Posted inଜାତୀୟ

ଏନ୍‌ସିପିକୁ ଡାକିଲେ ରାଜ୍ୟପାଳ

ନୂଆଦିଲ୍ଲୀ/ମୁମ୍ବାଇ,୧୨ା୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ସୋମବାର ବି ଅନିଶ୍ଚିତତା ଜାରି ରହିଛି। ଧାର୍ଯ୍ୟ ସମୟ ସୁଦ୍ଧା ଶିବସେନା ସମର୍ଥନ ପତ୍ର ଦେଖାଇ ନ ପାରିବାରୁ ରାଜ୍ୟପାଳ ଭଗତ ସିଂ କୋଶୟାରୀ ତୃତୀୟ ବୃହତ୍‌ ଦଳ ଏନ୍‌ସିପିକୁ ସରକାର ଗଠନ ଲାଗି ଆମନ୍ତ୍ରଣ କରିଛନ୍ତି। ମଙ୍ଗଳବାର ରାତି ୮ଟା ୩୦ ସୁଦ୍ଧା ସରକାର ଗଠନ ଦାବି ଜଣାଇବାକୁ ଏହି ଦଳକୁ କୁହାଯାଇଛି। ସମର୍ଥନ ନିଷ୍ପତ୍ତିକୁ କଂଗ୍ରେସ ଝୁଲାଇ ରଖିବା ଫଳରେ ଶିବସେନା ଅପଦସ୍ଥ ହୋଇଛି। ଆଦିତ୍ୟ ଠାକ୍‌ରେଙ୍କ ନେତୃତ୍ୱରେ ଶିବସେନା ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଅଧିକ ୪୮ ଘଣ୍ଟା ସମୟ ମାଗିଥିଲେ। ସେମାନଙ୍କ ଅନୁରୋଧକୁ ରାଜ୍ୟପାଳ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସରକାର ଗଠନ ନେଇ ଏନ୍‌ସିପି ମଙ୍ଗଳବାର ନିଷ୍ପତ୍ତି ନେବ ବୋଲି କହିଛି।
ଏକକ ସଂଖ୍ୟାଗରିଷ୍ଠ ଦଳ ଭାଜପା ରବିବାର ସରକାର ଗଠନ ଦାବିରୁ ଓହରିଯିବା ପରେ ଦ୍ୱିତୀୟ ବୃହତ୍‌ ଦଳ ଶିବସେନା ଏଥିପାଇଁ ଅଣ୍ଟା ଭିଡିଥିଲା। ଏହି ଦଳକୁ ସମର୍ଥନ ଦେବା ଲାଗି ଏନ୍‌ସିପି ପ୍ରସ୍ତୁତ ଥିଲାବେଳେ କଂଗ୍ରେସ ନିଷ୍ପତ୍ତିକୁ ଝୁଲାଇ ରଖିଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାରରେ ଶିବସେନାର ଏକମାତ୍ର ମନ୍ତ୍ରୀ ଥିବା ଅରବିନ୍ଦ ସାଓ୍ବନ୍ତ ସୋମବାର ଇସ୍ତଫା ଦେବା ସହ ଏହି ଦଳ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏନ୍‌ଡିଏ)ରୁ ଓହରିଯାଇଥିବା ସ୍ପଷ୍ଟ ହୋଇଯାଇଛି।
ରାଜଭବନରୁ ଫେରିବା ପରେ ଶିବସେନା ନେତା ଆଦିତ୍ୟ ଠାକ୍‌ରେ କହିଥିଲେ, ତାଙ୍କ ଦଳ ସରକାର ଗଠନ ଲାଗି ପ୍ରସ୍ତୁତ ରହିଛି। ତେବେ ଏନ୍‌ସିପି ଏବଂ କଂଗ୍ରେସଠାରୁ ସମର୍ଥନ ପତ୍ର ପାଇବା ପାଇଁ ସମୟ ଆବଶ୍ୟକ। ଶିବସେନା ସରକାରଙ୍କୁ ସମର୍ଥନ ଦେବା ଲାଗି ଉଭୟ ଦଳ ନୀତିଗତ ଭାବେ ରାଜି ହୋଇଥିବା ଆଦିତ୍ୟ କହିଥିଲେ। ସରକାର ଗଢ଼ିବା ଲାଗି ସୋମବାର ସନ୍ଧ୍ୟା ୭ଟା ୩୦ ମିନିଟ ସୁଦ୍ଧା ଦାବି ଜଣାଇବା ନିମନ୍ତେ ରାଜ୍ୟପାଳ ଶିବସେନାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟସୀମା ଶେଷ ହେବା ପର୍ଯ୍ୟନ୍ତ କଂଗ୍ରେସ ସମର୍ଥନ ନେଇ ନିଷ୍ପତ୍ତି ନେଇପାରିଲା ନାହିଁ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏନ୍‌ସିପି ନେତା ଶରଦ ପାଓ୍ବାରଙ୍କ ସହ ଆଲୋଚନା କରିଥିଲେ। ସହଯୋଗୀ ଦଳ ସହ ଅଧିକ ଆଲୋଚନା କରିବା ଆବଶ୍ୟକ ଥିବା କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଥିଲେ।
ସୋମବାର ସକାଳେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ବସି ମହାରାଷ୍ଟ୍ରର ରାଜନୈତିକ ସ୍ଥିତି ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା। ଏହା ପରେ ମହାରାଷ୍ଟ୍ର କଂଗ୍ରେସ ନେତାମାନଙ୍କ ପରାମର୍ଶ ନିଆଯାଇଥିଲା। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ସୋନିଆଙ୍କ ସହ ଟେଲିଫୋନରେ କଥା ହୋଇ ସରକାର ଗଠନ ଲାଗି ତାଙ୍କ ସହଯୋଗ ଲୋଡିଥିଲେ।
ଦିଲ୍ଲୀରେ ଦଳର ବରିଷ୍ଠ ନେତାମାନଙ୍କୁ ଭେଟିବା ପରେ ମହାରାଷ୍ଟ୍ରର ନବନିର୍ବାଚିତ କଂଗ୍ରେସ ବିଧାୟକମାନେ ଜୟପୁର ଫେରିଛନ୍ତି। ମହାରାଷ୍ଟ୍ରରେ ସରକାର ଗଠନ ଲାଗି ଶିବସେନାର ଦାବିକୁ ରାଜ୍ୟପାଳ ପ୍ରତ୍ୟାଖ୍ୟାନ କରିନାହାନ୍ତି, ଅଧିକ ସମୟ ଦେବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଆଦିତ୍ୟ ଠାକ୍‌ରେ କହିଛନ୍ତି। ୨୪ ଘଣ୍ଟା ମଧ୍ୟରେ ସରକାର ଗଠନ ନେଇ ଦାବି ଜଣାଇବା ନିମନ୍ତେ ରାଜ୍ୟପାଳ ରବିବାର ଶିବସେନା ନେତା ଏକନାଥ ସିନ୍ଧେଙ୍କ ପାଖକୁ ପତ୍ର ଲେଖିଥିଲେ। ଏନେଇ ଆମେ ସହଯୋଗୀ ଦଳଙ୍କ ସହ ଆଲୋଚନା କରିବା ପରେ ରାଜ୍ୟପାଳଙ୍କୁ ଜଣାଇଦେଇଛୁ। ସମର୍ଥନ ପତ୍ର ପାଇ ନ ଥିବାରୁ ଅଧିକ ସମୟ ମାଗିଥିଲୁ, କିନ୍ତୁ ରାଜ୍ୟପାଳ ଆମକୁ ସମୟ ଦେଲେନି ବୋଲି ଆଦିତ୍ୟ କହିଛନ୍ତି।

ମହାରାଷ୍ଟ୍ରରେ ସରକାର ନା ରାଷ୍ଟ୍ରପତି ଶାସନ !

ମହାରାଷ୍ଟ୍ର ମହାନାଟକରେ ସବୁଦିନ ଗୋଟିଏ ଗୋଟିଏ ନୂଆ କାହାଣୀ ଦେଖିବାକୁ ମିଳୁଛି। ସେଠାରେ କିଏ ସରକାର ଗଠନ କରିବ ତାକୁ ନେଇ ଚିତ୍ର ଏଯାଏଁ ଅସ୍ପଷ୍ଟ ରହିଛି। ବିଜେପି ଓ ଶିବସେନା ସରକାର ଗଠନ ପାଇଁ ସମର୍ଥ ନହେବା ପରେ ତୃତୀୟ ବଡ଼ ଦଳ ଭାବରେ ମହାରାଷ୍ଟ୍ର ରାଜ୍ୟପାଳ, ଶରଦ ପାୱାରଙ୍କ ଏନସିପି ଦଳକୁ ସରକାର ଗଠନ ପାଇଁ ନିମନ୍ତ୍ରଣ ଦେଇଛନ୍ତି। #SharadPawar #NCP #DharitriLive #ShivSena #BJP #Congress #PresidentsRule #AssemblyElections #Constitution #Maharashtra #Dharitri

Dharitri ಅವರಿಂದ ಈ ದಿನದಂದು ಪೋಸ್ಟ್ ಮಾಡಲಾಗಿದೆ ಮಂಗಳವಾರ, ನವೆಂಬರ್ 12, 2019


All Right Reserved By Dharitri.Com

ବାଜପେୟୀ ସରକାରଙ୍କ ସମୟରେ ମଧ୍ୟ ହୋଇଥିଲା ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍‌ ଯୋଜନା

ନୂଆଦିଲ୍ଲୀ,୧।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ମଧ୍ୟ ପାକିସ୍ତାନ ପରେ ଏୟାର ଷ୍ଟ୍ରାଇକ୍‌ କରାଯିବାର ନିଷ୍ପତ୍ତି ହୋଇଥିଲା। ତେବେ ଶେଷ ମୁହୂର୍ତ୍ତରେ...

