Posted inଜାତୀୟ

ମହିଳା ସମେତ ୨ ଖଲିସ୍ତାନୀ ଆତଙ୍କବାଦୀ ଗିରଫ

ଚଣ୍ଡିଗଡ଼,୧୨।୧୧: ପଞ୍ଜାବ ପୋଲିସର ଅପରେଶନ୍‌ ସେଲ୍‌ ପକ୍ଷରୁ ୨ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ଉକ୍ତ ୨ ଆତଙ୍କବାଦୀଙ୍କ ପରିଚୟ ମିଳିଛି। ମହିଳା ଜଣଙ୍କ ଲୁଧିଆନାରେ ଜଣେ ନର୍ସ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କୁ ସେଠାରୁ ପୋଲିସ ଗିରଫ କରିଛି। ଅନ୍ୟ ଆତଙ୍କବାଦୀଙ୍କୁ ଗୁରୁଦାସପୁରରୁ ଗିରଫ କରାଯାଇଥିବା ବେଳେ ସେ ଦୁବାଇରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଉକ୍ତ ଖଲିସ୍ତାନୀ ଆତଙ୍କବାଦୀ ହିନ୍ଦୁ ସଂଗଠନର ବହୁ ନେତାଙ୍କୁ ଟାର୍ଗେଟ କରି ପଞ୍ଜାବରେ ବଡ଼ ଆକ୍ରମଣର ଷଡ଼ଯନ୍ତ୍ର କରିଥିଲେ। ହେଲେ ପୋଲିସ ତାଙ୍କର ସମସ୍ତ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି। ଏହି ଆତଙ୍କବାଦୀଙ୍କୁ ବିଦେଶରୁ ଫଣ୍ଡ ମିଳୁଥିଲା ବୋଲି ପୋଲିସ ସୂଚନା ଦେଇଛି। ଅନ୍ୟପଟେ ୨ଆତଙ୍କବାଦୀଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରାଯାଇଥିବା ବେଳେ ସେମାନଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି ପୋଲିସ।


All Right Reserved By Dharitri.Com

କରୋନା ଗୁଜବ ଦୂର କରିବାକୁ ୩୦ଟଙ୍କାରେ ମିଳିଲା ଫୁଲ୍‌ ପ୍ଲେଟ ଚିକେନ

ଗୋରଖପୁର,୩।୩: କରୋନା ଭାଇରସ ଏବେ ଦିଲ୍ଲୀରେ ପହଞ୍ଚିଥିବା ବେଳେ ଏହାକୁ ନେଇ ବିଭିନ୍ନ ପ୍ରକାର ଗୁଜବ ପ୍ରଚାରିତ ହେଉଛି। କେତେକ ସ୍ଥାନରେ ଏହା ଚିକେନ ଖାଇବା...

ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ କଟକଣା ଲଗାଇଲା ଭାରତୀୟ ନୌସେନା

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ନୌସେନା ପକ୍ଷରୁ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ କଟକଣା ଲଗାଯାଇଛି। ନୌସେନା ଯବାନ ଏଣିକି ଯୁଦ୍ଧପୋତ ଏବଂ ନାଭାଲ୍‌ ବେସ୍‌ରେ ସ୍ମାର୍ଟଫୋନ୍‌, ସୋସିଆଲ୍‌ ମିଡ଼ିଆ...

ବୋହୂ ବାଡେଇଲେ ଶାଶୁଙ୍କୁ: ନାତୁଣୀ ଭିଡିଓ ରେକର୍ଡିଂ କରି କଲେ ଭାଇରାଲ

ହରିୟାଣା,୮।୬: ମହେନ୍ଦ୍ରଗଡ଼ର ନିଓ୍ବାଜ ନଗର ଗାଁରେ ଜଣେ ବୋହୂ ତାଙ୍କ ବୃଦ୍ଧ ଶାଶୁଙ୍କୁ ଅତି ନିର୍ମମ ଭାବେ ବାଡେଇବାର ଏକ ଭିଡିଓ ଏବେ ଭାଇରାଲ ହେବାରେ...

ଜମ୍ମୁ-କଶ୍ମୀରରେ ଶାନ୍ତିର ବାତାବରଣ: ଡିଜିପି

ଶ୍ରୀନଗର,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅନୁଚ୍ଛେଦ-୩୭୦ର ଉଚ୍ଛେଦ କରିବାପରେ ଜମ୍ମୁ-କଶ୍ମୀରରେ ହିଂସାକାଣ୍ଡର ଆଶଙ୍କା କରାଯାଉଥିଲା। ତେବେ ଏଠାରେ ଶାନ୍ତିର ବାତାବରଣ ରହିଥିବା ଡିଜିପି ଦିଲବାଗ୍‌...

୨୭ ମେସିନ୍‌ ଜଳାଇଲେ ମାଓବାଦୀ

ମୁମ୍ବାଇ,୧।୫: ମହାରାଷ୍ଟ୍ର ଗାଡଚିରୋଲି ଜିଲାରେ ମାଓବାଦୀମାନେ ବୁଧବାର ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ୨୭ଟି ମେସିନ୍‌ରେ ନିଆଁ ଲଗାଇ ଜଳାଇ ଦେଇଛନ୍ତି। ସ୍ଥାନୀୟ କୁରୁଖେଦାରେ ଘଟିଛି...

ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଏୟାର ଇଣ୍ଡିଆ: ଏ-୩୨୦ ଏୟାର ବସ୍‌ରେ ଗାନ୍ଧୀଙ୍କ ଛବି

ନୂଆଦିଲ୍ଲୀ,୨।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏୟାର ଇଣ୍ଡିଆ ଶ୍ରଦ୍ଧାଞ୍ଜଳି ଦେଇଛି। ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହାର ଏୟାର...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୧।୧୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଛି। ଶନିବାର ସ୍ଥାନୀୟ ତଙ୍ଗଧାର ସେକ୍ଟର ଏବଂ କାଞ୍ଜଲଓ୍ବାନ୍‌ଠାରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ପୋଷ୍ଟଗୁଡିକୁ...

ପରଲୋକରେ ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ କାଦ୍ରୀ ଗୋପାଳନାଥ

ମାଙ୍ଗାଲୁର,୧୧।୧୦: ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ ଓ ପଦ୍ମଶ୍ରୀ ପୁରସ୍କାର ବିଜେତା କାଦ୍ରୀ ଗୋପାଳନାଥଙ୍କ ଶୁକ୍ରବାର ସକାଳେ କର୍ନାଟକ ମାଙ୍ଗାଲୁରରେ ଏକ ଘରୋଇ ହସ୍ପିଟାଲରେ ନିଧନ ହୋଇଛି। ଦୀର୍ଘ...

Leave a comment

Your email address will not be published. Required fields are marked *