Posted inUncategorized

ନୌବାଣିଜ୍ୟ ସ୍ମୃତିରେ ବିଭୋର ଚାନ୍ଦବାଲିି, ଧାମରା

ଚାନ୍ଦବାଲି/ଆରଡିି,୧୩ା୧୧(ଡି.ଏନ.ଏ.)-ସୁଦୂର ଅତୀତର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ମଙ୍ଗଳବାର ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେବା ଯୋଗୁ ପରିବେଶ ଉତ୍ସବମୁଖର ହୋଇଉଠିଛି। ପ୍ରାଚୀନ ବନ୍ଦର ନଗରୀ ଚାନ୍ଦବାଲି ସମେତ ଧାମରାରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବର ଆକର୍ଷଣ ନିଆରା। ଚାନ୍ଦବାଲିର ‘ଆମ ପରମ୍ପରା’ ସଙ୍ଗଠନ ପକ୍ଷରୁ ୭ ଜଣ ସାଧବ ଶନିବାର ସକାଳେ ନିଜର ପ୍ରତୀକ ବ୍ୟବସାୟିକ ସାମଗ୍ରୀ ନେଇ ବୋଇତରେ ଚାନ୍ଦବାଲିରୁ ଧାମରାକୁ ପ୍ରାୟ ୨୫ କି.ମି. ଜଳଯାତ୍ରା କରିଥିଲେ। ସାଧବପୁଅ ବେଶରେ ସେମାନେ ସଜ୍ଜିତ ହେବା ଏବଂ ପାରମ୍ପରିକ ରୀତିରେ ସେମାନଙ୍କୁ ବନ୍ଦାପନା କରାଯିବା ଭାବପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଥିଲା। ସେମାନେ ଧାମରାରେ ପହଞ୍ଚିବା ପରେ ‘ଧାମରା-ଚାନ୍ଦବାଲି ବୋଇତ ବନ୍ଦାଣ କମିଟି’ ପକ୍ଷରୁ ସେମାନଙ୍କୁ ସ୍ବାଗତ କରାଯାଇଥିଲା।
ବୋଇତ ବନ୍ଦାଣ ଉପଲକ୍ଷେ ସ୍ଥାନୀୟ ଗଙ୍ଗାମାତା ପଡିଆରେ ବଳଭଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏଥିରେ ଯୋଗଦେଇ ଧାମରାରେ ବନ୍ଦର ଭିତ୍ତିକ ଶିଳ୍ପ ଗଢି ଉଠିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ସଂଗ୍ରାମ ଆଚାର୍ଯ୍ୟ, ବିଧାୟକ ବ୍ୟୋମକେଶ ରାୟ, ଜିଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ବିଦ୍ୟୁତ୍‌ ଲତା ନାୟକ, ଜଗନ୍ନାଥ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ମୃତି ଚାରଣ କରିଥିଲେ ା
ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ ପ୍ରଭାବରେ ଧାମରା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ମା’ ଧାମରାଈ ଆଞ୍ଚଳିକ ବୋଇତ ବନ୍ଦାଣ କମିଟି ଚଳିତ ବର୍ଷ ପାଇଁ ଧାମରାରେ ପାଳିତ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବକୁ ସ୍ଥଗିତ ରଖିଛି ା ତେବେ ମା’ ଧାମରାଈ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ କମିଟି ପକ୍ଷରୁ ଧାମରାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଥିଲା। ତ୍ରିଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ ଏହି ଉତ୍ସବରେ ଏମପି ଅପରାଜିତା ଷଡଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ଉଦ୍ୟୋଗୀକରଣ ହେବା ଆବଶ୍ୟକ ବୋଲି କହିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ରାଜସ୍ବମନ୍ତ୍ରୀ ମନମୋହନ ସାମଲ, ବିଧାୟକ ବିଷ୍ଣୁ ସେଠୀ, ବଦ୍ରି ନାରାୟଣ ଧଳ, ମାଧବାନନ୍ଦ ମଲ୍ଲିକ, ପ୍ରତାପ ଧଳ, କାହ୍ନୁ ବେହେରା, ପ୍ରମୋଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ା ‘ଚାନ୍ଦବାଲି ସାଂସ୍କୃତିକ ପରିଷଦ’ ଆନୁକୂଲ୍ୟରେ ନିିକଟସ୍ଥ ବୈତରଣୀ ନଦୀ ଘାଟରେ ବୋଇତ ବନ୍ଦାଣ ଉତ୍ସବ ସକାଳେ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ରବୀନ୍ଦ୍ର ବେହୁରିଆ ଏଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରଫେସର ଶାନ୍ତନୁ ମହାନ୍ତିି,ସାହିତି୍ୟକ ପ୍ରଫୁଲ୍ଲ ଦାସ,ଏସ୍‌ଏନ୍‌ କଲେଜର ଅଧ୍ୟକ୍ଷ ପ୍ରଫେସର ବୈକୁଣ୍ଠ ନାଥ ପରିଡା, କବି କମଳାକାନ୍ତ ମହାନ୍ତିି, ଚିନ୍ତାମଣି ମହାରଣା, ଅମୂଲ୍ୟ ରାଉତ, ଶିଶିର ଦାସ, ଦୀପ୍ତିମୟୀ ଦାସ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାଚୀନ ବନ୍ଦର ନଗରୀ ଚାନ୍ଦବାଲି ଏକଦା ଉତ୍କଳର ପ୍ରବେଶ ପଥ ଭାବେ ପରିଚିତ ଥିଲା। ଏଠାରୁ ଜଳପଥ ଦେଇ ଓଡ଼ିଆ ସାଧବ ପୁଅ ଜାଭାସୁମାତ୍ରା ଆଦି ଅଞ୍ଚଳକୁ ଯାଇ ବେପାର ବଣିଜ କରି ଓଡ଼ିଆ ଜାତିର କଳା ସଂସ୍କୃତିର ପ୍ରଚାର କରିବା ସହ ଏମାଟିକୁ ବିତ୍ତଶାଳୀ କରିଥିଲେ। ପରେ ବିଦେଶୀ ଇଂରେଜ ବଣିକ ଏହି ପ୍ରାଚୀନ ବନ୍ଦରକୁ ବିକଶିତ କରିଥିଲେ। ଦୀର୍ଘଦିନ ଧରି ବନ୍ଦର ବନ୍ଦ ହୋଇଯାଇଥିଲେ ବି ଅତୀତର ସ୍ମୃତିକୁ ନେଇ ଆୟୋଜିତ ହେଉଥିବା ଉତ୍ସବ ଅଞ୍ଚଳବାସୀଙ୍କ ଲାଗି ଭିନ୍ନ ଆକର୍ଷଣ ପାଲଟିଛି।


