ବୈତରଣୀ ଶୈବ୍ୟା କାବେରୀ ଘାଟରେ ବୋଇତ ବନ୍ଦାଣ ଉତ୍ସବ: ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

ପାଟଣା,୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀର ରାଜନଗରସ୍ଥିତ ଶୈବ୍ୟା କାବେରୀ ଘାଟ ଓ ପାଟଣାସ୍ଥିତ ବୈତରଣୀ ତୀର୍ଥ ଘାଟରେ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରତ୍ୟୁଷରୁ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଏହ ସହ “ଆ କା ମା ବୈ ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର ” କହି ଡ଼ଙ୍ଗା ଭସାଇଛନ୍ତି। ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇ ବତରଣୀ ସନ୍ନିକଟ ପରମେଶ୍ୱର ମହାଦେବ, ଆନନ୍ଦେଶ୍ୱର ମହାଦେବ ଓ ସ୍ବାମ୍‌ସ୍ଥିତ ସୋମେଶ୍ୱର ମହାଦେବ ମନ୍ଦିରରେ ଦେବ ଦର୍ଶନ କରିଥିଲେ।
ଶୈବ୍ୟା କାବେରୀ ଘାଟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି। ବୋଇତ ବନ୍ଦାଣ ଉତ୍ସବ କମିଟିର ସଭାପତି ଶରତ ଜ୍ୟୋତି କରଙ୍କ ପୌରୋହିତ୍ୟରେ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ଜଗନ୍ନଥ ନାଏକ, ସମ୍ମାନିତ ଅତିଥି ତୃପ୍ତି ରଞ୍ଜନ ସିଂ, ରଞ୍ଜନ ପାଣି ଓ ଧରଣୀ ଧର ଦାସ ପ୍ରମୁଖ ଯୋଗ ଦେଇ ପ୍ରାଚୀନ ଓଡ଼ିଶାର ଐତିହ୍ୟ ସମ୍ପନ୍ନ ନୌବାଣିଜ୍ୟ ଗାଥାର ଅବତାରଣା କରିଥିଲେ।


All Right Reserved By Dharitri.Com

ଭତ୍ତା ଟଙ୍କା ନେଇ ଯାଉଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଲୁଟ୍‌ର ଶିକାର

କଣ୍ଟାମାଳ,୧୬।୮(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ମନମୁଣ୍ଡା- ଲମ୍ବସରି ରାସ୍ତାର ଯୋଗୀନ୍ଦ୍ରପୁର ନିକଟରେ ଶୁକ୍ରବାର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିପୁଳ ଦାସଙ୍କଠାରୁ ଲୁଟ୍‌ ହୋଇଛି। ସୂଚନାଯୋଗ୍ୟ,...

ରବିରେ ୮୬,୧୩୫ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ

ସୋନପୁର,୩୧।୧୦(ନି.ପ୍ର.): ୨୦୧୯-୨୦ ରବି ଋତୁରେ କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲାରେ ୮୬,୧୩୫ ହେକ୍ଟର ଜମିରେ ବିଭିନ୍ନ ପ୍ରକାଣ ଖରିଫ ଫସଲ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି।...

ଆର୍ଥତ୍କ ଜନଗଣନା ନେଇ ଦିନିକିଆ କର୍ମଶାଳା

ନୂଆପଡା ଅଫିସ,୨୭ା୮ ସ୍ଥାନୀୟ ଜିଲାପାଳଙ୍କ ସଭାଗୃହରେ ୭ମ ଆର୍ଥତ୍କ ଜନଗଣନା ସମ୍ପର୍କୀତ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲାପାଳ ସୀତାରାମ...

ସ୍ନାନମଣ୍ଡପରେ ଦର୍ଶନ ଦେବେ ମହାପ୍ରଭୁ

ବାରିପଦା ଅଫିସ,୧୬ା୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ପ୍ରମୁଖ ଯାତା୍ର ମଧ୍ୟରୁ ସ୍ନାନ ଯାତ୍ରା ହେଉଛି ସ୍ବତନ୍ତ୍ର। ଜ୍ୟୋଷ୍ଠ ପୂର୍ଣ୍ଣିମା ତିଥିରେ ଏହା ପାରମ୍ପାରିକ ରୀତିରେ ପାଳିତ...

‘ସାରୀପୂତ’ ନାଟକ ମଞ୍ଚସ୍ଥ

ପାଟଣା,୧୫।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ କୁମାର ଉତ୍ସବ କମିଟିର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ କମିଟିର ସଭାପତି ବିବେକା...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଭିଜିଲାନ୍ସ ବିଭାଗ ବନ୍ଦ କଲା ସମବାୟ ସମିତି ସଭାପତିଙ୍କ ବ୍ୟବସାୟିକ ଅନୁଷ୍ଠାନ

ପଦ୍ମପୁର,୨୧।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବରଣ୍ଡୁଆ ପଞ୍ଚାୟତ ସରପଞ୍ଚ ଓ ତାଙ୍କ ସ୍ବାମୀ ସମବାୟ ସମିତିର ସଭାପତିଙ୍କ ମାଲିକାନାରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ...

ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ଅନୁଗୋଳ ଅଫିସ, ୨୦ା୧୦ ଅନୁଗୋଳ ପୌରପାଳିକାରେ ସ୍ବଚ୍ଛ ସାଥୀ ଓ ସୁପରଭାଇଜର ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଯୋଗ୍ୟତା ନ...

ଆଗୁଆ ନୂଆଁଖାଇ ପର୍ବ ପାଳନ: ଜୋରରେ ଚାଲିିଛି ପ୍ରସ୍ତୁତି ପର୍ବ

ଭବାନୀପାଟଣା,୨୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଅଧୀନ କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ପଥର୍ଲା ଗାଁରେ ଆଗୁଆ ନୂଆଁଖାଇ ପର୍ବ ପାଳନ କରାଯାଇଥାଏ। ଏଣୁ ପଥର୍ଲା ନୂଅଁାଖାଇକୁ ଆଉ...

Leave a comment

Your email address will not be published. Required fields are marked *