ଚିପିଲିମା ଘଣ୍ଟେଶ୍ୱରୀ ସ୍ବାଗତ ଫାଟକରୁ ପଥର ପ୍ଲେଟ୍‌ ଖସୁଛି

ଚିପିଲିମା, ୨୭।୫ (ଡି.ଏନ.ଏ):ସମ୍ବଲପୁର ଜିଲା ଚିପିଲିମାସ୍ଥିତ ମୁଖ୍ୟ ଛକରେ ଥିବା ଘଣ୍ଟେଶ୍ୱରୀଙ୍କ ପୀଠର ସ୍ବାଗତ ଫାଟକ ଅସୁରକ୍ଷିତ। ହେଲେ ଏହି ଫାଟକରୁ କିଛି ଦିନ ହେଲା ନିୟମିତ ପ୍ଲେଟ ଖସୁଛି। ଏଣୁ ଏହି ରାସ୍ତାରେ ଯାଉଥିବା ପର୍ଯ୍ୟଟକ ତଥା ଜନସାଧାରଣ ଭୟଭୀତ ହୋଇ ପଡୁଛନ୍ତି। ଲୋକଙ୍କ ମୁଣ୍ଡ ଉପରେ ବିପଦ ଝୁଲି ରହିଛି। ଏଣୁ କୌଣସି ଅଘଟଣ ଘଣିବା ପୂର୍ବରୁ ଏହି ରାସ୍ତାକୁ ବିପଦ ଶଙ୍କୁଳ ଘୋଷଣା କରାଯିବା ଆବଶ୍ୟକ। ଏହି ରାସ୍ତାକୁ ବନ୍ଦ କରି ବାଇପାସ ରାସ୍ତାରେ ଲୋକେ ଯିବା ଆସିବା ପାଇଁ ସୂଚନା ଫଳକ ଦେବା ଉଚିତ୍‌। ଏଥିସହ ଏହି ତୋରଣର ମରାମତି କାର୍ଯ୍ୟ କରିବା ଆବଶ୍ୟକ। ସୂଚନାଯୋଗ୍ୟ ଯେ, ୨୦୧୮-୧୯ ଆର୍ଥିକ ବର୍ଷରେ ଏମ୍‌ସିଏଲ୍‌ ପେରିଫେରି ପାଣ୍ଠି ଓ ତତ୍କାଳୀନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କ ଅନୁଦାନରେ ଏହି ଫାଟକଟି ନିର୍ମାଣ ହୋଇଥିଲା । ହେଲେ ନିମ୍ନମାନର କାମ ଯୋଗ ପଥର ଖସୁଥିବା ଅଭିଯୋଗ ହେଉଛି । ଏହି ଫାଟକର ଗୋଟିଏ ପାର୍ଶ୍ୱରୁ ବର୍ତ୍ତମାନ ସୁଦ୍ଧା ୧୧ଖଣ୍ଡ ପଥର ପ୍ଲେଟ ଖସିଥିବା ବେଳେ ଅପର ପାର୍ଶ୍ୱରୁ ୭ଖଣ୍ଡ ପଥର ପ୍ଲେଟ ଖସିଲାଣି ।


All Right Reserved By

ନୂଆଗାଁ ବ୍ଲକରେ ଆବଶ୍ୟକଠାରୁ ୮୦ ପ୍ରତିଶତ କମ୍‌ ବର୍ଷା

ନୂଆଗାଁ, ୨୫।୭ (ଡି.ଏନ.ଏ.)-ଶ୍ରାବଣରେ ବର୍ଷା ନାହିଁ। ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌। ଚାଷୀଙ୍କୁ କେବଳ ଭଗବାନ ଭରଷା କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ସୁନ୍ଦରଗଡ଼ ଜିଲା...

ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା, ମକ୍‌ଡ୍ରିଲ କୌଶଳ ପ୍ରସ୍ତୁତି ବୈଠକ

ବୌଦ୍ଧ,୧୨।୬(ସ୍ବ.ପ୍ର): ମୌସୁମୀ କେରଳ ଛୁଇଁ ଥିବା ବେଳେ ଏହା ଓଡ଼ିଶାକୁ ଖୁବ ଶୀଘ୍ର ପ୍ରବେଶ କରିବ। ମୌସୁମୀ ପୂର୍ବରୁ ଜିଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା...

ଶିକ୍ଷା ହିଁ ସାମାଜିକ ବିପର୍ଯ୍ୟୟରୁ ମୁକ୍ତିର ବାଟ

ବଲାଙ୍ଗୀର ଅଫିସ, ୪ା୬ ଆମ ସମାଜରେ ଅନେକ ବିପର୍ଯ୍ୟୟ ଦେଖିବାକୁ ମିଳୁଛି ା ଏହା ଆମ ସାମାଜିକ ଜୀବନକୁ ପ୍ରଭାବିତ କରୁଛି ା ତେବେ ଏଥିରୁ...

ତ୍ରିନାଥକଁର ଅଜବ୍‌ ବଏସିରା:ସବୁବେଲେ ହାତେ ଖଜୁର ପତେଇ

ଲୋଇସିଂହା,୧୯।୫(ଡି.ଏନ.ଏ): ସବୁ ମୁନୁସ୍‌ର ଶରୀରକେ ଦେଖ୍‌ଲେ ପାଖାପାଖି ସଭେ ସମାନ ଆଏ। ସମକର ରକତ୍‌, ହାତ୍‌ଗୋଡ଼, ନାକ୍‌କାନ୍‌, ଆଏଁଖ୍‌ ଅଛେ। ହେଲେ ସମକର ଚାଲିଚଲନ, ବେଭାର...

ପ୍ରସୂତି ମହିଲାକୁଁ ସାହାଯ୍‌ର ହାତ ବଢ଼ାଲେ ସରପଁଚ୍‌

ଲାଠୋର, ୧୬ା୬ (ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ଗଁାରେ ବାସକରୁଥିବାର ଝନେ ନିସାହା ମହିଲା ଗରଭ୍‌ବେଦନା ହେଲାରୁ ଡାକ୍‌ତରଖାନା ଗଲାବାଟେ ଗାଡ଼ିରେ...

ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍‌

ରାଉରକେଲା ଅଫିସ, ୧୧।୭: ରାଉରକେଲା ସେକ୍ଟର ୧୯ ଥାନା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଘର ନଂ ଏଫ୨୧୨ ତାଲା ଭାଙ୍ଗି ଦୁର୍ବୃତ୍ତମାନେ...

ଆନ୍ତଃରାଜ୍ୟ କଫ୍‌ସିରପ ର଼୍ୟାକେଟର ୨ଗିରଫ

ବଲାଙ୍ଗୀର ଅଫିସ, ୨୦ା୫: ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରା ର଼୍ୟାକେଟ୍‌ ଚଳାଇଥିବା ସାନ ଓରଫ୍‌ ଗୋବିନ୍ଦ ନେଗୀ (୩୮) ଓ ପ୍ରଶାନ୍ତ କ୍ଷେତୀ (୪୨)ଙ୍କୁ ବଲାଙ୍ଗୀର...

ବିପଦ ଅବସ୍‌ତାରେ ବିଦ୍ୟୁତ ଖୁଁଟା: ଗାଁବାସୀକୁ ଘାରୁଛେ କ୍ଷୟକ୍ଷତିର ଭଏ

ଦେଓଗାଁ,୧୧ା୭(ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡ଼ାର ପଁଚେତ୍‌ର ଶିରାବାହାଲ ଆର ସାଲେପାଲି ପଁଚେତ୍‌ ସଦରରେ ବହୁତ୍‌ଟେ ପୁରନା ବିଦ୍ୟୁତ ଖୁଁଟା ବିପଦ୍‌ ଅବସ୍‌ତାରେ ରହିଛେ।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *