Posted inଖେଳ

ବେୟାରଷ୍ଟୋଙ୍କୁ ଆଇସିସିର ଭର୍ତ୍ସନା

ଦୁବାଇ, ୧୨ା୧୧ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସୋମବାର ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋଙ୍କୁ ଭର୍ତ୍ସନା କରିଛି। ଅକ୍‌ଲାଣ୍ଡର ଇଡେନପାର୍କଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ନିର୍ଣ୍ଣାୟକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଆଉଟ୍‌ ହେବା ପରେ ସେ ଆପତ୍ତିଜନକ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ବେୟାରଷ୍ଟୋ ଏହି ମ୍ୟାଚରେ ମାତ୍ର ୧୮ ବଲ୍‌ରେ ୪୭ ରନ କରିଥିଲେ। ମାତ୍ର ଖେଳାଳି ଏବଂ ଖେଳାଳିଙ୍କ ସହାୟକଙ୍କ ଲାଗି ଉଦ୍ଦିଷ୍ଟ ଆଇସିସି ଆଚରଣବିଧିର ଧାରା-୧ର ଉଲ୍ଲଂଘନ କରିଥିଲେ। ଦୋଷୀ ସାବ୍ୟସ୍ତ ହେବା ପରେ ସେ ଏକ ଡିମେରିଟ୍‌ ପଏଣ୍ଟ ପାଇଛନ୍ତି। ଘଟଣାଟି ରବିବାର ଘଟିଛି। ୭ମ ଓଭରରେ ବେୟାରଷ୍ଟୋଙ୍କ ଉଇକେଟ ପତନ ପରେ ସେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ଷ୍ଟମ୍ପ୍‌ ମାଇକ୍ରୋଫୋନ୍‌ ଯୋଗୁ ଇଂଲଣ୍ଡ ଖେଳାଳି ଜଣକ ଯାହା କହିଥିଲେ ତାହା ଟେଲିଭିଜନରେ ଶୁଣିବାକୁ ମିଳିଥିଲା। ପରଦିନ ବେୟାରଷ୍ଟୋ ନିଜ ଭୁଲ ସ୍ବୀକାର କରିଥିଲେ। ଆଇସିସି ଏଲିଟ୍‌ ପ୍ୟାନେଲ ମ୍ୟାଚ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କ ଦ୍ୱାରା କରାଯାଇଥିବା ଦଣ୍ଡ ବିଧାନକୁ ସେ ଗ୍ରହଣ କରିବା ଦ୍ୱାରା ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ପଡ଼ି ନ ଥିଲା।


All Right Reserved By Dharitri.Com

Posted inଖେଳ View All

‘ରାହୁଲ, ମୁଁ ବୁଝାମଣାର ଚ୍ୟାଲେଞ୍ଜ ବାଧା ଅତିକ୍ରମ କରିବାକୁ ପ୍ରସ୍ତୁତ’

ସାଉଥାମ୍ପଟନ,୧୮।୬(ପିଟି)- ରୋହିତ ଶର୍ମା ଓ ଶିଖର ଧାଓ୍ବନ ବର୍ତ୍ତମାନ ଦିନିକିଆ କ୍ରିକେଟର ସଫଳତମ ଓପନିଂ ଯୋଡ଼ି। ଉଭୟଙ୍କ ମଧ୍ୟରେ ଥିବା ଭଲ ବୁଝାମଣା ଏହାର କାରଣ।...

ନିଲାମୀ ପ୍ରକ୍ରିୟା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାନେଜମେଣ୍ଟକୁ ଭେଟିଲେ ପଣ୍ଟିଂ

ନୂଆଦିଲ୍ଲୀ,୧୪।୧୨(ପି.ଟି.)- ଆସନ୍ତା ୧୯ ତାରିଖରେ କୋଲକାତାଠାରେ ଆଇପିଏଲର ୧୩ତମ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥିପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ କୋଚ୍‌...

ଏଲ୍‌ଇଡି ବେଲକୁ କୋହଲି, ଫିଞ୍ଚଙ୍କ ବିରୋଧ

ଲଣ୍ଡନ,୧୦।୬(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ପ୍ରତିପକ୍ଷ ଅଧିନାୟକ ଆରୋନ ଫିଞ୍ଚ୍‌ ଏଲ୍‌ଇଡି ବେଲକୁ ନେଇ ଖୁସି ନୁହନ୍ତି। ଏଥିରେ ବଲ କିମ୍ବା...

ଭାରତୀୟ ଦଳକୁ ବଡ଼ ଝଟକା

ନୂଆଦିଲ୍ଲୀ,୩।୨(ପି.ଟି.)- ନ୍ୟୁଜିଲାଣ୍ଡ ଓ ଭାରତୀୟ ଦଳ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ...

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଉଦ୍‌ଘାଟିତ: ଭାରତ ହେବ ବିଶ୍ୱ କ୍ରୀଡ଼ାର ‘ସୁପର ପାୱାର’

କଟକ ଅଫିସ,୨୩ା୨-ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ୟୁନଭର୍ସିଟି ଗେମ୍ସର ପ୍ରଥମ ସଂସ୍କରଣ ଶନିବାର ସନ୍ଧ୍ୟାରେ ମହାସମାରୋହରେ ଉଦ୍‌ଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଆଇଏସ୍‌ଏଲ ଦର୍ଶକ ସଂଖ୍ୟା ୫୧ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ, ୨ା୪ (ପି.ଟି.)- ହିରୋ ଇଣ୍ଡିଆ ସୁପର ଲିଗ୍‌ (ଆଇଏସ୍‌ଏଲ) ୨୦୧୯-୨୦ରେ ଦର୍ଶକ ସଂଖ୍ୟା ୫୧ ପ୍ରତିଶତ ବୃଦ୍ଧି ପାଇଛି। ଅକ୍ଟୋବର ୨୦ରେ ଟୁର୍ନାମେଣ୍ଟର ଓପନିଂ...

ନେମାର ସର୍ବକନିଷ୍ଠ ବ୍ରାଜିଲ ଖେଳାଳି

ସିଙ୍ଗାପୁର, ୧୧।୧୦ (ଏଏଫ୍‌ପି)- ବ୍ରାଜିଲ ପକ୍ଷରୁ ୧୦୦ ମ୍ୟାଚ୍‌ ଖେଳିବାରେ ନେମାର ସର୍ବକନିଷ୍ଠ ଫୁଟ୍‌ବଲର ହୋଇଛନ୍ତି। ଗୁରୁବାର ଏଠାରେ ସେନେଗାଲ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା...

ଜୟପୁରରେ ଖେଳାଯିବ ମହିଳା ଟି୨୦ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୯ା୨- ଗତଥର ୨୦୧୯ ସଂସ୍କରଣ ଭଳି ଆଇପିଏଲ ପ୍ଲେଅପ୍ସ ଓ ଫାଇନାଲ ବେଳେ ମହିଳା ଟି୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ଇଭେଣ୍ଟ ପାଇଁ...

Leave a comment

Your email address will not be published. Required fields are marked *