ଡଙ୍ଗାଭସା ହେଲା କାଳ: ନାଗାବଳୀ ନଦୀରେ ଭାସିଯାଇ ଛାତ୍ର ମୃତ

ରାୟଗଡ଼ା ଅଫିସ, ୧୨।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଡଙ୍ଗା ଭସାଇବାକୁ ଯାଇ ନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲାରେ। ମୃତକ ହେଲେ ୟୁଜିଏମ୍‌ଆଇଟିର ଡିପ୍ଲୋମା ଛାତ୍ର ସୁମନ ବେହେରା। ତାଙ୍କ ଘର ମୁନିଗୁଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ଭୋରରୁ ସୁମନ ତାଙ୍କ ୩ ସାଥୀଙ୍କ ସହ ଡଙ୍ଗା ଭସାଇବାକୁ ନାଗାବଳୀ ନଦୀକୁ ଯାଇଥିଲେ। ଡଙ୍ଗା ଭସାଇବା ବେଳେ ତାଙ୍କ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏ ନେଇ ସୁମନଙ୍କ ପରିବାରଲୋକେ କଲେଜ ବିରୋଧରେ ରାୟଗଡ଼ା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। କଲେଜ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଛାତ୍ରମାନେ ରାତି ପ୍ରାୟ ୩ଟାରେ କାହାକୁ କିଛି ନ ଜଣାଇ ହଷ୍ଟେଲ ପାଚେରି ଡେଇଁ ଡଙ୍ଗା ଭସାଇବାକୁ ଯାଇଥିଲେ।


All Right Reserved By Dharitri.Com

ଚାନ୍ଦିପୁଟ ପଞ୍ଚାୟତ ବୁରନାଳ; ବିପଦପୂର୍ଣ୍ଣ ପୋଲରେ ହେଉଛି ଯାତାୟାତ

ଚନ୍ଦ୍ରଗିରି,୫ା୮(ଡି.ଏନ.ଏ.)-କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବର୍ତ୍ତମାନ ମଧ୍ୟ ନଦୀ/ନାଳ ଉପରେ ପୋଲଟିଏ ନ...

ସର୍ବଭାରତୀୟ ପ୍ରଧାନପାଟ କପ୍‌ ଫୁଟବଲ ଟୁର୍ନାମେଣ୍ଟ :ନାଲକୋ ଚାମ୍ପିୟନ

ଦେବଗଡ଼଼,୧୩ା୧(ଡି.ଏନ.ଏ.): ଦେବଗଡ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ସର୍ବଭାରତୀୟ ପ୍ରଧାନପାଟ କପ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି ା ଫାଇନାଲ ମ୍ୟାଚ ଅନୁଗୋଳ ଜିଲା ନାଲକୋ...

ଓଲଟିଲା ପରିବା ବୋଝେଇ ପିକ୍‌ଅପ୍‌

ଆସିକା,୨୪ା୮(ଡି.ଏନ୍‌.ଏ.)- ଆସିକା-ବ୍ରହ୍ମପୁର ୫୯ନଂ. ଜାତୀୟ ରାଜପଥର ନଳବଣ୍ଟା-ଖଡଭାଗ ମଧ୍ୟରେ ଶନିବାର ସକାଳ ପ୍ରାୟ ୯ଟାରେ ଗୋଟିଏ ପରିବା ବୋଝେଇ ପିକଅପ୍‌ ଭ୍ୟାନ ରାସ୍ତା କଡକୁ ଓଲଟି...

୪୦ ଗ୍ରାମ ବ୍ରାଉନସୁଗାର, ୧.୧୦ ଲକ୍ଷ ଟଙ୍କା ଜବତ

ଖୋର୍ଦ୍ଧା ଅଫିସ, ୨୫ ।୧୨: ଖୋର୍ଦ୍ଧା ଜିଲା ଜଟଣୀ ଥାନା ପୋଲିସ ଓ କୁଇକ୍‌ ଆକ୍ସନ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇ ବୁଧବାର କୁଦୁପୁର ଛକରୁ...

ପଦଯାତ୍ରାରେ ଚାଷୀ: ବୁଲିବେ ୧୨୦୦ କିମି

ନୟାଗଡ ଅଫିସ, ୩ା୨: ପଦଯାତ୍ରାରେ  ଗାଁକୁ ଗାଁ ବୁଲୁଛନ୍ତି ଚାଷୀ। ଚାଷୀ ଓ ସାଧାରଣ ଲୋକଙ୍କୁ ସେମାନଙ୍କ ସମସ୍ୟା ଅବଗତ କରାଉଛନ୍ତି । ୨୦ ବର୍ଷରୁ...

ପୌରପାଳିକା ଜାଗାରୁ ଚୋରା ଚାଲାଣ ହେଉଛି ମାଟି: ରାତିରେ ତାଡ଼ି ନିଆଯାଇଛି ଶହ ଶହ ଟ୍ରିପ୍‌

ଅନୁଗୋଳ ଅଫିସ, ୧୯।୧୨- ଅନୁଗୋଳ ପୌରପାଳିକାକୁ ଡମ୍ପିଂୟାର୍ଡ୍‌ ପାଇଁ ମିଳିଥିବା ୫ ଏକର ଜାଗାରୁ ରାତିରେ ହେଉଛି ମାଟି ଚୋରା ଚାଲାଣ। ଜେସିବି ଓ ଟିପ୍ପର...

୧୩ ବଛର୍‌ରେ ୧୦ ଥର ଆବେଦନ: ପ୍ରଧାନମନ୍ତ୍ରୀ ଆବାସ ଆଶ୍‌ରେ ଜୟରାମ

ଲାଠୋର, ୨୨ା୮ (ଡି.ଏନ୍‌.ଏ.):  କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ଭିନେ ଭିନେ ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ଅନେକ୍‌...

ବିରୋଧୀଦଳ ନେତା ହେବା ନେଇ ପ୍ରଦୀପ୍ତଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୧୪।୮(ଡି.ଏନ୍‌.ଏ.): ଭବାନୀପାଟଣା ଭାଜପା ବିଧାୟକ ପ୍ରଦୀପ୍ତ କୁମାର ନାଏକ ବିରୋଧୀ ଦଳର ନେତା ହେବା ପରେ ପ୍ରଥମକରି କଳାହାଣ୍ଡି ଗସ୍ତରେ ଆସିଛନ୍ତି। ଏ ନେଇ କେସିଙ୍ଗା...

Leave a comment

Your email address will not be published. Required fields are marked *