ଆୟୁଷ୍ମାନଙ୍କ ୭ମ ହିଟ୍‌ ଫିଲ୍ମ ‘ବାଲା’: ୪ ଦିନରେ ୫୦ କୋଟି କ୍ଲବରେ ହେଲା ସାମିଲ

ବମ୍ବେ: ଖିଲାଡ଼ି କିଙ୍ଗ୍‌ ଅକ୍ଷୟ କୁମାରଙ୍କ ପରେ ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ୍‌ ଦେଉଥିବା ଅଭିନେତା ପାଲଟିଛନ୍ତି ଆୟୁଷ୍ମାନ ଖୁରାନ୍ନା। ଶୁକ୍ରବାର ରିଲିଜ ହୋଇଥିବା ‘ବାଲା’ ବକ୍ସ ଅଫିସରରେ ଭଲ ବ୍ୟବସାୟ କରିବା ସହ ମାତ୍ର ୪ ଦିନରେ ୫୦କୋଟି କ୍ଲବରେ ସାମିଲ ହୋଇଛି। ଏହା ଆୟୁଷ୍ମାନଙ୍କ ପୂର୍ବ ଚଳଚ୍ଚିତ୍ର ଡ୍ରିମ୍‌ଗର୍ଲଠାରୁ ଭଲ ରୋଜଗାର କରୁଛି। ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟରରେ ଏନେଇ ସୂଚନା ଦେଇଛନ୍ତି।

ଶୁକ୍ରବାର ଫିଲ୍ମ ୧୦.୧୫ କୋଟି, ଶନିବାର ୧୫.୭୩ କୋଟି, ରବିବାର ୧୮.୦୭ କୋଟି ଏବଂ ସୋମବାର ୮.୨୬ କୋଟି ବ୍ୟବସାୟ କରିଥିଲା। ସେହିଭଳି ମଙ୍ଗଳବାର ଗୁରୁ ନାନକ ଜୟନ୍ତୀ ଲାଗି ଛୁଟିଦିନ ଥିବାରୁ ଏହା ଆଶା ଠାରୁ ଅଧିକ ବ୍ୟବସାୟ କରିବ ବୋଲି କୁହାଯାଉଛି।

୨୦୧୭ରେ ବରେଲି କି ବର୍ଫି ଚଳଚ୍ଚିତ୍ର ପରଠାରୁ ରିଲିଜ ହୋଇଥିବା ଆୟୁଷ୍ମାନଙ୍କ ପ୍ରତିଟି ଫିଲ୍ମ ହିଟ୍‌ ସାବ୍ୟସ୍ତ ହେଉଛି। ଏହି କ୍ରମରେ ‘ବାଲା’ ଆୟୁଷ୍ମାନଙ୍କ ୭ମ ହିଟ୍‌ ଫିଲ୍ମ। ଏହାପୂର୍ବରୁ ସେ ଶୁଭ ମଙ୍ଗଲ ସାବଧାନ, ଅନ୍ଧାଧୁନ୍‌, ବଧାଇ ହୋ, ଆର୍ଟିକଲ ୧୫ ଏବଂ ଡ୍ରିମ୍‌ଗର୍ଲ ଭଳି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଆଗାମୀ ଦିନରେ ଆୟୁଷ୍ମାନଙ୍କ ଫିଲ୍ମ ‘ଗୁଲାବୋ ସିତାବୋ’ ଏବଂ ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ରିଲିଜ ହେବ। ଏଗୁଡ଼ିକ ମଧ୍ୟ ହିଟ୍‌ ସାବ୍ୟସ୍ତ ହେବ ବୋଲି ଅନୁମାନ କରାଯାଉଛି।


All Right Reserved By Dharitri.Com

ସମସ୍ତଙ୍କ ସାମ୍ନାରେ ରଣବୀରଙ୍କୁ ଗାଳି କଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଅନୁଷ୍କା ଶର୍ମା ସମସ୍ତଙ୍କ ସାମ୍ନାରେ ଦୀପିକା ପାଦୁକୋନଙ୍କ ସ୍ବାମୀ ରଣବୀର ସିଂଙ୍କୁ ଗାଳି କରିଛନ୍ତି। ଆଉ ଏହାର ଏକ ଭିଡିଓ ଏବେ...

