଷମତା ବୃଦ୍ଧି ପାଇଁ ୨୪ଟି ବୁଡ଼ାଜାହାଜ ନିର୍ମାଣ କରିବାକୁ ଯାଉଛି। ସେଥିମଧ୍ୟରୁ ୬ଟି ବୁଡ଼ାଜାହାଜର...

ରାଜଧାନୀ ଛାଡିବାକୁ ଚାହୁଁଛନ୍ତି ଲୋକେ

ନୂଆଦିଲ୍ଲୀ,୩।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଏବେ ଅଧିକ ହୋଇଯାଇଛି ଯେ ଏଠାରେ ଲୋକେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏହାକୁ ନେଇ ବିଭିନ୍ନ...

ଦୁଇ ବ୍ୟକ୍ତିଙ୍କ କଳି ଭିତରେ ଗାଈ ଗଲା କୋର୍ଟ

ଯୋଧପୁର,୧୬।୬: ରାଜସ୍ଥାନ ଯୋଧପୁରର ଲୋକାଲ କୋର୍ଟରେ ଆଶ୍ଚର୍ଯ୍ୟ ହେବା ଭଳି ଏକ ମାମଲା ଦେଖିବାକୁ ମିଳିଛି। ଶନିବାର ଏହି କୋର୍ଟରେ ଏକ ଗାଈକୁ ହାଜର ହେବାକୁ...

କଂଗ୍ରେସ ବିଧାୟକ ଦଳର ନେତା ହେଲେ ବାଲାସାହେବ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର କଂଗ୍ରେସ ବିଧାୟକ ଦଳର ନେତାଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ବାଲାସାହେବ ଥୋରାଟ। ମଙ୍ଗଳବାର ମୁମ୍ବାଇର ଏକ ହୋଟେଲରେ ଅନୁଷ୍ଠିତ ବୈଠକରେ...

୨୯ ବର୍ଷ ପରେ ପିତାଙ୍କ ହତ୍ୟାର ପ୍ରତିଶୋଧ ନେଲେ ପୁଅ

ଲକ୍ଷ୍ନୌ, ୨।୭: ୨୯ବର୍ଷ ପରେ ନିଜ ପିତାଙ୍କ ହତ୍ୟାର ପ୍ରତିଶୋଧ ନେଲେ ପୁଅ। ହତ୍ୟାର ପ୍ରତିଶୋଧ ନେବା ପାଇଁ ପୁଅ କଲ୍ୟାଣ କେବଳ ଯେ ୨୦ବର୍ଷ...

Leave a comment

Your email address will not be published. Required fields are marked *