Posted inଖେଳ

ସିନ୍ଧୁଙ୍କ ବିଜୟ ଆରମ୍ଭ: ସାଇନା ଆଉଟ୍‌

ହଂକଂ,୧୩।୧୧(ଏଏଫ୍‌ପି)-
ବିଶ୍ୱ ଚାମ୍ପିୟନ ପି. ଭି. ସିନ୍ଧୁ ବିଜୟ ସହ ହଂକଂ ଓପନରେ ଅଭିଯାନ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ୪ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଇଭେଣ୍ଟର ପ୍ରଥମ ବାଧା ଅତିକ୍ରମ କରିବାରେ ସାଇନା ନେହ୍ବାଲ ଓ ସମୀର ବର୍ମା ବିଫଳ ହୋଇଛନ୍ତି। ଗତ କିଛି ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଥିବା ୬ଷ୍ଠ ସିଡ୍‌ ସିନ୍ଧୁ ୨୧-୧୫, ୨୧-୧୬ ଗେମ୍‌ରେ କୋରିଆର କିମ୍‌ ଗା ଉନଙ୍କୁ ହରାଇ ଦେଇଛନ୍ତି। ଅଲିମ୍ପିକ୍‌ ରୌପ୍ୟ ପଦକ ବିଜେତା ଥାଇଲାଣ୍ଡର ବୁସାନାନ ଓଙ୍ଗବାମରୁଙ୍ଗଫାନଙ୍କୁ ଭେଟିବେ। ଅନ୍ୟ ଏକ ମହିଳା ସିଙ୍ଗଲ୍ସ ମ୍ୟାଚ୍‌ରେ ୮ମ ସିଡ୍‌ ସାଇନା ୧୩-୨୧, ୨୦-୨୨ ଗେମ୍‌ରେ ଚାଇନାର କାଇ ୟାନ ୟାନଙ୍କଠାରୁ ହାରି ଯାଇଛନ୍ତି। ବିଶ୍ୱର ୧୬ତମ ର଼୍ୟାଙ୍କ ସମୀରଙ୍କୁ ମଧ୍ୟ ସମାନ ଦଶା ଭୋଗିବାକୁ ପଡ଼ିଛି। ଚାଇନିଜ ତାଇପେର ଓ୍ବାଙ୍ଗ ଜୁ ଓ୍ବେଇ ୨୧-୧୧, ୧୩-୨୧, ୨୧-୮ ଗେମ୍‌ରେ ସମୀରଙ୍କୁ ହରାଇ ଦେଇଛନ୍ତି। ସାଇନା ଓ ସମୀର ଆସନ୍ତା ସପ୍ତାହରେ ଗ୍ବାଙ୍ଗଜୁ କୋରିଆ ମାଷ୍ଟର୍ସ ସୁପର ୩୦୦ ଟୁର୍ନାମେଣ୍ଟରେ ଖେଳିବେ।


All Right Reserved By Dharitri.Com

Posted inଖେଳ View All

ଓ୍ବିମ୍ବେଲଡନରେ ପ୍ରଥମ

ଲଣ୍ଡନ, ୧୦ା୭ (ଏଏଫ୍‌ପି)- ଓ୍ବିମ୍ବେଲଡନର ପ୍ରଥମ ୧୨-୧୨ ଫାଇନାଲ ସେଟ୍‌ ଟାଇବ୍ରେକ୍‌ ଚଳିତ ସଂସ୍କରଣରେ ଦେଖିବାକୁ ମିଳିଛି। ମଙ୍ଗଳବାର ହେନ୍‌ରି କୋଣ୍ଟିନେନ୍‌ ଓ ଜନ୍‌ ପିଅର୍ସ...

ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର,୧୭।୮(ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟର ଜଣାଶୁଣା ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଦେଶର ଅନ୍ୟ ୧୮ଜଣ କ୍ରୀଡ଼ାବିତ୍‌ଙ୍କ ସମେତ...

ପର୍ନ ଷ୍ଟାର୍‌ ଥିଲେ ଏହି ବ୍ୟକ୍ତି, ଏବେ ଅନ୍ତର୍ଜାତୀୟ ମ୍ୟାଚରେ କରୁଛନ୍ତି ଅମ୍ପାୟରିଂ

ଅକଲାଣ୍ଡ,୧୦।୧୧:ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ୫ ଉଇକେଟରେ ବିଜୟ ହାସଲ କରିଥିଲା। ନଭେମ୍ବର ୫ରେ...

ମେସିଙ୍କ ଗୋଲରେ ବ୍ରାଜିଲକୁ ହରାଇଲା ଆର୍ଜେଣ୍ଟିନା

ରିୟାଦ,୧୬।୧୧- ଅନ୍ତର୍ଜାତୀୟ ବାସନ୍ଦାଦେଶ ପରେ ଫେରିଥିବା ଲିଓନେଲ ମେସିଙ୍କ ଗୋଲ ଯୋଗୁ ୧-୦ ଗୋଲରେ ବ୍ରାଜିଲକୁ ସୌଦି ଆରବରେ ହରାଇ ଦେଇଛି। ଦକ୍ଷିଣ ଆମେରିକା ଫୁଟ୍‌ବଲ...

ସାଂଘାଇ ଡାଇମଣ୍ଡ ଲିଗ୍‌: କୋଲମ୍ୟାନଙ୍କୁ ପଛରେ ପକାଇଲେ ଲାଇଲ୍ସ

ସାଂଘାଇ, ୧୮ା୫ (ଏଏଫ୍‌ପି)- ନୋଆ ଲାଇଲ୍ସ ଏଠାରେ ଚାଲିଥିବା ସାଂଘାଇ ଡାଇମଣ୍ଡ ଲିଗ୍‌ ୧୦୦ ମିଟର ରେସ୍‌ ଜିତିଛନ୍ତି। ଆମେରିକାର ଖ୍ରିଷ୍ଟିଆନ କୋଲମ୍ୟାନଙ୍କୁ ୦.୦୦୬ ସେକେଣ୍ଡ...

ନାଡା ଅଧୀନରେ ବିସିସିଆଇ:କ୍ରୀଡ଼ାମନ୍ତ୍ରୀ ରିଜିଜୁଙ୍କ ସ୍ବାଗତ

ନୂଆଦିଲ୍ଲୀ,୧୧।୮(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜାତୀୟ ନିଶା ନିବାରଣ ସଂସ୍ଥା (ନାଡା) ଅଧୀନକୁ ଆସିବାର ନିଷ୍ପତ୍ତିକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ସ୍ବାଗତ...

ଆରମ୍ଭ ହେଲା ଦାଦାଙ୍କ ରାଜୁତି: ବିସିସିିଆଇ ଅଧ୍ୟକ୍ଷ ପଦ ସମ୍ଭାଳିଲେ

ମୁମ୍ବାଇ,୨୩।୧୦: ଭାରତର ସବୁଠାରୁ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲି ବୁଧବାର ବାର୍ଷିକ ସାଧାରଣ ବୈଠକରେ ବିସିସିଆଇର ୩୯ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ଫଳରେ ସୁପ୍ରିମ...

ହାମିଲଟନ ଟେଷ୍ଟ: ନ୍ୟୁଜିଲାଣ୍ଡ ସ୍ଥିତି ଦୃଢ଼

ହାମିଲଟନ, ୩୦।୧୧(ଏଏଫପି): ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଏକ ଇନିଂସ ଓ ୬୫ ରନରେ ବିଜୟ ହାସଲ କରିବା ପରେ ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ...

Leave a comment

Your email address will not be published. Required fields are marked *