ପୁରୁଣା ଅଶ୍ୱତ୍ଥ ଗଛ ଉପୁଡ଼ି ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ ରାସ୍ତା ଅବରୋଧ

ଧାମନଗର ,୧୩।୧୧(ଡି.ଏନ.ଏ.)- ଭଦ୍ରକ କିଲା ଧାମନଗର ବ୍ଲକଦେଇ ଯାଇଥିବା ଭଦ୍ରକ- ଆଖଣ୍ଡଳମଣି ମୁଖ୍ୟ ରାସ୍ତାର ସୂର୍ଯ୍ୟପୁର ଛକରେ ଥିବା ଏକ ପୁରାତନ ବିରାଟ ଅଶ୍ୱତ୍ଥ ଗଛ ମଙ୍ଗଳବାର ଉପୁଡି ପଡିବାରୁ ରାସ୍ତା ଅବରୋଧ ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏହି ଛକରେ ଦାରୁ ଗଛଟି ଶହ ଶହ ବର୍ଷ ଧରି ରାସ୍ତାକଡ଼କୁ ଲାଗି ରହିଥିଲା । ପୂର୍ବରୁ ପାଦରେ ଚାଲି ଚାଲି ଯାଉଥିବା ବାଟୋଇ ଓ ତୀର୍ଥଯାତ୍ରୀଙ୍କୁ ଖରା ସମୟରେ ଏହା ନିଜ ଛାଇରେ ଆଶ୍ରୟ ଦେଇ ଆସୁଥିଲା । ଗ୍ରାମବାସୀ ଗଛ ଚାରି ପାଖରେ ପକ୍କା ପିଣ୍ଡି କରି ବସାଉଠା କରୁଥିଲେ । ମଙ୍ଗଳବାର ହଠାତ ଗଛଟି ଉପୁଡି ମୁଖ୍ୟ ରାସ୍ତା ଉପରେ ପଡି ଯାଇଥିଲା। ତେବେ ରାସ୍ତାରେ ଏ ନେଇ କିଛି ଦୁର୍ଘଟଣା ଘଟି ନାହିଁ ା ରାସ୍ତା ଆର ପଟେ ଥିବା କେତେକ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଧୂଷୁରୀ ଥାନା ଆଇଆଇସି ପ୍ରଫୁଲ୍ଲ କୁମାର ସିଂ ରାସ୍ତା ସଫା କରିବା ପାଇଁ ଧାମନଗର ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ସେମାନେ ପହଞ୍ଚି ଗଛ କାଟି ରାସ୍ତାରୁ ହଟାଇଥିଲେ । ମଙ୍ଗଳବାର ରାହାସ ପୂର୍ଣ୍ଣିମା ପାଇଁ ଆଖଣ୍ଡଳମଣିଙ୍କ ପୀଠକୁ ଭକ୍ତଙ୍କୁ ନେଇ ଯାତାୟାତ କରୁଥିବା ଶତାଧିକ ଗାଡ଼ିମୋଟର ସେଠାରେ ଅଟକି ରହିଥିଲା ।


All Right Reserved By Dharitri.Com

ଉଦ୍ଧାର ବାଳକଙ୍କୁ ପରିବାରକୁ ହସ୍ତାନ୍ତର

ଭବାନୀପାଟଣା,୨୪।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଚାଇଲ୍ଡ ଲାଇନ ଗତ ୧୬ ତାରିଖରେ ଜଣେ ୧୫ ବର୍ଷର ବାଳକଙ୍କୁ ଉକ୍ତ ସହରରୁ ଉଦ୍ଧାର କରିଥିଲା। ଶୁକ୍ରବାର ଉକ୍ତ...

ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ଭାଜପା କ୍ଷମତାକୁ ଆସିଲେ ଖଣି, ଚିଟ୍‌ଫଣ୍ଡ ଚୋର ଜେଲ୍‌ ଯିବେ

ଭଦ୍ରକ ଅଫିସ/ପଦ୍ମପୁର/ତିହିଡି, ୨୭।୪ (ଡି.ଏନ.ଏ.) – ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକ ଜିଲା ଗସ୍ତରେ ଆସି ଦଳୀୟ ବିଧାୟକ ପ୍ରାର୍ଥୀ ମନମୋହନ ସାମଲ, ମାଧବାନନ୍ଦ...

