ବିଏସ୍‌ଏନ୍‌ଏଲ୍‌ ଭିଆର୍‌ଏସ୍‌ ଲାଗି ୭୦ ହଜାର ଆବେଦନ

ନୂଆଦିଲ୍ଲୀ,୧୨-୧୧: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) କର୍ମଚାରୀଙ୍କ ଲାଗି ନିକଟରେ ଆସିଥିବା ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍‌ଏସ୍‌)ର ଲାଭ ନେବାକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୦ ହଜାର କର୍ମଚାରୀ ଆବେଦନ କରିଛନ୍ତି। ଗତ ସପ୍ତାହରେ ଆସିଥିବା ଏହି ସ୍କିମରେ ୭୭ ହଜାର କର୍ମଚାରୀଙ୍କୁ ସୁବିଧା ଦେବା ନେଇ ସରକାର ଯୋଜନା ରଖିଥିବା ବିଏସ୍‌ଏନ୍‌ଏଲ୍‌ ଏମ୍‌ଡି ପି.କେ. ପୁରଓ୍ବାର ସୋମବାର ସୂଚନା ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏ ନେଇ ଏକ ସୁଚିନ୍ତିତ ଯୋଜନା କରାଯାଇଥିବା ବେଳେ ଏହାକୁ କର୍ମଚାରୀଙ୍କଠାରୁ ବିପୁଳ ରେସ୍‌ପନ୍ସ ମିଳୁଥିବା ସେ କହିଛନ୍ତି। ଭିଆର୍‌ଏସ୍‌ ସ୍କିମ ଲାଗୁ ପରେ କମ୍ପାନୀ ବିଭିନ୍ନ ଆନୁଷଙ୍ଗିକ ଖର୍ଚ୍ଚ ବାବଦକୁ ପ୍ରାୟ ୭ ହଜାର କୋଟି ଟଙ୍କା ସଞ୍ଚୟ କରିବାକୁ ସକ୍ଷମ ହେବ ବୋଲି ସୂଚନା ଦେଇଛି।


All Right Reserved By Dharitri.Com

ବାର୍ଷିକ ୧୦ ଲକ୍ଷ ନଗଦ ଉଠାଣରେ ଲାଗିପାରେ ଟିକସ

ନୂଆଦିଲ୍ଲୀ,୧୧-୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଡିଜିଟାଲ ଟ୍ରାଞ୍ଜାକଶନକୁ ପ୍ରୋତ୍ସାହିତ କରିବା ଲାଗି ଏକାଧିକ ପଦକ୍ଷେପ ଉଠାଇଛନ୍ତି। ଏବେ ସରକାର ଆଉ ଏକ...

ନୀରବ ମୋଦିଙ୍କ ହାଜତ ମିଆଦ ସେପ୍ଟେମ୍ବର ୧୯ ଯାଏ ବୃଦ୍ଧି

ଲଣ୍ଡନ,୨୩-୮: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜେଲ୍‌ ହାଜତ ମିଆଦ ସେପ୍ଟେମ୍ବର ୧୯ ଯାଏ ବୃଦ୍ଧି ପାଇଛି। ଭାରତକୁ ପ୍ରତ୍ୟର୍ପଣ ନେଇ ଆଗତ ମାମଲାର...

୧୦ ହଜାର କର୍ମଚାରୀ ଛଟେଇ କରିବ ଇନ୍‌ଫୋସିସ୍‌

ନୂଆଦିଲ୍ଲୀ,୬-୧୧: ଦେଶରେ ମାନ୍ଦାବସ୍ଥା ଚାଲିଥିବା ବେଳେ କଗ୍‌ନିଜାଣ୍ଟ ପରେ ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ରେ କର୍ମଚାରୀ ଛଟେଇ ନେଇ ମଙ୍ଗଳବାର ଜଣାପଡିଛି। କମ୍ପାନୀ ଏହାର ମଧ୍ୟମ...

ଗ୍ରାହକଙ୍କ ୪୧ ବର୍ଷର ବିଶ୍ୱାସ ସହ ବଢୁଛୁ

ଆସିଛି ପାର୍ବଣ ଋତୁ। ଏହି ସମୟରେ ବିଭିନ୍ନ ପ୍ରଡକ୍ଟ କ୍ରୟ କଲେ ଶୁଭ ବୋଲି ସାଧାରଣରେ ବିଶ୍ୱାସ ରହିଛି। ବିଭିନ୍ନ ପ୍ରଡକ୍ଟ ମଧ୍ୟରେ କଞ୍ଜ୍ୟୁମର ଡ୍ୟୁରେବଲ୍‌ର...

୫ ଦିନରେ ରିଲାଏନ୍ସର ୧ ଲକ୍ଷ କୋଟି କ୍ଷତି

ମୁମ୍ବାଇ,୧୨-୫: ଗତ ୫ ଦିନ ହେବ ଦେଶର ଷ୍ଟକ୍‌ ବଜାରରେ ଉଠାପକା ଚାଲିବା କାରଣରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌)ର ଶେୟାର ଉପରେ ବଡ଼ ପ୍ରଭାବ ପଡିଛି।...

ପାକ୍‌ ବାୟୁସୀମା ଦେଇ ଭାରତ ଆସିଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ,୬-୬: ପାକିସ୍ତାନ ଏହାର ବାୟୁସୀମାରୁ କଟକଣା ପ୍ରତ୍ୟାହାର କରିନେବା ପରେ ଭାରତୀୟ ଘରୋଇ ବିମାନ ଇଣ୍ଡିଗୋର ପ୍ରଥମ ବିମାନ ସୁରକ୍ଷିତ ଭାବେ ଭାରତରେ ପହଞ୍ଚତ୍ଛି। ପାକିସ୍ତାନ...

ପ୍ରତ୍ୟାହାର ହୋଇପାରେ ଏଟିଏମ୍‌ ଚାର୍ଜ: ଆର୍‌ବିଆଇ ଗଠନ କଲା ସମୀକ୍ଷା କମିଟି

ମୁମ୍ବାଇ,୧୨-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏନ୍‌ଇଏଫ୍‌ଟି ଏବଂ ଆର୍‌ଟିଜିଏସ୍‌ ଉପରେ ଲାଗୁଥିବା ଶୁଳ୍କ ପ୍ରତ୍ୟାହାର କରିନେଇଛି। ତେବେ ଅଟୋମେଟେଡ ଟେଲର ମେଶିନ(ଏଟିଏମ୍‌) ବ୍ୟବହାର ଲାଗି ଲାଗୁଥିବା...

ପିଏମ୍‌ କେୟାର୍ସ ପାଣ୍ଠିକୁ ଓ୍ବିପ୍ରୋ, ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେଶନ ଦେଲା ୧୧୨୫ କୋଟି

ନୂଆଦିଲ୍ଲୀ, ୨-୪: କୋଭିଡ୍‌ ମୁକାବିଲା ଲାଗି ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେଶନ ଏବଂ ଓ୍ବିପ୍ରୋ ମିଳିତ ଭାବେ ୧୧୨୫ କୋଟି ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି।...

Leave a comment

Your email address will not be published. Required fields are marked *