ଚାକିରି ପ୍ରଲୋଭନ ଦେଖାଇ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର

ସଜନାଗଡ଼, ୧୨।୧୧(ଡି.ଏନ.ଏ.)-ଚାକିରି ପ୍ରଲୋଭନ ଦେଖାଇ ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳର ଜଣେ ଆଦିବାସୀ ବିଧବାଙ୍କୁ ଗଣବଳାତ୍କାର କରାଯାଇଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତା ପୀଡିତାଙ୍କ ସହ ଅନ୍ୟ ମହିଳାମାନେ ଏକାଠି ହୋଇ ଲିଖିତ ଅଭିଯୋଗ କରିବା ପରେ ମାମଲା (ନଂ. ୨୮୮/୧୯) ରୁଜୁ କରାଯାଇଛି। ପୀଡ଼ିତାଙ୍କୁ ଡାକ୍ତରୀମାଇନା କରାଯାଇଥିବା ସବ୍‌ଇନ୍ସପେକ୍ଟର ଗଣେଶ ତ୍ରିପାଠୀ ସୂଚନ ଦେଇଛନ୍ତି।
ଗତ ୬ ତାରିଖ ସନ୍ଧ୍ୟାରେ ଖନ୍ତାପଡ଼ା ଥାନା ରାମନଗର ଗ୍ରାମର ବାପୁନୁ ସିଂ (୧୯) ଉକ୍ତ ମହିଳାଙ୍କ ଘରେ ପହଞ୍ଚି ଏକ ଚିଙ୍ଗୁଡ଼ି କମ୍ପାନୀରେ ଚାକିରି କରାଇଦେବାକୁ ପ୍ରସ୍ତାବ ଦେଇଥିଲେ। ମହିଳାଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ସେ ବାପୁନୁଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ। ରାତି ପ୍ରାୟ ୧୦ଟା ବେଳେ ବାପୁନୁ ଉକ୍ତ ଅଞ୍ଚଳର ତପନ ସିଂ (୨୫) ଓ କୁନ୍ଥା ସିଂ (୩୨) ନାମକ ଦୁଇ ଯୁବକଙ୍କ ସହିତ ମହିଳାଙ୍କ ପରିଚୟ କରାଇ ଚାକିରି ସମ୍ପର୍କରେ ଆଲୋଚନା କରିଥିଲେ। ମହିଳା ଜଣକ ତପନ ଓ କୁନ୍ଥାଙ୍କ ସହ ଏକ ମୋଟରସାଇକେଲ ଯୋଗେ ଯାଇଥିଲେ। ଗଡ଼ଭଙ୍ଗପଦା ପୋଖରୀଠାରେ ଯୁବକଦ୍ୱୟ ମହିଳାଙ୍କୁ ଗାଡିରୁ ଓହ୍ଲାଇ ସେଠାରେ ବଳାତ୍କାର କରିଥିଲେ। ମହିଳା ଜଣକ ଯେତେ କାକୁତିମୀନତି ହୋଇଥିଲେ ମଧ୍ୟ ସେମାନେ ତାଙ୍କୁ ଛାଡ଼ି ନ ଥିଲେ। ଏହି ଘଟଣା ବାହାରେ ପ୍ରକାଶ କଲେ ଜୀବନରୁ ମାରିଦେବା ପାଇଁ ମଧ୍ୟ ସେମାନେ ଧମକ ଦେଇଥିଲେ। କୌଶଳକ୍ରମେ ମହିଳାଜଣକ ସେମାନଙ୍କ କବଳରୁ ଖସି ଆସି ରାତିରେ ଘରେ ପହଞ୍ଚିଥିଲେ। ଏହା ପରଦିନ ସେ ଗ୍ରାମସଭାରେ ତାଙ୍କ ପ୍ରତି ହୋଇଥିବା ବଳାତ୍କାର ବିଷୟରେ ପ୍ରକାଶ କରିଥିଲେ। ଗ୍ରାମସଭା ତରଫରୁ ଉଭୟ ଯୁବକଙ୍କୁ ଡକାଯାଇଥିଲା। କିନ୍ତୁ ସେମାନେ ନ ଆସିବାରୁ ମହିଳାଜଣକ ନୀଳଗିରି ଥାନାର ଆଶ୍ରୟ ନେଇଛନ୍ତି।


All Right Reserved By Dharitri.Com

ସର୍ବଭାରତୀୟ କରାଟେ ଚାମ୍ପିୟନଶିପ୍‌: ବ୍ରୋଞ୍ଜ ପଦକ ଜିତ୍‌ଲେ ସ୍ବାଗତିକା

ଭଟଲି,୧୬।୧୨ (ଡି.ଏନ୍‌.ଏ.)- ଗୋଆ ମାପୁସା ପେଡମ୍‌ ସାଗ୍‌ ଇନ୍‌ଡୋର ଷ୍ଟାଡିୟମ୍‌ରେ ଡିସେମ୍ବର ପହେଲା ହପ୍‌ତାରେ ୩ ଦିନ୍‌ ଧରି ହେଇଥିବାର ଏସ୍‌ସିକେଏଫ୍‌ଆଇ ସର୍ବଭାରତୀୟ କରାଟେ ଚାମ୍ପିୟନଶିପ୍‌ରେ...