କୋରିଆରୁ ଫେରିଥିବା ଯୁବକ ଭୀମସାରରେ ଭର୍ତ୍ତି: କରୋନା ଭାଇରସ୍‌ ସନ୍ଦେହ

ସମ୍ବଲପୁର, ୨୬।୨(ବ୍ୟୁରୋ): ବୁର୍ଲା ଭିମସାର ମେଡିକାଲରେ କରୋନା ଭାଇରସ୍‌ ସନ୍ଦେହରେ ଜଣେ ଭର୍ତ୍ତି ହୋଇଛନ୍ତି। ସେ ସୁନ୍ଦରଗଡ଼ ଜିଲା ହେମଗିରୀ ଅଞ୍ଚଳର ବୋଲି ଜଣାପଡ଼ିଛି। ଉକ୍ତ...

ଭାଜପାର ଗାନ୍ଧୀ ସଂକଳ୍ପ ପଦଯାତ୍ରା: ଲବଣତୀର୍ଥରୁ ଆରମ୍ଭ ହୋଇ ରକ୍ତତୀର୍ଥରେ ସରିଲା

ବାସୁଦେବପୁର,୧୯।୧୦(ଡି.ଏନ୍‌.ଏ.): ବାସୁଦେବପୁର ଭାଜପା ଶାଖା ପକ୍ଷରୁ ଗାନ୍ଧୀ ସଙ୍କଳ୍ପ ପଦଯାତ୍ରା ଶନିବାରଠାରୁ ଲବଣତୀର୍ଥ ଚୁଡ଼ାମଣିରୁ ଆରମ୍ଭ ହୋଇ ରକ୍ତତୀର୍ଥ ଇରମ ଶହୀଦ ପୀଠରେ ଶେଷ ହୋଇଛି।...

ଓ୍ବେଲଫେୟାର କମିଟିର ସହଯୋଗ

ବଅଁରପାଳ, ୨୨ା୯(ଡି.ଏନ.ଏ.) – ଅନୁଗୋଳ ଜିଲା ନାଲ୍‌କୋନଗରରେ ଚାଲିଥିବା ବିଶ୍ୱକମର୍ର୍ା ପୂଜାରେ ଜନ ସମାଗମ ଲାଗି ରହିଛି। ୨୩ ମଣ୍ଡପରେ ପ୍ରଭୁଙ୍କ ପୂଜା ଚାଲିଛି। ଶାନ୍ତି...

ଘର ସହ ଜଳିଗଲେ ତହସିଲ କର୍ମଚାରୀ

ହାଟଡିହୀ,୨୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ସୋସୋ ଥାନା ଅନ୍ତର୍ଗତ ସୁନ୍ଦରାପାଳ ଛକରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଘର ଜଳିଯିବା ସହିତ...

ତୁଳସୀପତ୍ରରୁ ତେଲ ଉତ୍ପାଦନ

ନବରଙ୍ଗପୁର,୨୦ା୩(ବି.ପ୍ର) – ନବରଙ୍ଗପୁର ଜିଲାରେ ପ୍ରଥମ ଥର ପାଇଁ ତୁଳସୀ ପତ୍ରରୁ ତେଲ ଉତ୍ପାଦନ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି। କେନ୍ଦ୍ରୀୟ ଔଷଧୀୟ ଓ ସୁଗନ୍ଧି...

ଟ୍ରକ୍‌-କାର ମୁହାଁମୁହିଁ: ୫ ଗୁରୁତର

ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ,୧୩।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଗ୍ନିଶମ କେନ୍ଦ୍ର ସମ୍ମୁଖରେ ରବିବାର ସକାଳେ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ...

Leave a comment

Your email address will not be published. Required fields are marked *