ଜମା ଟଙ୍କା ମାଗିବାରୁ ମହିଳାଙ୍କୁ ଦୁର୍ବ୍ୟବହାର

ବନ୍ତ,୧୩।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ବସନ୍ତିଆ ସବ୍‌ପୋଷ୍ଟ ଅଫିସ କର୍ମଚାରୀ ତଥା ଆପଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳର କେତେଜଣ ମହିଳା ନିଜର ଜମା ଟଙ୍କା ମାଗିବାରୁ ସେମାନଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ବନ୍ତ ଥାନାରେ ଏକ ମାମଲା(ନଂ.୧୪୧/୧୯) ରୁଜୁକରି ପୋଲିସ ତଦନ୍ତ ଚଳାଇଛି। ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ କର୍ମଚାରୀ ଡାକ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ୨୦୧୧ରେ ସେହି ମହିଳାମାନେ ପୋଷ୍ଟ ଅଫିସରେ ଆର୍‌ଡି ଏବଂ ଫିକ୍ସଡ୍‌ ଡିପୋଜିଟ୍‌ କରିବା ପାଇଁ ଚାହିଁଥିଲେ। ସମ୍ପୃକ୍ତ କର୍ମଚାରୀ ସେମାନଙ୍କୁ ନାନାଦି ପ୍ରଲୋଭନ ଦେଖାଇ ଅନ୍ୟ ଏକ ଘରୋଇ କମ୍ପାନୀରେ ଡିପୋଜିଟ୍‌ କରାଇଥିଲେ। ଉକ୍ତ ପଲିସଗୁଡ଼ିକର ମାଚ୍ୟୁରିଟି ହେବା ପରେ ମହିଳାମାନେ ଟଙ୍କା ମାଗିବାରୁ ସେ ବାରମ୍ବାର ସେମାନଙ୍କୁ ଫେରାଇ ଦେଇଥିଲେ। ଗତ ୮ ତାରିଖରେ ମହିଳାମାନେ ଡାକ କର୍ମଚାରୀଙ୍କ ଘରକୁ ଯାଇ ଟଙ୍କା ମାଗିବାରୁ ସେ ଏବଂ ତାଙ୍କ ପୁଅମାନେ ଦୁର୍ବ୍ୟବହାର କରିଥିବା ଦର୍ଶାଯାଇଛି।


All Right Reserved By Dharitri.Com

ଗଛ ମୂଳେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

ପଦ୍ମପୁର, ୧୨।୫ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ପଞ୍ଚାୟତର ଠାକୁରାଣୀସାହି ଅଙ୍ଗନୱାଡି କେନ୍ଦ୍ର ଦୀର୍ଘ ୯ ବର୍ଷ ଧରି ଗଛ...

ପୋଲିସ ଉପରକୁ ଗୁଳି ଚାଳନା ମାମଲା: ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ୍‌, ଜରିମାନା

କଟକ ଅଫିସ,୧୯।୧୨: ୨୦୧୦ ଜୁନ୍‌ ୨୪ ତାରିଖରେ କଟକ ଓଡ଼ିଆ ବଜାର ନିକଟରେ ଏକ ଗଣ୍ଡଗୋଳ ଘଟିଥିଲା। ଖବରପାଇ ଏଏସ୍‌ଆଇ ପ୍ରିୟବ୍ରତ୍ତ ଦାସଙ୍କ ସମେତ ଅନ୍ୟ ପୋଲିସ...

ଛାତ୍ରୀଛାତ୍ରଙ୍କ ଅଭିନବ ପ୍ରୟାସ:କାଦୁଅ ରାସ୍ତାରେ ଧାନ ତଳି ରୋଇ ଜଣାଇଲେ ପ୍ରତିବାଦ

ମାଲକାନଗିରି,୧୪ା୭(ଡି.ଏନ.ଏ./ସ୍ବ.ପ୍ର.)-ସତୀଗୁଡା କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ୫ କିଲୋମିଟର ରାସ୍ତା ବିଭାଗ ମରାମତି ନ କରିବାରୁ ଗ୍ରାମବାସୀମାନେ ରାସ୍ତା ଉପରେ ଧାନ ତଳି ରୋଇ...

ବ୍ୟବସାୟୀଙ୍କୁ ଘାରିଛି ବୃତ୍ତିଚିନ୍ତା

ଢେଙ୍କାନାଳ ଅଫିସ, ୮।୫ – କରୋନା ମାଡ଼ରେ ଦୁର୍ବିସହ ହୋଇପଡ଼ିଛି କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବନଜୀବିକା। ଦେଢ଼ମାସ ହେଲା ଦୋକାନ ବନ୍ଦ ରହିବା ଯୋଗୁ ଦୋହଲି ଯାଇଛି...

ଗୋଟିଏ ରାତିରେ ୩ ଘରୁ ଚୋରି

ବଇଣ୍ଡା,୧୨।୮(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ସଙ୍ଗେ ୩ଟି ଘରୁ ଟଙ୍କା, ସୁନା ଗହଣା, ରୂପା ସହ ଆସବାବପତ୍ର...

‘ଭିଡ୍‌ ବୁଲାତି ହେ ମଗର ଯାନେକା ନେହିଁ’: ସାଦାକାଗଜରେ ଚିତ୍ର ଆଙ୍କି ସଚେତନ କରୁଛନ୍ତି ଝାରସୁଗୁଡ଼ାର ଭଉଣୀଭାଇ

ଝାରସୁଗୁଡ଼ା ଅଫିସ,୨୯ା୩: ‘ଭିଡ୍‌ ବୁଲାତି ହୈ ମଗର ଯାନେକା ନେହିଁ, ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ, ଭିଡରୁ ଦୂରରେ ରୁହନ୍ତୁ, ନିୟମିତ ହାତ ଧୁଅନ୍ତୁ, କରୋନାଠୁ...

କନ୍ୟାଭ୍ରୁଣ ହତ୍ୟା, ବାଲ୍ୟ ବିବାହ ବିରୋଧରେ ମାନବ ଶୃଙ୍ଖଳ

ନୟାଗଡ଼ ଅଫିସ,୨୫ା୧୨: ନୟାଗଡ଼ ଜିଲା ମହୋତ୍ସବ ପାଳନ ଅବସରରେ ମଙ୍ଗଳବାର ପୂର୍ବାହ୍ନରେ ପ୍ରଶାସନ ପକ୍ଷରୁ ମାନବ ଶୃଙ୍ଖଳ କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା। କନ୍ୟା ଭ୍ରୂଣ...

ସ୍ବାମୀ ଚରିତ୍ରକୁ ସନ୍ଦେହ, ସ୍ତ୍ରୀ ସାଜିଲେ ହତ୍ୟାକାରୀ

ମୋହନା,୭ା୧(ଡି.ଏନ୍‌.ଏ.)-ସ୍ବାମୀଙ୍କ ଚରିତ୍ରକୁ ସନ୍ଦେହ କଲେ ସ୍ତ୍ରୀ ା ରାସ୍ତାରୁ ହଟାଇବା ପାଇଁ ଯୋଜନା ରଚିଲେ ା ଶେଷରେ ୩୦ ହଜାର ଟଙ୍କା ସୁପାରୀ ଦେଇ ହତ୍ୟା...

Leave a comment

Your email address will not be published. Required fields are marked *