କୂଳ ଲଙ୍ଘୁଛି ଡାହୁକା: ନଷ୍ଟ ହେଉଛି ଜାମୁ ଜଙ୍ଗଲ

ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ସହରଠାରୁ ୫ କିଲୋମିଟର ଦୂର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମ ଡାହୁକା ନଦୀ କୂଳରେ ରହିଛି ବୃହତ୍ତ ଜାମୁ ଜଙ୍ଗଲ। ୮୦୦ ମିଟର ପରିଧିରେ ୨୦ ଏକରରୁ ଊର୍ଦ୍ଧ୍ୱ ଜମିରେ ପ୍ରାୟ ୫୦୦ରୁ ଅଧିକ ଜାମୁଗଛ ରହିଛି। ପୂର୍ବେ ଠେଙ୍ଗାପାଳି କରି ଲୋକେ ଏହି ଜଙ୍ଗଲ ଜଗି ଆସୁଥିଲେ। ବର୍ତ୍ତମାନ ବନ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ତଥା ରକ୍ଷଣାବେକ୍ଷଣ ଅଭାବରୁ ଜଙ୍ଗଲ ନଷ୍ଟ ହେବାକୁ ବସିଥିବା ଅଭିଯୋଗ ହେଉଛି। ଜଙ୍ଗଲ ନିକଟରେ ଥିବା ଡାହୁକା ନଦୀ କୂଳ ଲଙ୍ଘିବା ଓ ଗଛଗୁଡ଼ିକ ଭାଙ୍ଗିଯିବା କାରଣରୁ ଏହା ଅବକ୍ଷୟ ଆଡ଼କୁ ଗତି କରୁଛି। ବର୍ଷକ ବାରମାସ ଏଠାରେ ଲୋକଙ୍କ ଆଗମନ ହୋଇଥାଏ। ଖରାଦିନେ ଟିକେ ଛାଇ ଲାଗି ବାଟୋଇମାନେ ସେଠାରେ ବସି ସୁଲୁସିଲିଆ ପବନର ମଜା ନିଅନ୍ତି। ବର୍ଷା ଦିନେ ଲୋକମାନେ ଜାମୁ କୋଳି ତୋଳିବାକୁ ଆସନ୍ତି । ସେହିଭଳି ଶୀତଦିନ ଏଠାରେ ବଣଭୋଜି ମଧ୍ୟ ହୁଏ। କିଛି ବର୍ଷ ହେଲାଣି ନିକଟରେ ଜଳସେଚନ ବିଭାଗ ତରଫରୁ ଡାହୁକା ଡ୍ୟାମଠାରେ ଛୋଟ ପିଲାଙ୍କ ପାଇଁ ପାର୍କ ଓ ଆନିକଟ ଥିବାରୁ ବିଭିନ୍ନ ସମୟରେ ମଧ୍ୟ ଏଠାରେ ଲୋକଙ୍କ ଭିଡ଼ ଜମୁଛି।
ଗ୍ରାମରେ ଥିବା ଏହି ଜାମୁ ଜଙ୍ଗଲଟି ପାଇଁ ଲୋକମାନେ ଉପକୃତ ହେଉଛନ୍ତି। ୨୦୦ ପରିବାରକୁ ନେଇ ଗଠିତ ଯଦୁପୁର ଗ୍ରାମ । ପୂର୍ବରୁ ଏହି ଜାମୁ ଜଙ୍ଗଲ ବୃକ୍ଷଶୂନ୍ୟ ହୋଇ ପଡ଼ିଥିଲା। ଗ୍ରାମର ମୋଚି ମହାପାତ୍ର ଏହି ଉଜୁଡି ପଡିଥିବା ଜଙ୍ଗଲକୁ ୧୯୫୫ ମସିହାରୁ ଠେଙ୍ଗାପାଳି କରି ଜଗାରଖା