ଶିକ୍ଷା ବ୍ୟବସାୟ

ବିଚିତ୍ର ବିଶ୍ୱାଳ
ଜନସାଧାରଣଙ୍କ ପାଇଁ ଉଚ୍ଚମାନର ଶିକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଇବା ଜନକଲ୍ୟାଣକାରୀ ସରକାରଙ୍କ ମୁଖ୍ୟ ଦାୟିତ୍ୱ। କିନ୍ତୁ ଆମ ଦେଶର ସରକାର ଧୀରେ ଧୀରେ ଶିକ୍ଷା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରୁ ହାତ କାଢ଼ି ନେଉଥିବାର ଦେଖାଯାଉଛି। ବିଶେଷକରି ଉଚ୍ଚଶିକ୍ଷା କ୍ଷେତ୍ରକୁ ଘରୋଇକରଣ କରିବା ଦିଗରେ ସରକାର ଖୁବ୍‌ ଜୋର୍‌ସୋର୍‌ରେ ଲାଗି ପଡ଼ିଛନ୍ତି। ସମ୍ପ୍ରତି ବିଶ୍ୱବିଦ୍ୟାଳୟଗୁଡ଼ିକୁ ଯେପରି ଭାବେ ଆର୍ଥିକ ଅନୁଦାନ ବନ୍ଦ କରି ଘରୋଇ ନିୟନ୍ତ୍ରଣକୁ ଟେକିଦେବା ପାଇଁ ଯୋଜନା ଚାଲୁଛି, ଏଥିରୁ ଏହା ସ୍ପଷ୍ଟ ବୁଝାପଡ଼ୁଛି। ତଥ୍ୟ ଅନୁସାରେ ଆମ ଦେଶର ପ୍ରାୟ ୬୦% ଉଚ୍ଚଶିକ୍ଷାନୁଷ୍ଠାନ ଏବେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଘରୋଇ ବ୍ୟକ୍ତିବିଶେଷଙ୍କ ଦ୍ୱାରା ନିୟନ୍ତ୍ରିତ।
ସରକାର ଉଚ୍ଚଶିକ୍ଷା ଅନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆର୍ଥିକ ଅନୁଦାନ ଦେବା ବନ୍ଦ କରିଦେଉଛନ୍ତି ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିଜେ ନିଜର ଆର୍ଥିକ ଚାହିଦା ପୂରଣ କରିବା ପାଇଁ କୁହାଯାଉଛି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ବିଶ୍ୱବିଦ୍ୟାଳୟ କ’ଣ ମଲ୍‌ ନା ମଲ୍ଟିପ୍ଲେକ୍ସ, ଯିଏ କି ନିଜର ଆର୍ଥିକ ଚାହିଦାକୁ ନିଜେ ପୂରଣ କରିବ! ବିଶ୍ୱବିଦ୍ୟାଳୟ ତ ପିଲାମାନଙ୍କ ପଢ଼ିବା ପାଇଁ ତିଆରି ହୋଇଛି। ସେମାନେ ପୁଣି ନିଜର ଆର୍ଥିକ ଚାହିଦା କିପରି ପୂରଣ କରିବେ! ଯଦି ସରକାର ବିଶ୍ୱବିଦ୍ୟାଳୟଗୁଡ଼ିକୁୁ ଆର୍ଥିକ ପ୍ରୋତ୍ସାହନ ନ ଦେଇ ତାହାକୁ ଅର୍ଥ ରୋଜଗାରର ମାଧ୍ୟମ କରିବାକୁ ଚାହଁୁଛନ୍ତି, ତା’ହେଲେ ସେଠାରେ ବିଶ୍ୱବିଦ୍ୟାଳୟ ବନ୍ଦକରି ସିନେମା ହଲ୍‌ ଖୋଲନ୍ତୁ। ଟଙ୍କା ରୋଜଗାର ହେବ। ବିଶ୍ୱବିଦ୍ୟାଳୟ ମାନେ କ’ଣ ଲାବୋରଟୋରି ବା ଖେଳପଡ଼ିଆ ବନ୍ଦ କରି କ୍ୟାମ୍ପସ୍‌ ଭିତରେ ବ୍ୟବସାୟ କେନ୍ଦ୍ର ଖୋଲିବେ! ସରକାରଙ୍କ ଏପରି ଭାବନା ସତରେ ହାସ୍ୟାସ୍ପଦ। ଏପରିକି ବିଜ୍‌ନେସ୍‌ ହାଉସ୍‌ମାନେ ବି ନିଜ ପିଲାଙ୍କୁ ପଢ଼ିବା ସମୟରେ ରୋଜଗାର କରିବା ପାଇଁ କୁହନ୍ତି ନାହଁି।
