ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଲଗାଇଲେ ନିଆଁ: ମାଛପଡ଼ା ଗ୍ରାମରେ ୨୧ ବଖରା ଭସ୍ମ; ୨ ଅଟକ, ପୋଲିସ ଆହତ

ଡେଲାଙ୍ଗ,୧୨ା୧୧(ଡି.ଏନ.ଏ.)- ଡେଲାଙ୍ଗ ଥାନା ଅଧୀନସ୍ଥ ଗୁଆଳିପଡା ପଞ୍ଚାୟତର ମାଛପଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ପରିବାର ବାସହରା ହେବା ସହ ୨୧ବଖରା ପୋଡି ପାଉଁଶ ହୋଇଯାଇଛି। ଖବରପାଇ ଡେଲାଙ୍ଗ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୫ଘଣ୍ଟା ସମୟ ଲାଗିଯାଇଥିଲା। ଏହି ସମୟରେ ଗ୍ରାମର କେତେଜଣ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇଥିବା ଯୁବକଙ୍କ ଘରେ ପଶି ଆକ୍ରମଣ କରୁଥିବାବେଳେ ପୋଲିସ ପହଞ୍ଚତ୍ଥିଲେ ମଧ୍ୟ ଆକ୍ରୋଶର ଶିକାର ହୋଇ ଆହତ ହୋଇଛି। ଏହି ଘଟଣାରେ ପୋଲିସ ୨ଜଣକୁ ଅଟକ ରଖିଛି।

ସୂଚନା ଅନୁଯାୟୀ, ଗତ ଏକମାସ ତଳେ ଗ୍ରାମର ଭାଗୀରଥି ସ୍ବାଇଁଙ୍କ ପୁଅ ଲୁଲା ଓ ଗଗନ ନାୟକଙ୍କ ପୁଅ ସୁକୁଟା ଦୁହେଁ ସାଙ୍ଗ ହୋଇ ଡେଲାଙ୍ଗ ହାଟ ବଜାର ଯାଇଥିଲେ। ସୁକୁଟା ହାଟ ବଜାରରୁ ଲୁଲାକୁ ଛାଡି ଡାକପଡା ଜଣେ ବନ୍ଧୁଙ୍କୁ ଦେଖାକରିବାକୁ ଯାଇଥିଲା। ସାନଆଙ୍କୁଲା ନିକଟରେ ବାଇକ୍‌ ଦୁର୍ଘଟଣାରେ ସୁକୁଟାର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ମୃତ ସୁକୁଟା ପରିବାର ଲୋକେ ଲୁଲାକୁ ଦୋଷ ଦେଇ ଆସୁଥିଲେ। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଗାଳିଗୁଲଜ ହେଇଆସୁଥିଲା। ଗତ ସୋମବାର ସନ୍ଧ୍ୟାରେ ମୃତ ସୁକୁଟାର ବଡଭାଇ ଆଲୋକ (୩୦) ଗ୍ରାମ ଛକରେ ମଦ୍ୟପାନ କରି ଅସଭ୍ୟ ଭାଷାରେ ସ୍ବାଇଁ ପରିବାରକୁ ଗାଳିଗୁଲଜ କରିବା ସହ ଘର ପୋଡିଦେବା ପାଇଁ ଧମକ ଦେଇଥିଲା। ଏ ନେଇ ଗ୍ରାମ ବାସୀ ଆଲୋକକୁ ରାତି ୧୨ଟା ପର୍ଯ୍ୟନ୍ତ ଜଗିରହିଥିଲେ। ଅଧିକ ରାତି ହେବାରୁ ଗ୍ରାମବାସୀ ଶୋଇଯିବା ପରେ ବିଳମ୍ବିତ ରାତିରେ ଆଲୋକ ନିଆଁ ଲଗାଇଦେଇଥିବା ନେଇ ଲୁଲୁର ମାଆ ମୀନା ସ୍ବାଇଁ ଥାନାରେ ଅଭିଯୋଗ କରିଛନ୍ତି। ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା କେତେକ ଯୁବକ ଉତ୍ତ୍ୟକ୍ତ ହୋଇ ଆଲୋକର ଘରେ ପଶି ଦାଦା ତନୟ ଓ ତପନ ନାୟକଙ୍କୁ ମାଡମାରୁଥିବାର ପୋଲିସ ପାଖରେ ଖବର ପହଞ୍ଚତ୍ଥିଲା। ଡେଲାଙ୍ଗ ଥାନା ଏଏସଆଇ ଭ୍ରମରବର ପାଇଟିଆଳ ଟିମ୍‌ ସହ ସଦଳବଳେ ଘଟଣାସ୍ଥଳରେ ପହଞ୍ଚତ୍ ୨ଜଣକୁ ଉଦ୍ଧାର କରିବା ସମୟରେ ଯୁବକମାନେ ପୋଲିସକୁ ମଧ୍ୟ ଆକ୍ରମଣ କରିଥିଲେ। ଏ ନେଇ ପୋଲିସକୁ ଆକ୍ରମଣ କରିଥିବା ଅଭିଯୋଗରେ କେସ ନଂ.୨୧୩/୧୯, ଘରପୋଡି ଦେବା ଅଭିଯୋଗରେ କେସ ନଂ.୨୧୪/୧୯ ପୃଥକ ଭାବେ ୨ଟି ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତର ୨ଜଣ ଦାଦାଙ୍କୁ ପୋଲିସ ଅଟକ ରଖିଛି। ଗ୍ରାମରେ ଉତ୍ତେଜନା ଲାଗିରହିଥିବାରୁ ପୋଲିସ ମଧ୍ୟ ସେଠାରେ ସଜାଗ ରହିଛି। ଅଗ୍ନିବିପନ୍ନଙ୍କୁ ସ୍ଥାନୀୟ ତହସିଲଦାର ରାଜେନ୍ଦ୍ର କୁମାର ଆଚାରିଆ ଭେଟି ସମବେଦନା ଜଣାଇବା ସହିତ ପଲିଥିନ ପ୍ରଦାନ କରିଥିଲେ। ଜିଲା ପରିଷଦ ଦେବାଶିଷ ନନ୍ଦ ଓ ସ୍ଥାନୀୟ ସରପଞ୍ଚ କାଳନ୍ଦି ଜେନା ପହଞ୍ଚତ୍ ବିପନ୍ନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ। ସେହିପରି ମହିଳା ମହାସଂଘ ପକ୍ଷରୁ ସଂଘ ସମ୍ପାଦିକା ବାସନ୍ତି ସାହୁ ବିପନ୍ନଙ୍କୁ ଛତୁଆ ପ୍ରଦାନ କରିଥିଲେ ା ଏହି ଅଗ୍ନିକାଣ୍ଡରେ ଭାଗିରଥି ସ୍ବାଇଁ, ପ୍ରତାପ ସ୍ବାଇଁ, ବିନୋଦିନୀ ସ୍ବାଇଁ, ଶୁଭଲକ୍ଷ୍ମୀ ସ୍ବାଇଁ, ସୁଲୋଚନା ଦେଇ, ପୂର୍ଣ୍ଣଚନ୍ଦ୍ର ଜେନା, ଶିବ ଜେନା ,ନବକିଶୋର ଜେନା, ଦେବେନ୍ଦ୍ର ଜେନା, ବସନ୍ତ ଜେନା, କୃଷ୍ଣଚନ୍ଦ୍ର ଜେନା, ସୁରେନ୍ଦ୍ର ଜେନା, ସରସ୍ବତୀ ଜେନା, ବିଚିତ୍ର ସ୍ବାଇଁ, ଲକ୍ଷ୍ମୀଧର ଜେନାଙ୍କ ୨୧ ବଖରା ସହ ଆସବାବପତ୍ର ପୋଡିଯାଇଛି।


All Right Reserved By Dharitri.Com

ସ୍ବାମୀଙ୍କ ଦଶାହରେ ସ୍ତ୍ରୀଙ୍କ ଆତ୍ମହତ୍ୟା, ଭଣଜା ଅଟକ

ଆନନ୍ଦପୁର,୩୦।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ହରିପୁରା ଗ୍ରାମରେ ସ୍ବାମୀଙ୍କ ଦଶାହରେ ସ୍ତ୍ରୀଙ୍କ ଆତ୍ମହତ୍ୟା କରିଛନ୍ତି। ସେହିଭଳି ଉକ୍ତ ବ୍ୟକ୍ତିଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା...