କରିଥିବାରୁ ଉକ୍ତ ଜଙ୍ଗଲ ଜିଲାର ବୃହତ୍‌ ଜାମୁ ଜଙ୍ଗଲରେ ପରିଣତ ହୋଇଛି। ମୋଚି ମହାପାତ୍ର ଆଉ ନାହାନ୍ତି ସତ ହେଲେ ତାଙ୍କ ରକ୍ଷଣାବେକ୍ଷଣରେ ହୋଇଥିବା ଏହି ବୃହତ୍‌ ଜାମୁ ଜଙ୍ଗଲ ଆଜି ସବୁଦିନ ପାଇଁ ଅମର କରି ରଖିଛି। ସେହିପରି ଖାଲିଥିବା ଅନ୍ୟ ସ୍ଥାନରେ ଗ୍ରାମବାସୀ ଆମ୍ବ ଓ ଅନ୍ୟାନ୍ୟ ଜାତିର ଗଛ ଲଗାଇଛନ୍ତି। ଗ୍ରାମବାସୀଙ୍କ କହିବା କଥା ପୂର୍ବରୁ ରାତି ଅଧରେ ଶବ ଦାହ ପାଇଁ କାଠ ଖୋଜା ପଡ଼ୁଥିବାବେଳେ ଏହି ସମସ୍ୟା ଆଉ ଦେଖା ଯାଉ ନାହିଁ। ବର୍ତ୍ତମାନ ଜାମୁ ଜଙ୍ଗଲକୁ ବିପଦ ସାଜିଛି ନିକଟରେ ବହି ଯାଇଥିବା ଡାହୁକା ନଦୀ। ନଦୀ ବନ୍ଧ ଦୁର୍ବଳ ଯୋଗୁଁ କୂଳ ଖାଇ ଗଛଗୁଡ଼ିକ ନଷ୍ଟ ହୋଇଗଲାଣି। ପ୍ରଶାସନ ଜାମୁ ଜଙ୍ଗଲର ପୁନରୁଦ୍ଧାର ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସରକାରଙ୍କ ତରଫରୁ ଜଙ୍ଗଲ ବ୍ୟାପୀ ରହିଥିବା ନଦୀ କୂଳରେ ପଥର ପ୍ୟାକିଂ କରାଗଲେ ମୃତ୍ତିକା ସଂରକ୍ଷଣ ହେବା ସହ ଗଛଗୁଡ଼ିକ ନଷ୍ଟ ହୁଅନ୍ତା ନାହିଁ। ସେହିଭଳି ସେଠାରେ ଜାମୁ ଗଛଗୁଡ଼ିକ ସୁରକ୍ଷା ଦିଆଯାଇ ମହୁଚାଷ କରାଗଲେ ଗ୍ରାମର ମହିଳାମାନେ ସ୍ବାବଲମ୍ବୀ ହୋଇପାରନ୍ତେ। ପ୍ରଶାସନ ଦୃଷ୍ଟିଦେଇ ଅବକ୍ଷୟମୁଖୀ ହେବାକୁ ଯାଉଥିବା ବୃହତ୍‌ ଜାମୁ ଜଙ୍ଗଲର ସୁରକ୍ଷା କରିବା ଓ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ସାଧାରଣରେ ଦାବି ହେଉଛି। ଏ ନେଇ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ କୁହନ୍ତି ବନ ବିଭାଗକୁ ଜଣାଇବା ପରେ ବିଭାଗ ପକ୍ଷରୁ ଗଛର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟ କରାଯାଇ ନ ଥିବା ସେ ପ୍ରକାଶ କରିଥିଲେ।


