Posted inଜାତୀୟ

ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆର୍‌ଟିଆଇ ପରିସରଭୁକ୍ତ ହେବ

ନୂଆଦିଲ୍ଲୀ,୧୩।୧୧: ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର (ଆର୍‌ଟିଆଇ) ପରିସର ଭୁକ୍ତ ହେବ। ଏନେଇ ବୁଧବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ତେବେ ଏଥିରେ କେତେକ ସର୍ତ୍ତ ରହିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କ ପକ୍ଷରୁ ଏହି ରାୟ ଦିଆଯାଇଛି। ଖଣ୍ଡପୀଠରେ ବିଚାରପତି ଜେ.ଖାନ୍ନା, ଡି.ଓ୍ବାଇ ଚନ୍ଦ୍ରଚୂଡ଼, ରମ୍ମନା ବାଲି ଏବଂ ବିଚାରପତି ଦୀପକ ଗୁପ୍ତା ପ୍ରଧାନ ବିଚାରପତିଙ୍କ ସହିତ ମିଳିତ ହୋଇ ସମ୍ବିଧାନର ଅନୁଚ୍ଛେଦ ୧୨୪ ଅନ୍ତର୍ଗତ ଏହି ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ  ଦିଲ୍ଲୀ ହାଇକୋର୍ଟଙ୍କ ୨୦୧୦ ରାୟକୁ କାଏମ୍‌ ରଖିଛନ୍ତି। ଏହାଦ୍ୱାରା ଏଣିକି ସୁପ୍ରିମ୍‌କୋର୍ଟ କୋଲେଜିୟମ୍‌ ନିଷ୍ପତ୍ତି ଓ୍ବେବସାଇଟ୍‌ରେ ଅପଲୋଡ୍‌ କରାଯିବ। ତେବେ ଆର୍‌ଟିଆଇର ଉପଯୋଗ ଗୁପ୍ତଚର କାର୍ଯ୍ୟ ପାଇଁ କରାଯିବ ନାହିଁ ବୋଲି ରାୟ ପଢ଼ିବା ସମୟରେ ବିଚାରପତି ରମ୍ମନା ସୂଚିତ କରିଛନ୍ତି।


All Right Reserved By Dharitri.Com

୪୦ ଦିନିଆ ସଂସଦୀୟ ଅଧିବଶେନରେ କେହି ମନ୍ତ୍ରୀ ବିଦେଶ ଯାତ୍ରା କରିପାରିବେ ନାହିଁ

ନୂଆଦିଲ୍ଲୀ,୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ସମସ୍ତେ ସାଢେ ୯ଟା ପୂର୍ବରୁ କାର୍ଯ୍ୟାଳୟ ପହଞ୍ଚିବା ଦରକାର। ଏହାସହ ମୋଦି ତାଙ୍କ...

ବିରୋଧୀ ଏକତାକୁ ଝଟକା

ନୂଆଦିଲ୍ଲୀ,୨୪-୫- :ଭାଜପାକୁ କ୍ଷମତାଠାରୁ ଦୂରେଇ ରଖିବା ଲାଗି ବିରୋଧୀ ଦଳଗୁଡିକ ପକ୍ଷରୁ ଶେଷ ପର୍ଯ୍ୟନ୍ତ ଉଦ୍ୟମ ଜାରି ରହିଥିଲା। ନିର୍ବାଚନ ପୂର୍ବରୁ ବିଭିନ୍ନ ମଞ୍ଚରେ କଂଗ୍ରେସ ସମେତ...

୫୦ ଅଣ୍ଡା ଖାଇବାକୁ ଲାଗିଥିଲା ସର୍ତ୍ତ: ୪୨ଖାଇବା ପରେ ମୃତ୍ୟୁ

ଜୋନପୁର,୪।୧୧: ବେଳେବେଳେ ଥଟ୍ଟାରେ ଲାଗିଥିବା ସର୍ତ୍ତ ମୃତ୍ୟୁର କାରଣ ହୋଇଥାଏ। ଅଣ୍ଡା ଓ ମଦରେ ସର୍ତ୍ତ ଲଗାଇ ଜଣେ ବ୍ୟକ୍ତି ମୃତ୍ୟୁମୁଖକୁ ଠେଲି ହୋଇଯାଇଥିବା ଜଣାପଡ଼ିଛି।...

ପ୍ରଥମଥର ଲାଗି ସଂସଦରେ ପ୍ରଶ୍ନ କଲେ ନାହିଁ ରାହୁଲ

ନୂଆଦିଲ୍ଲୀ,୨୫।୧୧: ସଂସଦର ଶୀତକାଳିନ ଅଧିବେଶନ ଚାଲିଥିବା ବେଳେ ମହାରାଷ୍ଟ୍ର ରାଜନୀତିକୁ ନେଇ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇ ଯାଇଛି। ସୋମବାର ଅଧିବେଶନ ଆରମ୍ଭ ହେବା ପରେ...

ଗେଣ୍ଡୁଫୁଲର ଉପକାରିତା

ଆଜିକା ଦିନରେ ପ୍ରଦୂଷଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଯେଉଁ କାରଣରୁ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି, ସେଥିମଧ୍ୟରୁ...

ଭାରତୀୟ ଇଞ୍ଜିନିୟରଙ୍କୁ ମୁକ୍ତ କରିବ ତାଲିବାନ

ନୂଆଦିଲ୍ଲୀ,୭।୧୦: ଆଫଗାନିସ୍ତାନ ବନ୍ଧୁତ୍ୱର ପୁନଃ ସ୍ଥାପନ ପାଇଁ ନିଯୁକ୍ତ ଆମେରିକାର ବିଶେଷ ପ୍ରତିନିଧି ଜାଲମେ ଖଲିଲଜାଦ ଓ ତାଲିବାନ ମଧ୍ୟରେ ଇସଲାମାବାଦରେ ହୋଇଥିବା କଥାବାର୍ତ୍ତାର ପରିଣାମ...

ସାଧ୍ୱୀ ପ୍ରାଚୀଙ୍କୁ ଆଲିଗଡ଼ ମନା

ଆଲିଗଡ଼,୧୦ା୬(ପି.ଟି.): ହିନ୍ଦୁତ୍ୱବାଦୀ ନେତା ସାଧ୍ୱୀ ପ୍ରାଚୀ ରବିବାର ଆଲିଗଡ଼ର ତପ୍ପାଲ ସହରକୁ ଯାଉଥିବାବେଳେ ଉତ୍ତେଜନା ଆଶଙ୍କାରେ ତାଙ୍କୁ ରୋକାଯାଇଛି। ହତ୍ୟାର ଶିକାର ହୋଇଥିବା ଅଢ଼େଇ ବର୍ଷୀୟା...

ସେଓ ଖାଇବା ପରେ ଏହି ସବୁ ଖାଦ୍ୟ ଖାଉଛନ୍ତି କି…

ସାଧାରଣତଃ ପ୍ରତ୍ୟେକ ଦିନ ଗୋଟିଏ ସେଓ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। କାରଣ ଏଥିରେ ଭିଟାମିନ ସି, ଭିଟାମିନ ବି୬ ସହିତ ପୋଟାସିୟମ, ଫସ୍‌ଫରସ...

Leave a comment

Your email address will not be published. Required fields are marked *