ଜଜାଙ୍ଗ ଖଣିରେ ବିଦ୍ରୋହସହସ୍ରାଧିକ ଶ୍ରମିକ ବନ୍ଦ କଲେ ଖଣିବ୍ୟାପକ ପୋଲିସଫୋର୍ସ ମୁତୟନ

ଯୋଡ଼ା, ୨୭।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ଖଣିରେ ବର୍ଦ୍ଧିତ ଦରମା ପ୍ରଦାନ ଦାବୀରେ ସୋମବାର ସହସ୍ରାଧିକ ଶ୍ରମିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଉକ୍ତ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ ବିଦ୍ୟାଧର ପାତ୍ର, ରତ୍ନାକର ହଂସ, ଗଣେଶ ପାତ୍ର ପ୍ରମୁଖ ଅଭିଯୋଗରେ କହିଛନ୍ତି ଯେ, ଖଣି କମ୍ପାନୀ, ଆସିଷ୍ଟାଣ୍ଟ ଲେବର କମିଶନର ଓ ଖଣିର ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଚୁକ୍ତି ଅନୁଯାୟୀ ପ୍ରତି ୪ବର୍ଷରେ ବାର୍ଷିକ ବର୍ଦ୍ଧିତ ଦରମା ଶ୍ରମିକ ମାନଙ୍କୁ ଦିଆଯିବା ପାଇଁ ସ୍ଥିର ହୋଇଥିଲା।
ଏହି କମ୍ପାନୀ ୨୦୧୨ ମସିହାରେ ଏହି ବର୍ଦ୍ଧିତ ଦରମା ମଧ୍ୟ ଶ୍ରମିକମାନଙ୍କୁ ଦେଇସାରିଛି। ତେବେ ଆଜିକୁ ୪ବର୍ଷ ବିତିଯାଇଥିଲେ ହେଁ କମ୍ପାନୀ ଏହି ବର୍ଦ୍ଧିତ ଦରମା ପ୍ରଦାନ କରୁ ନାହିଁ। ଏ ନେଇ ଶ୍ରମିକମାନେ କମ୍ପାନୀ ଓ ଶ୍ରମିକ ସଙ୍ଗଠନର ଦୃଷ୍ଟି ଆକର୍ଷଣ କରିବାରୁ ଚଳିତ ନିର୍ବାଚନ ପରେ ଏହା ପ୍ରଦାନ କରାଯିବାର ପ୍ରତିଶ୍ରୁତି ଦିଆଯାଇଥିଲା। ନିର୍ବାଚନ ଶେଷ ହୋଇଯାଇଥିଲେ ହେଁ କମ୍ପାନୀ କର୍ତ୍ତୃପକ୍ଷ ଏହାର କୌଣସି ସମାଧାନ ନ କରିବାରୁ ବାଧ୍ୟ ହୋଇ ଖଣିରେ କାର୍ଯ୍ୟ କରୁଥିବା ପ୍ରାୟ ୧୮ଶହରୁ ଊର୍ଦ୍ଧ୍ୱ ଶ୍ରମିକ ରବିବାର ପୂର୍ବାହ୍ନ ୧୧ଟାରୁ କାର୍ଯ୍ୟବନ୍ଦ କରି ଖଣିର ଫାଟକ ସମ୍ମୁଖରେ ବସିରହିଥିଲେ। ଘଟଣାସ୍ଥଳରେ ଯୋଡ଼ା ଆଇଆଇସି ମନୋଜ ରାଉତ, ବାମେବାରୀ ଥାନା ଅଧିକାରୀ ପରେଶ କୁମାର ମହାନ୍ତି ପୋଲିସ ଫୋର୍ସ ସହିତ ପହଞ୍ଚି ଆନ୍ଦୋଳନକାରୀ ଶ୍ରମିକଙ୍କ ସହିତ ଆଲୋଚନା କରିଥିଲେ। ତେବେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ସମ୍ପର୍କରେ ଲିଖିତଭାବେ ପୋଲିସକୁ କିମ୍ବା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇ ନ ଥିବା ଆଇଆଇସି ମନୋଜ ରାଉତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ରବିବାର ଠାରୁ ଏହି ଆନ୍ଦୋଳନ ହୋଇଥିଲେ ହେଁ କମ୍ପାନୀ କର୍ତ୍ତୃପକ୍ଷ କିଛି ଶୁଣୁ ନ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏହାର ସମାଧାନ କରା ନ ଗଲେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି। ଶ୍ରମିକଙ୍କ ଦାବି ସମ୍ପର୍କରେ ଆଲୋଚନା କରି ଏହାର ସମାଧାନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ା


