ଚାନ୍ଦବାଲିରେ ବୋଇତ ବନ୍ଦାଣ ଉତ୍ସବ

ଚାନ୍ଦବାଲି,୧୨ା୧୧(ଡି.ଏନ୍‌.ଏ.): କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ପାଳନ ପାଇଁ ଭଦ୍ରକ ଜିଲାର ଉଭୟ ଚାନ୍ଦବାଲି ଓ ଧାମରା ଅଞ୍ଚଳ ମଙ୍ଗଳବାର ଉତ୍ସବମୁଖର ହୋଇଉଠିଛି। ଚାନ୍ଦବାଲି ‘ଆମ ପରମ୍ପରା’ ସଙ୍ଗଠନ ପକ୍ଷରୁ ୭ଜଣ ସାଧବ ଶନିବାର ସକାଳେ ନିଜର ପ୍ରତୀକ ବ୍ୟବସାୟିକ ସାମଗ୍ରୀନେଇ ବୋଇତରେ ଚାନ୍ଦବାଲିରୁ ଧାମରାକୁ ପ୍ରାୟ ୨୫ କିମି ଜଳଯାତ୍ରା କରିଛନ୍ତି। ସେଠାରେ ସେମାନଙ୍କୁ ‘ଧାମରା-ଚାନ୍ଦବାଲି ବୋଇତ ବନ୍ଦାଣ କମିଟି’ ପକ୍ଷରୁ ସ୍ବାଗତ କରାଯିବାର କାର୍ଯ୍ୟକ୍ରମ ରହିଛି। ସାମୁଦ୍ରିକ ଝଡ ‘ବୁଲ୍‌ବୁଲ୍‌’ ପ୍ରଭାବରେ ଧାମରା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ‘ମା’ ଧାମରାଈ ଆଞ୍ଚଳିକ ବୋଇତ ବନ୍ଦାଣ କମିଟି’ ପକ୍ଷରୁ ଚଳିତ ବର୍ଷ ଧାମରାରେ ପାଳିତ ହେବାକୁଥିବା ବୋଇତ ବନ୍ଦାଣ ଉତ୍ସବକୁ ସ୍ଥଗିତ ରଖାଯାଇଛି। ‘ମା’ ଧାମରାଈ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ କମିଟି’ ପକ୍ଷରୁ ଧାମରାରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହେଉଛି। ଚାନ୍ଦବାଲି ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଚାନ୍ଦବାଲି ସନ୍ନିକଟ ବୈତରଣୀ ନଦୀ ଘାଟରେ ବୋଇତ ବନ୍ଦାଣ ଉତ୍ସବ ମଙ୍ଗଳବାର ସକାଳେ ଅନୁଷ୍ଠିତ ହୋଇଛି।


All Right Reserved By Dharitri.Com

ୟୁପିରୁ ଦୁଇ ଭାଇଙ୍କୁ ଗିରଫ କଲା ଛତ୍ରପୁର ପୋଲିସ

ଛତ୍ରପୁର,୧୫ା୯(ଡି.ଏନ.ଏ)-ଦଶ ଚକିଆ ଟ୍ରକରେ ବ୍ୟାଟେରି ସହ ଗଞ୍ଜେଇକୁ ଆନ୍ଧ୍ରରୁ ଓଡିଶା ଦେଇ ଉତ୍ତରପ୍ରଦେଶ ଚାଲାଣ ମାମଲାରେ ସମ୍ପୃକ୍ତ ୨ ଭାଇଙ୍କୁ ପୋଲିସ ଗିରଫ କରିଛିି ା...

ବାହ୍ୟଜଗତରୁ ବିଚ୍ଛିନ୍ନ କଳମଗଢ଼ିଆପାହି ଗାଁ

ବାହାନଗା, ୭ା୧୦(ଅରୂପ କୁମାର ଦାସ)-ସମୁଦ୍ର ଉପକୂଳ ଅଞ୍ଚଳରେ କିଭଳି ଦୁର୍ଗମ, ଅବହେଳିତ ଗାଁ ଗଣ୍ଡା ରହିଛି ତାହାର ଏକ ନଜିର କଳମଗଢିଆପାହି ଗାଁ। ବାଲେଶ୍ୱର ଜିଲା...

ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ନିବେଦିତା ପଟ୍ଟନାୟକ ସମ୍ମାନ

କଟକ ଅଫିସ,୨୫।୧୧: କଟକ ଶହୀଦ ଭବନରେ ପ୍ରତିଷ୍ଠିତ ନୃତ୍ୟ ଗ୍ରୁପ୍‌ ‘ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ’ ଦ୍ୱାରା ଚାଲିଥିବା ୨୩ତମ ନୃତ୍ୟ ଓ ସଙ୍ଗୀତ ଉତ୍ସବ ରବିବାର...

ଚାଷୀଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବି: ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ଦାବିପତ୍ର

ଜୁନାଗଡ,୨୬।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ସୋମବାର ଜୁନାଗଡ ସହକାରୀ କୃଷି ଅଧିକାରୀ ନୌକେଶ୍ୱର ନାଗଙ୍କ ଜରିଆରେ ଜିଲା ଉପକୃଷି ନିର୍ଦ୍ଦେଶକଙ୍କୁ ଏକ...

ନାରୀଙ୍କ ଉଦାହରଣ ସାଜିଛନ୍ତି ସୁମିତ୍ରା

ବ୍ରହ୍ମପୁର ଅଫିସ,୨୧ା୧-ରେଶମନଗରୀ ମହିଳାମାନେ ସର୍ବଦା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥାନ୍ତି ା ଅନ୍ୟ ଉପରେ ନିର୍ଭର ନ କରି ନିଜେ ସ୍ବାବଲମ୍ବୀ ହୋଇ ପରିବାର...

ମୁର୍ମୂଷୁ ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନା ନେଲେ ଏସ୍‌ଡ଼ିପିଓ

ଜଳେଶ୍ୱର, ୧୪।୧(ସ୍ବ.ପ୍ର.)-ଜଳେଶ୍ୱର-ଚନ୍ଦନେଶ୍ୱର-ଦୀଘା ୫୭ତମ ରାଜ୍ୟ ରାଜପଥର ଧାନସିମୁଳିଆସ୍ଥିତ ଦୀନକୃଷ୍ଣ ମହାବିଦ୍ୟାଳୟ ସମ୍ମୁଖରେ ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିରହିଥିବା ଯୁବକଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର...

ଶିକ୍ଷକ କର୍ମଶାଳା ଉଦ୍‌ଯାପିତ

ସବ୍‌ଡ଼େଗା, ୨୬।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଜଣେ ଲେଖାଏଁ ସହକାରୀ...

ଉଠାଇ ହେଉନି ଜମାଟଙ୍କା: ବ୍ୟାଙ୍କ ସମ୍ମୁଖରେ ଚାଷୀଙ୍କ ବିିକ୍ଷୋଭ

ବିନିକା, ୩୦ା୫(ଡି.ଏନ୍‌.ଏ.) ଜମା ଟଙ୍କା ଉଠାଇବାରେ ସମସ୍ୟା ହେଉଛି। ବାରମ୍ବାର ବ୍ୟାଙ୍କକୁ ଯାଇ ନିରାଶ ହୋଇ ଫେରିବାକୁ ହେଉଛି। ବ୍ୟାଙ୍କରେ ଟଙ୍କା ନ ଥିବା କୁହାଯାଇ...

Leave a comment

Your email address will not be published. Required fields are marked *