All Right Reserved By Dharitri.Com

ଏପ୍ରିଲରୁ ଧାନ ବିକି ଟଙ୍କା ପାଇ ନ ଥିବା ଚାଷୀଙ୍କ ଧାରଣା

ଭଣ୍ଡାରିପୋଖରୀ, ୧୦ା୧୨(ଡି.ଏନ୍‌.ଏ.)- ଗତ ଏପ୍ରିଲ ମାସରେ ଧାନ ବିକ୍ରି କରି ପାଉଣା ପାଇ ନ ଥିବାରୁ ଏହାର ପ୍ରତିବାଦରେ ଚାଷୀମାନେ ମଙ୍ଗଳବାର ଭଣ୍ଡାରିପୋଖରୀ ବ୍ଲକ ନଗୁଁଆ...

ରାଜ୍ୟରେ ୨୮୫୧ ଡାକ୍ତର ପଦବୀ ଖାଲି

ଭୁବନେଶ୍ୱର, ୨।୭(ବ୍ୟୁରୋ)- ରାଜ୍ୟରେ ବର୍ତ୍ତମାନ ୨୮୫୧ ଡାକ୍ତର ପଦବୀ ଖାଲି ପଡ଼ିଛି। ଏଥିମଧ୍ୟରୁ ମୟୂରଭଞ୍ଜ ଜିଲାରେ ସର୍ବାଧିକ ୧୯୯ଟି ପଦବୀ ରହିଛି। ସେହିଭଳି ଗଞ୍ଜାମରେ ୧୮୯...

ଡିଜିଟାଲ ଶ୍ରେଣୀଗୃହ ଓ ବିଜ୍ଞାନଗାର ଉଦ୍‌ଘାଟିତ

ନୟାଗଡ଼ ଅଫିସ,୯।୧୧: ନୟାଗଡ଼ ଜିଲା ନୂଆଗାଁ ବ୍ଳକ ଜନଶକ୍ତି ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନ ଆନୁକୂଲ୍ୟରେ ହୋଇଥିବା ବିଜ୍ଞାନାଗାର ଓ ଡିଜିଟାଲ...

କାଦୋ ସରସର ଖାଲଢ଼ିପ ରାସ୍‌ତା: ପଲ୍‌ହା ରୁଇ ପରତିବାଦ ଜନାଲେ ଗଁ।ର ମହିଲା

  ବିନିକା,୨୦।୮(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ପଁଚେତ୍‌ ଅଧୀନ ତିଲେଇମାଲ ଗଁ। ର ମହିଲାମାନେ କାଦୋ ସରସର ରାସ୍‌ତାରେ ପଲ୍‌ହା ରୁଇ ଥାନୀୟ...

ଏମାର ମଠ ପାଚେରି ଭୁଶୁଡ଼ିଲା

ପୁରୀ ଅଫିସ,୨୬।୭: ପୁଣି ଭୁଶୁଡ଼ିଲା ଏମାର ମଠ ପାଚେରି। ପୁରୀର ଅନ୍ୟତମ ଏହି ପୁରୁଣା ମଠର ପାଚେରି ଗୁରୁବାର ହୋଇଥିବା ବର୍ଷାରେ ପ୍ରାୟ ୪ଫୁଟ ଭୁଶୁଡ଼ିି...

ପୌର ପ୍ରଶାସନର କାର୍ଯ୍ୟକୁ ନେଇ ସନ୍ଦେହରେ କର୍ମଚାରୀ: ୯ ମାସ ହେବ ଜମା ହେଉନି ଇପିଏଫ୍‌ ଅର୍ଥ

ଅନୁଗୋଳ ଅଫିସ, ୧୭ା୧୦- ଅନୁଗୋଳ ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମାରୁ ପ୍ରତି ମାସରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ବାବଦ ଅର୍ଥ କଟୁଛି। କିନ୍ତୁ କଟାଯାଉଥିବା...

ଯୁବକଙ୍କ ଉନ୍ମତ୍ତ କାଣ୍ଡ : ଧାରୁଆ ଅସ୍ତ୍ରରେ ୫ ଜଣଙ୍କୁ ମରଣାନ୍ତକ ଆକ୍ରମଣ

ବଡ଼ବିଲ,୧୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଗାଢ଼ା ହଟିଂ ଅଞ୍ଚଳରେ ରହୁଥିବା ମନୋଜ ରାଜପୁତ ନାମକ ଯୁବକ ଶୁକ୍ରବାର ରାତିରେ ଗାଢ଼ା ହଟିଂ ଓ...

ଟିମ୍‌ କ୍ଲିନ ସିଟି ପକ୍ଷରୁ ହିଞ୍ଜିଳିକାଟୁରେ ପୋଷ୍ଟର ଚିରା

ହିଞ୍ଜିଳିକାଟୁ,୨୪।୮(ଡ଼ି.ଏନ୍‌.ଏ): ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗରର ରାସ୍ତା କଡ଼ରେ ଟିମ୍‌ କ୍ଲିନ ସିଟି ଶନିବାର ହିଞ୍ଜିଳିକାଟୁରେ ପୋଷ୍ଟର ଚିରା ଅଭିଯାନ ଆରମ୍ଭ କରିଛି। ବ୍ରହ୍ମପୁର ମହାନଗରରେ...

Leave a comment

Your email address will not be published. Required fields are marked *