ବିଶ୍ୱବିଦ୍ୟାଳୟଗୁଡ଼ିକ ଛାତ୍ରମାନଙ୍କୁ ଉନ୍ନତ ମାନର ଶିକ୍ଷା ଦାନ ପାଇଁ ତିଆରି ହୋଇଛି। ଅର୍ଥର ବ୍ୟବସ୍ଥା କରିବା ସେମାନଙ୍କର କାମ ନୁହେଁ। ସେହିପରି ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ଆର୍ଥିକ ଅନୁଦାନ ଦେଇ ଛାତ୍ରମାନଙ୍କୁ ପାଠ ପଢ଼ିବା ପାଇଁ ଭିତ୍ତିଭୂମି ଯୋଗାଇବା ସରକାରଙ୍କ ଦାୟିତ୍ୱ। କାରଣ ଲୋକମାନେ ହଁି ଟିକସ ଦେଇ ସରକାରଙ୍କ ରାଜସ୍ବକୁ ଭରୁଛନ୍ତି। ଯଦି ସବୁ କିଛି ଘରୋଇ କମ୍ପାନୀ କରିବେ, ତେବେ ସବୁ କଥାରେ ଲୋକଙ୍କଠାରୁ ଟିକସ ନେଉଥିବା ସରକାରଙ୍କ କାମ କ’ଣ ହେବ?
ସରକାରଙ୍କ ନିର୍ଦ୍ଦେଶ ମାନି ନିଜ ଖର୍ଚ୍ଚ ନିଜେ ଉଠାଇବା ପାଇଁ ସମ୍ପ୍ରତି ବିଶ୍ୱବିଦ୍ୟାଳୟଗୁଡ଼ିକ ତରଫରୁ ବିଭିନ୍ନ ପ୍ରକାର ନୂଆ ବ୍ୟବସାୟିକ ପାଠ୍ୟକ୍ରମ ଆରମ୍ଭ କରାଯାଉଛି ଓ ତାହା ବିନିମୟରେ ଛାତ୍ରମାନଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଉଛି। ଏହା ସ୍ପଷ୍ଟ ଯେ, ଯେଉଁମାନଙ୍କ ପାଖରେ ଟଙ୍କା ଥିବ ଅର୍ଥାତ୍‌ ଧନୀ ଛାତ୍ରମାନେ ହଁି ସେହିସବୁ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ ଓ ଅନ୍ୟମାନେ ନିରାଶ ହେବେ। ପରିସ୍ଥିତି ଏପରି ହେବ ଯେ, ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ଲକ୍ଷ୍ୟ ଧୀରେ ଧୀରେ କେବଳ ପଇସା ରୋଜଗାର କରିବା ହଁି ହେବ। ସେମାନେ ଶିକ୍ଷାଦାନ ପରି ମହାନ୍‌ ଆଦର୍ଶରୁ ବିଚ୍ୟୁତ ହେବେ। ଏହି କ୍ରମରେ ଏବେ ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ ଓ ମ୍ୟାନେଜ୍‌ମେଣ୍ଟ ପରି ବ୍ୟବସାୟିକ ପାଠ୍ୟକ୍ରମ ଆରମ୍ଭ କରାଯାଇଛି, ଯାହାର ଉଦ୍ଦେଶ୍ୟ ହେଉଛି ରୋଜଗାର କରିବା। ଯଦି ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟର ଏପରି ସ୍ଥିତି ତେବେ ଅନ୍ୟ ରାଜ୍ୟସ୍ତରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଅବସ୍ଥା କ’ଣ ହେଉଥିବ ତାହା ଅନୁମେୟ।
