Posted inଜାତୀୟ

ଜମ୍ମୁ-କଶ୍ମୀର ସଡକ ଦୁର୍ଘଟଣାରେ ଗଲା ୧୬ ଜୀବନ

ଶ୍ରୀନଗର,୧୨।୧୧: ଜମ୍ମୁ-କଶ୍ମୀରର ଡୋଡା ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ମଙ୍ଗଳବାର ମଧ୍ୟାହ୍ନରେ ବାଟୋଟେ-କିସ୍ତଓ୍ବାର ଜାତୀୟ ରାଜପଥରେ ଏକ ଅଜଣା ଗାଡି ଯାଉଥିବା ବେଳେ ଭାରସାମ୍ୟ ହରାଇ ଖାଇରେ ଓଲଟି ପଡ଼ିଥିଲା। ଏଥିରେ ୧୬ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥାଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଏନେଇ ସୂଚନା ଦେଇଛନ୍ତି ଡୋଡାର ଏସ୍‌ଏସ୍‌ପି।


All Right Reserved By Dharitri.Com

ଏମ୍ସ ଗଲେ ଉନ୍ନାଓ ପୀଡିତାଙ୍କ ଓକିଲ

ଲକ୍ଷ୍ନୌ,୬।୮: ଉତ୍ତର ପ୍ରଦେଶ ରାୟବରେଲିରେ ଗତ ମାସରେ ଦୁର୍ଘଟଣାର ଶିକାର ହୋଇଥିବା ଉନ୍ନାଓ ବଳାତ୍କାର ପୀଡିତାଙ୍କ ଓକିଲ ମଙ୍ଗଳବାର ଦିଲ୍ଲୀରେ ଥିବା ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ...

୩୭୦ ଉଚ୍ଛେଦ ପରଠୁ ୭୬୫ ଗିରଫ

ନୂଆଦିଲ୍ଲୀ,୨୦ା୧୧(ପି.ଟି.):ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ହଟାଇବା ପରଠୁ ସେଠାରେ ଆତଙ୍କ ଦମନ ପାଇଁ ୭୫୬ ଟେକାମାଡ଼କାରୀ...

ଶିବସେନାର ନୂଆ ପୋଷ୍ଟର ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ସରକାର ଗଠନକୁ ନେଇ ଟଣା ଭିଡା ଚାଲିଥିବା ବେଳେ ଏବେ ଶିବସେନାର ନୂଆ ପୋଷ୍ଟର ଦେଖିବାକୁ ମିଳିଛି। ପ୍ରଥମେ ଭାଜପା-ଶିବସେନା ମଧ୍ୟରେ...

ରମଣ ସିଂ ଡାକ୍ତରଖାନାରେ ଭର୍ତ୍ତି

ରାୟପୁର, ୨୪।୭: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ରମଣ ସିଂଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗୁରୁଗ୍ରାମର ଏକ...

ଗୋଆ ମନ୍ତ୍ରିମଣ୍ଡଳରୁ ଉପମୁଖ୍ୟମନ୍ତ୍ରୀ ବିଦା: କଂଗ୍ରେସ ଛାଡ଼ିଥିବା ୩ ବିଧାୟକ ସାମିଲ

ପଣଜୀ,୧୪ା୭(ପି.ଟି.): ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଶନିବାର ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। କ୍ୟାବିନେଟରୁ ଉପମୁଖ୍ୟମନ୍ତ୍ରୀ ବିଜୟୀ ସରଦେଶାଇଙ୍କ ସମେତ ୪ ଜଣଙ୍କୁ ବାଦ୍‌ ଦିଆଯାଇ...

ପ୍ରତିଦିନ ଗୋଟିଏ ସିଝାଅଣ୍ଡା ନପୁଂସକତାରୁ ରଖେ ଦୂରେଇ…

ସମ୍ପ୍ରତି ପରିବର୍ତ୍ତିତ ଜୀବନ ଶୈଳୀରେ ତଥା ମାନସିକ ଚାପ ଯୋଗୁ କେତେକଙ୍କଠାରେ ନପୁଂସକତା ଦେଖିବାକୁ ମିଳୁଛି। ଆୟୁର୍ବେଦରେ ଏହାର ଘରୋଇ ଉପଚାର ସମ୍ପର୍କରେ ଉଲ୍ଲେଖ କରାଯାଇଛି।...

ଦେଶକୁ ମିଳିବ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ଅବସରରେ ଘୋଷଣା କରିଛନ୍ତି କି ଏବେ ଦେଶକୁ ମିଳିବ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌। ସ୍ଥଳସେନା, ନୌସେନା...

ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୧୫।୧୧: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ନାଁରେ ହୋଇଥିବା ମନି ଲଣ୍ଡରିଂ ମାମଲାରେ...

Leave a comment

Your email address will not be published. Required fields are marked *