ଋତୁପର୍ଣ୍ଣାଙ୍କୁ ଇଡି ସମନ

କୋଲକାତା,୧୧ା୭(ପି.ଟି.): ରୋଜଭ୍ୟାଲି ଚିଟ୍‌ଫଣ୍ଡ ନୁର୍ଦୀନି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପରଷ୍ଟାର ପ୍ରୋସେନ୍‌ଜିତ ଚାଟାର୍ଜିଙ୍କକୁ ସମନ କରିବାର ଦିନକ ପରେ ବୁଧବାର ବଙ୍ଗଳା...

ପ୍ରଥମଥର ଭୋଟ ଦେଇ ଅନୁଭୂତି କହିଲେ ପ୍ରିୟଙ୍କାଙ୍କ ପୁଅ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ କରାଯାଇଛି। ଏଥିରେ ଅନେକ ନୂଆ ଭୋଟର ନିଜର ମତ ସାବ୍ୟସ୍ତ କରିଥିବା ବେଳେ କଂଗ୍ରେସ...

ସ୍ତ୍ରୀ ସବୁବେଳେ ଖାଇବାକୁ ଦେଉଥିଲେ ଲଡୁ: ଛାଡ଼ପତ୍ର ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ ସ୍ବାମୀ

ମିରଠ,୨୦।୮: ପରିବାରରେ ସ୍ତ୍ରୀ ଓ ସ୍ବାମୀଙ୍କ ମଧ୍ୟରେ ବିବାଦ ଥିଲେ ଛାଡ଼ପତ୍ର ପାଇଁ କୋର୍ଟର ଦ୍ୱାରସ୍ଥ ହେବା ସାଧାରଣ କଥା। ମାତ୍ର ଉତ୍ତରପ୍ରଦେଶ ମିରଠ ଜିଲାରେ...

ପରିବେଶ ସୁରକ୍ଷା ପାଇଁ ନିଜ ଗୋତ୍ରର ନାଁ ବଦଳାଉଛନ୍ତି ଲୋକେ

ବସ୍ତର,୧୩।୭: ଛତିଶଗଡ଼ ବସ୍ତରର ଆଦିବାସୀମାନେ ଏବେ ପରିବେଶ ସୁରକ୍ଷା ପାଇଁ ଏକ ଅଭିନବ ଉପାୟ ଆଣାଇଛନ୍ତି। ଏମାନେ ବିଭିନ୍ନ ବୃକ୍ଷ ଓ ପଶୁପକ୍ଷୀଙ୍କ ନାଁ ଅନୁଯାୟୀ...

କଂଗ୍ରେସ ବିଧାୟକଙ୍କ ଘର ସାମ୍ନାରେ ବିସ୍ଫୋରଣ: ଜଣେ ମୃତ

ବେଙ୍ଗାଲୁର,୧୯।୫: କର୍ନାଟକର ରାଜରାଜେଶ୍ୱରୀ ନଗରରେ ଥିବା କଂଗ୍ରେସ ବିଧାୟକ ମୁନିରତ୍ନାଙ୍କ ଘର ସାମ୍ନାରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ମୁନିରତ୍ନାଙ୍କ ଘରେ...

ଜାତୀୟ ସଙ୍ଗୀତ ଗାନ ସମୟରେ ମହିଳା ସୁରକ୍ଷାକର୍ମୀ ଅଚେତ: ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ରାଷ୍ଟ୍ରପତି, ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧୦: ଦିଲ୍ଲୀର ଏକ କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଅର୍ଥମନ୍ତ୍ରୀ ସୀତାରାମନ ଓ ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି।...

ପୃଥିବୀର ଉଚ୍ଚତମ ବ୍ରିଜ୍‌ ଟାଓ୍ବାର: ଉଚ୍ଚତା ୧୧୦ ମହଲା କୋଠା ସଦୃଶ

ବେଜିଂ, ୩୧।୧୨: ଚାଇନାର ଦକ୍ଷିଣ-ପଶ୍ଚିମ ଗିୟାଝୋଇ ପ୍ରାନ୍ତରେ ଥିବା ପିଙ୍ଗ୍‌ଟାଙ୍ଗ୍‌ ବ୍ରିଜ୍‌ ଟାଓ୍ବାରକୁ ମଙ୍ଗଳବାର ଲୋକାର୍ପିତ କରାଯାଇଛି। ଦୁଇ ପାହାଡ଼ ମଧ୍ୟରେ ଥିବା ଏହି ୨୧୩୫...

Leave a comment

Your email address will not be published. Required fields are marked *