ଏତଦ୍‌ବ୍ୟତୀତ ଆବଶ୍ୟକ କ୍ଷେତ୍ରରେ ସରକାର ଏକ ସତୁରି-ତିରିଶ ସୂତ୍ର ମଧ୍ୟ କରିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ୭୦ ପ୍ରତିଶତ ଆର୍ଥିକ ଅନୁଦାନ ଦିଆଯିବ ଓ ବାକି ୩୦ ପ୍ରତିଶତ ଅର୍ଥ ବିଶ୍ୱବିଦ୍ୟାଳୟକୁ ନିଜେ ଉଠାଇବାକୁ ପଡ଼ିବ। କିନ୍ତୁ ପ୍ରଶ୍ନ ଉଠୁଛି ବିଶ୍ୱବିଦ୍ୟାଳୟଗୁଡ଼ିକ ଏହା ଉଠାଇବେ କିପରି? ସେମାନେ କ’ଣ ପାଠପଢ଼ା ଛାଡ଼ି ଟଙ୍କା ରୋଜଗାରରେ ରହିବେ? ତା’ହେଲେ ଘରୋଇ ଶିକ୍ଷାନୁଷ୍ଠାନ ଓ ସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟରେ କ’ଣ ତଫାତ୍‌ ରହିଲା? ଯେଉଁ ବିଶ୍ୱବିଦ୍ୟାଳୟ ନିଜ ଖର୍ଚ୍ଚ ନିଜେ ଉଠାଇବାକୁ ସକ୍ଷମ ହୋଇପାରୁନାହାନ୍ତି, ସେମାନଙ୍କୁ ସରକାରୀ-ଘରୋଇ ଭାଗୀଦାରିତା ଭିତ୍ତିରେ ଯିବା ପାଇଁ କୁହାଯାଉଛି। ଅର୍ଥାତ୍‌ ପରୋକ୍ଷ ଭାବେ ସରକାରୀ ଶିକ୍ଷାନୁଷ୍ଠାନକୁ ଘରୋଇକରଣ କରିବା ପାଇଁ ଚକ୍ରାନ୍ତ କରାଯାଉଛି ଓ ସରକାର ସବୁଦିନ ପାଇଁ ଶିକ୍ଷା କ୍ଷେତ୍ରରୁ ଛୁଟି ନେବା ପାଇଁ ଚାହଁୁଛନ୍ତି।
ଯଦି ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଜ ଆର୍ଥିକ ବ୍ୟବସ୍ଥା କରିବାକୁ କୁହାଯିବ ବା ଘରୋଇକରଣ କରିଦିଆଯିବ, ତେବେ ଆମ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବଜାର ନିୟନ୍ତ୍ରିତ ହୋଇପଡ଼ିବ। ବଜାରର ଚାହିଦା ଅନୁସାରେ ପାଠ୍ୟକ୍ରମ ପଢ଼ାଯିବ। ସାମାଜିକ ବିଜ୍ଞାନ, ଇତିହାସ, ଦର୍ଶନ ଆଦି ମଣିଷର ଆଭ୍ୟନ୍ତରୀଣ ବିକାଶ କରୁଥିବା ପାଠ୍ୟକ୍ରମଗୁଡ଼ିକ ଧୀରେ ଧୀରେ ବିଶ୍ୱବିଦ୍ୟାଳୟରୁ ହଜିଯିବ। ଶିକ୍ଷା କେବଳ ଛାତ୍ରମାନଙ୍କୁ ଚାକିରି ଯୋଗେଇବାର ଏକ ସାଧନ ହୋଇଯିବ। ଏହାଦ୍ୱାରା ଛାତ୍ରମାନଙ୍କର ସାମଗ୍ରିକ ବିକାଶ ବାଧାପ୍ରାପ୍ତ ହେବ। ଆମ ଦେଶର ଭବିଷ୍ୟତ ପିଢ଼ି ମଣିଷ ନ ହୋଇ କେବଳ ମେଶିନ୍‌ରେ ପରିଣତ ହୋଇଯିବେ। ଆମ ଉତ୍ତର ପିଢ଼ି ଯଦି ଇତିହାସ, ସାମାଜିକ ବିଜ୍ଞାନ ଓ ଦର୍ଶନ ପରି ମାନବୀୟ ଗୁଣକୁ ବିକାଶ କରୁଥିବା ପାଠ ପଢ଼ିବେ ନାହଁି, ତେବେ ଆମ ସମାଜର ଅବସ୍ଥା କ’ଣ ହେବ!
ଉଚ୍ଚଶିକ୍ଷାନୁଷ୍ଠାନ ହେଉଛି ପ୍ରତ୍ୟେକ ଦେଶର ବିକାଶର ଦର୍ପଣ। ସେଗୁଡ଼ିକୁ ଉଚ୍ଚମାନର କରି ଛାତ୍ରବତ୍ସଳ ଭାବେ ଗଢ଼ିତୋଳିବା ସରକାରଙ୍କ ଦାୟିତ୍ୱ ହେବା ଉଚିତ। କିନ୍ତୁ ସରକାର ସେମିତି ନ କରି ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଜ ଅର୍ଥ ନିଜେ ବ୍ୟବସ୍ଥା କରିବା ପାଇଁ କହିବା ଅତ୍ୟନ୍ତ ଅଦୂରଦର୍ଶିତାର ପରିଚୟ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର


All Right Reserved By Dharitri.Com

ଏଇ ଭାରତରେ

ଯୁବାବସ୍ଥାରେ ପୁତ୍ରର ଦୁର୍ଘଟଣାରେ ମୃତ୍ୟୁ ଘଟିଲା। ଏହା ସତ୍ତ୍ୱେ ଭାଙ୍ଗି ଯାଇନାହାନ୍ତି ଏକ ଦମ୍ପତି। ନିଜ ମନକୁ ଦୃଢ କରି ବସ୍ତିରେ ଶିକ୍ଷାର ପ୍ରସାର କରିବାରେ...

ଗଣପ୍ରତାରଣାର ଖେଳ

ଡ. ସୁବାସ ଚନ୍ଦ୍ର ପାତ୍ର ୨୦୧୯ର ନିର୍ବାଚନ ତା’ ବାଟରେ ଚାଲିଗଲା, ହେଲେ ଛାଡ଼ି ଦେଇଗଲା ଅନେକ ଅସମାହିତ ପ୍ରଶ୍ନ। ନିର୍ବାଚନ ଏକ ପରୀକ୍ଷା ପରି,...

ଏଇ ଭାରତରେ

ଜାମିନ ଚାହୁଁଥିଲେ ଲଗାଇବାକୁ ପଡିବ ୫ ଚାରା। ୬ ମାସ ପର୍ଯ୍ୟନ୍ତ ଯତ୍ନ ବି ନେବାକୁ ହେବ। ଉତ୍ତରପ୍ରଦେଶ ବାନ୍ଦା ଜିଲା ନରେନିର ମାଜିଷ୍ଟ୍ରେଟ୍‌ ବନ୍ଦିତା...

ଜନତା ଆଖିରେ ଶତ୍ରୁ

ସମ୍ପାଦକୀୟ/ତଥାଗତ ସତପଥୀ ଭାରତରେ ଜମିଜମା ସମ୍ପର୍କିତ ଅନେକ ମାମଲା ଆଇନ ଜାଲରେ ଦୀର୍ଘବର୍ଷ ଛନ୍ଦି ହୋଇରହିଛି। ବିଶେଷକରି ଭାଇ ଭାଇ ଏବଂ ପଡ଼ୋଶୀଙ୍କ ମଧ୍ୟରେ ଜମିକୁ...

ଜଙ୍ଗଲ ନିଅଁା: କାରଣ ଓ ନିରାକରଣ

ଅଲେଖ ଚନ୍ଦ୍ର ସାମଲ ସର୍ବଭାରତୀୟ ସ୍ତରରେ ଜଙ୍ଗଲ ନିଅଁାରେ ଛତିଶଗଡ଼ର ସ୍ଥାନ ପ୍ରଥମ ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ସର୍ବଭାରତୀୟ ଫରେଷ୍ଟ ଷ୍ଟାଟିଷ୍ଟିକ୍ସ ବ୍ୟୁରୋ...

ହସ୍ପିଟାଲରେ ସୌରଶକ୍ତିର ବ୍ୟବସ୍ଥା

ସଞ୍ଜୟ ସାନ୍ୟାଲ, ସଙ୍ଗୀତା ରାଣେ ଓ ଅରବିନ୍ଦ ଶାଶ୍ୱତ ଏହା ଥିଲା ଏକ ବର୍ଷାମୁଖର ସଂଧ୍ୟା, ଯେତେବେଳେ ଡାକ୍ତର କାନିଲି ଜିମୋଙ୍କ ରୋଗିଣୀଙ୍କୁ ଜରୁରୀ ଅସ୍ତ୍ରୋପଚାର...

ମାଟିହାଣ୍ଡିମନସ୍କ କି ମଣିଷ

ଡ. ଦେବାନନ୍ଦ ବେଉରା ବେଶ୍‌ କିଛିଦିନ ହେବ ଆମ ଘରେ ସମ୍ପୂର୍ଣ୍ଣ ନ ହେଲେ ବି ଆଂଶିକ ଭାବେ ରୋଷେଇ ମାଟିହାଣ୍ଡିରେ ସମ୍ପାଦିତ ହୋଇଆସୁଛି। ତେବେ...

ଏଇ ଭାରତରେ

ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଛନ୍ତି ୯୦ ବର୍ଷୀୟା ମା’। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଶାହଡୋଲଠାରେ। ଦୀର୍ଘ ୧୧ ବର୍ଷ...

Leave a comment

Your email address will not be published. Required fields are marked *