୧୫୦ ବର୍ଷରେ ରାହାସ ମେଳା, ଜମୁଛି ଭିଡ

ପଦ୍ମପୁର, ୧୩ା୧୧(ଡି.ଏନ୍‌.ଏ.)- ଭଦ୍ରକ ସଦର ବ୍ଲକଠାରୁ ପ୍ରାୟ ୧୬ କି.ମି.ଦୂର ସାହାଡ଼ାଠାରେ ରହିଛି ଦୀର୍ଘ ୩୦୦ ବର୍ଷର ଲାଲାଜୀ ଗୌଡୀୟ ମଠ। ଶ୍ରୀ ଚୈତନ୍ୟଙ୍କର ଶାସ୍ତ୍ରୀୟ ପରମ୍ପରା ଅନୁଯାୟୀ ସେଠାରେ ଥିବା ରାଧାକୃଷ୍ଣଙ୍କର ପୂଜାର୍ଚ୍ଚନା କରାଯାଇ ଆସୁଛି। ଶ୍ରୀ ଚୈତନ୍ୟଙ୍କ ଓଡ଼ିଶା ଗସ୍ତ ସମୟର ସ୍ମୃତିକୁ ଧରି ରଖିଥିବା ଏହି ପୀଠ ଭକ୍ତି ଓ ଆଧ୍ୟାତ୍ମିକ ଚେତନାର ବାର୍ତ୍ତା ବାଣ୍ଟି ଆସୁଛି। ଏଥର ମଙ୍ଗଳବାର ପ୍ରତ୍ୟୁଷରୁ ମଠର ଆରମ୍ଭ ହୋଇଥିବା ଲାଲାଜୀ ରାହାସ ପୂର୍ଣ୍ଣିମା ଉତ୍ସବ ୯ ଦିନ ଧରି ଚାଲିବ। ପ୍ରଥମ ଦିନରେ ସେଠାରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ପ୍ରାୟ ୧୫୦ ବର୍ଷ ଧରି ପାଳିତ ହୋଇଆସୁଥିବା ଏହି ରାହାସ ମେଳା ଅଞ୍ଚଳବାସୀଙ୍କ ଲାଗି ଆକର୍ଷଣ ସାଜିିିଛି। ଏଥର ମେଳାରେ ବସିଛି ୨୦୦ ରୁ ଊର୍ଦ୍ଧ୍ୱ ଦୋକାନ। ବିଭିନ୍ନ ଘରୋଇ ଉପକରଣ ସାଙ୍ଗକୁ ମୀନାବଜାରର ବିଭିନ୍ନ ବିପଣୀ ଓ ନାନା ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି।
ମେଳାରେ ଅଧିକ ଆକର୍ଷଣ ରହିଛି ପାର୍ଶ୍ୱ ଉପଲକ୍ଷେ ରାଧାକୃଷ୍ଣଙ୍କର ମୃଣ୍ମୟ ପ୍ରତିମୂର୍ତ୍ତି ନିର୍ମାଣ ସହ, ମହାଦେବ ଛଦ୍ମବେଶରେ ଶ୍ରୀକୃଷ୍ଣଙ୍କ ବାଲ୍ୟରୂପ ଦର୍ଶନ କରିବା, ଚୈତନ୍ୟ ମହାପ୍ରଭୁଙ୍କ ଦ୍ୱାରା କାଜୀ ଉଦ୍ଧାର, ଇନ୍ଦ୍ରଙ୍କର ସୁରଭି ଗାଈ ଦ୍ୱାରା ଶ୍ରୀକୃଷ୍ଣଙ୍କ ଅଭିଷେକ, ଶ୍ରୀକୃଷ୍ଣଙ୍କର ମାଖନ ଚୋରି, ଜରାସନ୍ଧ ଯୁଦ୍ଧ, ଜାମଳାର୍ଜୁନ ଦର୍ଶନ, ବଂଶୀବଟରେ ମହାସଭା, ସମ୍ଭରାଶୁର ସହ ଶ୍ରୀକୃଷ୍ଣଙ୍କ ଯୁଦ୍ଧ, ଓ ରାସ ଲୀଳା ଆଦି ପୌରାଣିକ କଥାବସ୍ତୁକୁ ନେଇ ସୁନ୍ଦର ପାର୍ଶ୍ୱମୂର୍ତ୍ତି ଦର୍ଶକଙ୍କ ମନ ମୋହୁଛି। ମଠ ପରିସରରେ ଥିବା ପୋଖରୀ ପାର୍ଶ୍ୱରେ ପଡିଥିବା ମେଳା, ଆକର୍ଷଣୀୟ ତୋରଣ ଓ ଆଲୋକ ସାଜସଜ୍ଜା ସମଗ୍ର ପରିସରକୁ ଉତ୍ସବମୁଖର କରିଛି। ମଙ୍ଗଳବାର ସନ୍ଧ୍ୟାରୁ ରାତିଯାଏ ଏଠି ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି।


All Right Reserved By Dharitri.Com

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ଅଭିଯୋଗ ନମ୍ବର ଜାରି

ଭୁବନେଶ୍ୱର, ୨୧।୭ (ବ୍ୟୁରୋ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ଏକୀକୃତ ଅଭିଯୋଗ...

ଆଧାରକାର୍ଡ ପାଇଁ ଆଖି ବାଧକ

ଭୁବନ, ୬।୫(ଡି.ଏନ.ଏ.) – ଜନ୍ମରୁ ଆଖି ନାହିଁ। ଆଖି ନ ଥିବାରୁ ହୋଇପାରୁନି ଆଧାରକାର୍ଡ। ଆଧାରକାର୍ଡ ନ ଥିବାରୁ ମିଳୁନି କୌଣସି ସରକାରୀ ସହାୟତା। ଏପରି...

ଫେନ୍‌ଘାଏ ବଁଦୀ ଜୀବନ୍‌ ବିତଉଛନ୍‌ ଲିଲିମା

ଜାମଟିକ୍ରା, ୧୯।୭ (ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ଟାଙ୍ଗରପାଲି ପଁଚେତ ରେଙ୍ଗାଲିପାଲି ଗଁାର ମାନସିକ୍‌ ରୁଗୀ ଲିଲିମା ଭୋରାସାଗର(୨୪)। ଲିଲିମା ଉପରେ ଗଲା ୨୦୧୮...

ବିଶ୍ୱ ପର୍ଯ୍ୟଟନ ଦିବସ : ବିଦେଶରେ ବଢୁଛନ୍ତି ଭାରତୀୟ ପର୍ଯ୍ୟଟକ, ଦେଶ ହରାଉଛି ବର୍ଷକୁ ୯ ହଜାର କୋଟି

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଭାରତୀୟଙ୍କ ମଧ୍ୟରେ ଦିନକୁ ଦିନ ବିଦେଶ ବୁଲା ଆଗ୍ରହ ବଢ଼ିବାରେ ଲାଗିଛି। ବିଶେଷକରି ମଧ୍ୟବିତ୍ତ ଶ୍ରେଣୀର ଲୋକେ ସର୍ବାଧିକ ବିଦେଶ ଭ୍ରମଣରେ ଯାଉଛନ୍ତି।...

‘ଆଦିବାସୀ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଦିଅ’: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ଚେତାବନୀ

ବାଙ୍ଗିରିପୋଷି,୧୫।୯(ଡି.ଏନ.ଏ.)- ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଶିକ୍ଷାନୁଷ୍ଠାନରେ ଶୋଷଣ କରାଯାଉଥିବା ପ୍ରତିବାଦରେ ମୟୂରଭଞ୍ଜ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ ଆଣ୍ଡ ଷ୍ଟୁଡେଣ୍ଟ ଏସୋସିଏଶନ ‘ ମାରିସା ସେନା’ ଆନ୍ଦୋଳନ ଚେତାବନୀ...

ଜାତୀୟ ସ୍ବେଚ୍ଛାକୃତ ରକ୍ତଦାତା ଦିବସ

ନୂଆପଡା ଅଫିସ,୨ା୧୦- ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜିଲା ରକ୍ତଭଣ୍ଡାର ପକ୍ଷରୁ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲା ରକ୍ତଭଣ୍ଡାର ମୁଖ୍ୟ...

ଆବାସ ଦୁର୍ନୀତି ନେଇ ପଞ୍ଚାୟତିରାଜ ସଚିବଙ୍କ ଚିଠି: ଯୋଗ୍ୟଙ୍କୁ ସାମିଲ କର, ଅଯୋଗ୍ୟଙ୍କୁ କାଟ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବାତ୍ୟା ଫନୀ ପ୍ରଭାବରେ ରାଜ୍ୟର କେତେଗୁଡିଏ ଜିଲାରେ ବ୍ୟାପକ କ୍ଷତି ଘଟିଛି। କ୍ଷତିଗ୍ରସ୍ତ ଜିଲାର ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ବହୁ ଗରିବଙ୍କୁ...

ଯଶିପୁରରେ ସିଏଏ,ଏନ୍‌ଆର୍‌ସିକୁ ବିରୋଧ

ଯଶିପୁର,୧୩ା୩(ଡି.ଏନ୍‌.ଏ.)- ସିଏଏ, ଏନ୍‌ଆରସି, ଏନ୍‌ପିଆରକୁ ବିରୋଧ କରି ଯଶିୁପରଠାରେ ଏକ ଗଣ କନଭେନଶନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ, ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନଙ୍କୁ...

Leave a comment

Your email address will not be published. Required fields are marked *