ଗ୍ରାମାଞ୍ଚଳରେ ବହୁତଳ କୋଠା ନିର୍ମାଣ ପାଇଁ କଟକଣା:ପ୍ଲାନ୍‌ ଅନୁମୋଦନ ଜରୁରୀ

ଭୁବନେଶ୍ୱର,୧୩-୧୧(ବ୍ୟୁରୋ): ସହରତଳି ଅଞ୍ଚଳ କିମ୍ବା ଗ୍ରାମାଞ୍ଚଳରେ ମନଇଚ୍ଛା ବହୁତଳ କୋଠା, ବାସଗୃହ ପ୍ରକଳ୍ପ କିମ୍ବା ବ୍ୟବସାୟିକ ଗୃହ ନିର୍ମାଣ କରିହେବ ନାହିଁ। ଏଥିପାଇଁ ସହର ଯୋଜନା(ଟାଉନ ପ୍ଲାନିଂ) ନିର୍ଦ୍ଦେଶକଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ। ଯଦି ଗ୍ରାମାଞ୍ଚଳରେ କୌଣସି ଆବାସିକ କିମ୍ବା ବ୍ୟବସାୟିକ ଗୃହ ନିର୍ମାଣ ପ୍ରକଳ୍ପ ୫୦୦ ବର୍ଗମିଟର କିମ୍ବା ୩ ମହଲା କିମ୍ବା ଲେ ଆଉଟ ଏରିଆ ୧.୦୦ ଏକରରୁ ଊର୍ଦ୍ଧ୍ୱ ହୋଇଥିବ ତେବେ ଘର ନିର୍ମାଣ ପୂର୍ବରୁ ପ୍ଲାନ ଅନୁମୋଦନ କରିବା ବାଧ୍ୟତାମୂଳକ କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଗୃହ ନିର୍ମାଣ ପୂର୍ବରୁ ପ୍ରଥମେ ସମ୍ପୃକ୍ତ ପଞ୍ଚାୟତ ସମିତିକୁ ପ୍ଲାନ ଅନୁମୋଦନ ପାଇଁ ଆବେଦନ କରିବାକୁ ହେବ। ପଞ୍ଚାୟତ ସମିତି ଏହାକୁ ଜିଲା ଟାଉନ ପ୍ଲାନିଂ ୟୁନିଟ୍‌କୁ ପଠାଇବ। ଟାଉନ ପ୍ଲାନିଂ ନିର୍ଦ୍ଦେଶକଙ୍କଠାରୁ ଅନୁମତି ନେଇ ଟାଉନ ପ୍ଲାନିଂ ୟୁନିଟ୍‌ ପ୍ଲାନ ଅନୁମୋଦନ କରିବ।
ଗ୍ରାମାଞ୍ଚଳରେ ଗଢ଼ିଉଠୁଥିବା ବହୁତଳ କୋଠା ଏବଂ ବ୍ୟବସାୟିକ ଗୃହକୁ ବ୍ୟବସ୍ଥିତ କରିବାକୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଯଦି କୌଣସି କୋଠାବାଡ଼ି ବିନା ପ୍ଲାନ ଅନୁମୋଦନରେ ନିର୍ମାଣ କରାଯାଇଛି ସେଗୁଡ଼ିକ ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ ରେଗୁଲେଶନ୍‌ସ ନିୟମ ଅନୁଯାୟୀ ଜରିମାନା ଦେଇ ଗୃହକୁ ନିୟମିତ (ରେଗୁଲାରାଇଜ) କରିପାରିବେ। ଓଡ଼ିଶା ସ୍ପେଶାଲ ପ୍ଲାନିଂ ଅଥରିଟିଜ୍‌ ଆଣ୍ଡ ରିଜିଓନାଲ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ୍‌ସ କମନ ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ ରୁଲ୍‌ସ-୨୦୧୭ ଗ୍ରାମାଞ୍ଚଳରେ ଆପାର୍ଟମେଣ୍ଟ କିମ୍ବା ବାସଗୃହ ପ୍ରକଳ୍ପ କିମ୍ବା ବ୍ୟବସାୟିକ ପ୍ରକଳ୍ପ ନିର୍ମାଣ ପାଇଁ ଲାଗୁହେବ। କଟକ, ଭୁବନେଶ୍ୱର ଭଳି ରାଜ୍ୟର ବଡ଼ ବଡ଼ ସହରତଳି ଅଞ୍ଚଳରେ ଅବ୍ୟବସ୍ଥିତ ଭାବେ ବହୁ ନଭଶ୍ଚୁମ୍ବୀ ଅଟ୍ଟାଳିକା ଗଢ଼ିଉଠୁଛି। ସ୍ବେରେଜ, ଡ୍ରେନେଜ ପାଇଁ କୌଣସି ବ୍ୟବସ୍ଥା ହେଉନାହିଁ। ବର୍ଷା ଦିନରେ ସେସବୁ ଅଞ୍ଚଳ ଜଳମଗ୍ନ ହୋଇ ରହୁଛି। ଯଦି କୌଣସି ସଂସ୍ଥା କିମ୍ବା ବ୍ୟକ୍ତିବିଶେଷ ଲେ ଆଉଟ ପ୍ଲାନ ଅନୁମୋଦନ ନ କରି ଘର ନିର୍ମାଣ କରିବେ ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଚେତାବନୀ ଦିଆଯାଇଛି।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଗ୍ରାମାଞ୍ଚଳରେ ଗଢ଼ିଉଠୁଥିବା ଆପାର୍ଟମେଣ୍ଟ, ବାସଗୃହ ପ୍ରକଳ୍ପ, ବ୍ୟବସାୟିକ ଗୃହ ନିର୍ମାଣକୁ ବ୍ୟବସ୍ଥିତ କରିବା ପାଇଁ ଏହି ନୂତନ ରୁଲ୍‌ କାର୍ଯ୍ୟକାରୀ କରାଯାଇଛି। ସହରତଳି ଅଞ୍ଚଳରେ ଅବ୍ୟବସ୍ଥିତ ଭାବେ ବହୁ ସଂଖ୍ୟାରେ ଆପାର୍ଟମେଣ୍ଟ ବିନା ଅନୁମୋଦନରେ ଗଢ଼ିଉଠୁଛି। ଏହାଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହେଉଛି। ଗୃହ ନିର୍ମାଣ କରାଯାଉଥିଲେ ମଧ୍ୟ ବର୍ଜ୍ୟ ଜଳ ଓ ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ସ୍ବେରେଜ କିମ୍ବା ଡ୍ରେନ ବ୍ୟବସ୍ଥା କରାଯାଉ ନାହିଁ। ଗ୍ରାମାଞ୍ଚଳ ପାଇଁ ପ୍ଲାନ ଅନୁମୋଦନ ନେବା ବାଧ୍ୟତାମୂଳକ କରାଯାଇଛି, ଯଦ୍ଦ୍ବାରା ସ୍ବେରେଜ, ଡ୍ରେନେଜ ବ୍ୟବସ୍ଥାକୁ ବ୍ୟବସ୍ଥିତ ଢଙ୍ଗରେ କରିହେବ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ପେପରବିହୀନ ରେଳ କାର୍ଯ୍ୟାଳୟକୁ ଗୁରୁତ୍ୱ: ପ୍ରଥମ ପର୍ଯ୍ୟାୟରେ ୫୮ୟୁନିଟ୍‌ ହେଲା ଇ- ଅଫିସ୍‌

