Posted inଫୁରସତ

ଯେଉଁଠି କନ୍ୟାକୁ ବିବାହ କରନ୍ତି ବରର ଭଉଣୀ

ବିବାହକୁ ନେଇ କେଉଁଠି କେତେ ପ୍ରକାରର ନିୟମ ରହିଛି। ହେଲେ ଗୁଜରାଟର ଛୋଟା ଉଦୟପୁରରେ ଥିବା ସୁରଖେଡା ଗାଁର ଆଦିବାସୀଙ୍କ ବିବାହ ପ୍ରଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। କାରଣ ଏଠାରେ ବର, କନ୍ୟା ଘରକୁ ବିବାହ ପାଇଁ ଯାଇ ନ ଥାଏ। ଏଠାରେ ବର ନିଜ ଘରେ ମା’ଙ୍କ ପାଖରେ ରହି ଥାଆନ୍ତି। ବରଙ୍କଠାରୁ ସାନ ଅବିବାହିତ ଭଉଣୀ ଅବା ଘରର ଯେ କେହି ଅବିବାହିତ ମହିଳା କନ୍ୟା ଘରକୁ ବିବାହ ପାଇଁ ଯାଇଥାଆନ୍ତି। ସେଠାରେ ସେ କନ୍ୟାକୁ ବିବାହ କରିବା ସହ ସାତଫେରା ମଧ୍ୟ ନେଇ ଥାଆନ୍ତି। ଭଉୟ କନ୍ୟା ଓ ବରଙ୍କ ଅବିବାହିତ ଭଉଣୀ ବିବାହର ସମସ୍ତ କାର୍ଯ୍ୟ ସାରି କନ୍ୟାକୁ ନେଇ ଘରକୁ ଫେରିବା ପରେ ବରକନ୍ୟା ଏକାଠି ରହିଥାଆନ୍ତି। ଉକ୍ତ ଗ୍ରାମର ମୁଖିଆ ରାମସିଂଭାଇ ରାଥଓ୍ବା କୁହନ୍ତି ଲୋକଙ୍କର ବିଶ୍ୱାସ ରହିଛି କି ଏମିତି ନ କଲେ ଉଭୟ ପରିବାରରେ ଅଘଟଣ ଘଟିଥାଏ। ସେଥିପାଇଁ ଏଠାକାର ୩ଟି ଗାଁର ଲୋକେ ଆଜି ପର୍ଯ୍ୟନ୍ତ ଏହି ପ୍ରଥାକୁ ପାଳନ କରି ଆସୁଛନ୍ତି। ଆଉ ଯେଉଁମାନେ ଏହାକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି ସେମାନଙ୍କ ବାହାଘର ଭାଙ୍ଗି ଯାଇଛି ନଚେତ୍‌ ଘରେ ଅନ୍ୟ କୌଣସି ଅସୁବିଧା ଦେଖାଦେଇଛି। ତେଣୁ ସୁରଖେଡା ଗାଁର ଲୋକେ ଆଦି ପର୍ଯ୍ୟନ୍ତ ଏହା ପାଳନ କରି ଆସୁଛନ୍ତି।


All Right Reserved By

ଯେଉଁ ଜୀବ ଶୁଅନ୍ତି ୨୪ ରୁ ୨୨ ଘଣ୍ଟା

ନିଦ ସମସ୍ତଙ୍କ ଲାଗି ନିହାତି ଆବଶ୍ୟକ। ବିନା ଖାଦ୍ୟରେ କେହି ଅଧିକ ସମୟ ବଞ୍ଚିପାରିବ, ମାତ୍ର ଶୋଇବା ବିନା ନୁହେଁ। ବିଜ୍ଞାନ ଅନୁଯାୟୀ ଜଣେ ମଣିଷ...