All Right Reserved By Dharitri.Com

ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନ୍‌ମେଣ୍ଟ କଟକଣା: ବାଲେଶ୍ୱରର ୩ ଅଞ୍ଚଳ ସିଲ୍‌ କଲା ପ୍ରଶାସନ

ବାଲେଶ୍ୱର ଅଫିସ,୧୯।୪: ରାଜ୍ୟରେ ଶନିବାର ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଜଣଙ୍କ ବାଲେଶ୍ୱରର। ଏହା ଜଣାପଡ଼ିବା ପରେ ଜିଲା ପ୍ରଶାସନ ପକ୍ଷରୁ ମ୍ୟୁନିସିପାଲିଟି ଅଧୀନ ୨୭ ଏବଂ...

ଅସହାୟ ମନ୍ମଥଙ୍କୁ ମିଳିଲା ପକ୍କାଘର

ବନ୍ତ, ୨୭।୬(ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ନିଳୋକ ପଞ୍ଚାୟତ ବାଲିଗଢିଆ ଗ୍ରାମର ଅସହାୟ ଭିନ୍ନକ୍ଷମ ମନ୍ମଥ ବିଶ୍ୱାଳଙ୍କ ଗୁହାରି ଶେଷରେ ପ୍ରଶାସନ...

‘ବିପ୍ଲବୀ କେବେ ମରିପାରେନା’

ଜଳେଶ୍ୱର, ୧୩।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱରର ପୂର୍ବତନ ବିଧାୟକ ସ୍ବର୍ଗତ ଗଦାଧର ଗିରି ଜଣେ କ୍ରାନ୍ତିବୀର, ଆଦର୍ଶବାଦୀ ଓ ଜନଦରଦୀ ନେତା ଥିଲେ। ବିପ୍ଲବୀ କେବେ ମରିପାରେନା...

ବିଦେଶରୁ ମୃତଦେହ ଆଣିବା ପାଇଁ ଅଣ୍ଟା ଭିଡ଼ିଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ,୬।୨- କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଦେଶରେ...

ଶାଳଗଛ କଟାକୁ ଗ୍ରାମବାସୀଙ୍କ ବିରୋଧ

ସୋର, ୨୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ଦେବଗିରି ପାଦଦେଶ ବନ୍ଧସାହି ସଂରକ୍ଷିତ ଜଙ୍ଗଲରେ ଅମ୍ଫନ ପ୍ରଭାବରେ ଶାଳଗଛର କେତେକ ଡାଳ ଭାଙ୍ଗିପଡିଥିଲା। ଜଙ୍ଗଲ ବିଭାଗ ଓ...

କ୍ରୀଡ଼ା ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୪।୯-ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ବାଲେଶ୍ୱର ଗସ୍ତରେ ଆସି ସ୍ଥାନୀୟ...

ଢାବାରେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଆଇଆଇସିଙ୍କୁ ଆକ୍ରମଣ ମାମଲାରେ ୧୩ ଗିରଫ

ବାଲିଆପାଳ,୧।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଥାନା ଇଡ଼କୋଛକ ସ୍ଥିତ ରାଜଧାନୀ ଢାବାରେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୭ଦିନ ପୂରିଲାଣି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା...

ପାଟଣାର ପୂର୍ବତନ ବିଧାୟକ ରାମରାୟ ଗୁରୁତର

ପାଟଣା,୧୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡା ବାର୍ଦ୍ଧକ୍ୟ ଜନିତ ରୋଗର ଶିକାର ହୋଇ ପ୍ରଥମେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ...

Leave a comment

Your email address will not be published. Required fields are marked *