ଚ୍ୟାଲେଞ୍ଜ୍‌ ଦେବେ ବିଶ୍ୱରୂପ

ଚଳଚ୍ଚିତ୍ରର ନାୟକ ସାଜିଥିବା କଳାକାରଙ୍କ ନାମ ଯାହା ଫିଲ୍ମର ଟାଇଟଲ ମଧ୍ୟ ସେଇଆ। ସେ ହେଲେ ବିଶ୍ୱରୂପ। ରିଲିଜ ଅପେକ୍ଷାରେ ଥିବା ଆକ୍ସନଭିତ୍ତିକ ଓଡିଆ ସିନେମା...

ମାଡାମ ଟୁସାଡ୍‌ସରେ ପ୍ରିୟଙ୍କା

ଲଣ୍ଡନ: ପ୍ରିୟଙ୍କା ଚୋପ୍ରାଙ୍କ ମହମ ପ୍ରତିମୂର୍ତ୍ତି ମଙ୍ଗଳବାର ମାଡାମ ଟୁସାଡ୍ସ ଲଣ୍ଡନରେ ଅନାବରଣ ହୋଇଛି। ସେ ହେଉଛନ୍ତି ପ୍ରଥମ ବଲିଉଡ ଅଭିନେତ୍ରୀ ଯାହାଙ୍କ ପ୍ରତିମୂର୍ତ୍ତି ସେଠାରେ...

ଫିଟ୍‌ନେସ୍‌ ପାଇଁ ଏବେ ପୋଲ୍‌ ଡ୍ୟାନ୍ସ ଶିଖୁଛନ୍ତି ଅକ୍ଷୟ

ଖୀଲାଡି କିଙ୍ଗ୍‌ ଅକ୍ଷୟ କୁମାର ନିଜ ଫିଟ୍‌ନେସ୍‌କୁ ନେଇ ସବୁବେଳେ ସଚେତନ। ସୁସ୍ଥ ରହିବା ପାଇଁ ସର୍ବଦା ସେ ନୂଆ ନୂଆ ଶୈଳୀ ଆପଣାଇ ଥାନ୍ତି।...

‘ପାତାଳ ଲୋକ’ରୁ ହଟିଲା ଭାଜପା ନେତାଙ୍କ ଫଟୋ

ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରଯୋଜନାରେ ନିର୍ମିତ ‘ପାତାଳ ଲୋକ’ ଏବେ ବିବାଦ ଘେରରେ ରହିଛି। ବିନା ଅନୁମତିରେ ଭାଜପା ନେତା ନନ୍ଦକିଶୋର ଗୁଜରଙ୍କ ଫଟୋ ବ୍ୟବହାରକୁ...

କାହିଁକି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଭିଡିଓ ଶେୟାର କରି କହିଲେ ନୁଶରତ୍‌

କୋଲକାତା, ୨୦।୧୧: ଟିଏମସି ଏମପି ତଥା ଅଭିନେତ୍ରୀ ନୁସରତ ଜାହାଁ ଆସିୟୁରୁ ଡିସଚାର୍ଜ ହୋଇଛନ୍ତି। ରବିବାର ରାତିରେ ସେ ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେବାରୁ...

ଆରାଧ୍ୟା ଏବଂ ଐଶ୍ୱର୍ଯ୍ୟାଙ୍କ ଫଟୋ ଶେୟାର କରି ଏମିତି କହିଲେ ଅଭିଷେକ

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନ ଝିଅ ଆରାଧ୍ୟାଙ୍କ ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। ଶନିବାର ଅଭି-ଐଶ୍‌ଙ୍କ ବିବାହବାର୍ଷିକୀ ଥିଲା। ତେଣୁ ଏହିଦିନ ଦୁହେଁ ଦୁହିଁଙ୍କୁ ସ୍ପେଶାଲ...

ମୃତ୍ୟୁ ପରେ ମୋ’ ସମ୍ପତ୍ତି ପୁଅଝିଅଙ୍କ ମଧ୍ୟରେ ଅଧାଅଧା ବଣ୍ଟାଯିବ: ଅମିତାଭ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନ ଭଲ ଅଭିନେତା ସାଙ୍ଗକୁ ଜଣେ ଭଲ ପିତା ମଧ୍ୟ। କର୍ମକୁ ସେ ଯେତିକି ପ୍ରାଧାନ୍ୟ ଦେଇଥାନ୍ତି ତା’ଠାରୁ ଅଧିକ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *