ଭିଜିଲାନ୍ସ ଜାଲରେ ଗୋପ ଥାନା ଅଧିକାରୀ

ଗୋପ, ୨୭।୫(ଡି.ଏନ୍‌.ଏ): ପୁରୀ ଜିଲା ଗୋପ ଥାନା ଅଧିକାରୀ ସୌମ୍ୟଚିତ୍‌ ମିଶ୍ର ଲାଞ୍ଚ ନେବା ଅଭିଯୋଗରେ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ରେଞ୍ଜ ଡିଏସ୍‌ପି ଅକ୍ଷୟ କୁମାର ମିଶ୍ରଙ୍କ ସହ ଏକ ଭିଜିଲାନ୍ସ ଟିମ୍‌ ତାଙ୍କୁ ଟଙ୍କା ସହ ଧରିଛନ୍ତି।
ପ୍ରକାଶ ଯେ, ୪ ଦିନ ତଳେ ଗୋପ ଥାନା ଅଧୀନ ଓଡ଼ପଣ୍ଡା ଗ୍ରାମରେ ଏକ ବିବାହ ଉତ୍ସବରେ ବାଣଫୁଟାକୁ କେନ୍ଦ୍ରକରି ୨ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଗୋପ ଥାନା ଅଧିକାରୀ ତଦନ୍ତ କରୁଥିଲେ। ଓଡ଼ପଣ୍ଡା ଗ୍ରାମର ଗଙ୍ଗାଧର ଜେନାଙ୍କ ନାମ ଏଥିରେ ରହିଥିଲା। ଏଥିରୁ ନିଜ ନାମକୁ କାଟିବା ପାଇଁ ଗଙ୍ଗାଧର ଥାନା ଅଧିକାରୀ ମିଶ୍ରଙ୍କୁ କହିଥିଲେ। ଏଥିପାଇଁ ମିଶ୍ର ତାଙ୍କୁ ୫ ହଜାରେ ଟଙ୍କା ଲାଞ୍ଚ ମାଗିଥିଲେ। ମାତ୍ର ସୋମବାର ଗଙ୍ଗାଧରଙ୍କଠାରୁ ୩ ହଜାର ଟଙ୍କା ନେଉଥିବା ବେଳେ ମିଶ୍ର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।


All Right Reserved By Dharitri.Com

ଝଡ଼ତୋଫାନ ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦକ୍ଷିଣ ଏବଂ ଉତ୍ତର...

କାଳିଆ ଅବସ୍ଥା ସଙ୍କଟାପନ୍ନ: ୨ ବିଶେଷଜ୍ଞ ଡାକ୍ତରଙ୍କୁ ଏସ୍‌ସିବି ପଠାଇବା ପାଇଁ ଏମ୍‌ସକୁ ଚିଠି

କଟକ ଅଫିସ, ୨୮।୯: କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଯମଜ ଶିଶୁ ଜଗା କାଳିଆଙ୍କ ମଧ୍ୟରୁ କାଳିଆଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା...

ଏମ୍‌ସିଏଲ୍‌ କୋଇଲା ଖଣି ଦୁର୍ଘଟଣା : ୨ ମୃତଦେହ ଉଦ୍ଧାର

ତାଳଚେର,୨୬।୭(ନି.ପ୍ର.) : ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଧସି ପୋତି ହୋଇ ରହିଥିବା ୩ ଶ୍ରମିକଙ୍କ ମଧ୍ୟରୁ ୨...

ସମସ୍ୟା ଘେରରେ ମିଳିମିଳା ପୀଠ

ମାର୍ଶାଘାଇ, ୧୨।୧୦ (ଡି.ଏନ୍‌.ଏ.): ମେଡିକାଲ ସାଇନ୍ସ ଉନ୍ନତ ହେବା ପୂର୍ବରୁ ହଇଜା, ମିଳିମିଳା, ହାଡ଼ଫୁଟି ଆଦି ଦୁରାରୋଗର ଚିକିତ୍ସା ପାଇଁ ଲୋକମାନେ ଝଡ଼ା, ପୁଙ୍କା ଆଦି...

ଦେଶର ୧୦ ଶ୍ରେଷ୍ଠ ଥାନା ତାଲିକାରେ ଓଡ଼ିଶାର ତରଭା: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ପ୍ରମାଣପତ୍ର

ସୋନପୁର/ତରଭା,୮ା୮(ନି.ପ୍ର./ଡି.ଏନ୍‌.ଏ.): ୨୦୧୮ ସର୍ଭେ ଅନୁଯାୟୀ ଭାରତର ୧୦ ଶ୍ରେଷ୍ଠ ଥାନା ତାଲିକାରେ ସୁବର୍ଣ୍ଣପୁର ଜିଲାର ତରଭା ଥାନା ସ୍ଥାନ ପାଇଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌...

ସରକାରୀ ଯୋଜନାରୁ ବଞ୍ଚିତ ୯ ହିତାଧିକାରୀ: ଆବେଦନ ସତ୍ତ୍ୱେ ମିଳୁନି ଭତ୍ତା

ବଅଁରପାଳ, ୩୧।୫ (ଡି.ଏନ୍‌.ଏ.) – ସରକାର ବୃଦ୍ଧା, ବୃଦ୍ଧ, ସ୍ବାମୀହରା ଓ ଭିନ୍ନକ୍ଷମମାନଙ୍କୁ ଭତ୍ତା ଦେବାର ବ୍ୟବସ୍ଥା କରିଛନ୍ତି। ହେଲେ ଅନେକ ସମୟରେ ଏହି ଯୋଜନାରେ...

ଚାଷୀ ଆତ୍ମହତ୍ୟା ଉଦ୍ୟମ ଘଟଣା : ବିରୋଧୀ ଦଳ ନେତାଙ୍କ ଅନୁଧ୍ୟାନ

କେସିଙ୍ଗା,୨୫।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମ ପଞ୍ଚାୟତର ବାହାଦୂରପଦର ଗ୍ରାମର ଚାଷୀ ଡମ୍ବରୁଧର ପୋଢ଼ (୩୫) ଆତ୍ମହତ୍ୟା ଉଦ୍ୟମ କରିଥିଲେ ।...

ଲଗାଣ ବର୍ଷାରେ ବଡ଼ଚଣାରେ ଜନଜୀବନ ପ୍ରଭାବିତ: ବ୍ୟାପକ ଫସଲ ଜଳମଗ୍ନ

ଚଣ୍ଡିଖୋଲ,୮ା୮(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ବୁଧବାର ବର୍ଷା ଲାଗିରହିଛି। ଫଳରେ ବଡ଼ଚଣା ବ୍ଲକ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର,...

Leave a comment

Your email address will not be published. Required fields are marked *