ପାଓ୍ବାର୍‌ଟିଲର୍‌ ଦୁର୍ଘଟଣାରେ ଚାଷୀ ଗୁରୁତର

ଆନନ୍ଦପୁର/ହାଟଡିହୀ,୨୦।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): ଆନନ୍ଦପୁର ଥାନା ଅନ୍ତର୍ଗତ ଶିବନାରାୟଣପୁରଠାରେ ପାଓ୍ବାର୍‌ଟିଲର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବିଜୟ ଘଡ଼େଇ ନାମକ ଜଣେ ଚାଷୀ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ବିଜୟଙ୍କୁ ପ୍ରଥମେ...

ରାଷ୍ଟ୍ରପତିଙ୍କୁ ଭେଟିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୧।୬(ବ୍ୟୁରୋ):କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଧର୍ମେନ୍ଦ୍ରଙ୍କ ସହ...

ଏସ୍‌ଏଚ୍‌ଜି ମହିଳାଙ୍କୁ ଦିଆଯିବ ବିପର୍ଯ୍ୟୟ ମୁକାବିଲା ତାଲିମ

ବ୍ରହ୍ମପୁର ଅଫିସ୍‌,୧୧ା୫-ବଙ୍ଗୋପସାଗର ଉପକୂଳରେ ଥିବା ଗଞ୍ଜାମ ଜିଲାକୁ ପ୍ରତି ବର୍ଷ ବାତ୍ୟା ଏବଂ ବନ୍ୟାର ଭୟ ଦେଖାଦେଇଥାଏ । ୨୦୧୩ରେ ଫାଇଲିନ୍‌, ୨୦୧୪ରେ ହୁଡ୍‌ହୁଡ୍‌ ହେଉ...

୧୨ ଦିନ ପରେ ରାସ୍ତାରୁ ହଟିଲା ବରଗଛ

ରୂପ୍‌ସା,୨୦।୧୧(ଡି.ଏନ.ଏ.):  ‘ବୁଲ୍‌ବୁଲ୍‌’ ବାତ୍ୟା ଓ ବର୍ଷା ପ୍ରଭାବରେ ବାଲେଶ୍ୱର ସଦର ଥାନା ହଳଦୀପଦା ଫାଣ୍ଡି ଅନ୍ତର୍ଗତ ପଦାବଡ଼ଗାଁ ଗ୍ରାମ ରାସ୍ତାରେ ଏକ ପୁରୁଣା ବରଗଛ ଉପୁଡ଼ି...

କୋରାପୁଟ ଜିଲାରେ ୩୦୪.୯ ମିଲିମିଟର ବର୍ଷା ରେକର୍ଡ

କୋରାପୁଟ,୨୮।୭(ସ୍ବ.ପ୍ର.) : କୋରାପୁଟ ଜିଲାରେ ରବିବାର ୩୦୪.୯ ମିଲିମିଟର ବର୍ଷା ହୋଇଥିବାବେଳେ କେବଳ ବୈପାରୀଗୁଡା ବ୍ଲକରେ ସର୍ବାଧିକ ୫୮ମିମି ବର୍ଷା ହୋଇଥିବା ଜିଲା ଜରୁରୀ କାର୍ଯ୍ୟାଳୟ...

ବିଜେପୁର ଉପନିର୍ବାଚନ: ଗାଇସିଲେଟରୁ ପ୍ରଚାର ଆରମ୍ଭ କଲେ ଧର୍ମେନ୍ଦ୍ର

ବରଗଡ଼ ଅଫିସ/ଗାଇସିଲେଟ,୧୧।୧୦- ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଗାଇସିଲେଟରୁ ଦଳୀୟ ପ୍ରାର୍ଥୀ ସନତ ଗଡତିଆଙ୍କ ପ୍ରଚାର ଆରମ୍ଭ କରିଛନ୍ତି...

ବଟି ମାଗି ଯୁବକ ଗିରଫ:ବାଇକ ଜବତ

ବଡ଼ସାହି,୨୭ା୭(ସ୍ବ.ପ୍ର)- ଦୋକାନୀଙ୍କୁ ବଟି ମାଗିବା ଅଭିଯୋଗରେ ବଡ଼ସାହି ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ା ଅଭିଯୁକ୍ତ ଜଣଙ୍କ ହେଲେ...

Leave a comment

Your email address will not be published. Required fields are marked *