All Right Reserved By Dharitri.Com

Posted inUncategorized View All

ପୁରୁଷୋତ୍ତମପୁରରେ ପ୍ରଥମ ମହିଳା ପୋଲିସ ଅଧିକାରୀ: ଏସ୍‌ଡିପିଓ ଭାବେ ଯୋଗ ଦେଲେ ସୀମା ସ୍ବାଇଁ

ପୁରୁଷୋତ୍ତମପୁର, ୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଏସ୍‌ଡିପିଓ ଭାବେ ୨୦୧୫ ବ୍ୟାଚର ଓପିଏସ୍‌ ପାଇଥିବା ଅଫିସର ସୀମା ସ୍ବାଇଁ ଗୁରବାର କାର୍ଯ୍ୟରେ ଯୋଗ ଦେଇଛନ୍ତି ।...

ଦେଶ ସାରା ଏନ୍‌ଏଆର୍‌ସି ଲାଗୁ ପାଇଁ ଏବେ ନାହିଁ ଯୋଜନା: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୪।୨: ଦେଶ ସାରା ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଏଆର୍‌ସି) ଲାଗୁ କରିବା ପାଇଁ ଏବେ ଯୋଜନା ନାହିଁ। ଏନେଇ ଲୋକ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଲିଖିତ...

ନିର୍ବନ୍ଧ ଭୋଜିରେ ମହିଳାଙ୍କୁ ଛୁରି ଦେଖାଇ ଲୁଟ୍‌ ୪ ଗିରଫ, ଚୋରି ସାମଗ୍ରୀ ଉଦ୍ଧାର

ନୟାଗଡ଼ ଅଫିସ,୨୭ା୮: ନୟାଗଡ଼ ସହରସ୍ଥିତ ଜଗନ୍ନାଥ ମନ୍ଦିରରେ ରବିବାର ଏକ ଭୋଜି ଚାଲିଥିବାବେଳେ ୪ ଯୁବକ ମହିଳାମାନଙ୍କୁ ଛୁରି ଦେଖାଇ ଲୁଟ୍‌ କରିଥିଲେ। ଖବର ପାଇ...

ବସ୍‌ରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣା: ଡ୍ରାଇଭର, ହେଲ୍‌ପରଙ୍କ ଲାଇସେନ୍ସ ରଦ୍ଦ

ପୁରୀ ଅଫିସ/କଟକ ଅଫିସ, ୧୧।୭: ପୁରୀ ବସ୍‌ଷ୍ଟାଣ୍ଡ ପରିସରସ୍ଥ ଏକ ଘରୋଇ ବସ୍‌ ଭିତରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣାକୁ ବିଭିନ୍ନ ମହଲରେ ଦୃଢ...

ରାହାଞ୍ଜ ବଜାରରୁ ୫ ଦୋକାନରୁ ଚୋରି

ଭଦ୍ରକ ଅଫିସ, ୧୯।୯- ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାହାଞ୍ଜ ବଜାରରୁ ୫ଟି ଦୋକାନରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ବଜାରରେ ଥିବା ଏକ...

ମହାଶିବରାତ୍ରିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୨୧।୨(ବ୍ୟୁରୋ): ପବିତ୍ର ମହାଶିବରାତ୍ରି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟର ପୃଷ୍ଠାରେ ପ୍ରଭୁ ଲିଙ୍ଗରାଜ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର...

କାଟ୍ରୋସାଟ୍‌-୩ର ଉତ୍‌କ୍ଷେପଣ ଘୁଞ୍ଚିଲା: ନଭେମ୍ବର ୨୭କୁ ଅପେକ୍ଷା

ଶ୍ରୀହରିକୋଟା,୨୧।୧୧: କାଟ୍ରୋସାଟ୍‌-୩ର ଉତ୍‌କ୍ଷେପଣକୁ କେତେକ କାରଣରୁ ଘୁଞ୍ଚାଇ ଦିଆଯାଇଛି। ଏବେ ଏହା ନଭେମ୍ବର ୨୭ରେ କରାଯିବ। ତେବେ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୯ଟା ୨୮ରେ...

Leave a comment

Your email address will not be published. Required fields are marked *