ଭୁବନେଶ୍ୱର, ୩।୧୧(ବ୍ୟୁରୋ): କାର୍ଯ୍ୟକ୍ଷେତ୍ରରେ ସ୍ବଚ୍ଛତା ଆଣିବା ସହ ପେପରବିହୀନ ରେଳ କାର୍ଯ୍ୟାଳୟ (ଇ -ଅଫିସ୍‌) କାର୍ଯ୍ୟକାରୀ ଉପରେ ଭାରତୀୟ ରେଳପଥ ବେଶ୍‌ ତତ୍ପରତାର ସହ କାର୍ଯ୍ୟ...

ରେଲ୍‌ଓ୍ବେ ହେଲ୍ପଲାଇନ୍‌ରେ ୩୧୦ ଅଭିଯୋଗର ସମାଧାନ

ଭୁବନେଶ୍ୱର, ୮।୯(ବ୍ୟୁରୋ): ରେଲ୍‌ଓ୍ବେ ହେଲ୍ପଲାଇନ ନମ୍ବର-୧୮୨ରେ ଚଳିତ ବର୍ଷ ୩୧୦ ଅଭିଯୋଗର ସମାଧାନ ହୋଇଛି। ଅଭିଯୋଗ ଆଧାରରେ ୨୩୭ ଜିନିଷପତ୍ର ଓ ମନିପର୍ସ, ୯୬ ମୋବାଇଲ...

ରାଜ୍ୟ ପାଳିବ ପ୍ରଥମ ଲୋକକଳା ଦିବସ: ରବୀନ୍ଦ୍ର ମଣ୍ଡପରେ ଯୋଗଦେବେ ୫୦୦ କଳାକାର

ଭୁବନେଶ୍ୱର,୧୩।୬(ବ୍ୟୁରୋ): ପ୍ରଥମ ଥର ପାଇଁ ଜୁନ୍‌ ୧୪ରେ ପାଳନ ହେବାକୁ ଯାଉଛି ଲୋକକଳା ଦିବସ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉଭୟ...

ରାୟଗଡ଼ାରେ ମାଓବାଦୀ କ୍ୟାମ୍ପ ଠାବ

ମୁନିଗୁଡା,୧୪।୧୧: ରାୟଗଡ଼ା କଳାହାଣ୍ଡି ସୀମା ତଥା ଅମ୍ବାଦଳା ଥାନା ଅନ୍ତର୍ଗତ କାର୍କାମାର୍କା ଜଙ୍ଗଲରେ ବୁଧବାର ବିଳମ୍ବିତ ରାତିରେ ଏସ୍‌ଓଜି ଓ ଡିଭିଏଫ୍‌ ଯବାନଙ୍କ ମିଳିତ ସର୍ଚ୍ଚ...

କ୍ୟାପିଟାଲ ହସ୍ପିଟାଲ ଫେରାଇଦେଲା, ଫୁଟ୍‌ପାଥରେ ସନ୍ତାନ ପ୍ରସବ କଲେ ମହିଳା

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲ ଫୁଟ୍‌ପାଥରେ ପ୍ରସବ କରିଛନ୍ତି ଜଣେ ମହିଳା। ଲେବର ରୁମ୍‌ରୁ ଫେରାଇ ଦେବାରୁ ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଗର୍ଭବତୀ ଜଣକ ହସ୍ପିଟାଲ ଫୁଟ୍‌ପାଥରେ...

ବଳାତ୍କାର ପ୍ରସଙ୍ଗରେ ଗୃହରେ ଝଡ଼

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଜଗତ୍‌ସିଂହପୁର ଜିଲା ନାଉଗାଁ ଥାନା ଅଧୀନ ତିରୁନା ଗ୍ରାମପଞ୍ଚାୟତର ତେନ୍ତୋଇ ଗ୍ରାମର ଜଣେ ଅନୁସୂଚିତ ଜାତି(ଏସ୍‌ସି) ଝିଅର ଆତ୍ମହତ୍ୟା ଘଟଣାକୁ ନେଇ ସୋମବାର ବିଧାନସଭାର...

୨୧ରେ ବିଜେପୁର ଲଢ଼େଇ: ଦୁଇ ଦିନ ପ୍ରଚାର କରିବେ ନବୀନ !

ଭୁବନେଶ୍ୱର,୩।୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନ ଲାଗି ରାଜ୍ୟ ରାଜନୀତି ସରଗରମ। ଆସନ୍ତା ୨୧ରେ ଭୋଟ ଗ୍ରହଣ ହେବାକୁ ଘୋଷଣା ହୋଇଥିବା ବେଳେ ଗୁରୁବାର ତିନି ପ୍ରମୁଖ ଦଳ...

ଭାଜପାରେ ଯୋଗଦେଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଭାଜପା ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ଶନିବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ଭାଜପା ରାଜ୍ୟ ସଭାପତି ତଥା କଳାହାଣ୍ଡି ଏମ୍‌ପି...

Leave a comment

Your email address will not be published. Required fields are marked *