ହେଲମେଟ ପିନ୍ଧି ସଡ଼କ ସଚେତନତାର ବାର୍ତ୍ତା ବାଣ୍ଟିଲା ପୋଲିସ

କେନ୍ଦୁଝର,୧୬।୧(ସ୍ବ.ପ୍ର.): ସଡ଼କ ସୁରକ୍ଷା ସପ୍ତାହ ଅବସରରେ କେନ୍ଦୁଝର ପୋଲିସ ପକ୍ଷରୁ ସଚେତନତା ବାଇକ ରାଲି କେନ୍ଦୁଝର ସହରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଏସପି ପି.କେ....

ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେବା ଘଟଣା: କମ୍ପ୍ୟୁଟର ସେଣ୍ଟର ସିଲ୍‌, ମାଲିକ ଅଟକ

ବେଗୁନିଆପଡ଼ା,୮ା୧(ଡି.ଏନ.ଏ.): ଜଣେ ବ୍ୟକ୍ତିଙ୍କ ଚାକିରି ନିମନ୍ତେ ଜାଲ୍‌ ଜାତିଗତ ପ୍ରମାଣପତ୍ର ପ୍ରସ୍ତୁତ କରିଥିବା କମ୍ପ୍ୟୁଟର ସେଣ୍ଟର ମାଲିକଙ୍କୁ ମଙ୍ଗଳବାରଠାରୁ ଅଟକ ରଖାଯାଇଛି। କୋଦଳା ତହସିଲଦାର ପ୍ରଭାତ...

ବେଆଇନ ବାଲି ଚାଲାଣ:ଜେସିବି ସମେତ ୭ ଟ୍ରାକ୍ଟର ଜବତ

ଜଳେଶ୍ୱର, ୨୯।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ଶିଖରପୁର, ଅଗ୍ରୱାଲାଛକ, ତେଗଡ଼ିଆ, ପଢ଼ିଆରିପୁର ଓ ପଞ୍ଚୁଘଣ୍ଟା ଆଦି ସୁବର୍ଣ୍ଣରେଖା ନଦୀର ବିଭିନ୍ନ ବାଲି ଉତ୍ସରୁ ବେଆଇନ...

ଅର୍ଥ ଦାବି କରୁଛନ୍ତି ମହାପ୍ରୟାଣ ଗାଡ଼ି କର୍ମଚାରୀ : ପ୍ରହସନ ପାଲଟିଛି ଯୋଜନା

ରାଇସୁଆଁ,୮।୧୧(ଡି.ଏନ୍‌.ଏ.): ମହାପ୍ରୟାଣ ଗାଡ଼ିରେ ମେଡିକାଲରୁ ମୃତଦେହକୁ ସମ୍ମାନ ସହକାରେ ନେଇ ଶ୍ମଶାନରେ ପହଞ୍ଚାଇବା ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି। ମାତ୍ର...

ସ୍ଥାୟୀ ଜମିପଟ୍ଟା, ଘରଢ଼ିହ ପ୍ରଦାନ ପାଇଁ ଦାବିପତ୍ର

ଯାଜପୁର ଟାଉନ,୨୨।୧୧(ଡିଏନଏ): ଯାଜପୁର ଜିଲା ଧର୍ମଶାଳା ଅଞ୍ଜିରା ଗ୍ରାମର ଗ୍ରାମବାସୀ ଭାରପ୍ରାପ୍ତ ଜିଲାପାଳଙ୍କୁ ଗୁରୁବାର ଭେଟି ସ୍ଥାୟୀ ଜମିପଟ୍ଟା ଓ ଭୂମିହୀନଙ୍କୁ ଘରଢ଼ିହ ଦେବାକୁ ଦାବିପତ୍ର...

ବିଏଡ୍‌-ଏମ୍‌ଏଡ୍‌ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ତେଜିଲା

ବାଲେଶ୍ୱର ଅଫିସ, ୩।୧୧-ବିଏଡ୍‌ ଓ ଏମ୍‌ଏଡ୍‌ ପାସ୍‌ କରିଥିବା ପ୍ରାର୍ଥୀଙ୍କୁ ମହାବିଦ୍ୟାଳୟରେ ନିଯୁକ୍ତି ଦେବା ପାଇଁ ସରକାର ନିୟମ କରି ହାଇସ୍କୁଲରେ ଶିକ୍ଷକତା କରିବା ଉପରେ...

ରାସ୍ତାରୁ କଲେଜ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ସାଇଣ୍ଟିଫିକ୍‌ ଟିମ୍‌ର ଅନୁସନ୍ଧାନ

ଗଞ୍ଜାମ, ୩୦ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ବିରୁଳିଗଡ଼ ରାସ୍ତା ପଣସପଡ଼ିଆ ସାହୁକାର ପୋଖରୀ ନିକଟରେ ଏକ ମୃତଦେହ ପଡ଼ିଥିବା ଦେଖି ଲୋକେ...

Leave a comment

Your email address will not be published. Required fields are marked *