ପ୍ରଥମ ଦରମା ଟଙ୍କା ଘରକୁ ପଠାଇଥିଲି: ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ଶିକ୍ଷାବିତ୍‌ ଡ. ସୁରେନ୍ଦ୍ର ନାଥ

ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ରତନପୁର ଗାଁର ବ୍ରାହ୍ମଣ ଶାସନରେ ମୋ ଜନ୍ମ। ଜନତା ଉଚ୍ଚବିଦ୍ୟାଳୟରୁ ୧୯୬୬ରେ ଏକାଦଶ ପାସ୍‌ କରି ଗୋଦାବରୀଶ ମହାବିଦ୍ୟାଳୟରେ...

ବୁଲିଯାଆନ୍ତୁ.. ଧାର୍ମିକ ପର୍ଯ୍ୟଟନସ୍ଥଳୀ ଐହୋଲ

କର୍ନାଟକସ୍ଥିତ ଏକ ଧାର୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଐହୋଲର ବେଶ୍‌ ନାଁ ରହିଛି। ଏଠାରେ ବହୁ ପ୍ରାଚୀନ ଗୁମ୍ଫା, ମନ୍ଦିର ଓ ମଠ ଇତ୍ୟାଦି ଦେଖିବାକୁ ମିଳିଥାଏ।...

ଏହି ବ୍ୟକ୍ତି କରନ୍ତି ଏମିତି କାମ, ଜାଣିଲେ କରିବେ ତାରିଫ

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି,  କେବେ କାହାକୁ ସେମାନେ ସାହାଯ୍ୟ କରିବାକୁ ଆସନ୍ତି ନାହିଁ। ମାତ୍ର ଜଣେ ଜଣେ ଅଛନ୍ତି, ଯିଏ କି ସାହାଯ୍ୟକାରୀ।...

ଏହି ଗାଁରେ ଝିଅ ବାହା ଦେବାକୁ ରାଜି ନାହାନ୍ତି ମାତାପିତା

ଜୟପୁର, ୨୧।୬: ରାଜସ୍ଥାନର ସିକର ନିକଟସ୍ଥ କିରୋ କି ଢାଣି ଗ୍ରାମକୁ ଝିଅ ବାହା ଦେବାକୁ ରାଜି ନାହାନ୍ତି ମାତାପିତା। ଏହି ଗାଁରେ ଯୁବକଙ୍କ ବିବାହ...

ଏହି ଦେଶରେ ୪୭ ପ୍ରତିଶତ ସିଙ୍ଗଲଙ୍କୁ ମିଳୁନାହାନ୍ତି ମନପସନ୍ଦର ପାର୍ଟନର, ଏଥିପାଇଁ ରହିଛନ୍ତି ଅବିବାହିତ

ବିଶ୍ୱରେ ଏମିତି ଏକ ଦେଶ ରହିଛି ଯେଉଁଠି ମନପସନ୍ଦର ପାର୍ଟନର ମିଳୁ ନ ଥିବାରୁ ଏଠାରେ ୪୭ ପ୍ରତିଶତ ଅବିବାହିତ ରହିଛନ୍ତି। ବିଶ୍ୱାସ ହେଉ ନ...

ଯେଉଁଠି କନ୍ୟା ସନ୍ତାନ ଜନ୍ମ ହେଲେ ଏପରି କରନ୍ତି ଲୋକେ…

ଦେଶରେ କନ୍ୟା ଭ୍ରୂଣ ହତ୍ୟା ଘଟଣାମାନ ଘଟି ଚାଲଛି। ତେବେ ବିହାରର ଭାଗଲପୁରର ଏକ ଗାଁରେ କନ୍ୟା ସନ୍ତାନ ଜନ୍ମ ହେଲେ ଉତ୍ସବ ଅନୁଷ୍ଠିତ ହୋଇଥାଏ।...

ଏହି କାରଣ ପାଇଁ ଶିଶୁ ବିଳମ୍ବରେ ହୁଅନ୍ତି କଥା…

କେତେକ ଶିଶୁ ବିଳମ୍ବରେ କଥା ହୋଇଥାନ୍ତି।  ଏହାର କାରଣ ନେଇ ଭିନ୍ନ ଭିନ୍ନ ମତପୋଷଣ କରାଯାଇଥାଏ। ତେବେ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ,...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *