Posted inଭଦ୍ରକ

ମଞ୍ଜି ବିକାଳିଙ୍କ ବଡ଼ ହୃଦୟ: -ସ୍ବତନ୍ତ୍ର ଦିନରେ ବଡ଼ଦାଣ୍ଡରେ ବୁଲି ବାଣ୍ଟନ୍ତି ଚା, ପାନ

ପୁରୀ ଅଫିସ, ୧୪।୧୧- କଥାରେ ଅଛି ମାନବ ସେବା ହିଁ ମାଧବ ସେବା। ଏହାକୁ ଯିଏ ଭଲ ଭାବେ ବୁଝିଛି ତା’ ପାଇଁ ବୟସ କି ପଥ କିଛି ଫରକ୍‌ ପଡ଼େ ନାହିଁ। ଯେତେ ଦୂର ହୋଇଥାଉ ନା କାହିଁକି ମାନବ ସେବା ପାଇଁ ସେ ଧାଇଁଯାଏ। ସମାଜରେ ଏମିତି କ୍ବଚିତ୍‌ ଲୋକ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ହେଲେ ବିଜୟ ନାୟକ। ଘର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ମୁବାରକପୁର। ବୟସ ୫୮ ଛୁଇଁଲାଣି। କିଛି ସ୍ବତନ୍ତ୍ର ଦିନରେ ସେବା ଯୋଗାଇ ଦେବାକୁ ଛୁଟିଆସନ୍ତି ପବିତ୍ର ଶ୍ରୀକ୍ଷେତ୍ର ମାଟିକୁ। ମହାପ୍ରଭୁଙ୍କ ପ୍ରତି ସମର୍ପଣ ଭାବ ରଖି ବିନା ସ୍ବାର୍ଥରେ ସେବାକୁ ଆଦରି ନିଅନ୍ତି। ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ବୁଲି ବୁଲି ଶ୍ରଦ୍ଧାଳୁଙ୍କୁ ଚା ଏବଂ ପାନ ବାଣ୍ଟୁଥିଲେ ବିଜୟ।
ବିଜୟ ପେସାରେ ମଞ୍ଜି ବିକାଳି। ଘର ପାଖ ବିଭିନ୍ନ ହାଟକୁ ପନିପରିବା ମଞ୍ଜି ନେଇ ବିକ୍ରି କରିଥାନ୍ତି। ଏଥିରୁ ଯାହା ରୋଜଗାର ହୁଏ ସେଥିରେ ଚଳିଥାନ୍ତି। ତେବେ ତାଙ୍କ ହୃଦୟ ବହୁତ ବଡ଼। ମାନବ ସେବା ପ୍ରତି ତାଙ୍କର ରହିଛି ବିଶେଷ ଦୁର୍ବଳତା। ଏବେ ଭିନ୍ନ ଏକ ସେବା କରିବାର ସୁଯୋଗ ତାଙ୍କୁ ଆତ୍ମତୃପ୍ତି ଦେଉଛି। ବଡ଼ଦାଣ୍ଡରେ ଭକ୍ତଙ୍କୁ ବୁଲି ବୁଲି ମାଗଣାରେ ଚା ପାନ ବାଣ୍ଟିବା ଇଚ୍ଛା କାହିଁକି ହେଲା ପ୍ରଶ୍ନରେ ବିଜୟ କୁହନ୍ତି, ପ୍ରାୟ ୧୫ ବର୍ଷ ପୂର୍ବରୁ ଥରେ ରଥଯାତ୍ରା ଦେଖିବାକୁ ପୁରୀ ଆସିଥିଲି। ବଡ଼ଦାଣ୍ଡରେ ଗାମୁଛାଟିଏ ପାରି ଘରୁ ଆଣିଥିବା ପାନ ଭାଙ୍ଗୁଥାଏ। ଏହି ସମୟରେ ଜଣେ ବ୍ୟକ୍ତି ପାନ ମାଗିଲେ ଏବଂ କେତେ ପଇସା ନେବ ବୋଲି ପଚାରିଲେ। ପାନ ଖଣ୍ଡିଏ ପାଇଁ ପଇସା କଥା ପଚାରିବା ସେଦିନ ମୋ ମନକୁ ଆନ୍ଦୋଳିତ କଲା। କିଛି ସମୟରେ ପରେ ଜଣେ ବୃଦ୍ଧା ପହଞ୍ଚତ୍ ପାନ ମାଗିଲେ। ତାଙ୍କୁ ଦେଲି। ସେ ଖାଇ ମୋ ମୁଣ୍ଡରେ ହାତ ବୁଲାଇ କହିଲେ, ଏମିତି ବଡ଼ଦାଣ୍ଡରେ ଲୋକଙ୍କୁ ପାନ ଦେଉଥା, ଜଗନ୍ନାଥ ତୋ’ର ମଙ୍ଗଳ କରିବେ। ଏହି କଥା ମନେ ଥିଲା। ତା’ ପରବର୍ଷ ରଥଯାତ୍ରାକୁ ଗୋଟା ପାନ ୨କଡ଼ା, ଗୁଆ ମସଲା ଆଣି ରଥଯାତ୍ରା ଦିନ ବଡ଼ଦାଣ୍ଡରେ ବାଣ୍ଟିଲି। ସେବେଠାରୁ ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ଦିନ ଏମିତି ପାନ ବାଣ୍ଟେ। ୩/୪ ବର୍ଷ ହେବ ପଞ୍ଚୁକ ଦିନ ଶ୍ରଦ୍ଧାଳୁଙ୍କୁ ଲେମ୍ବୁ ଚା ବାଣ୍ଟୁଛି। ମହାପ୍ରଭୁ ଯେତେଦିନ ଯାଏ ଚାହିଁବେ ଏମିତି ସେବା ଯୋଗାଉଥିବି। ବିଜୟଙ୍କ ମତରେ ସବୁଦିନେ ଘରେ ଶୋଉଛେ, ଦିନେ ଅଧେ ଜଗନ୍ନାଥଙ୍କ ଡନ୍‌ଲପ ଗଦି (ବଡ଼ଦାଣ୍ଡର ଖୋଲା ଆକାଶ ତଳ)ରେ ସମସ୍ତେ ଶୁଅନ୍ତୁ। ସେ ଅନୁଭୂତି ସବୁଦିନ ମନେ ରହିବ।


All Right Reserved By Dharitri.Com

ଗଛ କଟାକୁ ବିରୋଧ: କାଠ ଜବତ କଲା ବନ ବିଭାଗ

ଧାମନଗର,୩୧।୧୦(ଡି.ଏନ.ଏ.):ଧାମନଗର ବ୍ଲକ ଭଗବାନପୁର ନୋଡାଲ ବିଦ୍ୟାଳୟ ପରିସରରେ ଏକ ପୁରୁଣା ଗଛକୁ ବିନା ଅନୁମତିରେ କାଟିବା ଅଭିଯୋଗ ହୋଇଛି। ଖବର ପାଇ ବନ ବିଭାଗ ତରଫରୁ...

ଆଧ୍ୟାତ୍ମିକ ଦିବ୍ୟ ପ୍ରବଚନ ପୂଜାମଣ୍ଡପର ଗୁରୁତ୍ୱ ବଢାଉଛି

ବାସୁଦେବପୁର,୮ା୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ ଚଳିତବର୍ଷ ୩ଟି ପୂଜାମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି। ସହରର ଜାଫରପୁର ସ୍ଥିତ ବିଦ୍ୟୁତ୍‌ ମାର୍ଗ ଶାରଦୀୟ ପୂଜାମଣ୍ଡପରେ...

ଜିଲାସ୍ତରୀୟ ଭିନ୍ନକ୍ଷମଙ୍କ କ୍ରୀଡ଼ା

ଭଦ୍ରକ ଅଫିସ,୨୭ା୧୧- ଜିଲା ପ୍ରଶାସନ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା...

ସାଧନା ଓ ଆତ୍ମବିଶ୍ୱାସ ଆଣିଦିଏ ସଫଳତା

ବନ୍ତ,୧୧।୯ (ସ୍ବ.ପ୍ର.)-ପିଲାଦିନୁ ଅଭିନୟ କଳା ପ୍ରତି ଥିବା ରୁଚି ତାଙ୍କୁ ଲକ୍ଷ୍ୟପଥରେ ଆଗେଇ ନେଇ ଚାଲିଛି। ପ୍ରଥମେ ରଙ୍ଗମଞ୍ଚରେ ଅଭିନୟ ଓ ନୃତ୍ୟ ପରିବେଷଣ କରି...

ତିହିଡ଼ିରେ କୋର୍ଟ ପାଇଁ ଚିହ୍ନଟ ହୋଇପାରୁନି ଜମି

ତିହିଡ଼ି, ୨୬।୭(ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ଅତିରିକ୍ତ ଜେଏମ୍‌ଏଫ୍‌ସି କୋର୍ଟ ସହ ଅତିରିକ୍ତ ସିଭିଲ ଜଜ୍‌ କୋର୍ଟ ସ୍ଥାପନ ପାଇଁ ସ୍ଥିର ହୋଇଥିଲା।...

ବଢ଼ୁଛି ଫ୍ୟାନ୍‌ସି ଦୀପର ଚାହିଦା: ସଙ୍କଟରେ କୁମ୍ଭକାରଙ୍କ ବେଉସା

ଭଦ୍ରକ ଅଫିସ, ୨୫ା୧୦- ଦୀପାବଳିିରେ ମାଟି ଦୀପର ଚାହିଦା ନିଆରା। ଲୋକେ ବିଭିନ୍ନ ରଙ୍ଗବେରଙ୍ଗ ଦୀପ କିଣି ଘର ଆଗରେ ଏହାକୁ ଜଳାଇ ଉତ୍ସବ ମନାଇଥାନ୍ତି।...

ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଉଦ୍‌ଘାଟିତ

ଭଦ୍ରକ ଅଫିସ, ୧୯।୧୨- ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ଭଦ୍ରକ ନେହେରୁ ଷ୍ଟାଡିୟମରେ ବୁଧବାର ସନ୍ଧ୍ୟାରେ ୨୫ତମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ...

କାଳିଆ ଯୋଜନା: ଜିଲାରେ ୧୭, ୮୮୨ ହିତାଧିକାରୀ ଅଯୋଗ୍ୟ

ଭଦ୍ରକ ଅଫିସ, ୨୪।୮- କାଳିଆ ଯୋଜନାରେ ଟଙ୍କା ପାଇବା ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ସତେ ଯେପରି ଏକପ୍ରକାର...

Leave a comment

Your email address will not be published. Required fields are marked *